Posted inଖେଳ

ପିଙ୍କ୍‌ ବଲ୍‌ ଓ୍ବାର୍ମ ଅପ୍‌ ଅମୀମାଂସିତ: ବେନ୍‌, ଜ୍ୟାକ୍‌ଙ୍କ ଶତକ

ସିଡ୍‌ନୀ,୧୪।୧୨(ପି.ଟି.): ସିଡ୍‌ନୀରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଦିବାରାତ୍ର ପ୍ରଥମ ଟେଷ୍ଟ ମ୍ୟାଚ ପୂର୍ବରୁ ଭ୍ରମଣକାରୀ ଭାରତୀୟ ଦଳ ଭଲ ଅଭ୍ୟାସ କରିବାର ସୁଯୋଗ ହାସଲ କରିଛି। ସ୍ଥାନୀୟ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଏ’ ଓ ଭାରତ ମଧ୍ୟରେ ଖେଳାଯାଇଥିବା ୩ ଦିନିଆ ଦିବାରାତ୍ର ଅଭ୍ୟାସ ମ୍ୟାଚ ରବିବାର ଅମୀମାଂସିତ ଭାବେ ଶେଷ ହୋଇଛି। ଭଭୟ ଦଳ ଦୁଇଟି ଇନିଂସ ଖେଳିବାର ସୁଯୋଗ ହାସଲ କରିଛନ୍ତି। ଏହି ରିହର୍ସାଲ ମ୍ୟାଚ ଖେଳି ଭାରତୀୟ ଖେଳାଳିମାନେ ସିଡ୍‌ନୀର ପରିବେଶ ସହ ଖାପ ଖୁଆଇବା ସହିତ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ତେବେ ତୃତୀୟ ତଥା ଅନ୍ତିମ ଦିବସରେ ଅଷ୍ଟ୍ରେଲିଆ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ବେନ୍‌ ମ୍ୟାକ୍‌ଡର୍ମୋଟ ଓ ଜ୍ୟାକ୍‌ ଓ୍ବିଲଡରମୁଥ୍‌ ଶତକ ହାସଲ କରି ହିରୋ ସାବ୍ୟସ୍ତ ହୋଇଛନ୍ତି।
ଦ୍ୱିତୀୟ ଦିବସ ଶେଷରେ ଭାରତ ଦ୍ୱିତୀୟ ଇନିଂସରେ ୯୦ ଓଭରରେ ୪ ଉଇକେଟ ହରାଇ ୩୮୬ ରନ କରି ଇନିଂସ ଘୋଷଣା କରିଥିଲା। ରବିବାର ସକାଳୁ ଅର୍ଥାତ୍‌ ଅନ୍ତିମ ଦିବସରେ ଅଷ୍ଟ୍ରେଲିଆ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରି ୭୫ ଓଭରରେ ୪ ଉଇକେଟ ହରାଇ ୩୦୭ ସଂଗ୍ରହ କରିଛି। ୨୫ ରନରେ ୩ ଉଇକେଟ ହରାଇ ଘରୋଇ ଦଳ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓପନର ମାର୍କସ ହାରିସ୍‌ ୫ ଓ ଜୋ ବନର୍‌ସ ୧ ରନକରି ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ଦ୍ୱାରା ଆଉଟ ହୋଇଥିଲେ। ସେହିପରି ନିକ୍‌ ମାଡିନଶନ ୧୪ ରନ କରିଥିବା ବେଳେ ନବୀଦପ ସଇନିଙ୍କୁ କ୍ୟାଚ୍‌ ଦେଇ ମହମ୍ମଦ ସିରାଜଙ୍କ ଦ୍ୱାରା ଆଉଟ ହୋଇଥିଲେ।
ଏହାପରେ ଉଇକେଟକିପର ବ୍ୟାଟ୍ସମ୍ୟାନ ଆଲେକ୍ସ କାରେ ଓ ମ୍ୟାକ୍‌ଡର୍ମୋଟ୍‌ ଚତୁର୍ଥ ଉଇକେଟରେ ୧୧୭ ରନର ପାର୍ଟନରଶିପ୍‌ ସ୍ଥାପନ କରି ସ୍ଥିତି ସମ୍ଭାଳିଥିଲେ। ତେବେ କାରେ ୫୮ ରନର ଅର୍ଦ୍ଧଶତକୀୟ ପାଳି ଖେଳି ବଦଳ ଖେଳାଳି କାର୍ତ୍ତିକ ତ୍ୟାଗୀଙ୍କୁ କ୍ୟାଚ୍‌ ଦେଇ ହନୁମା ବିହାରୀଙ୍କ ଶିକାର ହୋଇଥିଲେ। ଏହାପରେ ପଞ୍ଚମ ଉଇକେଟରେ ମ୍ୟାକଡର୍ମୋଟ ଓ ଓ୍ବିଲଡରମୁଥ ୧୯୩ଟି ବଲର ସମ୍ମୁଖୀନ ହୋଇ ଅପରାଜିତ ୧୬୫ ରନ ସଂଗ୍ରହ କରି ଭାରତୀୟ ବୋଲରଙ୍କୁ ନିରାଶ କରିଥିଲେ। ଉଭୟ ବ୍ୟାଟ୍ସମ୍ୟାନ ଶତକ ହାସଲ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ୧୬୭ଟି ବଲର ସମ୍ମୁଖୀନ ହୋଇ ମ୍ୟାକ୍‌ଡର୍ମୋଟ ୧୬ ଚୌକା ସହ ଅପରାଜିତ ୧୦୭ ରନର ଶତକୀୟ ପାଳି ଖେଳିଥିଲେ। ସେହିପରି ଓ୍ବିଲଡରମୁଥ୍‌ ୧୧୯ଟି ବଲ୍‌ ଖେଳି ୧୨ ଚୌକା ଓ ୩ ଛକା ସହ ୧୧୧ ରନର ଶତକୀୟ ପାଳି ଖେଳି ଅପରାଜିତ ରହିଥିଲେ। ବୋଲିଂରେ ଭାରତ ପକ୍ଷରୁ ସାମି ୨, ମହମ୍ମଦ ସିରାଜ ଓ ବିହାରୀ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ଟସ୍‌ ଜିତି ଭାରତ ପ୍ରଥମ ଇନିଂସରେ ୪୮.୩ ଓଭରରେ ୧୯୪ ରନକରି ଅଲଆଉଟ ହୋଇଥିଲା। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ଅଷ୍ଟ୍ରେଲିଆ ୩୨.୨ ଓଭରରେ ୧୦୮ ରନ କରି ଅଲ୍‌ଆଉଟ ହୋଇଥିଲା। ଫଳରେ ଭାରତ ୮୬ ରନର ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଥିଲା। ଦଳ ହନୁମା ବିହାରୀ ଓ ରିଷଭ ପନ୍ତଙ୍କ ଅପରାଜିତ ଶତକ, ମୟଙ୍କ ଅଗ୍ରଓ୍ବାଲ ଓ ଶୁବମନ ଗିଲଙ୍କ ଅର୍ଦ୍ଧଶତକ ସହ ୯୦ ଓଭରରେ ୪ ଉଇକେଟ ହରାଇ ୩୮୬ ରନ କରି ଇନିଂସ ଘୋଷଣା କରିଥିଲା। ପନ୍ତ ୭୩ ବଲରୁ ୯ ଚୌକା ଓ ୬ ଛକା ସହ ୧୦୩ ରନ, ବିହାରୀ ୧୯୪ ବଲରୁ ୧୩ ଚୌକା ସହ ୧୦୪ ରନକରି ଅପରାଜିତ ରହିଥିଲେ। ସେହିପରି ମୟଙ୍କ ୬୧ ଓ ଗିଲ୍‌ ୬୫ ରନ ସଂଗ୍ରହ କରିଥିଲେ। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଏ’ ଅପେକ୍ଷା ଭାରତ ପ୍ରଦର୍ଶନ ଅପେକ୍ଷାକୃତ ଭଲ ରହିଥିଲା।
ସଂକ୍ଷିପ୍ତ ସ୍କୋର:
ଭାରତ ପ୍ରଥମ ଇନିଂସ: ୪୮.୩ ଓଭରରେ ୧୯୪ ଅଲଆଉଟ।
ଅଷ୍ଟ୍ରେଲିଆ ଏ’ ପ୍ରଥମ ଇନିଂସ: ୩୨.୨ ଓଭରରେ ୧୦୮ ଅଲଆଉଟ।
ଭାରତ ଦ୍ୱିତୀୟ ଇନିଂସ: ୯୦ ଓଭରରେ ୪ ଉଇକେଟ ହରାଇ ୩୮୬ ଇନିଂସ ଘୋଷଣା।
ଅଷ୍ଟ୍ରେଲିଆ ଏ’ ଦ୍ୱିତୀୟ ଇନିଂସ: ୭୫ ଓଭରରେ ୩୦୭/୪
(ମ୍ୟାକଡର୍ମୋଟ- ୧୦୭*, ଓ୍ବିଲଡରମୁଥ୍‌- ୧୧୧*, କାରେ- ୫୮, ସାମି- ୨/୫୮, ସିରାଜ- ୧/୫୪, ବିହାରୀ- ୧/୧୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri