୧୭ରୁ ଷ୍ଟକ୍‌ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବ ଏଲ୍‌ଆଇସି

ନୂଆଦିଲ୍ଲୀ,୨୮ା୪: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ପ୍ରାରମ୍ଭିକ ସର୍ବସାଧାରଣ ଅଫର(ଆଇପିଓ) ଆସନ୍ତା ୪ତାରିଖରୁ ଖୋଲିବ। ଏହା ମେ ୯ ତାରିଖରେ ବନ୍ଦ ହେବ। ଜନସାଧାରଣଙ୍କ ପାଇଁ ପ୍ରାରମ୍ଭିକ ଏହାର ଶେୟାର ମୂଲ୍ୟ ୯୦୨ ରୁ ୯୪୯ ଟଙ୍କା ରଖାଯିବା ସହ ବୀମାଧାରୀଙ୍କୁ ୬୦ଟଙ୍କା ଓ ଖୁଚୁରା ନିବେଶକାରୀଙ୍କ ପାଇଁ ୪୫ଟଙ୍କାର ରିହାତି ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆଇପିଓ ବନ୍ଦ ହେବାର ସପ୍ତାହକ ପରେ ମେ’ ୧୭ତାରିଖଠାରୁ ଏହା ଷ୍ଟକ୍‌ ଏକ୍ସଚେଞ୍ଜ ତାଲିକାଭୁକ୍ତ ହେବ ବୋଲି ଡିପାର୍ଟମେଣ୍ଟ ଅଫ୍‌ ଇନ୍‌ଭେଷ୍ଟମେଣ୍ଟ ଆଣ୍ଡ୍‌ ପବ୍ଲିକ୍‌ ଆସେଟ୍‌ ମ୍ୟାନେଜ୍‌ମେଣ୍ଟ (ଦିପମ୍‌)ର ସଚିବ ତୁହିନ ପାଣ୍ଡେ ବୁଧବାର ସୂଚନା ଦେଇଛନ୍ତି।
ଇସ୍ୟୁ ଆକାରକୁ ଛୋଟ କରି ଦିଆଯାଇଥିଲେ ମଧ୍ୟ ଏଲ୍‌ଆଇସି ଆଇପିଓ ଦେଶର ସର୍ବବୃହfd ଆଇପିଓରେ ଗଣା ହେବ ଏବଂ ଆଇପିଓରେ ଉତ୍ତମ ଖୁଚୁରା ଭାଗୀଦାରି ରହିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଏହାଛଡ଼ା କ୍ୟାପିଟାଲ୍‌ ବଜାରର ପ୍ରତିକୂଳ ପରିସ୍ଥିତିକୁ ନଜରରେ ରଖିଲେ ଏହି ଆଇପିଓର ଆକାର ଠିକ୍‌ ରହିଛି। ଏଲ୍‌ଆଇସି ଆଇପିଓରେ ନିବେଶକଙ୍କୁ ସର୍ବନିମ୍ନ ୧୫ସଂଖ୍ୟକ ଇକ୍ୱିଟି ଶେୟାର ପାଇଁ ନିବେଶ କରିବାକୁ ପଡ଼ିବ। ଆଇପିଓ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା କେନ୍ଦ୍ର ସରକାରଙ୍କ ବିତ୍ତ ମନ୍ତ୍ରଣାଳୟ ମାଧ୍ୟମରେ କାର୍ଯ୍ୟ କରି ୨୨କୋଟି୧୩ଲକ୍ଷ ୭୪ହଜାର ୯୨୦ଟି ଇକ୍ୱିଟି ଶେୟାରକୁ ଅଫର-ଫର-ସେଲ୍‌ (ଓଏଫ୍‌ଏସ୍‌)ର ସୁଯୋଗ ଦେଉଛି। ଏଲ୍‌ଆଇସିର ଇସ୍ୟୁ ଦରରେ ପଲିସିଧାରକ, ଖୁଚୁରା ନିବେଶକାରୀ ଏବଂ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ଆରକ୍ଷଣ ବ୍ୟବସ୍ଥା ରହିଛି। ଏହାର ଫ୍ଲୋର୍‌ ପ୍ରାଇସ୍‌, ଇକ୍ୱିଟି ଶେୟାରର ଫେସ୍‌ ଭାଲ୍ୟୁର ୯୦.୨ ଗୁଣା ଏବଂ କ୍ୟାପ୍‌ ପ୍ରାଇସ୍‌, ଇକ୍ୱିଟି ଶେୟାରରେ ଫେସ୍‌ ଭାଲ୍ୟୁ ୯୪.୯ ଗୁଣା ଅଟେ ବୋଲି ପାଣ୍ଡେ ଏକ ଗଣମାଧ୍ୟମ ସାକ୍ଷାତକାରରେ କହିଛନ୍ତି।
ସୂଚନାଯୋଗ୍ୟ, ଏଲ୍‌ଆଇସି ପକ୍ଷରୁ ଫେବୃୟାରୀରେ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ଜମା କରାଯାଇଥିଲା। ପ୍ରଥମେ ସରକାର ଏଥିରେ ୫% ଅଂଶଧନ ବିକ୍ରି ପାଇଁ ଯୋଜନା କରିଥିବା ବେଳେ ବର୍ତ୍ତମାନ ଏହାକୁ ହ୍ରାସ କରି ୩.୫% କରି ଦେଇଛନ୍ତି। ଏଲ୍‌ଆଇସି ବୋର୍ଡ ପକ୍ଷରୁ ଏପ୍ରିଲ ୨୩ରେ ଏହାକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ସରକାର ଏଥିରେ ୨୧,୦୦୦ କୋଟି ଟଙ୍କାର ଅଂଶଧନ ବିକ୍ରି କରିବେ। ଏହି ହିସାବରେ କମ୍ପାନୀର ମୋଟ୍‌ ଭାଲ୍ୟୁଏଶନ ୬ଲକ୍ଷ କୋଟି ରହିଛି। ୧୯୫୬ ସେପ୍ଟେମ୍ବର ୧ରେ ୨୪୫ଟି ଘରୋଇ ଜୀବନ ବୀମା କମ୍ପାନୀ ମିଶ୍ରଣରେ ଏଲ୍‌ଆଇସି ପ୍ରତିଷ୍ଠା ହୋଇଥିଲା। ଏହାର ପ୍ରାରମ୍ଭିକ ପୁଞ୍ଜି ୫କୋଟି ରହିଥିଲା। ବର୍ତ୍ତମାନ ବିଶ୍ୱସ୍ତରରେ ଏଲ୍‌ଆଇସି ୫ମ ବୃହତ୍‌ ବୀମା କମ୍ପାନୀ ଭାବେ କାର୍ଯ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?