ପ୍ଲାଷ୍ଟିକ୍‌ ମୁକ୍ତହେବ ଇକୋ ସେନ୍‌ସିଟିଭ୍‌ ଜୋନ୍‌

ଢେଙ୍କାନାଳ ଅଫିସ, ୧୮।୧୧: ପ୍ଲାଷ୍ଟିକମୁକ୍ତ ହେବ ଢେଙ୍କାନାଳ ଜିଲାର ଇକୋ ସେନ୍‌ସିଟିଭ୍‌ ଜୋନ୍‌ (ସମ୍ବେଦନଶୀଳ ପରିବେଶ ଅଞ୍ଚଳ)। କପିଳାସ ଅଭୟାରଣ୍ୟ ସୀମାଠାରୁ ୫୦୦ ମିଟର ସମେତ ବିଭିନ୍ନ ସ୍ଥାନରେ ଘୋଷଣା କରାଯାଇଥିବା ମୋଟ ୧୩ କିଲୋମିଟର ଅଞ୍ଚଳକୁ ସଫାସୁତରା ରଖିବାକୁ ବନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଏସବୁ ସ୍ଥାନରେ ପ୍ଲାଷ୍ଟିକ, ପଲିଥିନ, ଥର୍ମୋକୁଲ ଏବଂ ପରିବେଶକୁ କ୍ଷତି ପହଞ୍ଚାଉଥିବା ବର୍ଜ୍ୟବସ୍ତୁ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ଜିଲା ବନ ବିଭାଗ ପକ୍ଷରୁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କପିଳାସରୁ ବୁଧବାରଠାରୁ ଗଣସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସମ୍ପୃକ୍ତ ଅଞ୍ଚଳବାସୀ, ବ୍ୟବସାୟୀ ଏବଂ ପର୍ଯ୍ୟଟକଙ୍କୁ ମାସେ ଧରି ସଚେତନ କରାଯିବ। ଏହାପରେ କଟକଣା ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ସରୋଜ କୁମାର ସେଠୀ କହିଛନ୍ତି। ଏହି ଅବସରରେ କପିଳାସ ପାଦଦେଶରେ ଥିବା ବ୍ୟବସାୟୀଙ୍କୁ ପ୍ଲାଷ୍ଟିକ୍‌ ବ୍ୟବହାର ନ କରିବାକୁ ଜିଲାପାଳ ନିବେଦନ କରିଥିଲେ।
ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନି କହିଲେ, ଜଙ୍ଗଲ ଅବବାହିକାରେ ଜମା ହେଉଥିବା ବର୍ଜ୍ୟ ସାମଗ୍ରୀ ବନ୍ୟଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଖାଦ୍ୟ ଆଶାରେ ହରିଣ, ସମ୍ବର ଜନବସତି ମୁହଁା ହୋଇ କୁକୁର ଆକ୍ରମଣର ଶିକାର ହେଉଛନ୍ତି। ଆବର୍ଜନାରୁ ରୋଗ ବ୍ୟାପିବା ଆଶଙ୍କା ରହୁଛି। ତେଣୁ କପିଳାସ ପୀଠ, ଚିଡ଼ିଆଖାନା ପରିସର ସମେତ ଘୋଷଣା କରାଯାଇଥିବା ସମସ୍ତ ଇକୋ ସେନସିଟିଭ୍‌ ଜୋନ୍‌ରେ ପ୍ଲାଷ୍ଟିକ, ପଲିଥିନ ବ୍ୟବହାର ନିଷେଧ କରାଯାଇଛି। ପରିବେଶକୁ ଆବର୍ଜନାମୁକ୍ତ କରିବାକୁ ବିଭିନ୍ନ ସ୍ଥାନରେ ଡଷ୍ଟବିନ୍‌ ରଖାଯିବ। ଏଥିରେ ସ୍ଥାନୀୟ ଚନ୍ଦ୍ରଶେଖର ଜୀଉ କ୍ଲବର ସଦସ୍ୟ ଏବଂ ଅଞ୍ଚଳବାସୀ ସହାୟତା କରୁଛନ୍ତି ବୋଲି ଜିଲା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। କପିଳାସ ପାଦଦେଶରେ ଚନ୍ଦ୍ରଶେଖରଜୀଉଙ୍କ ଭବ୍ୟ ପ୍ରତିମୂର୍ତ୍ତି ସ୍ଥାପନ କରିବା, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସେଲ୍‌ଫି ପଏଣ୍ଟ ସ୍ଥାପନ କରିବା, ମାଙ୍କଡ଼ଙ୍କୁ ଖାଦ୍ୟ ପ୍ରଦାନ ଲାଗି ନିର୍ଦ୍ଦିଷ୍ଟ ସ୍ଥାନ ଧାର୍ଯ୍ୟ ଆଦି ବିଷୟରେ ଆଲୋଚନା ହୋଇଛି। ଅତିଥି ଭାବେ ପିଡି ଡିଆରଡିଏ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳଙ୍କ ସମେତ ବ୍ଲକ ପ୍ରଶାସନ, ପୋଲିସ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri