ପିପିଲି ଉପନିର୍ବାଚନ: ଜୋର ଧରୁଛି ପ୍ରଚାର ତାତି

ଭୁବନେଶ୍ୱର,୫।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ଲାଗି ଆଉ ୧୨ ଦିନ ବାକି। ଏଥିରେ ୧୦ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ହେବ । ହେଲେ ୩ ପ୍ରମୁଖ ଦଳ ବିଜେଡିର ରୁଦ୍ରପ୍ରତାପ ମହାରଥି, ଭାଜପାର ଆଶ୍ରିତ ପଟ୍ଟନାୟକ ଏବଂ କଂଗ୍ରେସର ଅଜିତ ମଙ୍ଗରାଜଙ୍କ ଉପରେ ରାଜ୍ୟବାସୀଙ୍କ ନଜର ରହିଛି। ଉପନିର୍ବାଚନ ଲାଗି ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ସବୁ ଦଳର ନେତା ଓ କର୍ମୀ ଓ୍ବାର୍ଡସ୍ତରରୁ ଦାୟିତ୍ୱ ନେଇ ସେଠାରେ ଡେରା ପକାଇ ରହିଲେଣି। ହେଲେ କୌଣସି ଦଳର ହେଭିଓ୍ବେଟ ଏ ପର୍ଯ୍ୟନ୍ତ ପ୍ରଚାର ମଇଦାନକୁ ଓହ୍ଲାଇ ନାହାନ୍ତି; ଯାହା ସୋମବାରଠାରୁ ସମ୍ପୂର୍ଣ୍ଣ ଜୋରଦାର ହେବ ବୋଲି ଜଣାପଡ଼ିଛି। ବିଧାନସଭାର ବଜେଟ୍‌ ଅଧିବେଶନ ଆସନ୍ତା ୯ ତାରିଖରେ ଶେଷ ହେବାକୁ ଥିବାବେଳେ ଏହାର ୬ ଦିନ ପୂର୍ବରୁ ଅର୍ଥାତ୍‌ ଗତ ୩ ତାରିଖରୁ ଏହାକୁ ସାଇନ-ଏ-ଡାଏ ଘୋଷଣା କରିଦିଆଯାଇଛି। ପିପିଲି ଉପନିର୍ବାଚନ ପ୍ରଚାରକୁ ଆଖି ଆଗରେ ରଖାଯାଇ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି।
ଉପନିର୍ବାଚନରେ ବିଜେଡି ଓ ଭାଜପା ମଧ୍ୟରେ ଲଢେଇ ହେବ ବୋଲି ଚର୍ଚ୍ଚା ଚାଲିଛି। ରାଜ୍ୟରେ ନିକଟ ଅତୀତରେ ଯେତେସବୁ ଉପନିର୍ବାଚନ ହୋଇଛି ସେସବୁରେ ଶାସକ ଦଳ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ବାଲେଶ୍ୱର ଏବଂ ତିର୍ତ୍ତୋଲ ଉପନିର୍ବାଚନରେ ମଧ୍ୟ ସେଇଆ ଦେଖିବାକୁ ମିଳିଥିଲା। ହେଲେ ନିକଟରେ ଶେଷ ହୋଇଥିବା ପିପିଲିର ନୂଆଶାସନ ପଞ୍ଚାୟତ ଉପନିର୍ବାଚନରେ ଭାଜପା ସମର୍ଥିତ ପ୍ରାର୍ଥୀଙ୍କ ବିଜୟ ହେବାପରେ ବିଜେଡିକୁ ଏବେ ଅଧିକ ପରିଶ୍ରମ କରିବାକୁ ପଡୁଛି। ଉକ୍ତ ପଞ୍ଚାୟତ ଉପନିର୍ବାଚନ ଦାୟିତ୍ୱରେ ମନ୍ତ୍ରୀ ଓ ବିଧାୟକ ଥିବା ସତ୍ତ୍ୱେ ଭାଜପାର ବିଜୟ ଶାସକ ଦଳକୁ ପିପିଲିରେ କ୍ଷତି ପହଞ୍ଚାଇଥିଲା। ସେହିପରି ଦଳୀୟ ଟିକେଟକୁ ନେଇ ପୂର୍ବତନ ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ସ୍ତ୍ରୀ ଏବଂ ପୁଅଙ୍କ ଭିତରେ ମତଭେଦ ରହିଥିବା ଚର୍ଚ୍ଚା ଜୋର ରହିଥିଲା। ସେହି ଅନୁଯାୟୀ ଉଭୟଙ୍କ ଲାଗି ଦଳୀୟ ସଙ୍ଗଠନର କର୍ମୀ ଦୁଇ ଭାଗ ହୋଇ ଭିନ୍ନ ଭିନ୍ନ ଲବି ଚଳାଇଥିଲେ। ସେମାନଙ୍କୁ ପୁଣିଥରେ ଏକାଠି କରି ନିର୍ବାଚନ ରଣାଙ୍ଗନରେ ଲଢେଇ କରିବା ଏତେଟା ସହଜ ନ ହୋଇପାରେ ବୋଲି ମଧ୍ୟ କୁହାଯାଉଛି। ଅପରପକ୍ଷରେ ଏହି ବିଧାନସଭା ଉପନିର୍ବାଚନକୁ ଭାଜପା କେମିତି ଲଢିବ ତାହା ଉପରେ ସମସ୍ତଙ୍କ ନଜର। ଷ୍ଟାର କ୍ୟାମ୍ପେନର ତାଲିକାରେ ପ୍ରଧାନମନ୍ତ୍ରୀ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ କିମ୍ବା ସ୍ବରାଷ୍ଟ୍ର ମନ୍ତ୍ରୀ ସାମିଲ ହେଉ ନାହାନ୍ତି। ଅନ୍ୟ କୌଣସି ହେଭିଓ୍ବେଟ କେନ୍ଦ୍ରମନ୍ତ୍ରୀ ମଧ୍ୟ ତାଲିକାରେ ନାହାନ୍ତି। ତେବେ ଦଳର ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଏବଂ ସହପ୍ରଭାରୀଙ୍କୁ ଛାଡିଦେଲେ ଆଉ ସବୁ ରାଜ୍ୟସ୍ତରୀୟ ନେତା। ଶାସକ ଦଳ ବିରୋଧରେ ଭାଜପା ରାଜ୍ୟ ନେତାମାନେ କେତେମାତ୍ରାରେ ଆଗ୍ରହ ସହକାରେ ନିର୍ବାଚନ ମଇଦାନରେ ପ୍ରଚାର କରି ପ୍ରାର୍ଥୀଙ୍କ ସପକ୍ଷରେ ଜନମତ ନେଇପାରିବେ ତାହା ଉପରେ ସମସ୍ତଙ୍କ ଲକ୍ଷ୍ୟ ରହିଛି। ଏନେଇ ଭାଜପା ବିଧାୟକ ଜୟନ୍ତ ଷଡଙ୍ଗୀ କହିଛନ୍ତି, ସୋମବାରଠାରୁ ପ୍ରଚାର ଜୋରଦାର ହେବ। ଭାଜପା ସେଠାରେ ଭଲ କରିବ ଏବଂ ବିଜୟୀ ହେବା ନେଇ ଆଶା ରଖିଛି। କେନ୍ଦ୍ରର ହେଭିଓ୍ବେଟ୍‌ମାନେ ସାମିଲ ନ ହେବା ନେଇ ଜୟନ୍ତ କହିଛନ୍ତି, ବୋଧହୁଏ କେନ୍ଦ୍ର ପିପିଲି ଉପନିର୍ବାଚନକୁ ସେତେଟା ଗୁରୁତ୍ୱ ଦେଉ ନାହିଁ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାରକୁ ଲୋକେ ଅନେଇ ରହିଥିଲେ ମଧ୍ୟ କୋଭିଡ୍‌ ସଂକ୍ରମଣ ବଢୁଥିବାରୁ ମୁଖ୍ୟମନ୍ତ୍ରୀ ଉପନିର୍ବାଚନରେ ସିଧାସଳଖ ଯୋଗଦେବା ନେଇ ସ୍ଥିର ହୋଇ ନାହିଁ। ସମ୍ଭବତଃ ଭର୍ଚୁଆଲରେ ସେ ପ୍ରଚାର କରିପାରନ୍ତି ବୋଲି ଦଳର ଜଣେ ଆଗଧାଡିର ନେତା ନିଜ ନାମ ଗୋପନ ରଖିବା ସର୍ତ୍ତରେ ସୂଚନା ଦେଇଛନ୍ତି। ବିଜେଡି ନେତା ଚିନ୍ମୟ ସାହୁ କହିଛନ୍ତି, ବିଜେଡି ପ୍ରଚାର ଜୋରଦାର କରୁଛି, ସୋମବାରଠାରୁ ଆହୁରି ବଢ଼ିବ। ନୂଆଶାସନ ପଞ୍ଚାୟତ ନିର୍ବାଚନ ଫଳର ପ୍ରଭାବ ବିଧାନସଭା ଉପନିର୍ବାଚନ ଉପରେ କିଛି ହେଲେ ପଡ଼ିବ ନାହିଁ। ପଞ୍ଚାୟତରେ ସ୍ଥାନୀୟ ବ୍ୟକ୍ତିବିଶେଷଙ୍କୁ ନେଇ ହୋଇଥାଏ। ଭାଜପାର ସର୍ବଶ୍ରେଷ୍ଠ କେନ୍ଦ୍ରୀୟ ନେତୃବୃନ୍ଦ ଜାଣିକି ପ୍ରଚାର ତାଲିକାରେ ନାହାନ୍ତି। ସେମାନେ ଜାଣିଛନ୍ତି, ପିପିଲିରେ ଭାଜପା ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ଯାଉଛି।
ସେପଟେ କଂଗ୍ରେସ ନେତାମାନେ ଉପରକୁ ଉପନିର୍ବାଚନରେ ବିଜୟୀ ହେବେ ବୋଲି କହୁଥିଲେ ମଧ୍ୟ ଦଳ ଭିତର କଥା ଭିନ୍ନ। ଦଳ ଏକ ପ୍ରକାର ପରାଜୟ ସ୍ବୀକାର କରି କେବଳ ଲୋକଦେଖାଣିଆ ଭାବେ ପ୍ରଚାର କରିବାକୁ ଚେଷ୍ଟା କରୁଥିବା ରାଜନୈତିକ ସମୀକ୍ଷକମାନେ ଚର୍ଚ୍ଚା କରୁଛନ୍ତି। କଂଗ୍ରେସ ରାଜ୍ୟ ପ୍ରଭାରୀ ଏ. ଚେଲ୍ଲାକୁମାର ନୂଆକରି ଦାୟିତ୍ୱ ନେବାପରେ ପିପିଲି ଉପନିର୍ବାଚନ ଗୁରୁତ୍ୱର ସହକାରେ ଲଢ଼ିବେ ବୋଲି ଆଲୋଚନା ହେଉଥିଲା। ହେଲେ ଏବେ ସେହି ଚର୍ଚ୍ଚାରେ ବ୍ୟତିକ୍ରମ ଦେଖାଦେଲାଣି ବୋଲି ଦଳର କେତେଜଣ ନେତା କହୁଛନ୍ତି। ଅନୁରୂପ ଭାବେ ବିଜେଡି ଓ ଭାଜପା ପ୍ରଚାର କାମ ଆରମ୍ଭ କରିସାରିଥିବା ବେଳେ ଏ ପର୍ଯ୍ୟନ୍ତ ପଞ୍ଚାୟତସ୍ତରରେ କଂଗ୍ରେସ ଯେଉଁମାନଙ୍କୁ ଦାୟିତ୍ୱ ଦେଇଛି ସେମାନେ ଆସି ନାହାନ୍ତି। ତେବେ ଏନେଇ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି, ସାଧାରଣ ଭାବେ କଂଗ୍ରେସ ପିପିଲି ଉପନିର୍ବାଚନ ଲଢ଼ିବ। ଦିନେ ଦୁଇଦିନ ମଧ୍ୟରେ ପଞ୍ଚାୟତସ୍ତରରେ ହେଭିଓ୍ବେଟମାନେ ନିର୍ବାଚନ ଦାୟିତ୍ୱ ହାତେଇବେ। ଷ୍ଟାର ପ୍ରଚାରକମାନେ ମଧ୍ୟ ଖୁବଶୀଘ୍ର ପ୍ରଚାରକୁ ଓହ୍ଲାଇବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri