ଓଲଟିଲା ତିର୍ଥଯାତ୍ରୀ ବସ୍‌: ୭ଗୁରୁତର, ୩୦ରୁ ଉଦ୍ଧର୍‌ବ ଆହାତ

ବାଲେଶର ଅଫିସ,୧୦।୮: ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବାକୁ ଯିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ତିର୍ଥଯାତ୍ରୀ ବସ୍‌। ବାଲେଶର ଜିଲାର ସୋର ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ତଳନଗର ନିକଟରେ ଏଭଳି ଘଟଣା ଘଟିଛି। ଏଥିରେ ୩୦ରୁ ଉଦ୍ଧର୍‌ବ ଆହାତ ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ୭ଜଣ ଗୁରୁତରଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ସୂଚନାଯୋଗ୍ୟ, ବସ୍‌ଟି ପଶ୍ଚିମବଙ୍ଗର ଚବିଶ ପ୍ରଗଣାରୁ ପୁରୀ ଅଭିମୁଖେ ଯାଉଥିଲା। ହେଲେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଖବରପାଇ ପୋଲିସ, ଦମକଳ କର୍ମଚାରୀ ଓ କିଛି ସ୍ବେଚ୍ଛାସେବୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିବା ସହ ଆହତ ପର୍ଯ୍ୟଟକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ବସ୍‌ରେ ଶହେରୁ ଅଧିକ ଯାତ୍ରୀ ଥିଲେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଟାଲୀ, ୟୁଏଇ, ସ୍ୱିଡେନ…ମୋଦିଙ୍କ ଏହି ୫ଟି ଦେଶ ଗସ୍ତ ସ୍ଥାନରେ ୫୦୦ ଭାରତୀୟ ଟଙ୍କାର ମୂଲ୍ୟ କେତେ?

ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୧୫ ରୁ ମେ ୨୦ ମଧ୍ୟରେ ପାଞ୍ଚଟି ଦେଶ ଗସ୍ତରେ ଯିବେ। ଏହି ଗସ୍ତ ସଂଯୁକ୍ତ ଆରବ ଏମିରେଟ୍ସ (UAE)…

ପଞ୍ଚାୟତ,ପୌର ନିର୍ବାଚନ ପୂର୍ବରୁ ଭାଜପାର ରଣନୀତି : ନୀତିନ ନବୀନଙ୍କ ଗସ୍ତକୁ ନେଇ ମନମୋହନ କହିଲେ…

ଭୁବନେଶ୍ୱର, ୧୨/୫ : ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ୧୮ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ରାଜ୍ୟ ଭାଜପା ମୁଖ୍ୟାଳୟରେ ଆୟୋଜିତ ଜିଲାସ୍ତରୀୟ ପ୍ରଶିକ୍ଷଣ…

ଘୁମୁସର ବନଖଣ୍ଡରେ ବଣ୍ଟନ ହେବ ୩୫ ଲକ୍ଷ ଚାରା, ବନ୍ୟପ୍ରାଣୀଙ୍କ ଖାଦ୍ୟ ପାଇଁ ୪୦ ପ୍ରତିଶତ ଫଳନ୍ତି ଚାରା ଲାଗିବ

ଭଞ୍ଜନଗର,୧୨।୫(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ରାଜ୍ୟର ଏକ ପୁରାତନ ବନଖଣ୍ଡ । ଏହି ବନଖଣ୍ଡ ୧୮୩୦ ମସିହାରେ ବ୍ରିଟିଶ ଶାସକମାନେ…

ଚାଷଙ୍କ ଇଚ୍ଛା ମୃତ୍ୟୁ ଆବେଦନ: ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ବରଗଡ଼,୧୨।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ତାଲମେଣ୍ଡା ଗ୍ରାମର ଯୁବ ଚାଷୀ ରୋହିତ ଭୋଇଙ୍କ ଇଚ୍ଛାମୃତ୍ୟୁ ଆବେଦନ ଏବେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ସମବାୟ ମନ୍ତ୍ରୀ ପ୍ରଦୀପ…

ସୁନା କିଣିବାକୁ ମନାକଲେ ମୋଦି, କିଣିଲେ ମିଳିବ ଦଣ୍ଡ! ଜାଣନ୍ତୁ ନୂଆ ନିୟମ…

ନୂଆଦିଲ୍‌ଲୀ,୧୨।୫: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ବଢ଼ୁଥିବା ଚାପ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପ୍ରତି ନାଗରିକମାନଙ୍କୁ ଗୋଟିଏ ବର୍ଷ…

ଟ୍ରାକ୍ଟର-ଅଟୋ ମୁହାଁମୁହିଁ ଧକ୍କା; ନାବାଳକ ସମେତ ୩ ଗୁରୁତର, ଜଣେ ମୃତ

ଚିକିଟି,୧୨।୫(ପ୍ରକାଶଚନ୍ଦ୍ର ସାହୁ): କେ ନୂଆଗାଁ ଥାନା ଅନ୍ତର୍ଗତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିକଟରେ ମଙ୍ଗଳବାର ଟ୍ରାକ୍ଟର- ଅଟୋ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ…

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ଯୁବକଙ୍କୁ ଆକ୍ରମଣ କଲା ଭାଲୁ, ଅବସ୍ଥା ଗୁରୁତର

ବରଗଡ଼,୧୨।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଛେତଗାଁ ଗ୍ରାମରେ ଅଭାବନୀୟ ଘଟଣା । କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଯୁବକ ଗୁରୁତର…

ଦହିବରା ଦେକାନରେ ବସିଥିବା ବେଳେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ୬ ଦୁର୍ବୃତ୍ତ, ବଞ୍ଚାଇବାକୁ ଯାଇ ହଣା ଖାଇଲେ ଦୋକାନୀ

ବାରଙ୍ଗ,୧୨।୫(ଲିଙ୍ଗରାଜ ରାଉତ): ପୁଣି ଅଶାନ୍ତ ହେଲା ବାରଙ୍ଗ। ଦିନ ଦ୍ବିପହରରେ ବାରଙ୍ଗରେ ବୁଲିଲା ଖଣ୍ଡା । ଖଣ୍ଡା ଚୋଟରେ ତିନି ଯୁବକ ଗୁରୁତର ଆହତ ହୋଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri