ଫିଟ୍‌ନେସ୍‌ବିହୀନ ସ୍କୁଲ ବସ୍‌ ଚଳାଇ ପିଲାଙ୍କ ଜୀବନ ସହ ଖେଳ

ଦାମନଯୋଡ଼ି/ପଟ୍ଟାଙ୍ଗି,୨୯ା୩(ମାନସ ରଞ୍ଜନ କର/ଶରତ ଧଳ): କୋରାପୁଟ ଜିଲାର ବିବାଦୀୟ କୋଟିଆ ଗଞ୍ଜେଇପଦରଠାରେ ଥିବା ସ୍ବତନ୍ତ୍ର ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ଆଦିବାସୀ ବର୍ଗର ଛାତ୍ରୀଛାତ୍ରଙ୍କ ଯାତାୟାତ ଲାଗି ଦାମନଯୋଡ଼ିସ୍ଥିତ ନାଲ୍‌କୋ ପକ୍ଷରୁ ବସ୍‌ (ଓଡି ୧୦ଡବ୍ଲ୍ୟୁ-୭୭୦୭) ସେବା ଯୋଗାଇ ଦିଆଯାଉଛି। ଏହି ବସ୍‌ରେ ନାଲ୍‌କୋ ଓ ନାଲ୍‌କୋ ଫାଉଣ୍ଡେଶନ ଲୋଗୋ ରହିଛି। ୨୦୨୨ ନଭେମ୍ବରରେ କୋରାପୁଟ ଜିଲା ପ୍ରଶାସନ ନିର୍ଦ୍ଦେଶରେ ଏହି ବିଦ୍ୟାଳୟକୁ ବସ୍‌ ପ୍ରଦାନ କରାଯାଇଥିଲା। ଏହି ସମୟରେ ନାଲ୍‌କୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁଶୀଲ ପାଢ଼ୀ, ତତ୍କାଳୀନ ପ୍ରଶାସନିକ ଅଧିକାରୀ ଅମରେନ୍ଦ୍ର ମିଶ୍ର, ଶୁଭଦର୍ଶିନୀ ସେନାପତିଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ବସ୍‌ ସେବାକୁ ଉଦ୍‌ଘାଟନ କରିଥିଲେ।
ତେବେ ଉକ୍ତ ବସ୍‌ଟିର ଇଞ୍ଜିନ ଓ ଚେସିସ୍‌ ନମ୍ବର ନକଲି(ଫେକ୍‌) ବୋଲି କୋରାପୁଟ ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ଚିଠି ନଂ. ୫୬୫,ତା୧୨ା୩/୨୦୨୪ ମାଧ୍ୟମରେ ଜଣାଇଥିଲେ। ଇତିମଧ୍ୟରେ ପରିବହନ ବିଭାଗ ଏହାର ରେଜିଷ୍ଟ୍ରେଶନ ସାର୍ଟିଫିକେଟ କ୍ୟାନ୍‌ସଲ କରି ଦେଇଛନ୍ତି। ଉକ୍ତ ବସ୍‌ର ଇନ୍‌ସ୍ୟୁରାନ୍ସ ଓ ପଲ୍ୟୁସନ ସମ୍ପର୍କିତ ଧାର୍ଯ୍ୟ ସମୟ ଶେଷ ହୋଇସାରିଛି। ଏପରି ଏକ ପ୍ରମାଣପତ୍ରବିହୀନ ବସ୍‌ରେ ସ୍କୁଲ ପିଲାଙ୍କୁ ବିଦ୍ୟାଳୟ ନେବା ଆଣିବା କରାଯାଉଛି। ଏହି ବସ୍‌ରେ ପିଲାଙ୍କୁ ନେବା ଆଣିବା ସମୟରେ ଯଦି କୌଣସି ଅଘଟଣ ଘଟେ ଏଥିପାଇଁ କିଏ ଦାୟୀ ରହିବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯେଉଁ କୋଟିଆ ସମଗ୍ର ରାଜ୍ୟ ତଥା ଦେଶରେ ସୀମା ବିବାଦ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ସେହି ସମ୍ବେଦନଶୀଳ କୋଟିଆ ଅଞ୍ଚଳର ଆଦିବାସୀ ପିଲାଙ୍କ ଜୀବନ ସହ ଖେଳ ଖେଳାଯାଉଥିବା ଅଭିଯୋଗ ହେଉଛି। ତେବେ ପାଖାପାଖି ୨ ବର୍ଷରୁ ଊର୍ଦ୍ଧ୍ୱ ଏଭଳି ପ୍ରମାଣପତ୍ରବିହୀନ ବସ୍‌ ସେବା ଯୋଗାଇବାରେ ନାଲ୍‌କୋର କି ଉଦ୍ଦେଶ୍ୟ ରହିଛି ଏବଂ ଏ ବାବଦରେ କୋଟି କୋଟି ଟଙ୍କା ହଡ଼ପ କରାଯାଇଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଏ ଦିଗରେ ଜିଲା ପ୍ରଶାସନ ଓ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ନାଲ୍‌କୋର ମହାପ୍ରବନ୍ଧକ ସରୋଜ କୁମାର ନାଥଙ୍କୁ ପଚାରିବାରୁ ସେ କହିଲେ, ୨୦୨୨ରୁ ଏହି ବସ୍‌ କୋଟିଆ ପାଇଁ ଚାଲିଛି। ଆଉ ମାତ୍ର ୨ଦିନ ପରେ ଟେଣ୍ଡର ସରିଯିବ। ବସ୍‌ ଚଳାଚଳ ବନ୍ଦ ହୋଇଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri