କରୋନା ଚିକିତ୍ସା ପାଇଁ ରାଜଧାନୀରେ ହେବ ପ୍ଲାଜମା ବ୍ୟାଙ୍କ, ସମସ୍ତେ କରନ୍ତୁ ଦାନ: କେଜରିଓ୍ବାଲ

ନୂଆଦିଲ୍ଲୀ,୨୯।୬: କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ବିଶ୍ୱ ଚିନ୍ତାରେ ପଡି ଯାଇଥିବା ବେଳେ ଏହାର ଏପର୍ଯ୍ୟନ୍ତ କୌଣସି ସଫଳ ଚିକିତ୍ସା ପଦ୍ଧତି ମିଳିପାରି ନାହିଁ। ଦେଶରେ କରୋନା ସଂକ୍ରମଣ ୫ ଲକ୍ଷ ଅତିକ୍ରମ କରିଥିବା ବେଳେ ଏହାକୁ ନେଇ ମହାରାଷ୍ଟ୍ର ଓ ରାଜଧାନୀ ଦିଲ୍ଲୀର ସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଦିଲ୍ଲୀରେ ପ୍ଲାଜମା ବ୍ୟାଙ୍କ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ପ୍ଲାଜମା ଥେରାପି କରୋନା ଚିକିତ୍ସା କ୍ଷେତ୍ରରେ ଭଲ କାମ କରିଥିବାରୁ ଆବଶ୍ୟକ ଥିବା ରୋଗୀଙ୍କୁ ଏହି ଥେରାପି ଦିଆଯିବ ବୋଲି କେଜରିଓ୍ବାଲ କହିଛନ୍ତି। ହେଲେ ପ୍ଲାଜମା ବ୍ୟାଙ୍କ ଗଠନ କରିବା ଯେତେ ସହଜ ଏଥିପାଇଁ ଡୋନର ମିଳିବା ସେତିକି କଷ୍ଟ ବୋଲି ସେ କହିଛନ୍ତି। ତେଣୁ ସମସ୍ତେ ଏଥିପାଇଁ ସହଯୋଗର ହାତ ବଢାନ୍ତୁ ବୋଲି କେଜରିଓ୍ବାଲ କହିଛନ୍ତି। ଗୋଟିଏ ପଟେ ମହାରାଷ୍ଟ୍ରରେ କରୋନା ଚିକିତ୍ସା ପାଇଁ ପ୍ଲାଜମା ଥେରାପିର ସବୁଠାରୁ ବଡ କ୍ଲିନିକାଲ ଟ୍ରାଏଲ କରାଯିବା କଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘୋଷଣା କରିଥିବା ବେଳେ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପ୍ଲାଜମା ବ୍ୟାଙ୍କ କରୋନା ରୋଗୀଙ୍କ ପାଇଁ ଆଶାର ଆଲୋକ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୧ ରାଜ୍ୟର ୧୦୨ ଆସନ ପାଇଁ ଆରମ୍ଭ ହେଲା ମତଦାନ, ମୋଦି କହିଲେ ଗଣତନ୍ତ୍ରର ସବୁଠାରୁ ବଡ ଉତ୍ସବ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ସକାଳୁ ମତଦାନ ଆରମ୍ଭ ହୋଇଛି। ଏହା ସହିତ ବିଶ୍ୱର ବୃହତ୍ତମ ଗଣତନ୍ତ୍ରରେ ନିର୍ବାଚନ ମହା ଉତ୍ସବ...

ଇଭିଏମ୍‌ ମକ୍‌ ପୋଲ୍‌: ଭାଜପାକୁ ଯାଇଛି ଅତିରିକ୍ତ ଭୋଟ

ନୂଆଦିଲ୍ଲୀ,୧୯ା୪(ପି.ଟି.):ଦେଶରେ ଲୋକ ସଭା ନିର୍ବାଚନ ଚାଲିଥିବାବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ରେ ଜାଲିଆତି ଅଭିଯୋଗକୁ ନେଇ ବିବାଦ ଲାଗିରହିଛି। ସେଥିପାଇଁ ଭୋଟର ଭେରିଫାଏବଲ୍‌ ପେପର ଅଡିଟ୍‌ ଟ୍ରେଲ୍‌...

ଆଜି ପ୍ରଥମ ପର୍ଯ୍ୟାୟ ଭୋଟ:ଏହିସବୁ ହେଭିଓ୍ବେଟ୍‌ଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ,୧9ା୪(ପି.ଟି.):ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟର ପ୍ରମୁଖ...

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri