ଆଜିଠୁ ଯୁକ୍ତ୨ ପରୀକ୍ଷା, ସକାଳ ୯ଟାରୁ ଆରମ୍ଭ

ଭୁବନେଶ୍ୱର, ୨୮।୪(ବ୍ୟୁରୋ):ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଗୁରୁବାରଠାରୁ ଆରମ୍ଭ ହେବ। ମେ’ ୩୧ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପରୀକ୍ଷା ପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଦୁଇବର୍ଷ ପରେ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ଗତ ଦୁଇବର୍ଷ କାରୋନା ପାଇଁ ପରୀକ୍ଷା କରା ନ ଯାଇ ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ ହୋଇଥିଲା। ଏବେ କରୋନା ସ୍ଥିତିରେ ସୁଧାର ଆସିଯାଇଥିବାରୁ ଅଫ୍‌ଲାଇନ ପରୀକ୍ଷା କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଚଳିତବର୍ଷ ୩ ଲକ୍ଷ ୨୧ ହଜାର ୫୦୮ଜଣ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେବେ। ଏମାନଙ୍କ ମଧ୍ୟରୁ ୨,୧୩,୪୩୨ଜଣ କଳା, ୭୮,୦୭୭ଜଣ ବିଜ୍ଞାନ, ୨୪,୧୩୬ଜଣ ବାଣିଜ୍ୟ ଏବଂ ୫,୮୬୩ଜଣ ଧନ୍ଦାମୂଳକ ଶିକ୍ଷାର ଛାତ୍ରୀଛାତ୍ର ଅଛନ୍ତି। ଏଥିପାଇଁ ମୋଟ ୧,୧୩୩ ପରୀକ୍ଷା କେନ୍ଦ୍ର ଏବଂ ୨୦୨ ପରୀକ୍ଷା ପରିଚାଳନା ହବ୍‌ (ନୋଡାଲ୍‌ ସେଣ୍ଟର) କରାଯାଇଛି। ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି। କଳା ଓ ବାଣିଜ୍ୟ ବିଭାଗର ପ୍ରଥମ ଦିନ ସାହିତ୍ୟ ବିଷୟରେ ପରୀକ୍ଷା ରହିଛି। ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୧୨ଟାରେ ଶେଷ ହେବ। ତେବେ ପରୀକ୍ଷା ପାଇଁ ଛାତ୍ରୀଛାତ୍ରଙ୍କୁ ଅଧଘଣ୍ଟା ପୂର୍ବରୁ ଅର୍ଥାତ୍‌ ସାଢ଼େ ୮ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚତ୍ବାକୁ କୁହାଯାଇଛି। ସେହିପରି ୮ଟା ୪୫ ସୁଦ୍ଧା ପରୀକ୍ଷା ହଲ୍‌ରେ ବସିବାକୁ ପଡ଼ିବ। ଛାତ୍ରୀଛାତ୍ରଙ୍କୁ ୮ଟା ୫୦ରେ ଉତ୍ତର ଖାତା ଏବଂ ୮ଟା ୫୫ରେ ପ୍ରଶ୍ନପତ୍ର ଦିଆଯିବ। ଆସନ୍ତା ୯ ତାରିଖରୁ ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଆରମ୍ଭ ହେବ ଏବଂ ପ୍ରଥମଦିନ ଇଂଲିଶ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ: ଦେଲେ ଚେତାବନୀ, ବିଡିଓଙ୍କ ବଦଳି ନ ହେବା ପର୍ଯ୍ୟନ୍ତ…

ଖୋର୍ଦ୍ଧା,୧୦।୨(ପ୍ରଭାତ ପାଣିଗ୍ରାହୀ) : ବୋଲଗଡ ବିଡିଓ ବିବାଦକୁ ନେଇ ବଢିଲା ଜନ ଅସନ୍ତୋଷ । ବିଡିଓ ସୁମନ ସୁଦ୍ଧା କୁଣ୍ଡୁ ଗତ ସାଧାରଣତନ୍ତ୍ର ଦିବସରେ ଅନୁପସ୍ଥିତ ରହିବାକୁ…

ଅଭଦ୍ର କହିଦେଲେ ସିଏସ୍‌ଓ: ରାଗିକି ପଞ୍ଚମ ହେଲେ ଚାଷୀ,ଜବାବ ମାଗିଲେ ସରପଞ୍ଚ

ବାଲେଶ୍ବର,୧୦।୨(ବାଞ୍ଛାନିଧି ଦେ): ବାଲେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ଚାଷୀଙ୍କୁ ‘ଅଭଦ୍ର’ କହିବା ଅଭିଯୋଗରେ ମଙ୍ଗଳବାର ଚାଷୀମାନେ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଜିଲା ମୁଖ୍ୟ…

ଜାମିନ ପାଇବା ପରେ ନିଶାଙ୍କ ବଡ଼ ପ୍ରତିକ୍ରିୟା, କହିଲେ ମୁଁ ଆଉ…

ବଲାଙ୍ଗୀର,୧୦।୨(ସୁନିଲ କୁମାର ମହାନ୍ତି): ଜାମିନ ପାଇବା ପରେ ନିଶା ମହାରଣା ବିସ୍ଫୋରକ ବୟାନ ଦେଇ କହିଛନ୍ତି, ମୁଁ ପୁଣି ମଞ୍ଚ ଚଢ଼ିବି। କୌଣସି ମଞ୍ଚରେ ଅଶ୍ଳୀଳ ନୃତ୍ୟ…

‘ଜଙ୍ଗଲ ନିଆଁକୁ ରୋକିବାକୁ ହେଲେ ସମସ୍ତଙ୍କ ସହଯୋଗ ଲୋଡ଼ା’, ସଭାରେ ଯୋଗ ଦେଇ ଉପଜିଲାପାଳ କହିଲେ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ପକ୍ଷରୁ ମଙ୍ଗଳବାର ବନଖଣ୍ଡସ୍ତରୀୟ ବନାଗ୍ନି ପ୍ରଶମନ ଓ ପରିଚାଳନା ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି ।…

ରାଜପଥରେ ବିତୁଛି  ଜୀବନ: ୭ଶହ ବର୍ଷର କୌଳିକ ବୃତ୍ତିକୁନେଇ ଘର ଚଳାଉଛନ୍ତି ବଚିଲାଲ 

କେସିଙ୍ଗା,୧୦।୨(ତୁମେଶ୍ୱର ସାହୁ):ରାଜସ୍ତାନରୁ ଓଡ଼ିଶା ଆସି  ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ଖରା ବର୍ଷାରେ ଜାତୀୟ ରାଜପଥ ପାର୍ଶ୍ୱରେ କୌଳିକ ବୃତ୍ତିକୁ ଆପଣେଇଛନ୍ତି ବଚିଲାଲ ଲୁହାର। କଳାହାଣ୍ଡି ଜିଲା…

ଭାରତ ସହିତ ଖେଳିବାକୁ ପାକିସ୍ତାନ ରାଜି ହେବା ପରେ ରାତାରାତି ଦ୍ୱିଗୁଣିତ ହୋଇଗଲା ଫ୍ଲାଇଟ୍‌ ଟିକେଟ୍‌ ଦାମ୍‌

ନୂଆଦିଲ୍ଲୀ,୧୦।୨: ICC ସହିତ ଏକ ବୈଠକ ପରେ, ପାକିସ୍ତାନ କ୍ରିକେଟ ବୋର୍ଡ ୨୦୨୬ ଟି୨୦ ବିଶ୍ୱକପରେ ଭାରତ ସହିତ ଖେଳିବାକୁ ରାଜି ହୋଇଛି। ମ୍ୟାଚ ୧୫ ଫେବୃଆରୀରେ…

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କଲା ସିପିଆଇ, ଏହି ସବୁ ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୧୦।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ପୂରଣ ପାଇଁ ବିକ୍ଷୋଭ ପ୍ରଦର୍ଶନ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଆୟୁଷ ଡାକ୍ତରଙ୍କ ବଢ଼ିଲା ଦରମା, ଏକାଥରକେ ବଢିଗଲା ଏତେ…

ଭୁବନେଶ୍ୱର,୧୦।୨: NHMରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରଙ୍କ ଦରମା ବଢ଼ିଲା। ଏନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି ହୋଇଛି। ବରିଷ୍ଠତା ଭିତ୍ତିରେ ୨୦ ହଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri