ପୁରୀ ଅଫିସ,୨୭ ।୧୦:ପୁରୀ ପୌରାଞ୍ଚଳକୁ ୩୬ଟି ୱାର୍ଡ କରାଯାଇପାରେ। ଏନେଇ ଯୋଜନା ଚାଲିଛି। ସମ୍ପ୍ରତି ପୁରୀ ସହରରେ ୩୨ଟି ୱାର୍ଡ ରହିଛି। ତେବେ ୪ଟି ୱାର୍ଡକୁ ଭାଙ୍ଗି ସାନି ନୂଆ ୪ଟି ୱାର୍ଡ ଗଠନ ପାଇଁ ଯୋଜନା ହେଉଛି। ପୁରୀ ସହରର ୧, ୫, ୭ ଓ ୩୦ ନମ୍ବର ୱାର୍ଡରୁ ଗୋଟିଏ ଲେଖାଏ ନୂଆ ୱାର୍ଡ ସୃଷ୍ଟି କରାଯିବ। ଏହି ୪ଟି ୱାର୍ଡ ଅପେକ୍ଷାକୃତ ଭାବେ ବଡ଼ ହୋଇଥିବାରୁ ଏଗୁଡ଼ିକୁ ଭାଙ୍ଗି ନୂଆ ୱାର୍ଡ ଗଠନ ନେଇ ବିଚାର ବିମର୍ଷ ଚାଲିଥିବା ସୂଚନା ମିଳିଛି। ପୌରସଂସ୍ଥାର ବିସ୍ତୃତିକୁ ବଢ଼ାଇବା ସପକ୍ଷରେ ଜିଲା ପ୍ରଶାସନ ନାହିଁ। ଅନ୍ୟପକ୍ଷରେ ଭାରତୀୟ ନିର୍ବାଚନ କମିଶନ ଏବଂ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଜିଲାରେ ସ୍ବତନ୍ତ୍ର ସଂକ୍ଷିପ୍ତ ଫଟୋ-ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଜାରି ରହିଛି। ଏ ସଂକ୍ରାନ୍ତରେ ସ୍ଥାନୀୟ ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ଜାନୁଆରୀ ପହିଲା ସୁଦ୍ଧା ଯେଉଁମାନଙ୍କୁ ୧୮ ବର୍ଷ ବୟସ ହେଉଥିବ ସେମାନେ ନୂତନ ଭୋଟର ଭାବେ ନାମ ପଞ୍ଜୀକରଣ କରିପାରିବେ। ନୂତନ ଭୋଟର ଭାବେ ପଞ୍ଜିକରଣ କରିବା ପାଇଁ ଫର୍ମ-୬ କ, ଭୋଟର ତାଲିକାରୁ ନାମ ବାଦ୍ ପଡ଼ିଥିଲେ ଫର୍ମ-୭, ସଂଶୋଧନ ପାଇଁ ଫର୍ମ-୮, ସ୍ଥାନାନ୍ତରଣ ନିମନ୍ତେ ଫର୍ମ-୮କ ମାଧ୍ୟମରେ ବୁଥସ୍ତରରେ ବିଏଲ୍ଓଙ୍କ ନିକଟରେ ଆବେଦନ କରିହେବ। ଆସନ୍ତା ନଭେମ୍ବର ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ଆସନ୍ତା ଡିସେମ୍ବର ୨୦ ତାରିଖ ସୁଦ୍ଧା ସମସ୍ତ ଆପତ୍ତି ଅଭିଯୋଗ ଶୁଣାଣି ହୋଇ ଜାନୁଆରୀ ୫ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ବୋଲି ଅତିରିକ୍ତ ଜିଲାପାଳ କହିଛନ୍ତି। ସେହିଭଳି ଭୋଟର ହେଲ୍ପଲାଇନ୍ ଆପ୍, ନ୍ୟାଶନାଲ୍ ଭୋଟର ସର୍ଭିସ୍ ପୋର୍ଟାଲ ଓ ଭୋଟର ସହାୟତା କେନ୍ଦ୍ର ମାଧ୍ୟମରେ ଭୋଟରଙ୍କୁ ଏହି ସୁବିଧା ମିଳିବ। ଉପଜିଲାପାଳ ଏବଂ ସମସ୍ତ ବିଡିଓଙ୍କ କାର୍ଯ୍ୟାଳୟରେ ଭୋଟର ସହାୟତା କେନ୍ଦ୍ର ଖୋଲାଯିବ। ଭୋଟର ଯେପରି ଭୋଟଦାନରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ଆସନ୍ତା ୭ ଓ ୨୧ ତାରିଖ ରବିବାରଗୁଡ଼ିକରେ ସ୍ବତନ୍ତ୍ର ଅଭିଯାନ ଦିବସ ପାଳନ ହେବ। ବୁଥସ୍ତରୀୟ ଅଧିକାରୀମାନେ ବୁଥ୍ ସ୍ତରରେ ଉପସ୍ଥିତ ରହିବେ। ସମ୍ପ୍ରତି ଜିଲାରେ ୭ ଲକ୍ଷ ୧୫ ହଜାର ୯୧୨ ଜଣ ପୁରୁଷ ଓ ୬ ଲକ୍ଷ ୬୮ ହଜାର ୨୮୮ ଜଣ ମହିଳା ଭୋଟର ଥିବାବେଳେ ୬୯ ଜଣ ଅନ୍ୟାନ୍ୟ ଭୋଟର ରହିଛନ୍ତି। ସମୁଦାୟ ଭୋଟରଙ୍କ ସଂଖ୍ୟା ୧୩ ଲକ୍ଷ ୮୪ ହଜାର ୨୬୯ ରହିଛି। ସର୍ବଦଳୀୟ ବୈଠକରେ ଉପଜିଲାପାଳ ଭଭତାରଣ ସାହୁ ଏବଂ ଡେପୁଟି କଲେକ୍ଟର (ନିର୍ବାଚନ) ଜିତେନ୍ଦ୍ର କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।v
Posted inHome Left, ଆମ ଜିଲା ଖବର, ପୁରୀ, ମେଟ୍ରୋ View All
ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…
ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…
ବଢିଲା ପେଟ୍ରୋଲ-ଡିଜେଲ ଦାମ୍, ଏଥର ମୁଣ୍ଡରେ ହାତ ଦେବେ ଗ୍ରାହକ
ନୂଆଦିଲ୍ଲୀ,୧।୪: ଦେଶବ୍ୟାପୀ ପ୍ରିମିୟମ ପେଟ୍ରୋଲ ମୂଲ୍ୟ ବୃଦ୍ଧି ପରେ, ପ୍ରିମିୟମ ଡିଜେଲ ମଧ୍ୟ ମହଙ୍ଗା ହୋଇଯାଇଛି। ତେଲ କମ୍ପାନୀଗୁଡ଼ିକ ସୋମବାର ମଧ୍ୟରାତ୍ରିରୁ ପ୍ରିମିୟମ ଡିଜେଲ ମୂଲ୍ୟ ପ୍ରାୟ…
ରାହୁଲଙ୍କ ବଡ଼ ଚେତାବନୀ, ଦେଶରେ ଆସିବ ‘Economic Earthquake’, ମୋଦି କହିଲେ…
ନୂଆଦିଲ୍ଲୀ,୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭାଷଣରେ ପଶ୍ଚିମ ଏସିଆର ସଙ୍କଟ କେନ୍ଦ୍ରବିନ୍ଦୁ ପାଲଟିଥିଲା। ଉଭୟ ନେତା ଭାରତ ଉପରେ…
ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ
ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…
ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…
ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…
ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ
ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…
ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ
ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…
ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ
ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…
Archives

