ଏସ୍‌ଓପି ଜାରି: ପ୍ଲାଜ୍‌ମା ଦାନ କରିବେ ପୋଲିସ କର୍ମଚାରୀ

କଟକ ଅଫିସ,୨୪।୭: କରୋନାରୁ ସୁସ୍ଥ ହୋଇଥିବା ପୋଲିସ କର୍ମଚାରୀମାନେ ନିଜର ପ୍ଲାଜ୍‌ମା ଦାନ କରିବେ। ଏ ନେଇ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ଗୁରୁବାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର୍‌ (ଏସ୍‌ଓପି) ଜାରି କରାଯାଇଛି। ଏ ସଂକ୍ରାନ୍ତରେ ସମସ୍ତ ଏସ୍‌ପି ଏବଂ ବିଭିନ୍ନ ଶାଖାର ମୁଖ୍ୟଙ୍କୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଚିଠି ଲେଖିଛନ୍ତି। କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ବର୍ତ୍ତମାନ ପ୍ଲାଜ୍‌ମା ଥେରାପିକୁ ଗୁରୁତ୍ୱ ଦେଉଛନ୍ତି। ଏଣୁ କରୋନାରୁ ସୁସ୍ଥ ହୋଇଥିବା ପୋଲିସ କର୍ମଚାରୀମାନେ ପ୍ଲାଜ୍‌ମା ଦାନ କରିବା ପାଇଁ ଆଗେଇ ଆସିବାକୁ ଡିଜିପି ଅଭୟ ଆହ୍ବାନ କରିଛନ୍ତି।
ସୂଚନା ଅନୁଯାୟୀ, ପ୍ଲାଜ୍‌ମା ଦାନ ପାଇଁ ଇଚ୍ଛୁକ କର୍ମଚାରୀଙ୍କ ବୟସ ସୀମା ୬୦ ରଖାଯାଇଛି। ସେହିପରି ଓଜନ ୫୫ କିଲୋରୁ ଅଧିକ ହୋଇଥିବା ଆବଶ୍ୟକ। ଜଣେ କର୍ମଚାରୀ ସମ୍ପୂର୍ଣ୍ଣ ଭାବେ କରୋନାରୁ ସୁସ୍ଥ ହେବାର ୨୮ ଦିନ ପରେ ହିଁ ପ୍ଲାଜ୍‌ମା ଦାନ କରିପାରିବେ। ଏଆଇଜି (ହେଡକ୍ବାର୍ଟର୍ସ) ବିବେକାନନ୍ଦ ଶର୍ମାଙ୍କୁ ଏହାର ନୋଡାଲ୍‌ ଅଫିସର୍‌ ଭାବେ ଦାୟିତ୍ୱ ଦିଆଯାଇଛି। ବିଭିନ୍ନ ଜିଲା ପୋଲିସ ସହ ନୋଡାଲ୍‌ ଅଫିସର୍‌ ସୁସ୍ଥ ହୋଇଥିବା ଏବଂ ପ୍ଲାଜ୍‌ମା ଦାନ କରିବାକୁ ଚାହୁଁଥିବା ପୋଲିସ କର୍ମଚାରୀଙ୍କ ସହିତ ଯୋଗାଯୋଗ କରିବେ। ବର୍ତ୍ତମାନ ପ୍ଲାଜ୍‌ମା ଦାନ ସୁବିଧା କଟକ ଏସ୍‌ସିବି ମେଡିକାଲ୍‌ କଲେଜ ଏବଂ ହସ୍‌ପିଟାଲ୍‌ରେ ରହିଛି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ଇଚ୍ଛୁକ ପୋଲିସ କର୍ମଚାରୀଙ୍କୁ ସେଠାକୁ ନିଆଯିବ। ପ୍ଲାଜ୍‌ମା ଦାନ ପରେ ସେମାନଙ୍କୁ ସ୍ବତନ୍ତ୍ର ପ୍ରଶଂସାପତ୍ର ପ୍ରଦାନ କରାଯିବ। ସୂଚନାଯୋଗ୍ୟ, ପ୍ରାୟ ୯୫ଜଣ ପୋଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବା ପରେ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଗଞ୍ଜାମ ପୋଲିସ ଜିଲାର ସର୍ବାଧିକ ୨୫ଜଣ ରହିଛନ୍ତି। ସେହିପରି ବ୍ରହ୍ମପୁର ପୋଲିସ ଜିଲାର ୨୩, ଛତ୍ରପୁର ଅଷ୍ଟମ ବାଟାଲିୟନ୍‌ର ୧୪, ଝାରସୁଗୁଡ଼ା ଓଏସ୍‌ଏପି ଦ୍ୱିତୀୟ ବାଟାଲିୟନ୍‌ର ୧୦, କୋରାପୁଟ ଓଏସ୍‌ଏପି ଷଷ୍ଠ ବାଟାଲିୟନ୍‌ର ୬, ଦେବଗଡ଼ ଚତୁର୍ଥ ଆଇଆର୍‌ ବାଟାଲିୟନ୍‌ର ୩, ମାଲକାନଗିରି ଏବଂ ପୁରୀ ଜିଲାର ୨ଜଣ ଲେଖାଏ ରହିଛନ୍ତି। ଏଥିସହ ଭୁବନେଶ୍ୱର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, ନୟାଗଡ଼, ଓଏସ୍‌ଏପି ଷଷ୍ଠ ବାଟାଲିୟନ୍‌ର କଟକ, ଓଏସ୍‌ଏପି ଚତୁର୍ଥ ଏସଏସ୍‌ ବାଟାଲିୟନ୍‌ ମାଲକାନଗିରି, ବୌଦ୍ଧ ପଞ୍ଚମ ଆଇଆର୍‌ ବାଟାଲିୟନ୍‌ ଏବଂ କୋରାପୁଟ ସପ୍ତମ ସ୍ବତନ୍ତ୍ର ଆରଇଆର୍‌ ବାଟାଲିୟନ୍‌ର ଜଣେ ଲେଖାଏ କର୍ମଚାରୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri