Posted inଜାତୀୟ

ପିନାରାଇ ବିଜୟନ ସବୁଠାରୁ ବଡ ଡନ୍‌, କାହିଁକି ଏତେବଡ଼ ଅଭିଯୋଗ ଆଣିଲେ ଶୋଭା ସୁରେନ୍ଦ୍ରନ

ଥିରୁଭାନନ୍ତପୁରମ,୨।୧୧: ଶନିବାର କେରଳର ଭାଜପା ନେତା ଶୋଭା ସୁରେନ୍ଦ୍ରନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ରାଜ୍ୟର ସବୁଠାରୁ ବଡ ଡନ୍‌ ବୋଲି ବର୍ଣ୍ଣନା କରିଛନ୍ତି। ଶୋଭା ସୁରେନ୍ଦ୍ରନ କହିଛନ୍ତି, ମୁଖ୍ୟମନ୍ତ୍ରୀ ବିଜୟନ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ କେରଳରେ ମୋର ଉପସ୍ଥିତି ଚାହୁଁ ନାହାଁନ୍ତି। ସେ ମୋ ଉପରେ ବହୁତ ରାଗିଛନ୍ତି। ମୁଁ ତାଙ୍କ ଝିଇ ବୀଣା ବିଜୟନଙ୍କ ସମେତ ତାଙ୍କର ସମସ୍ତ ଜିନିଷ ଉପରେ ନଜର ରଖିଛି, ତେଣୁ ସେ ମୋ ବିରୁଦ୍ଧରେ ଅଛନ୍ତି। ବରିଷ୍ଠ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ-ମାର୍କ୍ସବାଦୀ (ସିପିଆଇ-ଏମ) ନେତା ଇପି ଜୟରାଜନଙ୍କ ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ, ଯିଏ ମୋ ସହ ଭାଜପାରେ ଯୋଗଦେବା ବିଷୟରେ ଆଲୋଚନା କରିଥିଲେ।

ବାର୍ତ୍ତାଳାପ ସମୟରେ ଶୋଭା ସୁରେନ୍ଦ୍ର ଗଣମାଧ୍ୟମର ଏକ ବିଭାଗ ଉପରେ ଖୁବ ବର୍ଷିଛନ୍ତି। ଏପରିକି ସେ କେତେକ ଅନୁଷ୍ଠାନର ନାମ ନେଇଥିଲେ ଏବଂ ୨୦୨୧ରେ କୋଡକରା ହାୱାଲା ମାମଲାରେ ତାଙ୍କ ବିରୋଧରେ ମିଥ୍ୟା ଖବର ପ୍ରକାଶ କରୁଥିବା ଅଭିଯୋଗ କରିଥିଲେ। ଏହି ପ୍ରସଙ୍ଗରେ ଭାଜପା ନେତାଙ୍କ ସମ୍ପୃକ୍ତି ଥିବା ଜଣାପଡିଛି। ଚଳିତ ସପ୍ତାହ ଆରମ୍ଭରେ ଏହି ବିଷୟ ପୁଣି ଥରେ ଚର୍ଚ୍ଚାକୁ ଆସିଥିଲା।
ଶୋଭା କହିଛନ୍ତି ଯେ ଭାଜପାର ପୂର୍ବତନ ତ୍ରୀସୁର ଜିଲା କାର୍ଯ୍ୟାଳୟ ସଚିବ ତିରୁର ସତୀଶନଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ସେ ନିକଟରେ ପ୍ରକାଶ କରିଛନ୍ତି ଯେ କୋଡକରାରୁ ଚୋରି ହୋଇଥିବା ନଗଦ ଅର୍ଥ ରାଜ୍ୟ ନିର୍ବାଚନ ଖର୍ଚ୍ଚ ପାଇଁ ରାଜ୍ୟ ଭାଜପା ନେତାମାନେ ଗ୍ରହଣ କରିଥିବା ହାୱାଲା ଅର୍ଥର ଏକ ଅଂଶ। ଏଥିରେ କ୍ରୋଧିତ ଶୋଭା କହିଛନ୍ତି, ମୋର ଏହା ସହିତ କୌଣସି ସମ୍ପର୍କ ନାହିଁ। ମୋତେ ଟାର୍ଗେଟ କରାଯାଉଛି ଗଣମାଧ୍ୟମ ଦର୍ଶାଉଛି ଯେ ମୁଁ ତିରୁର ସତ୍ୟଶନଙ୍କ ପଛରେ ଅଛି। ମୁଁ ଏହାକୁ ବରଦାସ୍ତ କରିବି ନାହିଁ। ମୁଁ ଏହାର ଦୃଢ ଉତ୍ତର ଦେବି, କାରଣ ମୋର ଏହା ସହ କୌଣସି ସମ୍ପର୍କ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାଣୀ ମୁଖାର୍ଜୀଙ୍କ ଉପରେ ଭାଙ୍ଗିପଡିଲା ଦୁଃଖର ପାହାଡ଼, ଏମିତି କେବେ ଘଟିବ ବୋଲି…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ତାଙ୍କ ମାଆ କୃଷ୍ଣା ମୁଖାର୍ଜୀଙ୍କର ୭୫ ବର୍ଷ ବୟସରେ ପରଲୋକ ଘଟିଛି। ମଙ୍ଗଳବାର, ସେପ୍ଟେମ୍ବର…

ଏମିତି ଏକ ରହସ୍ୟମୟ ଗାଁ, ଯେଉଁଠି ଚାଲିଯାଏ ଲୋକଙ୍କ ଦୃଷ୍ଟିଶକ୍ତି! କାରଣ ଜାଣିଲେ ହେବେ ଚକିତ

ମେକ୍ସିକୋର ଏକ ଦୂରଦୂରାନ୍ତ ଗାଁକୁ ନେଇ ଦୀର୍ଘଦିନ ଧରି ଏକ ରହସ୍ୟମୟ କାହାଣୀ ପ୍ରଚଳିତ ରହିଛି। କୁହାଯାଏ, ଏଠାରେ ଲୋକଙ୍କ ସହ ପଶୁମାନଙ୍କର ମଧ୍ୟ ଦୃଷ୍ଟିଶକ୍ତି ଚାଲିଯାଉଥିଲା।…

ଏସିଆନ ଗେମ୍ସ ଫାଇନାଲରେ ସ୍ମୃତି ମନ୍ଧାନା ରଚିଲେ ଇତିହାସ: ଏମିତି ରେକର୍ଡ କରି ହେଲେ ବିଶ୍ୱର ପ୍ରଥମ ବ୍ୟାଟର

ନୂଆଦିଲ୍ଲୀ,୨୨।୯: ଏସିଆନ ଗେମ୍ସର ଗୋଲ୍ଡ ମେଡାଲ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରଚିଛନ୍ତି ନୂଆ ଇତିହାସ। ଶ୍ରୀଲଙ୍କା ବିପକ୍ଷ ଫାଇନାଲରେ ୧୧ ହଜାର ଅନ୍ତର୍ଜାତୀୟ…

ଜାଲ ନୋଟ ଦେଇ କିଣୁଥିଲେ ସ୍କୁଟି, ଧରାପଡ଼ିଲେ ଅଭିଯୁକ୍ତ: ପୂରା ଘଟଣା ଜାଣିଲେ…

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ):ଜାଲ ନୋଟ ଦେଇ ବରଗଡ଼ ସହରରେ ଜଣେ ସ୍କୁଟି କିଣି ଧରାପଡ଼ିଡା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନ ଅନୁଯାୟୀ, ବରଗଡ ବ୍ୟାଙ୍କ କଲୋନୀ ବାସିନ୍ଦା…

କର୍କଟ ରାଶିରେ ଏକାଠି ହେବେ ୩ ବଡ଼ ଗ୍ରହ: ୪ ରାଶିଙ୍କ କ୍ୟାରିୟରରେ ଲାଗିବ ଚାରିଚାନ୍ଦ, ହାତକୁ ଆସିବ କୋଟିକୋଟି ଟଙ୍କା!

ଭୁବନେଶ୍ୱର,୨୨।୯: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେତେବେଳେ ତିନିଟି ଗ୍ରହ ଗୋଟିଏ ରାଶିରେ ଏକାଠି ଅବସ୍ଥାନ କରନ୍ତି, ସେତେବେଳେ ତ୍ରିଗ୍ରହୀ ଯୋଗ ଗଠିତ ହୁଏ। ଆସନ୍ତା ଅକ୍ଟୋବର ୪ରେ…

ଗ୍ରାଚ୍ୟୁଇଟିକୁୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ…

ନୂଆଦିଲ୍‌ଲୀ,୨୨।୯: ସୁପ୍ରିମକୋର୍ଟଙ୍କ ଦ୍ୱାରା ଗ୍ରାଚ୍ୟୁଇଟିକୁ ନେଇ ଏକ ବଡ଼ ରାୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଚୁକ୍ତିଭିତ୍ତିକ (କଣ୍ଟ୍ରାକ୍ଟ) କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ମୁଖ୍ୟ…

ବଡ଼ ବର୍ଷା ନେଇ ସତର୍କ କରାଇଲେ ରାଜସ୍ବ ମନ୍ତ୍ରୀ: ଏହି ୭ ଜିଲାରେ ଭୀଷଣ ବର୍ଷା! ରେଡ୍‌ ୱାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୨।୯: ବଡ଼ ବର୍ଷା ନେଇ ସତର୍କ କରାଇଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ୨୩ ଓ ୨୪ ପାଇଁ କୋରାପୁଟ, ଗଜପତି, ଗଞ୍ଜାମକୁ ରେଡ…

ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ, ଆତଙ୍କିତ କୃଷ୍ଣପ୍ରସାଦବାସୀ

କୃଷ୍ଣପ୍ରସାଦ, ୨୨।୯(କୈଳାଶ ଚନ୍ଦ୍ର ପଟନାୟକ ): ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ । ଏହାକୁ ନେଇ ପୁରୀ ଜିଲା ଉପକୂଳବାସୀଙ୍କ ମନରେ ଛନକା ପଶିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?