ଓମିକ୍ରନ୍‌ ପାଇଁ ଅଲଗା ଟିକା ପ୍ରସ୍ତୁତି ନେଇ ଯୋଜନା…

ଓ୍ବାଶିଂଟନ/ନୂଆଦିଲ୍ଳୀ,୩୦।୧୧: ସମଗ୍ର ବିଶ୍ୱରେ କରୋନାର ଓମିକ୍ରନ ଭାରିଆଣ୍ଟ୍‌ ସଂକ୍ରମଣ ନେଇ ସଙ୍କଟ ଜନକ ପରିସ୍ଥିତି ଉପୁଜିଥିବା ବେଳେ ଟିକା ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ପକ୍ଷରୁ ଅଲଗା ଟିକା ପ୍ରସ୍ତୁତି ନେଇ ଯୋଜନା ପ୍ରସ୍ତୁତ କରାଯାଇଛି। କମ୍ପାନୀ ଗୁଡ଼ିକ ଅନ୍ୟ ପ୍ରକାର ଟିକା ଉପରେ କାମ କରୁଛନ୍ତି ଯାହା ନୂଆ ଭାରିଆଣ୍ଟର ମୁକାବିଲା କରିପାରିବ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି ଯେ କରୋନାର ନୂଆ ଭାରିଆଣ୍ଟ ଯୋଗୁ ଚିନ୍ତା ବୃଦ୍ଧି ପାଇଛି।

ଆମେରିକାର ଫାଇଜର ଟିକା ନିର୍ମାତା କମ୍ପାନୀର ସିଇଓ ଆଲବର୍ଟ ବୋରଲା କହିଛନ୍ତି ଯେ ନୂଆ ଟିକା ଉପରେ କାମ ଆରମ୍ଭ କରାଯାଇଛି। ବିଶେଷକରି ନୂତନ ଓମିକ୍ରନ ଭାରିଆଣ୍ଟ୍‌କୁ ଦୃଷ୍ଟିରେ ରଖି ଏଭଳି କରାଯାଇଛି। ବର୍ତ୍ତମାନର ଟିକା ଓମିକ୍ରନ୍‌ ବିରୋଧରେ ଅଧିକ ପ୍ରଭାବଶାଳୀ ହୋଇପାରିବ ନାହିଁ। ଏହାର ଅର୍ଥ ହେଉଛି ଆମକୁ ଏକ ନୂତନ ଟିକା ପ୍ରସ୍ତୁତ କରିବା ଆବଶ୍ୟକ।

ସେହିପରି ମୋଡେର୍ନା ଟିକାର ନିର୍ମାଣକାରୀ କମ୍ପାନୀର ମୁଖ୍ୟ ଚିକିତ୍ସା ଅଧିକାରୀ ପଲ ବର୍ଟନ କହିଛନ୍ତି ଯେ ଟିକା ନେଇଥିବା ଲୋକଙ୍କୁ କେତେ ଦିନ ପୂର୍ବରୁ ସେମାନଙ୍କୁ ଟିକା ଦିଆଯାଇଛି ତାହା ଉପରେ ନିର୍ଭର କରି ଟିକାକରଣ କରାଯିବା ଉଚିତ।

ଜନସନ ଆଣ୍ଡ ଜନସନ ପକ୍ଷରୁ କୁହାଯାଇଛି ଯେ, କମ୍ପାନୀ ଓମିକ୍ରନ ପାଇଁ ନିର୍ଦ୍ଦିଷ୍ଟ ପ୍ରକାର ଟିକା ପ୍ରସ୍ତୁତି ଉପରେ କାର୍ଯ୍ୟ ଆରମ୍ଭ ହେବାର ଯୋଜନା ରହିଛି।

ଆଷ୍ଟ୍ରା ଜେନେକା କହିଛି ଯେ ଅକ୍ସଫୋର୍ଡ ୟୁନିଭରସିଟି ସହିତ ନୂତନ ପ୍ରକାରର ଟିକା ପ୍ରସ୍ତୁତି ନେଇ ଏକ ଟିକା ପ୍ଲାଟଫର୍ମ ପ୍ରସ୍ତୁତ କରିଛି, ଯେଉଁଠାରେ ଏହି ଟିକା ତିଆରି କରାଯାଇଛି। କମ୍ପାନୀ ଅନୁଯାୟୀ, ଓମିକ୍ରନ୍‌ ବିରୋଧରେ ଆଣ୍ଟିବଡି ମିଶ୍ରଣ ପଦ୍ଧତିରେ ପରୀକ୍ଷା ଆରମ୍ଭ ହୋଇଛି।

ଓମିକ୍ରନ ବିରୋଧରେ ସ୍ପୁଟନିକ-ଭି ଟିକା ପ୍ରଭାବଶାଳୀ। କିନ୍ତୁ ରୁଷିଆର ପ୍ରତ୍ୟକ୍ଷ ନିବେଶ ପାଣ୍ଠି ଦ୍ୱାରା ଏକ ବୁଷ୍ଟର୍‌ ଡୋଜ ଉପରେ କାର୍ଯ୍ୟ କରାଯାଉଛି।

ନୋଭାଭାକ୍ସ କମ୍ପାନୀ ଏହା ମଧ୍ୟ କହିଛି ଯେ ଓମିକ୍ରନ୍‌ ପାଇଁ ନୂଆ ଟିକା ପ୍ରସ୍ତୁତି ଉପରେ କାମ ଆରମ୍ଭ ହୋଇ ସାରିଛି। ଜେନେଟିକ କ୍ରମ ଉପରେ ଆଧାର କରି ଏହା ଏକ ସ୍ପାଇକ ପ୍ରୋଟିନ ବିକଶିତ କରିବା ଆରମ୍ଭ କରିଛି।

ଇନୋଭିଓ ଫାର୍ମାସ୍ୟୁଟିକାଲ୍ସ କମ୍ପାନୀ କହିଛି ଯେ ନୂତନ ଭାରିଆଣ୍ଟ୍‌ ବିରୋଧରେ ଟିକା ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ଏନେଇ ପରୀକ୍ଷା କରାଯାଉଊଛି। ଏହି ପରୀକ୍ଷା ପାଇଁ ପ୍ରାୟ ଦୁଇ ସପ୍ତାହ ଲାଗିବ ବୋଲି କମ୍ପାନୀ କହିିଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri