ଓଲଟିଲା ତିର୍ଥଯାତ୍ରୀ ବସ୍‌: ୭ଗୁରୁତର, ୩୦ରୁ ଉଦ୍ଧର୍‌ବ ଆହାତ

ବାଲେଶର ଅଫିସ,୧୦।୮: ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବାକୁ ଯିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ତିର୍ଥଯାତ୍ରୀ ବସ୍‌। ବାଲେଶର ଜିଲାର ସୋର ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ତଳନଗର ନିକଟରେ ଏଭଳି ଘଟଣା ଘଟିଛି। ଏଥିରେ ୩୦ରୁ ଉଦ୍ଧର୍‌ବ ଆହାତ ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ୭ଜଣ ଗୁରୁତରଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ସୂଚନାଯୋଗ୍ୟ, ବସ୍‌ଟି ପଶ୍ଚିମବଙ୍ଗର ଚବିଶ ପ୍ରଗଣାରୁ ପୁରୀ ଅଭିମୁଖେ ଯାଉଥିଲା। ହେଲେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଖବରପାଇ ପୋଲିସ, ଦମକଳ କର୍ମଚାରୀ ଓ କିଛି ସ୍ବେଚ୍ଛାସେବୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିବା ସହ ଆହତ ପର୍ଯ୍ୟଟକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ବସ୍‌ରେ ଶହେରୁ ଅଧିକ ଯାତ୍ରୀ ଥିଲେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କଂସବଧ ସହ ସରିଲା ଚନ୍ଦାହାଣ୍ଡି ଧନୁଯାତ୍ରା

ଚନ୍ଦାହାଣ୍ଡି, ୨୨।୫(ଡି.ଏନ୍‌.ଏ.) : ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସଦର ମହକୁମାରେ ୧୨ ଦିନ ଧରି ଚାଲିଥିବା ଧନୁଯାତ୍ରା ଶୁକ୍ରବାର ବିଳମ୍ବିତ ରାତିରେ ସରିଛି। ଅନ୍ତିମ...

ସୁସ୍ଥ ହେଲେ ପୁରୀର ଏକମାତ୍ର କରୋନା ଆକ୍ରାନ୍ତ

ପୁରୀ ଅଫିସ,୧୧।୪: କରୋନାକୁ ନେଇ ପୁରୀ ଜିଲାବାସୀଙ୍କ ମଧ୍ୟରେ ଯେଉଁ ଆଶଙ୍କା ରହିଥିଲା ସେଥିରେ କିଛି ମାତ୍ରାରେ ଆସ୍ବସ୍ଥ ହୋଇଛନ୍ତି ଜିଲାବାସୀ। ଜିଲାର ପ୍ରଥମ କରୋନା...

‘ରାଜ୍ୟ ବାହାରେ କଳାପ୍ରଦର୍ଶନ କରିବାକୁ ଲକ୍ଷ୍ୟ’: କେନ୍ଦୁଝରର ଯୁବ ଶିଳ୍ପୀ ନିଶିକାନ୍ତ

କେନ୍ଦୁଝର, ୧୧।୧୨(ସ୍ବ.ପ୍ର.)-କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡ଼ା ଗ୍ରାମର ଯୁବ ଟେରାକୋଟା ଶିଳ୍ପୀ ନିଶିକାନ୍ତ ବେହେରା। ନିଜ ବାପାଙ୍କଠାରୁ ଟେରାକୋଟା ଶିଳ୍ପ କଳା...

ମୟୂରଭଞ୍ଜରେ ସ୍ମାର୍ଟ ହେଲଥ୍‌ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ବାରିପଦା ଅଫିସ,୨୨।୧୦: ମୟୂରଭଞ୍ଜରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ୍‌ କାର୍ଡ ବଣ୍ଟନ କରିଛନ୍ତି। ସହିଦ ସ୍ମୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ...

ବରଗଡ଼ ବନ୍ଦର ପ୍ରଭାବ : ନୂତନ ଜିଲା ମୁଖ୍ୟ ଡାକ୍ତରଖାନାକୁ ଯାଇ ପାରୁ ନାହାନ୍ତି ସ୍ବାସ୍ଥ୍ୟ କର୍ମଚାରୀ

ବରଗଡ଼ ଅଫିସ,୪।୨: ବରଗଡ଼ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସପିଟାଲ ଘୋଷଣା ଦାବିରେ ମଙ୍ଗଳବାର ସ୍ଥାନୀୟ ଏକତା ମଞ୍ଚ ଆହ୍ବାନରେ ବରଗଡ଼...

ଉଲ୍ଲଂଘନକାରୀଙ୍କ ବିରୋଧରେ ଏତଲା

ବାରିପଦା ଅଫିସ/ଚିତ୍ରଡ଼ା, ୨୭ା୪(ଡି.ଏନ୍‌.ଏ.)- କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପମାନ ନେଉଛନ୍ତି। କରୋନା ମୁକାବିଲାରେ ସରପଞ୍ଚମାନଙ୍କୁ ଜିଲାପାଳ କ୍ଷମତା...

ଗାଁ ଦାଣ୍ଡରେ ଜମି ରହିଛି ବର୍ଜ୍ୟଜଳ : ଅସ୍ବାସ୍ଥ୍ୟକର ପରିବେଶ ଯୋଗୁ ଅସନ୍ତୋଷ, ଡ୍ରେନେଜ୍‌ ଦାବି

ବୋଲଗଡ଼,୧୫ା୭(ଡି.ଏନ୍‌.ଏ.): ବୋଲଗଡ଼ ବ୍ଲକ ଅସରଳା ଗ୍ରାମଦାଣ୍ଡରେ ବର୍ଜ୍ୟଜଳ ନିଷ୍କାସିତ ନ ହୋଇ ଗାଁ ଦାଣ୍ଡରେ ଜମି ରହିଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଉପଯୁକ୍ତ ଡ୍ରେନେଜ୍‌...

ପୋଲିସ ଭ୍ୟାନରେ କାଠ ଚାଲାଣ

ପାରଳାଖେମୁଣ୍ଡି,୩।୧୧(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ବନ ବିଭାଗ ଦ୍ବାରା ଟ୍ରକ ସହ ବିପୁଳ ପରିମାଣର ଶାଗୁଆନ କାଠ ଜବତ ହୋଇଛି। ଭୋର ସମୟରେ ବନ ବିଭାଗର...

Advertisement
Archives

Model This Week