୧୭ରୁ ଷ୍ଟକ୍‌ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବ ଏଲ୍‌ଆଇସି

ନୂଆଦିଲ୍ଲୀ,୨୮ା୪: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ପ୍ରାରମ୍ଭିକ ସର୍ବସାଧାରଣ ଅଫର(ଆଇପିଓ) ଆସନ୍ତା ୪ତାରିଖରୁ ଖୋଲିବ। ଏହା ମେ ୯ ତାରିଖରେ ବନ୍ଦ ହେବ। ଜନସାଧାରଣଙ୍କ ପାଇଁ ପ୍ରାରମ୍ଭିକ ଏହାର ଶେୟାର ମୂଲ୍ୟ ୯୦୨ ରୁ ୯୪୯ ଟଙ୍କା ରଖାଯିବା ସହ ବୀମାଧାରୀଙ୍କୁ ୬୦ଟଙ୍କା ଓ ଖୁଚୁରା ନିବେଶକାରୀଙ୍କ ପାଇଁ ୪୫ଟଙ୍କାର ରିହାତି ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆଇପିଓ ବନ୍ଦ ହେବାର ସପ୍ତାହକ ପରେ ମେ’ ୧୭ତାରିଖଠାରୁ ଏହା ଷ୍ଟକ୍‌ ଏକ୍ସଚେଞ୍ଜ ତାଲିକାଭୁକ୍ତ ହେବ ବୋଲି ଡିପାର୍ଟମେଣ୍ଟ ଅଫ୍‌ ଇନ୍‌ଭେଷ୍ଟମେଣ୍ଟ ଆଣ୍ଡ୍‌ ପବ୍ଲିକ୍‌ ଆସେଟ୍‌ ମ୍ୟାନେଜ୍‌ମେଣ୍ଟ (ଦିପମ୍‌)ର ସଚିବ ତୁହିନ ପାଣ୍ଡେ ବୁଧବାର ସୂଚନା ଦେଇଛନ୍ତି।
ଇସ୍ୟୁ ଆକାରକୁ ଛୋଟ କରି ଦିଆଯାଇଥିଲେ ମଧ୍ୟ ଏଲ୍‌ଆଇସି ଆଇପିଓ ଦେଶର ସର୍ବବୃହfd ଆଇପିଓରେ ଗଣା ହେବ ଏବଂ ଆଇପିଓରେ ଉତ୍ତମ ଖୁଚୁରା ଭାଗୀଦାରି ରହିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଏହାଛଡ଼ା କ୍ୟାପିଟାଲ୍‌ ବଜାରର ପ୍ରତିକୂଳ ପରିସ୍ଥିତିକୁ ନଜରରେ ରଖିଲେ ଏହି ଆଇପିଓର ଆକାର ଠିକ୍‌ ରହିଛି। ଏଲ୍‌ଆଇସି ଆଇପିଓରେ ନିବେଶକଙ୍କୁ ସର୍ବନିମ୍ନ ୧୫ସଂଖ୍ୟକ ଇକ୍ୱିଟି ଶେୟାର ପାଇଁ ନିବେଶ କରିବାକୁ ପଡ଼ିବ। ଆଇପିଓ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା କେନ୍ଦ୍ର ସରକାରଙ୍କ ବିତ୍ତ ମନ୍ତ୍ରଣାଳୟ ମାଧ୍ୟମରେ କାର୍ଯ୍ୟ କରି ୨୨କୋଟି୧୩ଲକ୍ଷ ୭୪ହଜାର ୯୨୦ଟି ଇକ୍ୱିଟି ଶେୟାରକୁ ଅଫର-ଫର-ସେଲ୍‌ (ଓଏଫ୍‌ଏସ୍‌)ର ସୁଯୋଗ ଦେଉଛି। ଏଲ୍‌ଆଇସିର ଇସ୍ୟୁ ଦରରେ ପଲିସିଧାରକ, ଖୁଚୁରା ନିବେଶକାରୀ ଏବଂ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ଆରକ୍ଷଣ ବ୍ୟବସ୍ଥା ରହିଛି। ଏହାର ଫ୍ଲୋର୍‌ ପ୍ରାଇସ୍‌, ଇକ୍ୱିଟି ଶେୟାରର ଫେସ୍‌ ଭାଲ୍ୟୁର ୯୦.୨ ଗୁଣା ଏବଂ କ୍ୟାପ୍‌ ପ୍ରାଇସ୍‌, ଇକ୍ୱିଟି ଶେୟାରରେ ଫେସ୍‌ ଭାଲ୍ୟୁ ୯୪.୯ ଗୁଣା ଅଟେ ବୋଲି ପାଣ୍ଡେ ଏକ ଗଣମାଧ୍ୟମ ସାକ୍ଷାତକାରରେ କହିଛନ୍ତି।
ସୂଚନାଯୋଗ୍ୟ, ଏଲ୍‌ଆଇସି ପକ୍ଷରୁ ଫେବୃୟାରୀରେ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ଜମା କରାଯାଇଥିଲା। ପ୍ରଥମେ ସରକାର ଏଥିରେ ୫% ଅଂଶଧନ ବିକ୍ରି ପାଇଁ ଯୋଜନା କରିଥିବା ବେଳେ ବର୍ତ୍ତମାନ ଏହାକୁ ହ୍ରାସ କରି ୩.୫% କରି ଦେଇଛନ୍ତି। ଏଲ୍‌ଆଇସି ବୋର୍ଡ ପକ୍ଷରୁ ଏପ୍ରିଲ ୨୩ରେ ଏହାକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ସରକାର ଏଥିରେ ୨୧,୦୦୦ କୋଟି ଟଙ୍କାର ଅଂଶଧନ ବିକ୍ରି କରିବେ। ଏହି ହିସାବରେ କମ୍ପାନୀର ମୋଟ୍‌ ଭାଲ୍ୟୁଏଶନ ୬ଲକ୍ଷ କୋଟି ରହିଛି। ୧୯୫୬ ସେପ୍ଟେମ୍ବର ୧ରେ ୨୪୫ଟି ଘରୋଇ ଜୀବନ ବୀମା କମ୍ପାନୀ ମିଶ୍ରଣରେ ଏଲ୍‌ଆଇସି ପ୍ରତିଷ୍ଠା ହୋଇଥିଲା। ଏହାର ପ୍ରାରମ୍ଭିକ ପୁଞ୍ଜି ୫କୋଟି ରହିଥିଲା। ବର୍ତ୍ତମାନ ବିଶ୍ୱସ୍ତରରେ ଏଲ୍‌ଆଇସି ୫ମ ବୃହତ୍‌ ବୀମା କମ୍ପାନୀ ଭାବେ କାର୍ଯ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଗୁଡୁଛି ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସ୍ୱାସ୍ଥ୍ୟାବସ୍ଥା

ଗୁଆହାଟି,୨୨ ।୧୧: ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସ୍ୱାସ୍ଥ୍ୟାବସ୍ଥା ବେଳକୁ ବେଳ ବିଗିଡିବାରେ ଲାଗିଛି । ଏଏନ୍‌ଆଇର ରିପୋର୍ଟ ଅନୁଯାୟୀ, ଏବେ ସେ ଭେଣ୍ଟିଲେଟରରେ...

ସିଏଏକୁ ନେଇ ରାହୁଲଙ୍କୁ ଟାର୍ଗେଟ କଲେ ଶାହା

ଶିମ୍‌ଲା,୨୭।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ଏବେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଗଲାଣି। ବିରୋଧୀ କଂଗ୍ରେସ...

ଖଲିସ୍ତାନ ସମର୍ଥକ ଅମୃତପାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଚଣ୍ଡିଗଡ଼,୨୧।୩: ଖାଲିସ୍ତାନ ସମର୍ଥକ ଅମୃତପାଲ ସିଂ ଏବଂ ତାଙ୍କ ଘନିଷ୍ଠ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଇତିମଧ୍ୟରେ ପଞ୍ଜାବ ସରକାର ଅମୃତପାଲଙ୍କ ବିରୋଧରେ ଜାତୀୟ...

ମରଣୋତ୍ତର ଭାବେ ‘କର୍ନାଟକ ରତ୍ନ’ରେ ସମ୍ମାନୀତ ହେବେ ଅଭିନେତା ପୁନିଥ ରାଜକୁମାର

ବେଙ୍ଗାଲୁରୁ,୬ ।୮: କନ୍ନଡ ଅଭିନେତା ପୁନିଥ ରାଜକୁମାର ଆମ ଗହଣରେ ନାହନ୍ତି ସତ, ହେଲେ ତାଙ୍କ ଫିଲ୍ମ ମାଧ୍ୟମରେ ସେ ଦର୍ଶକଙ୍କ ମନରେ ଅଭୁଲା ହୋଇ...

ଶାହାଙ୍କ ବୈଠକରେ ଲେଖାଯାଇଥିଲା ପିଏଫଆଇ ସର୍ଜିକାଲ ଷ୍ଟ୍ରାଇକ୍‌ର କାହାଣୀ…

ନୂଆଦିଲ୍ଲୀ, ୨୨।୯ : ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ବିରୋଧରେ କେନ୍ଦ୍ରର ବିଭିନ୍ନ ଏଜେନ୍ସି ଏକ ବଡ ପଦକ୍ଷେପ ନେଇଛନ୍ତି। ପ୍ରକାଶ ଯେ, ଦେଶର...

ଚା’ ବଗିଚା ମହିଳା କର୍ମଚାରୀଙ୍କୁ ରାଷ୍ଟ୍ରପତିଙ୍କ ପ୍ରଶ୍ନ, ମୁଖ୍ୟମନ୍ତ୍ରୀଙ୍କୁ ଚିହ୍ନଛ କି ନାହିଁ ?…

ଅଗରତାଲା,୧୨।୧୦ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ତାଙ୍କର ପ୍ରଥମ ଦୁଇ ଦିନିଆ ଗସ୍ତରେ ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରାରେ ପହଞ୍ଚିବା ପରେ ପଶ୍ଚିମ ତ୍ରିପୁରା ଜିଲାର...

ବାଲ୍ୟବିବାହ କରିଥିବା ୩ ଭଉଣୀଙ୍କ ସମେତ ୫ ଜଣଙ୍କୁ ହତ୍ୟା

ଜୟପୁର,୨୯।୫: ରାଜସ୍ଥାନ ଜୟପୁର ଜିଲାର ଡୁଡୁ ସହରରେ ଥିବା ଏକ କୂଅରୁ ୩ ମହିଳା ଓ ୨ ଶିଶୁଙ୍କ ମୃତଦେହ ମିଳିଛି। ସେମାନଙ୍କୁ ଯୌତୁକ ପାଇଁ...

୨୪ ଦିନରେ ବଳାତ୍କାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଜୟପୁର, ୨୩।୧୦: ରାଜସ୍ଥାନରେ ଜଣେ ୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ମାମଲାର ବିଚାର ୨୪ ଦିନ ମଧ୍ୟରେ ଶେଷ ହୋଇଛି। ସ୍ବତନ୍ତ୍ର କୋର୍ଟ...

Advertisement
Archives

Model This Week