ପ୍ଲାଷ୍ଟିକ୍‌ ମୁକ୍ତହେବ ଇକୋ ସେନ୍‌ସିଟିଭ୍‌ ଜୋନ୍‌

ଢେଙ୍କାନାଳ ଅଫିସ, ୧୮।୧୧: ପ୍ଲାଷ୍ଟିକମୁକ୍ତ ହେବ ଢେଙ୍କାନାଳ ଜିଲାର ଇକୋ ସେନ୍‌ସିଟିଭ୍‌ ଜୋନ୍‌ (ସମ୍ବେଦନଶୀଳ ପରିବେଶ ଅଞ୍ଚଳ)। କପିଳାସ ଅଭୟାରଣ୍ୟ ସୀମାଠାରୁ ୫୦୦ ମିଟର ସମେତ ବିଭିନ୍ନ ସ୍ଥାନରେ ଘୋଷଣା କରାଯାଇଥିବା ମୋଟ ୧୩ କିଲୋମିଟର ଅଞ୍ଚଳକୁ ସଫାସୁତରା ରଖିବାକୁ ବନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଏସବୁ ସ୍ଥାନରେ ପ୍ଲାଷ୍ଟିକ, ପଲିଥିନ, ଥର୍ମୋକୁଲ ଏବଂ ପରିବେଶକୁ କ୍ଷତି ପହଞ୍ଚାଉଥିବା ବର୍ଜ୍ୟବସ୍ତୁ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ଜିଲା ବନ ବିଭାଗ ପକ୍ଷରୁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କପିଳାସରୁ ବୁଧବାରଠାରୁ ଗଣସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସମ୍ପୃକ୍ତ ଅଞ୍ଚଳବାସୀ, ବ୍ୟବସାୟୀ ଏବଂ ପର୍ଯ୍ୟଟକଙ୍କୁ ମାସେ ଧରି ସଚେତନ କରାଯିବ। ଏହାପରେ କଟକଣା ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ସରୋଜ କୁମାର ସେଠୀ କହିଛନ୍ତି। ଏହି ଅବସରରେ କପିଳାସ ପାଦଦେଶରେ ଥିବା ବ୍ୟବସାୟୀଙ୍କୁ ପ୍ଲାଷ୍ଟିକ୍‌ ବ୍ୟବହାର ନ କରିବାକୁ ଜିଲାପାଳ ନିବେଦନ କରିଥିଲେ।
ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନି କହିଲେ, ଜଙ୍ଗଲ ଅବବାହିକାରେ ଜମା ହେଉଥିବା ବର୍ଜ୍ୟ ସାମଗ୍ରୀ ବନ୍ୟଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଖାଦ୍ୟ ଆଶାରେ ହରିଣ, ସମ୍ବର ଜନବସତି ମୁହଁା ହୋଇ କୁକୁର ଆକ୍ରମଣର ଶିକାର ହେଉଛନ୍ତି। ଆବର୍ଜନାରୁ ରୋଗ ବ୍ୟାପିବା ଆଶଙ୍କା ରହୁଛି। ତେଣୁ କପିଳାସ ପୀଠ, ଚିଡ଼ିଆଖାନା ପରିସର ସମେତ ଘୋଷଣା କରାଯାଇଥିବା ସମସ୍ତ ଇକୋ ସେନସିଟିଭ୍‌ ଜୋନ୍‌ରେ ପ୍ଲାଷ୍ଟିକ, ପଲିଥିନ ବ୍ୟବହାର ନିଷେଧ କରାଯାଇଛି। ପରିବେଶକୁ ଆବର୍ଜନାମୁକ୍ତ କରିବାକୁ ବିଭିନ୍ନ ସ୍ଥାନରେ ଡଷ୍ଟବିନ୍‌ ରଖାଯିବ। ଏଥିରେ ସ୍ଥାନୀୟ ଚନ୍ଦ୍ରଶେଖର ଜୀଉ କ୍ଲବର ସଦସ୍ୟ ଏବଂ ଅଞ୍ଚଳବାସୀ ସହାୟତା କରୁଛନ୍ତି ବୋଲି ଜିଲା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। କପିଳାସ ପାଦଦେଶରେ ଚନ୍ଦ୍ରଶେଖରଜୀଉଙ୍କ ଭବ୍ୟ ପ୍ରତିମୂର୍ତ୍ତି ସ୍ଥାପନ କରିବା, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସେଲ୍‌ଫି ପଏଣ୍ଟ ସ୍ଥାପନ କରିବା, ମାଙ୍କଡ଼ଙ୍କୁ ଖାଦ୍ୟ ପ୍ରଦାନ ଲାଗି ନିର୍ଦ୍ଦିଷ୍ଟ ସ୍ଥାନ ଧାର୍ଯ୍ୟ ଆଦି ବିଷୟରେ ଆଲୋଚନା ହୋଇଛି। ଅତିଥି ଭାବେ ପିଡି ଡିଆରଡିଏ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳଙ୍କ ସମେତ ବ୍ଲକ ପ୍ରଶାସନ, ପୋଲିସ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରମିକଙ୍କ ମୃତଦେହ ବୋଲେରୋରେ ନେଉଥିଲେ ପ୍ଲାଣ୍ଟ କର୍ମଚାରୀ: ରାସ୍ତାରୁ ଜବତ କଲା ପୋଲିସ

ପରଜଙ୍ଗ,୧୩।୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ କୁଲେଇସ୍ଥିତ ଜିଏମ୍‌ ଆଇରନ ଆଣ୍ଡ୍‌ ଷ୍ଟିଲ୍‌ କମ୍ପାନୀରେ ଦୁର୍ଘଟଣାରେ ଜଣେ ଶ୍ରମିକ ମୃତ୍ୟୁ ଘଟିଥିବା...

ଜେଜେମା’ଙ୍କ ନିଷ୍ଠୁରତା, ପଡୋଶୀ ଘରେ ଖାଇବାରୁ ମା’ଛେଉଣ୍ଡ ନାତୁଣୀଙ୍କୁ ନିର୍ଦ୍ଧୁମ୍‌ ପିଟିଲେ

ବନ୍ତଳା, ୪।୮(ଡି.ଏନ.ଏ): ଜେଜେମା’ଙ୍କ ନିଷ୍ଠୁରତା। ପଡୋଶୀ ଘରେ ଯାଇ ଖାଇବାରୁ ତିନି ବର୍ଷର ଶିଶୁ କନ୍ୟାକୁ ଜେଜେମା ମାଡ଼ ମାରି ଘର ଭିତରେ ରଖି ତାଲା...

ଜଟିଳ ନିୟମ ପାଇଁ ଜରାଜୀର୍ଣ୍ଣ

ଢେଙ୍କାନାଳ ଅଫିସ,(ରତନ ନାୟାର)୧।୧୨: ଲୁହା ଭାରା ଆଶ୍ରାରେ ଛିଡ଼ା ହୋଇଛି ସପ୍ତମ ଶତାବ୍ଦୀର ଐତିହ୍ୟ କୁଆଳୋ ଅଷ୍ଟଶମ୍ଭୁ ଶୈବପୀଠ। ମନ୍ଦିର ଦଧିନଉତି ଆଖପାଖ ସ୍ଥାନରୁ ପଥର...

ଆଶ୍ରମ ସ୍କୁଲରୁ ଉଦ୍ଧାର ୬୨ ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା: ମ୍ୟାଲେରିଆ, ଜଣ୍ଡିସ୍‌ରେ ୩ ଆକ୍ରାନ୍ତ

ଢେଙ୍କାନାଳ ଅଫିସ, ୧୩ା୭ – ଢେଙ୍କାନାଳ ଜିଲା କଙ୍କଡାହାଡ ବ୍ଲକ ଗଡପଳାଶୁଣି ପଞ୍ଚାୟତର ଇରିଙ୍ଗାଝରଣଠାରେ ବେଆଇନ ଭାବେ ଚାଲିଥିବା ଶ୍ରୀଶ୍ରୀ ଲକ୍ଷ୍ମୀ ନାରାୟଣ ଗୁରୁକୁଳ ଆଶ୍ରମ...

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଢେଙ୍କାନାଳ ଅଫିସ,୯ା୧୧- ବିଲ୍‌ ପାସ୍‌ କରାଇଦେବା ପାଇଁ ମଧ୍ୟସ୍ଥଙ୍କ ଜରିଆରେ ୧୬ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଢେଙ୍କାନାଳ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା...

ବ୍ୟକ୍ତିଗତ ସ୍ବାର୍ଥ ପାଇଁ ପୋତିଦେଲେ ଡ୍ରେନ୍‌:ଘରେ ପଶୁଛି ନର୍ଦ୍ଦମା ପାଣି

ଭୁବନ, ୪।୬(ଡି.ଏନ.ଏ.) ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ପରିମଳ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଡ୍ରେନ୍‌ଗୁଡ଼ିକ ଆବର୍ଜନାରେ ଭର୍ତ୍ତି ହୋଇ ରହିଥିବାରୁ ନର୍ଦ୍ଦମା ପାଣି ନିଷ୍କାସନରେ ବାଧା...

ସର୍ବକନିଷ୍ଠ ବର୍ଗରେ ଢେଙ୍କାନାଳର ରାଜଶ୍ରୀ ମିସ୍‌ ଓଡ଼ିଶା

ଢେଙ୍କାନାଳ ଅଫିସ୍‌, ୨୨।୧୨: ରାଉରକେଲାର ସାମାଜିକ ଅନୁଷ୍ଠାନ ‘ସାଇନିଂ ରକର୍ସ’ର ୫ମ ବାର୍ଷିକ ଉତ୍ସବ ତଥା ‘ଓଡ଼ିଶା ସାଇନିଂ ଆଇକନ ସିଜିନ-୫’ର ସର୍ବକନିଷ୍ଠ ବର୍ଗରେ ଢେଙ୍କାନାଳର...

ମହିଳା ମୋର୍ଚ୍ଚାର ବିକ୍ଷୋଭ

ଢେଙ୍କାନାଳ ଅଫିସ, ୨୫।୧୨-ମମିତା ମେହର ହତ୍ୟାକାଣ୍ଡ ଏବଂ ରାଜ୍ୟରେ ଶିଶୁ ଓ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ପ୍ରତିବାଦରେ ଶୁକ୍ରବାର ଢେଙ୍କାନାଳ ଜିଲା ଭାଜପା ମହିଳା...

Advertisement
Archives

Model This Week