କରୁଥିଲେ ଡକାୟତି ଯୋଜନା: ୬ ଜଣଙ୍କୁ ବାନ୍ଧିଲା ପୋଲିସ

 

ବଲାଙ୍ଗୀର ଅଫିସ,୮ା୧୧: ବଲାଙ୍ଗୀର ସହରରେ ଦିନକୁ ଦିନ ଅପରାଧିକ ଗତିବିଧି ବୃଦ୍ଧି ପାଇବାରେ ଲାଗିଛି । ବଲାଙ୍ଗୀର ପୋଲିସକୁ ଅଭିଯୁକ୍ତମାନେ ଖୋଲାଖୋଲି ଚ୍ୟାଲେଞ୍ଜ କରୁଛନ୍ତି । ଏଭଳି ସମୟରେ ପୋଲିସ ମଧ୍ୟ ତତ୍ପରତା ଦେଖାଇଛି। ବଲାଙ୍ଗୀର ଟାଉନ ଥାନା ପୋଲିସ ପ୍ରାଟ୍ରୋଲିଂ ଟିମ ସହରର ମାଲଗୋଦାମପଡା ଅଞ୍ଚଳରୁ ସୋମବାର ସନ୍ଧ୍ୟାରେ ୬ ଜଣ ଯୁବକଙ୍କୁ ଉଠାଇ ଆଣିଥିଲା। ଏହି ଯୁବକମାନେ ବଡଧରଣର ଡକାୟତି ଯୋଜନା କରୁଥିଲେ ବୋଲି ଜଣାପଡ଼ିଛି। ମଙ୍ଗଳବାର ସଦର ଏସ୍‌ଡିପିଓ ତୋଫାନ ବାଗ ଟାଉନ ଥାନା ପରିସରରେ ଏକ ଖବରଦାତା ସମ୍ମିଳନୀ କରି ଉପରୋକ୍ତ ୬ ଜଣ ଯୁବକଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛନ୍ତି । ଗିରଫ ୬ ଅଭିଯୁକ୍ତମାନେ ହେଲେ ଶ୍ରୀକାନ୍ତ ସୁନା (୨୪), ନିତେଇ ନନ୍ଦ (୨୪), ଅଭିନାଶ ଓରଫ ସୁମନ ବାଗ (୧୯), ସୁଦାମ ସୁନା (୨୫), ଧନେଶ୍ୱର ନାଗ (୨୬), ତେଜରାଜ ନନ୍ଦ (୨୬) । ସେମାନେ ବଲାଙ୍ଗୀର ସହରର ମାଲଗୋଦାମପଡ଼ା ଏବଂ ବିଷ୍ଣୁମୁଣ୍ଡା ଅଞ୍ଚଳର ବୋଲି ସେ କହିଛନ୍ତି।
ସେମାନଙ୍କ ଠାରୁ ଖଣ୍ଡା, ଭୁଜାଲି, ଲୁହାରଡ, ପିସ୍ତଲ ଭଳି ମାରଣାସ୍ତ୍ର ଜବତ କରାଯାଇଛି । ସୋମବାର ସାରେ ସମସ୍ତ ୬ ଯୁବକଙ୍କୁ ପୋଲିସ ଉଠାଇ ଆଣି ଟାଉନ ଥାନାରେ ରଖିଥିଲା। ସେଠାରେ ଏସ୍‌ପି ନୀତିନ କୁଶଲକର ଅଭିଯୁକ୍ତମାନଙ୍କୁ ଜେରା କରିଥିଲେ । ଅଭିଯୁକ୍ତମାନଙ୍କ ଠାରୁ ତଥ୍ୟ ପାଇବା ପରେ ସହରର ବିଭିନ୍ନ ସ୍ଥାନକୁ ନେଇ ଅଭିଯୁକ୍ତଙ୍କୁ ସ୍ପଟ ଭେରିଫିକେଶନ କରାଯାଇଥିବା ଜଣାପଡିଛି । ୬ ଅଭିଯୁକ୍ତ ବିଭିନ୍ନ ସମୟରେ ଅନେକ ଡକାୟତି ଏବଂ ଅପରାଧିକ ଘଟଣାରେ ସମ୍ପୃକ୍ତ ଅଛନ୍ତି । ଏହି ଅଭିଯୁକ୍ତମାନଙ୍କୁ ବିକ୍ରମ ଛକ, ବିଷ୍ଣୁମୁଣ୍ଡା, ରେଲୱେ ଷ୍ଟେସନ, ମାଲଗୋଦାମପଡା ଓ ଅନ୍ୟ କିଛି ସ୍ଥାନକୁ ନେଇ ପୋଲିସ ତଥ୍ୟ ସଂଗ୍ରହ କରିଥିଲା । ବଲାଙ୍ଗୀର ସହର ଏବଂ ଆଖପାଖ ଅଞ୍ଚଳରେ ଏହି ଡାକାୟତ ଦଳ ବଡଧରଣ ଏକାଧିକ ଡକାୟତି ଯୋଜନା କରିଥିଲେ । ବିଭିନ୍ନ ସ୍ଥାନରେ ଏହି ଅଭିଯୁକ୍ତମାନଙ୍କ ନାଁରେ ଅନେକ ଅପରାଧିକ ମାମଲା ରହିଛି । ସରକାରୀ ଜମି ଜବରଦଖଲ ଏମାନେ ବିଭିନ୍ନ ଅପରାଧିମୂଳକ କାର୍ଯ୍ୟ କରିଛନ୍ତି । ସରକାରୀ ଜମିରୁ ଏମାନଙ୍କୁ ବେଦଖଲ କରିବାକୁ ପୋଲିସ ଉଦ୍ୟମ କରିବ ବୋଲି ଏସ୍‌ଡିପିଓ ବାଗ ଖବରଦାତା ସମ୍ମିଳନୀରେ କହିଛନ୍ତି । ଉପରୋକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଜାତୀୟ ନିରାପତ୍ତା ଆଇନ ଲଗାଇବା ଦିଗରେ ପୋଲିସ ଚିନ୍ତା କରୁଛି ବୋଲି ଏସ୍‌ଡିପିଓ ବାଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

ବଲାଙ୍ଗିର ଫଳ ବଜାରରେ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ

ବଲାଙ୍ଗିର,୮।୧୨: ସୋମବାର ବଲାଙ୍ଗିର ସହରର ଫଳ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଥିବା ପୌର ସଂସ୍ଥା ଅଧୀନରେ ଥିବା...

‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା

କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri