ଭସାଣିରେ ସିନ୍ଦୂର ଖେଳ

ବାରିପଦା ଅଫିସ,୨୬ା୯: ଦୁଇ ବର୍ଷର ଉତ୍କଣ୍ଠା ଓ ପ୍ରତୀକ୍ଷାର ଅନ୍ତ ପରେ ଚଳିତ ବର୍ଷ ଜଗତଜନନୀ ମା’ ଦୁର୍ଗାଙ୍କ ପୂଜା ଉତ୍ସବ ଧୂମ୍‌ଧାମରେ ପାଳନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଧରାପୃଷ୍ଠକୁ ମା’ଙ୍କ ଆଗମନ ନେଇ ପୁରପଲ୍ଲୀ ଉତ୍ସବ ମୁଖର ହେବାରେ ଲାଗିଲାଣି। ମୟୂରଭଞ୍ଜ ଜିଲା ସଦର ମହକୁମା ବାରିପଦାର ବିଭିନ୍ନ ପୂଜା ମଣ୍ଡପରେ ପ୍ରସ୍ତୁତି ଆଗେଇ ଚାଲିଥିବା ବେଳେ ଶହୀଦ ପଡ଼ିଆ ପୂଜା କମିଟିର ସ୍ବାତନ୍ତ୍ରତା ରହିଛି। ଏଠାରେ ଦଶହରାରେ ମହିଳାଙ୍କ ଦ୍ୱାରା ସିନ୍ଦୂର ଖେଳ ଭିନ୍ନ ପରମ୍ପରା ପାଲଟିିଛି।
ରାଜ ପରିବାର ପକ୍ଷରୁ ବାରିପଦାସ୍ଥିତ ରାଜବାଟୀରେ ପ୍ରଥମେ ଦୁର୍ଗାପୂଜା ହୋଇଆସୁଥିଲା। ତତ୍କାଳୀନ ମହାରାଜାଙ୍କ ଆଦେଶ କ୍ରମେ ୧୯୩୪ରେ ଶହୀଦ ପଡ଼ିଆରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା। ସ୍ବର୍ଗତ ଆନନ୍ଦ ଶଙ୍କର ମଜୁମଦାର, ବ୍ରଜ ଗୋପାଲ ଘୋଷାଲ ଓ ଅନୁକୂଳ ଚାଟାର୍ଜୀଙ୍କ ଉଦ୍ୟମରେ ପୂଜା ଆରମ୍ଭ ହୋଇଥିଲା। ପ୍ରଥମ ବର୍ଷ ପୂଜା ମଣ୍ଡପରେ ଖୁଣ୍ଟ ପୋତି ଚାଳଘରେ ଆରମ୍ଭ କରାଯାଇଥିବା ବେଳେ ବର୍ତ୍ତମାନ ସ୍ବତନ୍ତ୍ର ମଣ୍ଡପରେ ମା’ଙ୍କୁ ପୂଜା କରାଯାଉଛି। ପଶ୍ଚିମବଙ୍ଗ କୁମାରତୁଲ୍ଲୀରୁ ଛୋଟ ଛୋଟ ମୂର୍ତ୍ତି ଅଣାଯାଇ ପୂଜା ହେଉଥିବା ବେଳେ ପରବର୍ତ୍ତୀ ସମୟରେ ସେଠାକାର କାରିଗର ପୂଜାର ଦୁଇମାସ ପୂର୍ବରୁ ଆସି ମୂର୍ତ୍ତି ନିର୍ମାଣ କରୁଥିଲେ। ବଙ୍ଗଳା ପାଞ୍ଜି ଅନୁଯାୟୀ ପୂଜାର ନିର୍ଘଣ୍ଟ ତଥା ବଙ୍ଗାଳି ବ୍ରାହ୍ମଣ ଓ ଚଣ୍ଡିପାଠକଙ୍କ ଦ୍ୱାରା ପୂଜା କାର୍ଯ୍ୟ ହେଉଛି। ଚଳିତ ବର୍ଷ କଲଚରାଲ ଆସୋସିଏସନ ଆନୁକୂଲ୍ୟରେ ୪ଶହରୁ ଊର୍ଦ୍ଧ୍ୱ ସଦସ୍ୟଙ୍କ ସହଭାଗିତାରେ ପୂଜା ଅନୁଷ୍ଠିତ ହେଉଛି। ଏହି ପୂଜା ୮୯ବର୍ଷରେ ପଦାର୍ପଣ କରିଥିବା ବେଳେ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆଗେଇ ଚାଲିଛି। ଦଶହରା ବା ଭସାଣି ଦିନ ମହିଳାମାନେ ମା’ଙ୍କୁ ପାନପତ୍ରରେ ବରଣ କରି ମେଲାଣି ଦେଇଥାନ୍ତି। ମା’ଙ୍କୁ ସିନ୍ଦୂର ଲଗାଇବା ପରେ ସେହି ସିନ୍ଦୂରକୁ ପରସ୍ପର ମଧ୍ୟରେ ଲଗାଇଥାନ୍ତି। ଦେବୀଙ୍କୁ ବିସର୍ଜନ ଦେବାକୁ ନେବା ସମୟରେ ରାସ୍ତା ପାର୍ଶ୍ୱରେ ଥିବା ଶ୍ରଦ୍ଧାଳୁମାନଙ୍କୁ ଲଡୁ ବଣ୍ଟନ କରାଯାଇଥାଏ।
ବର୍ଷ କମିଟିର ସଭାପତି ସଜ୍ଜଲ ମୌଳିକ କହନ୍ତି, ପୂଜାର ବ୍ୟୟ ଅଟକଳର ସିଂହଭାଗ ଖର୍ଚ୍ଚ ଅନ୍ନଭୋଗ ବଣ୍ଟନରେ ହୋଇଥାଏ। ହଜାର ହଜାର ଲୋକେ ପ୍ରସାଦ ସେବନ କରିଥାନ୍ତ। ପୂଜା କାର୍ଯ୍ୟରେ ସମସ୍ତଙ୍କ ସହଯୋଗ ଓ ସହଭାଗିତା ରହୁଥିବାରୁ ଦୀର୍ଘ ଦିନର ପୂଜା ଶାନ୍ତିଶୃଙ୍ଖଳାର ସହ ପାଳିତ ହେଉଛି। ୭ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଚଳିତ ବର୍ଷ ମା’ଙ୍କ ପୂଜାକାର୍ଯ୍ୟ ପାଇଁ ସମ୍ପାଦକ ଅଜିତ କୁମାର ଦଳେଇ ଓ କୋଷାଧ୍ୟକ୍ଷ ସୁଦୀପ୍ତ ମୌଳିକଙ୍କ ସମେତ କମିଟିର କର୍ମକର୍ତ୍ତାମାନେ ମାସକ ପୂର୍ବରୁ ପୂଜା ପ୍ରସ୍ତୁତିକୁ ଆଗେଇ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri