ଋଷିକୁଲ୍ୟାରେ ହେବ ପିପଳପଙ୍କା ଡ୍ୟାମ୍‌: ବ୍ୟୟ ଅଟକଳ ହୋଇପାରେ ୧୦୦୦ କୋଟି

ବ୍ରହ୍ମପୁର ଅଫିସ,୨୨ା୯: ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନମଣ୍ଡଳୀରେ ପ୍ରବାହିତ ଋଷିକୁଲ୍ୟା ନଦୀକୁ ନେଇ ନିର୍ମାଣ ହେବ ପିପଳପଙ୍କା ଜଳଭଣ୍ଡାର। ଦୀର୍ଘବର୍ଷରୁ ପ୍ରସ୍ତାବିତ ଏହି ଡ୍ୟାମ୍‌ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ସର୍ଭେ କରାଯାଇ ସ୍ଥାନ ଚିହ୍ନଟ ହୋଇଛି। ଏହି ପ୍ରକଳ୍ପ ନିମନ୍ତେ ପ୍ରାୟ ୧ହଜାର କୋଟି ଟଙ୍କା ବ୍ୟୟ ହେବାର ପ୍ରାକ୍‌ ଅଟକଳ କରାଯାଇଛି। ସେଠାର ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଏହି ସୂଚନା ଦେଇଛନ୍ତି ା ଯୋଜନା ସମ୍ପୂର୍ଣ୍ଣ ହେଲେ ବ୍ୟାପକ ଅଞ୍ଚଳରେ କୃଷି କାର୍ଯ୍ୟକ୍ରମ ନିମନ୍ତେ ସୁବିଧାରେ ସେଚ ବ୍ୟବସ୍ଥା ସହ ଅନେକ ଗ୍ରାମାଞ୍ଚଳକୁ ପିଇବା ପାଣି ଯୋଗାଣ ହୋଇପାରିବାର ସେ ଦର୍ଶାଇଛନ୍ତି।

ସୂଚନାଯୋଗ୍ୟ, ୯୦ ଦଶକର ଦ୍ୱିତୀୟ ଭାଗରେ ଜିଲାରେ ଗୋପାଳପୁର ବନ୍ଦର ଭିତ୍ତିକ ମେଗା ଇସ୍ପାତ କାରଖାନା ଟାଟା କମ୍ପାନୀ ପକ୍ଷରୁ ହେବାର ଥିଲା। ତତ୍‌କାଳୀନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ୧୯୯୬ ଲୋକ ସଭା ନିର୍ବାଚନରେ ବ୍ରହ୍ମପୁର କ୍ଷେତ୍ରରୁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ। ଭୋଟ ରାଜନୀତି ପାଇଁ ସେ ଟାଟାକୁ ଚାପ ପକାଇ ସଫଳ ହୋଇଥିଲେ। ନିର୍ବାଚନ ପୂର୍ବରୁ ୧୯୯୫ ଡିସେମ୍ବର ଶେଷରେ ରାଓ କାରଖାନା ପାଇଁ ଶିଳାନ୍ୟାସ କରିଥିଲେ। ଏହି କାର୍ଯ୍ୟକ୍ରମରେ କମ୍ପାନୀ ମୁଖ୍ୟ ରତନ ଟାଟା ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଇସ୍ପାତ ପ୍ରକଳ୍ପକୁ ଜଳଯୋଗାଣ ନିମନ୍ତେ ପିପଳପଙ୍କା ଯୋଜନା କରାଯିବାର ପ୍ରସ୍ତାବ ରଖାଗଲା। ପ୍ରଶାସନ ପକ୍ଷରୁ ମଧ୍ୟ ସବୁପ୍ରକାର ସହଯୋଗ ମିଳିଲା। ପିପଳପଙ୍କାରୁ ମୋଟା ପାଇପ ଯୋଗେ କାରଖାନା ପାଇଁ ପାଣି ଅଣାଯିବାର ନକ୍ସା ପ୍ରସ୍ତୁତ ହୋଇଥିଲା।

ଅପରପକ୍ଷରେ ଇସ୍ପାତ ପ୍ରକଳ୍ପକୁ ଆରମ୍ଭରୁ ବିରୋଧ କରାଯାଇଥିଲା। ପ୍ରତିବାଦ ଆନ୍ଦୋଳନ ଜୋରଦାର କରାଗଲା। ଏହାସହ ପିପଳପଙ୍କା ଡ୍ୟାମ୍‌ ନିର୍ମାଣକୁ ମଧ୍ୟ ତୀବ୍ର ବିରୋଧ ହେଲା। ଯଦି ନିର୍ମାଣ ହେବ ସେହି ପାଣି କୃଷି କାର୍ଯ୍ୟକ୍ରମରେ ବିନିଯୋଗ ପାଇଁ ସ୍ବର ଉଠିଲା। ତେଣୁ ଜଳଭଣ୍ଡାର ବିବାଦୀୟ ହୋଇଯାଇଥିଲା। ଟାଟା କମ୍ପାନୀ କାରଖାନା ନାଁରେ ହଜାର ହଜାର ଏକର ଜମି ଅଧିଗ୍ରହଣ କରି ପରିଶେଷରେ ଓହରିଗଲା ଏବଂ ପିପଳପଙ୍କା ଯୋଜନା ମଧ୍ୟ ଅଟକି ଯାଇଥିଲା। ଦୀର୍ଘ ୨୬ ବର୍ଷ ପରେ ଏବେ ଡ୍ୟାମ୍‌ ନିର୍ମାଣ ପ୍ରସଙ୍ଗ ଉଠିଛି । ଏହାକୁ କାର୍ଯ୍ୟକରୀ କରିବାକୁ ଶାସକ ଦଳ ପକ୍ଷରୁ ପଦକ୍ଷେପ ନିଆଯାଇଛି। ପୁରୁଣା ତଥ୍ୟାନୁସାରେ ଅତୀତରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ବରିଷ୍ଠ କମ୍ୟୁନିଷ୍ଟ ନେତା ଗୋବିନ୍ଦ ପ୍ରଧାନ ଭଞ୍ଜନଗର ବିଧାୟକ ଥିବା ବେଳେ ପିପଳପଙ୍କା ଜଳ ଭଣ୍ଡାର ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ। ପାଣି କେବଳ ଚାଷ କାର୍ଯ୍ୟରେ ବ୍ୟବହୃତ କରାଯିବାର ସର୍ତ୍ତ ରଖିଥିଲେ। ତେଣୁ ପିପଳପଙ୍କା ବହୁବର୍ଷର ଦାବି ହୋଇଥିବା ସ୍ପଷ୍ଟ ହୋଇଛି।
ଇସ୍ପାତ କାରଖାନା ଓ ପିପଳପଙ୍କା ଯୋଜନାକୁ ମୂଳରୁ ବିରୋଧ କରି ଆନ୍ଦୋଳନରେ ସାମିଲ ହୋଇଥିବା ବିଶିଷ୍ଟ ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରା ଆଲୋଚନା ପ୍ରସଙ୍ଗରେ କହିଛନ୍ତି, କେବଳ ପିପଳପଙ୍କା ନୁହେଁ ବିଭିନ୍ନ ଡ୍ୟାମ ନିର୍ମାଣ କରାଯିବା ଅନୁଚିତ। ଏହାଦ୍ୱାରା ନଦୀଗୁଡ଼ିକରେ ସ୍ରୋତ କମିଯାଉଛି ଏବଂ ଜଳ ସଙ୍କଟ ଦେଖାଦେଉଛି। ଜାନିବିଲି ଡ୍ୟାମ୍‌ ଯୋଗୁ ଋଷିକୁଲ୍ୟା ଖରା ଓ ଶୀତ ଋତୁରେ ଶୁଖିଯାଉଛି। ଫଳରେ ନଦୀ ସୁରକ୍ଷା ବିପନ୍ନ ହେଉଛି। ନଦୀଗୁଡ଼ିକରୁ ରୀତିମତ ବାଲି କଢ଼ା ଯାଉଥିବାରୁ ଆଉ ଏକ ସମସ୍ୟା ସୃଷ୍ଟି ହୋଇଛି। ବାଲି ଚୋରା ଚାଲାଣକୁ ରୋକାଯାଉ ନ ଥିବା ସେ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ଜରଉ ଓ ପଦ୍ମା ନଦୀ ଜଳ ରୋକାଯାଇ ବ୍ରିଟିଶ ଶାସନରେ ହୋଇଥିବା ସୋରଡ଼ା ଜଳ ଭଣ୍ଡାର କ୍ରମଶଃ ଅବକ୍ଷୟ ଘଟିବାରେ ଲାଗିଛି। ଏହାର ପୁନରୁଦ୍ଧାର ଦିଗରେ ସରକାର ଅଣଦେଖା କରିଥିବା ବେଳେ ନୂଆ ଯୋଜନା ପିପଳପଙ୍କା ପାଇଁ କାହିଁକି ଆଗ୍ରହ ବୋଲି ସେ ପ୍ରଶ୍ନ କରିଛନ୍ତି। ଋଷିକୁଲ୍ୟାର କଂସାରିଗଣ୍ଡ ପ୍ରକଳ୍ପକୁ ମଧ୍ୟ ସାମନ୍ତରା ବିରୋଧ କରିଛନ୍ତି। ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କହିବା ପ୍ରକାରେ କୃଷିଜାତ ପଦାର୍ଥର ଉପତ୍ାଦନ ବୃଦ୍ଧି ଓ ପିଇବା ପାଣି ସଙ୍କଟ ଦୂର ଲାଗି ସରକାର ବିଭିନ୍ନ ଡ୍ୟାମ ନିର୍ମାଣକୁ ଗୁରୁତ୍ୱ ଦେଇଛନ୍ତି। ତେଣୁ ପିପଳପଙ୍କା ଯୋଜନା ସ୍ବାଗତଯୋଗ୍ୟ ହୋଇଥିବା ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri