ବିମାନ ଦୁର୍ଘଟଣା: ୧୪ ମୃତ

ବ୍ରାସିଲିଆ,୧୭ା୯: ବ୍ରାଜିଲର ଉତ୍ତର ଆମାଜନ ରାଜ୍ୟରେ ବିମାନ ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟପାଳ କହିଛନ୍ତି, ଏହି ଦୁର୍ଘଟଣା ରାଜ୍ୟର ରାଜଧାନୀ ମନୌସଠାରୁ ୪୦୦ କିଲୋମିଟର ଦୂର ବାର୍ସିଲୋସ ପ୍ରଦେଶରେ ଘଟିଛି। ଆମାଜନର ରାଜ୍ୟପାଳ ଓ୍ବିଲସନ ଲିମା ଟୁଇଟ୍‌ କରି କହିଛନ୍ତି, ଶନିବାର ବାର୍ସିଲୋସରେ ବିମାନ ଦୁର୍ଘଟଣାର ଶିକାର ହୋଇଥିବା ୧୨ ଜଣ ଯାତ୍ରୀ ଏବଂ ଦୁଇଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁରେ ମୁଁ ଗଭୀର ଦୁଃଖିତ। ଆମର ଦଳ ଆବଶ୍ୟକ ସହାୟତା ଯୋଗାଇବା ପାଇଁ ଆରମ୍ଭରୁ କାର୍ଯ୍ୟ କରିଆସୁଛନ୍ତି। ମୁଁ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଉଛନ୍ତି।

ବିମାନରେ ୧୨ ଜଣ ପର୍ଯ୍ୟଟକ, ଜଣେ ପାଇଲଟ ଏବଂ ସହ-ପାଇଲଟ ଥିଲେ। ବ୍ରାଜିଲର ସିଭିଲ ଡିଫେନ୍ସ କହିଛି, ବିମାନରେ ଥିବା କେହି ବଞ୍ଚି ନାହାନ୍ତି। ମିଡିଆ ରିପୋର୍ଟରେ କୁହାଯାଇଛି, ଯାତ୍ରୀମାନେ କିଛି ସ୍ଥାନକୁ ମନୋରଞ୍ଜନ ପାଇଁ ମାଛ ଧରିବାକୁ ଯାଉଥିଲେ। ଅବତରଣ ସମୟରେ ପ୍ରବଳ ବର୍ଷା ଏବଂ ଖରାପ ପାଗ ଯୋଗୁ ଏହି ବିମାନ ଦୁର୍ଘଟଣା ଘଟିଛି। ମୃତକଙ୍କ ଜାତୀୟତା ବିଷୟରେ ଅଧିକାରୀମାନେ ସବିଶେଷ ତଥ୍ୟ ଦେଇନାହାନ୍ତି। କିନ୍ତୁ ଅନେକ ରିପୋର୍ଟରେ କୁହାଯାଇଛି ଯେ, ଆମେରିକୀୟ ନାଗରିକମାନେ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଜଲବାଡ଼ି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା: ଓଲଟିଲା କଣ୍ଟେନର, ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି/ସୋରଡ଼ା,୧୩ା୯(ଅରୁଣ ସାହୁ/ରଜନୀ ମହାପାତ୍ର): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ସପ୍ତାହରେ ୨ଟି ଘଟଣା…

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

BRICS ସମ୍ମିଳନୀ ମଧ୍ୟରେ ରାହୁଲ-ପ୍ରିୟଙ୍କାଙ୍କୁ ଭେଟିଲେ ମାଲେସିଆ ପ୍ରଧାନମନ୍ତ୍ରୀ; ବ୍ରେକଫାଷ୍ଟ ସମୟରେ କ’ଣ ଆଲୋଚନା ହେଲା? ଜାଣନ୍ତୁ…

ନୂଆଦିଲ୍ଲୀ,୧୩।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରହିମ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀଙ୍କ ସହ ଏକ ବ୍ରେକଫାଷ୍ଟ…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

ସାରା ଦିନ ସମ୍ମିଳନୀରେ ବ୍ୟସ୍ତ ଥିଲେ ସି ଜିନପିଙ୍ଗ, ହେଲେ କାହିଁକି BRICSର ଭବ୍ୟ ଭୋଜିରେ ଯୋଗ ଦେଲେ ନାହିଁ? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୩।୯: BRICS ସମ୍ମିଳନୀରେ ଯୋଗ ଦେଇଥିବା ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଏବଂ ବିଶିଷ୍ଟ ଅତିଥିମାନଙ୍କ ପାଇଁ ଶନିବାର ରାତିରେ ରାଜଧାନୀ ନୂଆଦିଲ୍ଲୀସ୍ଥିତ ‘ଭାରତ ମଣ୍ଡପମ’ରେ ଏକ ଅତ୍ୟନ୍ତ…

‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ

ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…

ୟୁଏଇରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ପାଇଁ ଆଣିଛନ୍ତି ଖୁସିଖବର, କହିଲେ ଏଥର ଆମ…

ଭୁବନେଶ୍ୱର,୧୩ା୯: ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସାରି ରବିବାର ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?