୧୨୮୫ କୋଟିର ବ୍ୟାଙ୍କ ଠକେଇ

ନୂଆଦିଲ୍ଲୀ,୫।୪: ବ୍ୟାଙ୍କଗୁଡିକୁ ପ୍ରାୟ ୧୨୮୫.୪୫ କୋଟି ଟଙ୍କାର ଠକେଇ ଘଟଣା ସାମ୍ନାକୁ ଆସିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀ ବିରୋଧରେ ମାମଲା ରୁଜୁ ହୋଇଛି। ଏହି କମ୍ପାନୀର ଜନୈକ ନିର୍ଦ୍ଦେଶକ ୬୭୮.୮୯ କୋଟି ଟଙ୍କାର ଫାଇନାନ୍ସିଆଲ କ୍ରେଡିଟ ଲିମିଟ ଲାଭ କରିଛନ୍ତି। ଏହାବାଦ ୫୦ କୋଟି ଟଙ୍କାର ଏନ୍‌ଏଫ୍‌ବିଏଲ୍‌ ମଧ୍ୟ ଏହି କମ୍ପାନୀ ହାତେଇଛି। ବ୍ୟାଙ୍କ ଅଫ ବରୋଦା ନେତୃତ୍ୱାଧୀନ କନସୋର୍ଟିୟମଠାରୁ ୨୦୦୯ରୁ ୨୦୧୫ ମଧ୍ୟରେ ଏଭଳି ଋଣ ଠକେଇ କରାଯାଇଛି। କମ୍ପାନୀ ପ୍ରକଳ୍ପ କାର୍ଯ୍ୟ ସମୟରେ ବିଭିନ୍ନ ଜାଲ କାରବାର ଏବଂ ଅର୍ଥ ନେଣଦେଣର ଅଭିଯୋଗ ମଧ୍ୟ ଆସିଛି। ୨୦୧୫ ଡିସେମ୍ବରରେ ବ୍ୟାଙ୍କ ପ୍ରଦାନ କରିଥିବା ଋଣ ଏନ୍‌ପିଏ ହୋଇଯାଇଥିଲା ଏବଂ କମ୍ପାନୀ ଉପରେ ମୋଟ ୧୨୮୫ କୋଟି ଟଙ୍କାର ବକେୟା ରହିଥିଲା। ମାମଲା ବିଚାରକୁ ନେଇ ସିବିଆଇ ହାଇଦ୍ରାବାଦ ସମେତ ନୂଆଦିଲ୍ଲୀ ଭଳି ସ୍ଥାନଗୁଡିକରେ ଚଢାଉ କରିଛି। ଏହାର ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri