ଅଜବ ପରମ୍ପରା: ମାଟିତଳୁ ମୃତଦେହ କାଢି ଡ୍ୟାନ୍ସ କରନ୍ତି ଏହି ଜନଜାତି

ଦୁନିଆରେ ଭିନଭିନ୍ନ ଜାତି ଓ ଭିନ୍ନଭିନ୍ନ ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ଯେଉଁମାନଙ୍କ ପରମ୍ପରା ରୀତିନୀତି ନିଆରା। ତେବେ ଆସନ୍ତୁ ଜାଣିବା ଏପରି ଏକ ଜନଜାତିଙ୍କ ବିଷୟରେ, ଯେଉଁମାନେ ସେମାନଙ୍କ ଉତ୍ସବରେ ମୃତ ଶରୀର ସହ ଡ୍ୟାନ୍ସ କରନ୍ତି।

ଘରର ସଦସ୍ୟଙ୍କ ମୃତ୍ୟୁ ହେଲେ ପରିବାରରେ ଶୋକର ଲହରୀ ଖେଳିଯାଏ। ପ୍ରାୟ ବର୍ଷେ ଯାଏଁ ସବୁ ପର୍ବପର୍ବାଣୀ ବନ୍ଦ ହୋଇଯାଏ। ପରିବାର ଏହି ମୃତବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରିବା ସହ ଦଶତୁଠ ପାଳନ କରିଥାନ୍ତି। ବ୍ରାହ୍ମଣ,ବନ୍ଧୁ , କୁଟୁମ୍ବଙ୍କୁ ଭୁରି ଭୋଜନ କରିଥାନ୍ତି। ବିଶ୍ୱାସ ଥାଏ ଏହାଦ୍ୱାରା ମୃତ ସଦସ୍ୟଙ୍କ ଆତ୍ମାଶାନ୍ତି ପାଇବା ସହ ଆର୍ଶୀବାଦ କରିଥାନ୍ତି।
କିନ୍ତୁ ମାଡାଗାସ୍କାର ଏକ ଏପରି ଜନଜାତି ଯେଉଁମାନେ ମୃତଦେହ ଧରି ପାର୍ଟି କରିଥାନ୍ତି।

ଏହି ଅଜବ ପରମ୍ପରା ପାଳନ କରୁଥିବା ଜନଜାତିର ଲୋକମାନେ ଇଷ୍ଟ ଆଫ୍ରିକାର ମାଡାଗାସ୍କାରରେ ରୁହନ୍ତି। ଏମାନଙ୍କୁ ମାଲାଗରସୀ ଜନଜାତିର କୁହାଯାଏ। ଏହି ଜନଜାତିର ଲୋକମାନେ ଫାମାଡିହାନା ନାମକ ଏକ ପରମ୍ପରା ପାଳନ କରନ୍ତି। ଏହି ପରମ୍ପରା ପ୍ରତି ସାତ ବର୍ଷରେ ଥରେ ପଡିଥାଏ। ପ୍ରଥା ଅନୁଯାୟୀ, ଜନଜାତିର ଲୋକମାନେ ସେମାନଙ୍କ ପୂର୍ବଜଙ୍କ ମୃତଦେହକୁ କବର ଭିତରୁ ବାହାର କରି ପୂଆ ପୋଷାକ ପିନ୍ଧାନ୍ତି। ପରେ ତାଙ୍କୁ କାନ୍ଧରେ ଉଠାଇ ଗୀତଗାଇ ନାଚନ୍ତି। ବିଶ୍ୱାସ ରହିଛି ଯେ ଏପରି କରିବା ଦ୍ୱାରା ମୃତ ପୂର୍ବପୁରୁଷମାନେ ସେମାନଙ୍କୁ ଆର୍ଶୀବାଦ କରିଥାନ୍ତି। ଉତ୍ସବ ପାଳନ ପରେ ମୃତଦେହଙ୍କୁ ଅନ୍ତିମ ସଂସ୍କାର କରାଯାଇ ନ ଥାଏ। ତାଙ୍କୁ ପୁଣି କବରରେ ସମ୍ମାନପୂର୍ବକ ପୋତି ଦିଆଯାଇଥାଏ। ଏହି କ୍ରମରେ ମାଲାଗାସୀମାନେ ପ୍ରତି ସାତ ବର୍ଷରେ ଥରେ ମଅତଦେହକୁ ବାହାର କରି ନାଚଗୀତ କରିଥାନ୍ତି।

ଏହି ଜନଜାତିଙ୍କ ଆହୁରି ବିଶ୍ୱାସ ଅଛି ଯେ, ମୃତଦେହ ଯେତେଶୀଘ୍ର କଙ୍କାଳରେ ପରିଣତ ହେବ ସେତେଶୀଘ୍ର ମୃତବ୍ୟକ୍ତିଙ୍କୁ ମୁକ୍ତି ମିଳିବ। ଯେପର୍ଯ୍ୟନ୍ତ ଶରୀରରେ ମାଂସ ଲାଗି ରହିବ ଆତ୍ମା ଦ୍ୱିତୀୟ ଶରୀର ଧାରଣ କରିପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨ ଅଧିକାରୀ ଚାକିରିରୁ ନିଲମ୍ବିତ: କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୨୫।୯: ରାଜ୍ୟର ଦୁଇ ବରିଷ୍ଠ ଅଧିକାରୀ ଅରୁଣ ବିଶ୍ୱାଳ ଓ ସୁଜିତ ରାଉଳଙ୍କୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ…

ଦେଶବ୍ୟାପୀ ଆନ୍ଦୋଳନ ଘୋଷଣା କଲା CJP: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦୀପକେ କହିଲେ- କାଲି ସୁଦ୍ଧା…

ନୂଆଦିଲ୍ଲୀ,୨୫।୯: ନିର୍ବାଚନ କମିଶନ ଓ ଭୋଟର ତାଲିକାର SIR କୁ ନେଇ ବିବାଦ ମଧ୍ୟରେ କକ୍ରୋଚ ଜନତା ପାର୍ଟି (CJP) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ…

୩୦ରେ ଓଡ଼ିଶା ବନ୍ଦ ଡାକରା: ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ…

ଭୁବନେଶ୍ୱର,୨୫।୯: ଆସନ୍ତା ୩୦ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା…

ଗବେଷକ ପ୍ରସ୍ତୁତ କଲେ ନିର୍ଭୁଲ୍‌ ଆଟୋମିକ୍‌ ଘଡ଼ି

ନୂଆଦିଲ୍ଲୀ,୨୫।୯(ପି.ଟି.): ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ (ଏନ୍‌ୟୁଏସ୍‌)ର ଗବେଷକମାନେ ‘ଲୁଟେଟିୟମ’ ନାମକ ବିରଳ ମୃତ୍ତିକା ଧାତୁ ବ୍ୟବହାର କରି ବିଶ୍ୱର ସବୁଠାରୁ ନିର୍ଭୁଲ ଓ ସ୍ଥିର ଅଟୋମିକ୍‌ ଘଡ଼ି…

ଜମିକୁ ଯାଇଥିଲେ ଅକ୍ରୁର: ଆକ୍ରମଣ କଲା ହାତୀ, ଆଉ ତା’ପରେ…

କେସିଙ୍ଗା,୨୫।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନଖଣ୍ଡ ଅଧୀନ ସିରୋଲ ଗ୍ରାମପଞ୍ଚାୟତର ପୋଢ଼ଖମ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅକ୍ରୁର…

ଘରେ ପଶିଲା ମହାବଳ ବାଘ: ବାହାରୁ ତାଲା ପକାଇଦେଲେ ଗାଁ ଲୋକେ

ବାରିପଦା, ୨୫।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରାଖାଇ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗାଁ ଭିତରକୁ ଏକ ମହାବଳ…

‘ଦୃଶ୍ୟମ ୩’କୁ ନେଇ ବଢୁଛି କ୍ରେଜ୍‌: ଓପନିଂ ଡେ’ରେ ୫୦ କୋଟି ଟାର୍ଗେଟ୍‌

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ସସ୍ପେନ୍ସ-ଥ୍ରିଲର୍‌ ଫ୍ରାଞ୍ଚାଇଜ ‘ଦୃଶ୍ୟମ’ର ତୃତୀୟ ଭାଗକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଅଜୟ ଦେବଗନଙ୍କ ଅଭିନୀତ ‘ଦୃଶ୍ୟମ ୩’ ୨ ଅକ୍ଟୋବର…

ବାଘୁଆମେଦ ଗ୍ରାମ ଅବସ୍ଥା ଶୋଚନୀୟ: ଘରେ ପଶିଲା ଆଣ୍ଠୁଏ ପାଣି

ମହାକାଳପଡ଼ା,୨୫।୯: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ବଉଳକଣି ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?