କରୁଥିଲେ ଡକାୟତି ଯୋଜନା: ୬ ଜଣଙ୍କୁ ବାନ୍ଧିଲା ପୋଲିସ

 

ବଲାଙ୍ଗୀର ଅଫିସ,୮ା୧୧: ବଲାଙ୍ଗୀର ସହରରେ ଦିନକୁ ଦିନ ଅପରାଧିକ ଗତିବିଧି ବୃଦ୍ଧି ପାଇବାରେ ଲାଗିଛି । ବଲାଙ୍ଗୀର ପୋଲିସକୁ ଅଭିଯୁକ୍ତମାନେ ଖୋଲାଖୋଲି ଚ୍ୟାଲେଞ୍ଜ କରୁଛନ୍ତି । ଏଭଳି ସମୟରେ ପୋଲିସ ମଧ୍ୟ ତତ୍ପରତା ଦେଖାଇଛି। ବଲାଙ୍ଗୀର ଟାଉନ ଥାନା ପୋଲିସ ପ୍ରାଟ୍ରୋଲିଂ ଟିମ ସହରର ମାଲଗୋଦାମପଡା ଅଞ୍ଚଳରୁ ସୋମବାର ସନ୍ଧ୍ୟାରେ ୬ ଜଣ ଯୁବକଙ୍କୁ ଉଠାଇ ଆଣିଥିଲା। ଏହି ଯୁବକମାନେ ବଡଧରଣର ଡକାୟତି ଯୋଜନା କରୁଥିଲେ ବୋଲି ଜଣାପଡ଼ିଛି। ମଙ୍ଗଳବାର ସଦର ଏସ୍‌ଡିପିଓ ତୋଫାନ ବାଗ ଟାଉନ ଥାନା ପରିସରରେ ଏକ ଖବରଦାତା ସମ୍ମିଳନୀ କରି ଉପରୋକ୍ତ ୬ ଜଣ ଯୁବକଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛନ୍ତି । ଗିରଫ ୬ ଅଭିଯୁକ୍ତମାନେ ହେଲେ ଶ୍ରୀକାନ୍ତ ସୁନା (୨୪), ନିତେଇ ନନ୍ଦ (୨୪), ଅଭିନାଶ ଓରଫ ସୁମନ ବାଗ (୧୯), ସୁଦାମ ସୁନା (୨୫), ଧନେଶ୍ୱର ନାଗ (୨୬), ତେଜରାଜ ନନ୍ଦ (୨୬) । ସେମାନେ ବଲାଙ୍ଗୀର ସହରର ମାଲଗୋଦାମପଡ଼ା ଏବଂ ବିଷ୍ଣୁମୁଣ୍ଡା ଅଞ୍ଚଳର ବୋଲି ସେ କହିଛନ୍ତି।
ସେମାନଙ୍କ ଠାରୁ ଖଣ୍ଡା, ଭୁଜାଲି, ଲୁହାରଡ, ପିସ୍ତଲ ଭଳି ମାରଣାସ୍ତ୍ର ଜବତ କରାଯାଇଛି । ସୋମବାର ସାରେ ସମସ୍ତ ୬ ଯୁବକଙ୍କୁ ପୋଲିସ ଉଠାଇ ଆଣି ଟାଉନ ଥାନାରେ ରଖିଥିଲା। ସେଠାରେ ଏସ୍‌ପି ନୀତିନ କୁଶଲକର ଅଭିଯୁକ୍ତମାନଙ୍କୁ ଜେରା କରିଥିଲେ । ଅଭିଯୁକ୍ତମାନଙ୍କ ଠାରୁ ତଥ୍ୟ ପାଇବା ପରେ ସହରର ବିଭିନ୍ନ ସ୍ଥାନକୁ ନେଇ ଅଭିଯୁକ୍ତଙ୍କୁ ସ୍ପଟ ଭେରିଫିକେଶନ କରାଯାଇଥିବା ଜଣାପଡିଛି । ୬ ଅଭିଯୁକ୍ତ ବିଭିନ୍ନ ସମୟରେ ଅନେକ ଡକାୟତି ଏବଂ ଅପରାଧିକ ଘଟଣାରେ ସମ୍ପୃକ୍ତ ଅଛନ୍ତି । ଏହି ଅଭିଯୁକ୍ତମାନଙ୍କୁ ବିକ୍ରମ ଛକ, ବିଷ୍ଣୁମୁଣ୍ଡା, ରେଲୱେ ଷ୍ଟେସନ, ମାଲଗୋଦାମପଡା ଓ ଅନ୍ୟ କିଛି ସ୍ଥାନକୁ ନେଇ ପୋଲିସ ତଥ୍ୟ ସଂଗ୍ରହ କରିଥିଲା । ବଲାଙ୍ଗୀର ସହର ଏବଂ ଆଖପାଖ ଅଞ୍ଚଳରେ ଏହି ଡାକାୟତ ଦଳ ବଡଧରଣ ଏକାଧିକ ଡକାୟତି ଯୋଜନା କରିଥିଲେ । ବିଭିନ୍ନ ସ୍ଥାନରେ ଏହି ଅଭିଯୁକ୍ତମାନଙ୍କ ନାଁରେ ଅନେକ ଅପରାଧିକ ମାମଲା ରହିଛି । ସରକାରୀ ଜମି ଜବରଦଖଲ ଏମାନେ ବିଭିନ୍ନ ଅପରାଧିମୂଳକ କାର୍ଯ୍ୟ କରିଛନ୍ତି । ସରକାରୀ ଜମିରୁ ଏମାନଙ୍କୁ ବେଦଖଲ କରିବାକୁ ପୋଲିସ ଉଦ୍ୟମ କରିବ ବୋଲି ଏସ୍‌ଡିପିଓ ବାଗ ଖବରଦାତା ସମ୍ମିଳନୀରେ କହିଛନ୍ତି । ଉପରୋକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଜାତୀୟ ନିରାପତ୍ତା ଆଇନ ଲଗାଇବା ଦିଗରେ ପୋଲିସ ଚିନ୍ତା କରୁଛି ବୋଲି ଏସ୍‌ଡିପିଓ ବାଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri