Posted inଖେଳ

ପିଙ୍କ୍‌ ବଲ୍‌ ଓ୍ବାର୍ମ ଅପ୍‌ ଅମୀମାଂସିତ: ବେନ୍‌, ଜ୍ୟାକ୍‌ଙ୍କ ଶତକ

ସିଡ୍‌ନୀ,୧୪।୧୨(ପି.ଟି.): ସିଡ୍‌ନୀରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଦିବାରାତ୍ର ପ୍ରଥମ ଟେଷ୍ଟ ମ୍ୟାଚ ପୂର୍ବରୁ ଭ୍ରମଣକାରୀ ଭାରତୀୟ ଦଳ ଭଲ ଅଭ୍ୟାସ କରିବାର ସୁଯୋଗ ହାସଲ କରିଛି। ସ୍ଥାନୀୟ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଏ’ ଓ ଭାରତ ମଧ୍ୟରେ ଖେଳାଯାଇଥିବା ୩ ଦିନିଆ ଦିବାରାତ୍ର ଅଭ୍ୟାସ ମ୍ୟାଚ ରବିବାର ଅମୀମାଂସିତ ଭାବେ ଶେଷ ହୋଇଛି। ଭଭୟ ଦଳ ଦୁଇଟି ଇନିଂସ ଖେଳିବାର ସୁଯୋଗ ହାସଲ କରିଛନ୍ତି। ଏହି ରିହର୍ସାଲ ମ୍ୟାଚ ଖେଳି ଭାରତୀୟ ଖେଳାଳିମାନେ ସିଡ୍‌ନୀର ପରିବେଶ ସହ ଖାପ ଖୁଆଇବା ସହିତ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ତେବେ ତୃତୀୟ ତଥା ଅନ୍ତିମ ଦିବସରେ ଅଷ୍ଟ୍ରେଲିଆ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ବେନ୍‌ ମ୍ୟାକ୍‌ଡର୍ମୋଟ ଓ ଜ୍ୟାକ୍‌ ଓ୍ବିଲଡରମୁଥ୍‌ ଶତକ ହାସଲ କରି ହିରୋ ସାବ୍ୟସ୍ତ ହୋଇଛନ୍ତି।
ଦ୍ୱିତୀୟ ଦିବସ ଶେଷରେ ଭାରତ ଦ୍ୱିତୀୟ ଇନିଂସରେ ୯୦ ଓଭରରେ ୪ ଉଇକେଟ ହରାଇ ୩୮୬ ରନ କରି ଇନିଂସ ଘୋଷଣା କରିଥିଲା। ରବିବାର ସକାଳୁ ଅର୍ଥାତ୍‌ ଅନ୍ତିମ ଦିବସରେ ଅଷ୍ଟ୍ରେଲିଆ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରି ୭୫ ଓଭରରେ ୪ ଉଇକେଟ ହରାଇ ୩୦୭ ସଂଗ୍ରହ କରିଛି। ୨୫ ରନରେ ୩ ଉଇକେଟ ହରାଇ ଘରୋଇ ଦଳ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓପନର ମାର୍କସ ହାରିସ୍‌ ୫ ଓ ଜୋ ବନର୍‌ସ ୧ ରନକରି ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ଦ୍ୱାରା ଆଉଟ ହୋଇଥିଲେ। ସେହିପରି ନିକ୍‌ ମାଡିନଶନ ୧୪ ରନ କରିଥିବା ବେଳେ ନବୀଦପ ସଇନିଙ୍କୁ କ୍ୟାଚ୍‌ ଦେଇ ମହମ୍ମଦ ସିରାଜଙ୍କ ଦ୍ୱାରା ଆଉଟ ହୋଇଥିଲେ।
ଏହାପରେ ଉଇକେଟକିପର ବ୍ୟାଟ୍ସମ୍ୟାନ ଆଲେକ୍ସ କାରେ ଓ ମ୍ୟାକ୍‌ଡର୍ମୋଟ୍‌ ଚତୁର୍ଥ ଉଇକେଟରେ ୧୧୭ ରନର ପାର୍ଟନରଶିପ୍‌ ସ୍ଥାପନ କରି ସ୍ଥିତି ସମ୍ଭାଳିଥିଲେ। ତେବେ କାରେ ୫୮ ରନର ଅର୍ଦ୍ଧଶତକୀୟ ପାଳି ଖେଳି ବଦଳ ଖେଳାଳି କାର୍ତ୍ତିକ ତ୍ୟାଗୀଙ୍କୁ କ୍ୟାଚ୍‌ ଦେଇ ହନୁମା ବିହାରୀଙ୍କ ଶିକାର ହୋଇଥିଲେ। ଏହାପରେ ପଞ୍ଚମ ଉଇକେଟରେ ମ୍ୟାକଡର୍ମୋଟ ଓ ଓ୍ବିଲଡରମୁଥ ୧୯୩ଟି ବଲର ସମ୍ମୁଖୀନ ହୋଇ ଅପରାଜିତ ୧୬୫ ରନ ସଂଗ୍ରହ କରି ଭାରତୀୟ ବୋଲରଙ୍କୁ ନିରାଶ କରିଥିଲେ। ଉଭୟ ବ୍ୟାଟ୍ସମ୍ୟାନ ଶତକ ହାସଲ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ୧୬୭ଟି ବଲର ସମ୍ମୁଖୀନ ହୋଇ ମ୍ୟାକ୍‌ଡର୍ମୋଟ ୧୬ ଚୌକା ସହ ଅପରାଜିତ ୧୦୭ ରନର ଶତକୀୟ ପାଳି ଖେଳିଥିଲେ। ସେହିପରି ଓ୍ବିଲଡରମୁଥ୍‌ ୧୧୯ଟି ବଲ୍‌ ଖେଳି ୧୨ ଚୌକା ଓ ୩ ଛକା ସହ ୧୧୧ ରନର ଶତକୀୟ ପାଳି ଖେଳି ଅପରାଜିତ ରହିଥିଲେ। ବୋଲିଂରେ ଭାରତ ପକ୍ଷରୁ ସାମି ୨, ମହମ୍ମଦ ସିରାଜ ଓ ବିହାରୀ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ଟସ୍‌ ଜିତି ଭାରତ ପ୍ରଥମ ଇନିଂସରେ ୪୮.୩ ଓଭରରେ ୧୯୪ ରନକରି ଅଲଆଉଟ ହୋଇଥିଲା। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ଅଷ୍ଟ୍ରେଲିଆ ୩୨.୨ ଓଭରରେ ୧୦୮ ରନ କରି ଅଲ୍‌ଆଉଟ ହୋଇଥିଲା। ଫଳରେ ଭାରତ ୮୬ ରନର ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଥିଲା। ଦଳ ହନୁମା ବିହାରୀ ଓ ରିଷଭ ପନ୍ତଙ୍କ ଅପରାଜିତ ଶତକ, ମୟଙ୍କ ଅଗ୍ରଓ୍ବାଲ ଓ ଶୁବମନ ଗିଲଙ୍କ ଅର୍ଦ୍ଧଶତକ ସହ ୯୦ ଓଭରରେ ୪ ଉଇକେଟ ହରାଇ ୩୮୬ ରନ କରି ଇନିଂସ ଘୋଷଣା କରିଥିଲା। ପନ୍ତ ୭୩ ବଲରୁ ୯ ଚୌକା ଓ ୬ ଛକା ସହ ୧୦୩ ରନ, ବିହାରୀ ୧୯୪ ବଲରୁ ୧୩ ଚୌକା ସହ ୧୦୪ ରନକରି ଅପରାଜିତ ରହିଥିଲେ। ସେହିପରି ମୟଙ୍କ ୬୧ ଓ ଗିଲ୍‌ ୬୫ ରନ ସଂଗ୍ରହ କରିଥିଲେ। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଏ’ ଅପେକ୍ଷା ଭାରତ ପ୍ରଦର୍ଶନ ଅପେକ୍ଷାକୃତ ଭଲ ରହିଥିଲା।
ସଂକ୍ଷିପ୍ତ ସ୍କୋର:
ଭାରତ ପ୍ରଥମ ଇନିଂସ: ୪୮.୩ ଓଭରରେ ୧୯୪ ଅଲଆଉଟ।
ଅଷ୍ଟ୍ରେଲିଆ ଏ’ ପ୍ରଥମ ଇନିଂସ: ୩୨.୨ ଓଭରରେ ୧୦୮ ଅଲଆଉଟ।
ଭାରତ ଦ୍ୱିତୀୟ ଇନିଂସ: ୯୦ ଓଭରରେ ୪ ଉଇକେଟ ହରାଇ ୩୮୬ ଇନିଂସ ଘୋଷଣା।
ଅଷ୍ଟ୍ରେଲିଆ ଏ’ ଦ୍ୱିତୀୟ ଇନିଂସ: ୭୫ ଓଭରରେ ୩୦୭/୪
(ମ୍ୟାକଡର୍ମୋଟ- ୧୦୭*, ଓ୍ବିଲଡରମୁଥ୍‌- ୧୧୧*, କାରେ- ୫୮, ସାମି- ୨/୫୮, ସିରାଜ- ୧/୫୪, ବିହାରୀ- ୧/୧୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri