Posted inଫୁରସତ

ବର, ଅଶ୍ୱତ୍ଥ ଗଛ ରୋପଣ ନିଶା

ପ୍ରାକୃତିକ ପରିବେଶରେ କିପରି ବିଭିନ୍ନ ବୃକ୍ଷଲତାର ସୁରକ୍ଷା ହୋଇପାରିବ ସେଥିପାଇଁ ସେ ପ୍ରୟାସ କରିଛନ୍ତି। ଏଥିଲାଗି ୨୦୧୯ମସିହାରୁ ବିଭିନ୍ନ ସ୍ଥାନରେ ସେ ବୃକ୍ଷରୋପଣ କାର୍ଯ୍ୟ ଜାରିରଖିଛନ୍ତି। ସେ ହେଲେ ସୁବାସ ନାୟକ। ଜଣେ ସାମାଜିକ କର୍ମୀ। ନୟାଗଡ଼ ଜିଲା ଓଡ଼ଗଁା ବ୍ଲକ ଆଙ୍ଗିସିଙ୍ଗି ଗଁାରେ ଘର। ସୁବାସ କୁହନ୍ତି, ପରିବେଶ ପାଇଁ ବର ଓ ଅଶ୍ୱତ୍ଥ ଗଛ ଦରକାର ମାତ୍ର ଏହି ଗଛସଂଖ୍ୟା ଆସ୍ତେ ଆସ୍ତେ କମିବାରେ ଲାଗିଛି। ବର ଓ ଅଶ୍ୱତ୍ଥ ଗଛକୁ ଲୋକେ ପୂଜା କରୁଥିଲେ ହେଁ ନୟାଗଡ଼ ଜିଲାରେ ଧୀରେ ଧୀରେ ଏହାର ସଂଖ୍ୟା ହ୍ରାସ ପାଇ ଚାଲିଥିଲା ।

ଏଭଳି ସମୟରେ ବର ଓ ଅଶ୍ୱତ୍ଥ ଗଛ ଲଗାଇବା ପାଇଁ ନିଷ୍ପତ୍ତି ନେଇଥିଲି। ପ୍ରତିଦିନ ସକାଳୁ ସକାଳୁ ଚାରା ସଂଗ୍ରହ ପାଇଁ ବାଇକରେ ବାହାରି ପଡ଼ିଥାଏ। ଏଥିପାଇଁ କେଉଁ ଦିନ କେଉର୍ଁ ଅଞ୍ଚଳ ଆଡ଼େ ଯାଏ ଠିକ୍‌ ଭାବେ ନିର୍ଦ୍ଦିଷ୍ଟ କରି ନ ଥାଏ। ମାତ୍ର ପ୍ରତିଦିନ କିଛି ନା କିଛି ବର ଓ ଅଶ୍ୱତ୍ଥ ଚାରା ସଂଗ୍ରହ କରି ଫେରିଥାଏ। ଆଉ ସଂଗ୍ରହ କରିଥିବା ଚାରାଗୁଡ଼ିକ ପୋତିବା ପାଇଁ ଆମ ଅଞ୍ଚଳର ଆଖପାଖ ଗାଁର ମଶାଣି ପାଖ ଜାଗା ଓ ରାସ୍ତାକଡ଼କୁ ବାଛିଥାଏ। ଆଗରୁ ଅନ୍ୟ ଗଛ ଳଗାଉଥିଲେ ବି ୨୦୧୯ରୁ ବର ଓ ଅଶ୍ୱତ୍ଥ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିଛି। ନୟାଗଡ଼ ଜିଲାର ଗୁଞ୍ଜବାରଣ, ଗୋଡ଼ିପଡ଼ା, ବାଉଁଶିଆ, ଦୁର୍ଗାପ୍ରସାଦ, କରଡ଼ାଶାସନ, ଅସୁରଢ଼ିପା, ଆଙ୍ଗିସିଙ୍ଗି, ବଡ଼ଗୋରଡ଼ା ଗାଁର ବିଭିନ୍ନ ଶ୍ମଶାନରେ ବର ଓ ଅଶ୍ୱତ୍ଥ ଗଛ ଲଗାଇବାର ପ୍ରୟାସ ଚାଲୁରହିଛି। ଓଡ଼ଗଁା ବ୍ଲକର ବିଭିନ୍ନ ଗଁାର ରାସ୍ତାକଡ଼ରେ ମଧ୍ୟ ବୃକ୍ଷରୋପଣ ହୋଇଛି। ଏମିତିରେ ବିଭିନ୍ନ ଶ୍ମଶାନ, ନଦୀକୂଳ, ରାସ୍ତାକଡ଼ରେ ୪ ବର୍ଷ ଭିତରେ ପ୍ରାୟ ୧,୧୨୨ଟି ଗଛ ଲଗାଇସାରିଲିଣି। ବର ଓ ଅଶ୍ୱତ୍ଥ ଗଛକୁ ଥାନା, ଫାଣ୍ଡି ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଅଧିକାରୀ, କର୍ମଚାରୀଙ୍କୁ ଉପହାର ରୂପେ ଦିଏ ।

ଗଛ ଲଗାଇବାକୁ ପରାମର୍ଶ ଦିଏ । ଗଛର ଉପକାରିତା ବୁଝାଏ । ବର ଓ ଅଶ୍ୱତ୍ଥ ପରି ଉପକାରୀ ଗଛକୁ ନଷ୍ଟ ନ କରିବାକୁ ଅନୁରୋଧ କରେ। ବର ଓ ଅଶ୍ୱତ୍ଥ ଗଛ ଗୋଟିଏ ଗୋଟିଏ ଜୈବ ବିବିଧତାର ଗନ୍ତାଘର । ପରିବେଶ ପାଇଁ ଏହି ଗଛର ନିହାତି ଆବଶ୍ୟକତା ରହିଛି ।
-ଲୋକନାଥ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri