ପିପିଲି ଉପନିର୍ବାଚନ: ଅଧିକ ୭୭ ବୁଥ୍‌ ହେବ

ପୁରୀ ଅଫିସ,୧୩।୧୧: ଆଗକୁ ପିପିଲି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ। ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଏହି ଆସନ ଖାଲିପଡ଼ିଛି। ୬ମାସ ଭିତରେ ନିର୍ବାଚନ ହେବାକୁ ନିୟମ ରହିଥିବାରୁ ଆସନ୍ତା ଏପ୍ରିଲ ୩ ତାରିଖ ସୁଦ୍ଧା ଏଠାରେ ଭୋଟ କରାଯିବ। ଏ ନେଇ ଯଦିଓ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ କିନ୍ତୁ ଏହାକୁ ନଜରରେ ରଖି ଜିଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଉପନିର୍ବାଚନ ସମୟକୁ କରୋନା ପ୍ରକୋପ ଥିବ କି ନ ଥିବ ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ପ୍ରଶାସନ କିନ୍ତୁ କରୋନାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେଉଛି ବୋଲି ଗୁରୁବାର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡେପୁଟି କଲେକ୍ଟର (ନିର୍ବାଚନ) ସୁମନ୍ତ କର କହିଛନ୍ତି। ଡେପୁଟି କଲେକ୍ଟର କର କହିଛନ୍ତି ଯେ, ପିପିଲି ନିର୍ବାଚନମଣ୍ଡଳୀର ମୋଟ ଭୋଟର ସଂଖ୍ୟା ୨ଲକ୍ଷ ୨୬ ହଜାର। ପୂର୍ବରୁ ଏଠାରେ ୨୭୩ଟି ବୁଥ୍‌ କରାଯାଉଥିଲା। କିନ୍ତୁ କରୋନାକୁ ନଜରରେ ରଖି ଏଥର ପ୍ରତ୍ୟେକ ବୁଥ୍‌ରେ ଭୋଟର ସଂଖ୍ୟା ୧ ହଜାର ଭିତରେ ସୀମିତ ରଖାଯିବ। ପିପିଲିର ୭୭ଟି ବୁଥ୍‌ରେ ୧ ହଜାରରୁ ଅଧିକ ଭୋଟର ରହିଛନ୍ତି। ତେଣୁ ଆଗାମୀ ଦିନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଆଉ ୭୭ଟି ବୁଥ୍‌ କରାଯିବ। ଫଳରେ ମୋଟ ବୁଥ୍‌ ସଂଖ୍ୟା ୩୫୦ ହେବ। କିନ୍ତୁ କେବେ ଏଠାରେ ଉପନିର୍ବାଚନ ହେବ ସେ ନେଇ ବିଜ୍ଞପ୍ତି ପ୍ରକାଶ ପାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଏଚ୍‌ଜି ମହିଳାଙ୍କ ଦ୍ୱାରା ଶିଶୁ, ପ୍ରସୂତିଙ୍କୁ ଅଣ୍ଡା ବଣ୍ଟନ

ଗଞ୍ଜାମ:୧୬,୪- ଲକ୍‌ଡାଉନ୍‌ କଟକଣା ପରେ ଗଞ୍ଜାମ ଜିଲାରେ ଶିଶୁ, ପ୍ରସୂତୀ ଓ ଗର୍ଭବତୀଙ୍କୁ ଅଣ୍ଡା ପ୍ରଦାନରେ ସମସ୍ୟା ଦେଖାଦେଇଥିଲା। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରତ୍ୟକ...

ଶିଶୁଙ୍କୁ ମିଳିଲା ପୋକ ସାଲୁବାଲୁ ଛତୁଆ

ଆଳି,୧୩।୭(ଡି.ଏନ.ଏ.): ରାଜ୍ୟ ସରକାର ୬ ମାସରୁ ୩ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କ ସ୍ବାସ୍ଥ୍ୟ ଗଠନରେ ସହାୟକ ହେବା ନିମନ୍ତେ ପୁଷ୍ଟିକର ଛତୁଆ ଯୋଗାଇ ଦେଉଛନ୍ତି। ଏହି...

ସୁରଟରୁ ୩ ବସ ଆସିକାରେ ପହଁଚିଲା: କ୍ୱାରାଣ୍ଟାଇନରେ ୧୧୪

ଆସିକା,୧ା୫(ଡି.ଏନ୍‌.ଏ.)- ଲକ୍‌ଡାଉନ୍‌ ସ୍ଥିତିରେ ସୁରଟରେ ଫସି ରହିଥିବା ପ୍ରବାସୀ ଓଡିଆଙ୍କ ଘର ବାହୁଡାର ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁବାର ବିଳମ୍ବିତ ରାତିରେ ୩ ବସ୍‌ରେ ପ୍ରବାସୀ ଓଡିଆ...

ମାସ୍କ ପିନ୍ଧିଲେନି, ଜରିମାନା ଦେଲେ

ଦେବଗଡ,୧୯।୪ (ଡି.ଏନ.ଏ.)-ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ଏହାକୁ ଅବମାନନା କରିଥିବା ବ୍ୟକ୍ତିଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ଶନିବାର...

କରୋନା ମୁକାବିଲାର ଯୋଦ୍ଧା ଏସ୍‌ଆଇ ନାରାୟଣ: ‘ଆଗେ ରାଜସେବା, ପଛେ ପିତୃସେବା’

କଟକ ଅଫିସ,୧୦।୪: ‘ଯଦି କର୍ତ୍ତବ୍ୟକୁ ସମ୍ମାନ ଜଣାଇବ, ତାହେଲେ କାହାକୁ ସାଲ୍ୟୁଟ ମାରିବାକୁ ପଡ଼ିବନି.. କର୍ତ୍ତବ୍ୟରେ ହେଳା କଲେ, ସମସ୍ତଙ୍କୁ ସାଲ୍ୟୁଟ ମାରିବାକୁ ହୁଏ’। ପୂର୍ବତନ...

ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ ଅଫିସ,୧୭ା୪: ସୋମବାର ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ। ସନ୍ଧ୍ୟା ୬ରୁ ରାତି ୧୦ ଯାଏ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ନାହିଁ।...

ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମହିଳା ନେଇ ପାରିବେ ନାହିଁ କରୋନା ଟିକା

ଭୁବନେଶ୍ୱର,୫।୫: ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମହିଳା କରୋନା ଟିକା ନେଇ ପାରିବେ ନାହିଁ। ବୁଧବାର ଏହି ସୂଚନା ଦେଇଛନ୍ତି ଏସ୍‌ବି ମେଡିକାଲ ସ୍ତ୍ରୀ ଏବଂ ପ୍ରସୂତି...

ବିକେଏମ୍‌ର ଭାରତବନ୍ଦ ଡାକରା: ତୁମୁଡ଼ିବନ୍ଧରେ ପ୍ରଭାବ

ତୁମୁଡ଼ିବନ୍ଧ,୨୯।୧(ଡି.ଏନ୍‌.ଏ.): ସିଏଏ, ଏନ୍‌ଆର୍‌ସି, ଇଭିଏମ୍‌ ଓ ଏନ୍‌ଆର୍‌ପିକୁ ବିରୋଧକରି ବହୁଜନ କ୍ରାନ୍ତି ମୋର୍ଚ୍ଚା (ବିକେଏମ୍‌) ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ଭାରତବନ୍ଦ ଡାକରା ଦିଆଯାଇଛି। କନ୍ଧମାଳ...

Advertisement
Archives

Model This Week