ଆଇପିଏଲ୍‌ରେ ପ୍ରତି ୫ ଦିନରେ ଖେଳାଳିଙ୍କ କରୋନା ଟେଷ୍ଟ

ନୂଆଦିଲ୍ଲୀ,୪।୮(ପି.ଟି.): କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ ହେବାକୁ ଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସ୍ବତନ୍ତ୍ର ଡ୍ରାଫ୍ଟ ପ୍ରସ୍ତୁତ କରିଛି। ଏହି ଡ୍ରାଫ୍ଟ ଅନୁସାରେ ୟୁଏଇରେ ଟ୍ରେନିଂ ଆରମ୍ଭ କରିବା ପୂର୍ବରୁ ଭାରତୀୟ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ମାନଙ୍କ୍‌ୁ କୋଭିଡ୍‌-୧୯ ଟେଷ୍ଟରେ ଅତିକମ୍‌ରେ ୫ଥର ନେଗେଟିଭ୍‌ ହେବାକୁ ପଡିବ। ଏହାପରେ ଆଇପିଏଲ୍‌ ଖେଳିବା ଅବସରରେ ଖେଳାଳିମାନଙ୍କୁ ପ୍ରତ୍ୟେକ ୫ ଦିନରେ ଏହି ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ।
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ଅଧିକାରୀଙ୍କ କହିବା ଅନୁସାରେ ପ୍ରତ୍ୟେକ ଭାରତୀୟ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ସେମାନଙ୍କ ଦଳ ସହ ୧୪ ଦିନିକିଆ କ୍ୱାରାଣ୍ଟାଇନ୍‌ରେ ଯିବାର ଗୋଟିଏ ସପ୍ତାହ ପୂର୍ବରୁ ୨୪ ଘଣ୍ଟା ଅନ୍ତରରେ ଦୁଇଥର କୋଭିଡ୍‌-୧୯ ଆରଟି- ପିସିଆର ଟେଷ୍ଟର ସମ୍ମୁଖୀନ ହେବାକୁ ପଡିବ। ଯଦି କୌଣସି ଖେଳାଳି ପଜିଟିଭ୍‌ ବୋଲି ଜଣାପଡନ୍ତି ତା’ହେଲେ ସେ ୧୪ ଦିନିଆ କ୍ୱାରାଣ୍ଟାଇନ୍‌କୁ ଯିବେ। କ୍ୱାରାଣ୍ଟାଇନ୍‌ ପରେ ତାଙ୍କର ୨୪ ଘଣ୍ଟା ଅନ୍ତରରେ ଆହୁରି ଦୁଇଥର କୋଭିଡ୍‌-୧୯ ଆରଟି- ପିସିଆର ଟେଷ୍ଟ ହେବ। ଏହାପରେ ଯଦି ସେ ନେଗେଟିଭ୍‌ ବୋଲି ଜଣାପଡ଼ନ୍ତି ତା’ହେଲେ ସେ ସେପ୍ଟେମ୍ବର ୧୯ରେ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ ଖେଳିବା ପାଇଁ ୟୁଏଇ ଯାତ୍ରା କରିବେ।


ପୁଣି ୟୁଏଇରେ ପହଞ୍ଚତ୍ବା ପରେ ସପ୍ତାହେ ବ୍ୟାପୀ କ୍ୱାରାଣ୍ଟାଇନ୍‌ ଅବଧିରେ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ୩ଟି ଟେଷ୍ଟରେ ନେଗେଟିଭ୍‌ ହେବାକୁ ପଡିବ। ଖେଳାଳିମାନେ ନେଗେଟିଭ୍‌ ବୋଲି ଜଣାପଡିବା ପରେ ସେମାନେ ବାୟୋ-ବବଲରେ ପ୍ରବେଶ କରିବେ ଓ ଏହାପରେ ଟ୍ରେନିଂ ଆରମ୍ଭ କରିବେ। ଦଳଗୁଡିକ ତରଫରୁ ପରାମର୍ଶ ମିଳିବା ପରେ ନିୟମରେ କିଛି ପରିବର୍ତ୍ତନ କରାଯିବ। କିନ୍ତୁ ଖେଳାଳି ଓ ଅନ୍ୟମାନଙ୍କ ସ୍ବାସ୍ଥ୍ୟଗତ ସୁରକ୍ଷାକୁ ଅଗ୍ରାଧିକାର ଦିଆଯିବ ବୋଲି ବିସିସିଆଇ ତରଫରୁ କୁହାଯାଇଛି। ୟୁଏଇରେ ପ୍ରଥମ ସପ୍ତାହରେ ଖେଳାଳି ଓ ଅଫିସିଆଲମାନେ କେହି କାହାରି ସହିତ ମିଶିପାରିବେ ନାହିଁ। ୩ ଥର ନେଗେଟିଭ ହେବା ପରେ ଯାଇ ଏମାନଙ୍କୁ ମିଶିବାକୁ ଅନୁମତି ଦିଆଯିବ।
ସେହିପରି ବିଦେଶୀ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ମାନେ ମଧ୍ୟ ୟୁଏଇ ପ୍ରସ୍ଥାନ କରିବା ପୂର୍ବରୁ ଦୁଇଥର କୋଭିଡ୍‌-୧୯ ଆରଟି- ପିସିଆର ଟେଷ୍ଟର ସମ୍ମୁଖୀନ ହେବେ। ଏଥିରେ ନେଗେଟିଭ୍‌ ହେଲେ ସେମାନେ ୟୁଏଇ ଯାତ୍ରା କରିବେ। କିନ୍ତୁ ଯଦି ନେଗେଟିଭ୍‌ ନ ହୁଅନ୍ତି ତା’ହେଲେ ଏମାନେ ୧୪- ଦିନର କ୍ୱାରାଣ୍ଟାଇନ୍‌ ଅବଧିରେ ରହିବେ। ଏହାପରେ ୨ଥର ଟେଷ୍ଟରେ ନେଗେଟିଭ୍‌ ହେଲେ ଏମାନେ ୟୁଏଇ ଯାତ୍ରା କରିପାରିବେ ବୋଲି ବିସିସିଆଇ ଅଧିକାରୀ ଜଣକ କହିଛନ୍ତି। ୟୁଏଇରେ କ୍ୱାରାଣ୍ଟାଇନ୍‌ ଅବଧିରେ ଖେଳାଳିମାନେ ପ୍ରଥମ, ତୃତୀୟ ଓ ଷଷ୍ଠ ଦିନ ପରୀକ୍ଷାର ସମ୍ମୁଖୀନ ହେବେ। ଏହି ପରୀକ୍ଷାରେ ନେଗେଟିଭ୍‌ ସାବ୍ୟସ୍ତ ହେଲେ ସବୁ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ମାନେ ୫୩ ଦିନ ଆଇପିଏଲ୍‌ ଖେଳିବା ଅବସରରେ ପ୍ରତ୍ୟେକ ୫ ଦିନରେ ପରୀକ୍ଷାର ସମ୍ମୁଖୀନ ହେବେ।
ବିସିସିଆଇର ଏହି ଟେଷ୍ଟିଂ ପ୍ରୋଟୋକଲକୁ ବାଦ୍‌ ଦେଲେ ଦଳଗୁଡିକ ସ୍ବତନ୍ତ୍ର ଭାବେ ନିଜର ଟେଷ୍ଟ କରିପାରିବେ। ଏହା ବ୍ୟତୀତ ୟୁଏଇ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ନିୟମ ଅନୁସାରେ ଅତିରିକ୍ତ ପରୀକ୍ଷା ମଧ୍ୟ କରାଯାଇପାରିବ। ଅଗଷ୍ଟ ୨୦ ତାରିଖ ପୂର୍ବରୁ କୌଣସି ଦଳକୁ ୟୁଏଇ ଯିବାକୁ ବାରଣ କରାଯାଇଛି। ଏହା ଫଳରେ ଦଳଗୁଡିକ ଆବଶ୍ୟକୀୟ କ୍ୱାରାଣ୍ଟାଇନ ଡ୍ରିଲ ଓ ଟେଷ୍ଟ କରିବେ।
ଖେଳାଳିଙ୍କ ପରିବାରବର୍ଗ ସାଥିରେ ଯିବା ନେଇ ବିସିସିଆଇ ଦଳଗୁଡିକୁ ସ୍ବାଧୀନତା ଦେଇଛି। ତେବେ ସମସ୍ତଙ୍କୁ କଡ଼ାକଡ଼ି ଭାବେ ନିୟମ ମାନିବାକୁ ହେବ ବୋର୍ଡ ତରଫରୁ ସ୍ପଷ୍ଟ କରାଯାଇଛି। ଜୈବ-ସୁରକ୍ଷିତ ପ୍ରୋଟୋକଲ ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କୁ ୭ ଦିନ ସେଲ୍ଫ ଆଇସୋଲେଶନରେ ରହିବାକୁ ହେବ। ଷଷ୍ଠ ଓ ସପ୍ତମ ଦିନରେ ସେମାନଙ୍କର ଦୁଇଟି ଟେଷ୍ଟ ହେବ ବୋଲି ଅଧିକାରୀ ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri