ସଂସଦ ଭବନ ସମ୍ମୁଖରେ ଧାରଣା ଦେବେ ପିହୁଙ୍କ ମା’

ବିଞ୍ଝାରପୁର,୨୯ା୧୧(ଡି.ଏନ.ଏ.): ବହୁଚର୍ଚ୍ଚିତ ଶିଶୁକନ୍ୟା ଶୁଭଲକ୍ଷ୍ମୀ ନାୟକ ଓରଫ୍‌ ପିହୁ ନିଖୋଜ ଘଟଣାକୁ ଇତି ମଧ୍ୟରେ ୧୫ ମାସ ବିତିଲାଣି। ହେଲେ ଏ ପର୍ଯ୍ୟନ୍ତ ପୋଲିସ ତାଙ୍କ ପତ୍ତା ପାଇ ପାରୁନାହିଁି। ଏହାକୁ ନେଇ ପିହୁଙ୍କ ମା’ ମୋନାଲିସା ନାୟକ କ୍ଷୋଭ ପ୍ରକାଶ କରିଛନ୍ତି। ପିହୁଙ୍କୁ ପାଇବା ଦାବିରେ ସେ ଡିସେମ୍ବର ୫ରେ ସଂସଦ ଭବନ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଯାଜପୁର ଜିଲା ବିଞ୍ଝାରପୁର ଥାନା ଅଧୀନ ସୁନ୍ଦରପୁର ଗ୍ରାମର ଦେଢ଼ ବର୍ଷର ଶିଶୁକନ୍ୟା ପିହୁ ୨୦୨୦ ଅଗଷ୍ଟ ୯ରେ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇ ଯାଇଥିଲେ। ଏ ସମ୍ପର୍କରେ ତାଙ୍କ ମା’ ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାକୁ ହାଲୁକା ଭାବେ ଗ୍ରହଣ କରିବା ସହ ନଂ.୨୨୮/୨୦ରେ ଏକ ଅପହରଣ ମାମଲା ରୁଜୁକରି ଚୁପ୍‌ ବସିଯାଇଥିଲା। ପରେ ଘଟଣାକୁ ନେଇ ବିଭିନ୍ନ ସଂଗଠନ ପୋଲିସ ଉପରେ ଚାପ ପକାଇବା ସହିତ ରାଜ୍ୟ ସରକାରଙ୍କୁ ଘେରିଥିଲେ। ହେଲେ ତାଙ୍କୁ କେବଳ ପ୍ରତିଶ୍ରୁତି ଛଡ଼ା ଆଉ କିଛି ମିଳିନାହିଁ ବୋଲି ସେ କହିଛନ୍ତି। ତେଣୁ ଝିଅକୁ ପାଇବା ଦାବିରେ ମୋନାଲିସା ଦିଲ୍ଲୀ ଯିବେ। ସେଠାରେ ଜାତୀୟ ମାନବାଧିକାର କମିଶନ, ଜାତୀୟ ମହିଳା କମିଶନ, ଜାତୀୟ ଶିଶୁ କମିଶନ ଏବଂ ଓଡ଼ିଶାର ୨ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଅନ୍ୟ ଏମ୍‌ପିମାନଙ୍କୁ ଭେଟି ନିଜର ଦୁଃଖ ଜଣାଇବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାସ୍ତରୀୟ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଘାଟିତ: ନୂଆ ଶିକ୍ଷାନୀତି ସମ୍ପର୍କରେ ଦିଆଯିବ ତାଲିମ

ଦିଗପହଣ୍ଡି,୩୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଜିଲାସ୍ତରୀୟ ଆଚାର୍ଯ୍ୟାଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଘାଟିତ ହୋଇଯାଇଛି। ପ୍ରଧାନାଚାର୍ଯ୍ୟ ଭଗବତୀ ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ…

୨୦୩୦ ସୁଦ୍ଧା ଚନ୍ଦ୍ରରେ ବସତି ସ୍ଥାପନ ପ୍ରସ୍ତୁତି: ଫୁଲି ପାରୁଥିବା ଘରେ ରହିବେ ମହାକାଶଚାରୀ

ୱାଶିଂଟନ/ସିଙ୍ଗାପୁର, ୩୦ା୪:ଚନ୍ଦ୍ର ପୃଷ୍ଠରେ ମଣିଷ ରହିବା ଏବେ ଆଉ କେବଳ କଳ୍ପନା ହୋଇ ରହିନାହିଁ। ଆସନ୍ତା ୨୦୩୦ ସୁଦ୍ଧା ଚନ୍ଦ୍ରରେ ଏକ ସ୍ଥାୟୀ ମାନବ ବସତି ସ୍ଥାପନ…

ଆମେରିକା ପାସ୍‌ପୋର୍ଟରେ ଟ୍ରମ୍ପ୍‌ଙ୍କ ଫଟୋ: ବଢୁଛି ଚର୍ଚ୍ଚା

ୱାଶିଂଟନ୍‌, ୩୦ା୪:ଆମେରିକା ପାସ୍‌ପାର୍ଟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଫଟୋ ଦେଖିବାକୁ ମିଳିବ ବୋଲି ମଙ୍ଗଳବାର ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି। ସରକାରୀ ଅନୁଷ୍ଠାନଗୁଡ଼ିକ ଉପରେ ନିଜର ବ୍ୟକ୍ତିଗତ…

ଆଜି ବିଧାନସଭାର ସ୍ବତନ୍ତ୍ର ଅଧିବେଶନ: ମହିଳା ପ୍ରସଙ୍ଗରେ…

ଭୁବନେଶ୍ୱର,୩୦ା୪(ରବିନାରାୟଣ ଜେନା):ବିଧାନସଭାର ଦିନିକିଆ ସ୍ବତନ୍ତ୍ର ଅଧିବେଶନ ଗୁରୁବାର ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ତ୍ରିସ୍ତରୀୟ ସୁରକ୍ଷା…

ମହିଳା ସିଆରସିସିଙ୍କ ଏତଲା ପରେ ବଢ଼ିଲା ଅଡୁଆ: ଥାନାରେ ଶିକ୍ଷା ବିଭାଗର ୨ ଅଧିକାରୀ

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନାରେ ଜିଲା ଶିକ୍ଷା ବିଭାଗରେ କାର୍ଯ୍ୟରତ ୩ ଅଧିକାରୀ ଏବଂ କର୍ମଚାରୀଙ୍କ ଉପସ୍ଥିତି ବୁଧବାର ଚର୍ଚ୍ଚାର ବିଷୟ ହୋଇଛି। ସେମାନଙ୍କ ମଧ୍ୟରେ…

କାଳବୈଶାଖୀର ତାଣ୍ଡବ: କେଉଁଠି ଘର ଭାଙ୍ଗିଲା ତ ଆଉ କେଉଁଠି…

ମୋହନା,୨୯ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ବିଭିନ୍ନ ଅଞ୍ଚଳରେ ପବନ ଘଡ଼ଘଡ଼ି ସହ କୁଆପଥର ଏବଂ ପ୍ରବଳ ବର୍ଷା ହୋଇଛି। ଫଳରେ ଲୋକେ…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୨ ଓପିଟିସିଏଲ୍‌ କର୍ମଚାରୀ ଗୁରୁତର

ଦେବଗଡ଼,୨୯ା୪(ଶଶାଙ୍କ ଶେଖର ଝାଙ୍କର): ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଜଣ ଓପିଟିସିଏଲ ଆଉଟସୋର୍ସିଂ କର୍ମଚାରୀ ଗୁରୁତର ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ ଥାନା…

କିପରି ହେଲା ମୁନା ମୁଣ୍ଡାଙ୍କ ମୃତ୍ୟୁ, ହଠାତ୍ ଅସୁସ୍ଥ ହେବା ପରେ….

ଦେବଗଡ,୨୯ା୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଥାନା ଅନ୍ତର୍ଗତ କଳାମାଟି ଗ୍ରାମର ଜଣେ ଯୁବକଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ କଳାମାଟି ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri