ମଣିଷଠାରେ ଘୁଷୁରି ହୃତ୍‌ପିଣ୍ଡ ପ୍ରତିରୋପଣ

ଇତିମଧ୍ୟରେ ସ୍ପେନ୍‌ର ଗବେଷକ ଜୁଆନ୍‌ କାର୍ଲୋସ ଚାଇନାର ଏକ ବିଜ୍ଞାନାଗାରରେ (ତାଙ୍କ ଦେଶରେ ଏ ଗବେଷଣାକୁ ଅନୁମତି ନ ଥିବାରୁ) ଘୁଷୁରିଠାରେ ମଣିଷର କାଣ୍ଡକୋଷିକା ପ୍ରତିରୋପଣ କରି ତହିଁରୁ ବିଭିନ୍ନ ଅଂଶ ଉତ୍ପନ୍ନ କରିବା ଲାଗି ଉଦ୍ୟମ କରିଥିଲେ। ତେବେ ଏଥିରେ ସେ ସଫଳ ହୋଇ ପାରି ନଥିଲେ। ଏଣୁ ଘୁଷୁରି ବଦଳରେ ମାଙ୍କଡ଼ ଦେଇ ସେ ଏହା ପୁନର୍ବାର କଲେ। ଫଳରେ ଭ୍ରୂଣଟିଏ ଉତ୍ପନ୍ନ ହେଲା, ଯାହାର ଅଂଶଗୁଡ଼ିକ ମଣିଷଠାରେ ସହଜରେ ପ୍ରତିରୋପଣ କରାଯାଇ ପାରିବ।
ବର୍ତ୍ତମାନ ‘ଜେନୋଟ୍ରାନ୍ସପ୍ଲାଣ୍ଟେସନ୍‌’ କ୍ଷେତ୍ରରେ ସର୍ବୋଚ୍ଚ ସଫଳତା ରୂପେ ଜିନ୍‌ ସଂପାଦିତ ଘୁଷୁରିର ଏଇ ହୃତ୍‌ପିଣ୍ଡ ପ୍ରତିରୋପଣକୁ ଗଣନା କରାଯାଉଛି। ଏହା ପ୍ରତିରୋପିତ ହୋଇଛି ଡ୍ରାଭିଡ୍‌ ବ୍ରେନେଟ୍‌ ନାମକ ଜନୈକ ବ୍ୟକ୍ତିଙ୍କଠାରେ। ସେ ଜୀବନଘାତକ ଆର୍ଥତ୍ଥମିଆ ରୋଗରେ ପୀଡ଼ିତ ଥିବାରୁ ଏବଂ ପ୍ରାୟ ୬ ମାସ ଧରି ହୃତ୍‌ପିଣ୍ଡ ଫୁସ୍‌ଫୁସ୍‌ ଯନ୍ତ୍ର ସାହାଯ୍ୟରେ ବଞ୍ଚତ୍ ରହିଥିଲେ। ଅବସ୍ଥା ଏପରିଥିଲା ଯେ, ତାଙ୍କଠାରେ ଅନ୍ୟ ଜଣେ ମଣିଷର ହୃତ୍‌ପିଣ୍ଡ କିମ୍ବା କୃତ୍ରିମ ହୃତ୍‌ପିଣ୍ଡ ପ୍ରତିରୋପଣ ସମ୍ଭବ ନ ଥିଲା। ସେଥିପାଇଁ ଡାକ୍ତରମାନେ ଏ ଦିଗରେ ଚିନ୍ତା କଲେ ଏବଂ ତାଙ୍କୁ ଏଥିରେ ଥିବା ସମ୍ଭାବ୍ୟ ବିପଦ ସମ୍ପର୍କରେ ଅବଗତ କରାଇଥିଲେ। ତେବେ ନିଶ୍ଚିତ ମୃତ୍ୟୁ ଅପେକ୍ଷା ବଞ୍ଚତ୍ବା ପାଇଁ ଏବର ସର୍ବଶ୍ରେଷ୍ଠ ଉଦ୍ୟମ ଶ୍ରେୟସ୍କର ବୋଲି ମତ ଦେଇ ସେ ଏଥିରେ ସମ୍ମତି ପ୍ରଦାନ କଲେ। ତତ୍ପରେ ଆମେରିକାର ଖାଦ୍ୟ ଓ ଓଷଧ ପ୍ରଶାସନରେ ଅନୁମୋଦନ ନେଇ ଏଥିପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା।
ଦୀର୍ଘ ୮ ଘଣ୍ଟା ଧରି ଚାଲିଥିବା ଏବର ଜଟିଳ ଅସ୍ତ୍ର ଚିକିତ୍ସାରେ ଗ୍ରିଫିଥ୍‌ଙ୍କ ପ୍ରମୁଖ ସହଯୋଗୀ ଥିଲେ କରାଚୀ ମେଡିକାଲ କଲେଜର ପୂର୍ବତନ ଡାକ୍ତର ମହମ୍ମଦ ମୋହରଉଦ୍ଦିନ୍‌। ତାଙ୍କ ମତରେ ଏବେ ରୋଗୀର ଅବସ୍ଥା ସ୍ଥିର ରହିଛି ଏବଂ ସେଥିପାଇଁ ତାଙ୍କଠାରୁ ହୃତ୍‌ପିଣ୍ଡ-ଫୁସ୍‌ଫୁସ୍‌ ଯନ୍ତ୍ର କାଢ଼ି ନେବା କଥା ଚିନ୍ତା କରାଯାଉଛି।
ୟୁନିଭରସିଟି ଅଫ୍‌ ମେରିଲ୍ୟାଣ୍ଡ ମେଡିକାଲ ସ୍କୁଲର ପ୍ରେସିଡେଣ୍ଟ ଡାକ୍ତର ମୋହନ ସୁନ୍‌ଥାଙ୍କ ସୂଚନା ଅନୁସାରେ ଉପରୋକ୍ତ ପ୍ରକ୍ରିୟାରେ ଜିନ୍‌ ସଂପାଦନା ଲାଗି ମଣିଷଠାରେ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ଥିବା ୬ଟି ଜିନ୍‌ ଘୁଷୁରିର ଜିନୋମ୍‌ରୁ କାଢି ନିଆ ଯାଇଥିଲା ଏବଂ ତା’ ଅଂଶକୁ ମଣିଷ ଦ୍ୱାରା ଗ୍ରହଣୀୟ କରିବା ଲାଗି ଉଦ୍ଦିଷ୍ଟ ୪ଟି ଜିନ୍‌ ସେଠାରେ ଭରି ଦିଆଯାଇଥିଲା। ଅତଏବ ତାହାର ସମୁଦାୟ ୧୦ଟି ଜିନ୍‌କୁ ସମ୍ପାଦିତ କରାଯାଇଥିଲା। ଏ କାର୍ଯ୍ୟ କରିଥିଲେ ଭର୍ଜିନିଆର ବାୟୋଟେକ୍‌ କମ୍ପାନୀ ‘ରେଭିଭାଇକର’। ତା’ ପରେ ତା’ଠାରୁ ହୃତ୍‌ପିଣ୍ଡଟି କାଢ଼ି ନେଇ ପ୍ରତିରୋପଣ କରାଗଲା। ତାଙ୍କ ମତରେ ଏ ରୋଗୀ ଯଦି ୬ମାସ କିମ୍ବା ତଦୂର୍ଦ୍ଧ୍ୱ କାଳ ବଞ୍ଚତ୍ ରୁହନ୍ତି, ତେବେ ଏହାକୁ ଏକ ପୂର୍ଣ୍ଣାଙ୍ଗ ସଫଳତା ବୋଲି ଗ୍ରହଣ କରାଯିବ। ତାହା ନ ହେଲେ ମଧ୍ୟ ଏହା ହେବ ପ୍ରତିରୋପଣ ଚିକିତ୍ସା ବିଜ୍ଞାନରେ ଏକ ଯୁଗାନ୍ତକାରୀ ଘଟଣା। କାରଣ, ଘୁଷୁରି ସମେତ ଅନ୍ୟାନ୍ୟ ଜୀବଜନ୍ତୁଙ୍କଠାରୁ ପ୍ରତିରୋପଣକ୍ଷମ ଅଂଶ ସଂଗ୍ରହ କରିବାର ପଥ ଏହା ଦ୍ୱାରା ଉନ୍ମୁକ୍ତ ହୋଇଛି। ଅତଏବ ଏହାରି ଅଭାବରୁ ପ୍ରତିବର୍ଷ ବିଶ୍ୱରେ ପ୍ରାଣ ହରାଉଥିବା ପ୍ରାୟ ୬ ନିୟୁତ ବ୍ୟକ୍ତିଙ୍କ ଜୀବନ ରକ୍ଷା ହେବାର ସମ୍ଭାବନା ଏହା ଦ୍ୱାରା ଉଜ୍ଜ୍ୱଳ ହୋଇପାରୁଛି।

(ଶେଷ ଭାଗ)
– ପ୍ର. ରମେଶ ଚନ୍ଦ୍ର ପରିଡ଼ା
ଉଷା ନିବାସ, ୧୨୪/୨୪୪୫
ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ : ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ହରଦୀପ ସିଂ ପୁରୀଙ୍କ ବଡ଼ ଘୋଷଣା, ଏବେ କମିବନି ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ,୩।୭(ଆଇଏଏନ୍‌ଏସ୍‌): ପେଟ୍ରୋଲ ଓ ଡିଜେଲ ଦର କମିବା ନେଇ ଆଶା ରଖିଥିବା ଗ୍ରାହକଙ୍କୁ ବଡ଼ ଝଟକା ଲାଗିଛି। ଚଳିତ ସମୟରେ ଖୁଚୁରା ମୂଲ୍ୟ ହ୍ରାସ କରିବାର କୌଣସି…

ନାସାର ଘୋଷଣା, ଆମେରିକା ବିଶ୍ୱକପ୍‌ ଜିତିଲେ ଚନ୍ଦ୍ରକୁ ଯିବ ଫୁଟବଲ

ୱାଶିଂଟନ,୩।୭: ଚଳିତ ୨୦୨୬ ଫିଫା ବିଶ୍ୱକପ୍‌ରେ ଆମେରିକା ଦଳର ବିଜୟ ପାଇଁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଏକ ଅଦ୍ଭୁତ ଏବଂ ରୋମାଞ୍ଚକର ପ୍ରତିଶ୍ରୁତି ଦେଇଛି।…

ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ରେଜଲ୍ଟ, ନାମଲେଖା ସମୟସୂଚୀ…

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପିଜି ପ୍ରବେଶିକା ପରୀକ୍ଷା ବା କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ର ସାମ୍‌ସ ପୋର୍ଟାଲ ମାଧ୍ୟମରେ ନିଜ ପରୀକ୍ଷାଫଳ…

ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ବଡ଼ ଆକ୍ସନ: ଦରମା ବନ୍ଦ ସହ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନୋଟିସ୍‌ ପରେ କାର୍ଯ୍ୟରୁ ନିବୃତ୍ତ ପାଇଁ ନିର୍ଦ୍ଦେଶ !

ଭୁବନେଶ୍ୱର, ୨ା୭: ରାଜ୍ୟରେ ଚାଲିଥିବା ଡାକ୍ତରୀ ଆନ୍ଦୋଳନକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଏବଂ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ମେଡିକାଲ ସର୍ଭିସେସ୍‌…

ୟୁଜରନେମ ବିବାଦ: ହ୍ବାଟସଆପ ପରେ, ଆଇଟି ମନ୍ତ୍ରଣାଳୟ ଏବେ ସିଗନାଲ-ଟେଲିଗ୍ରାମକୁ ପଠାଇଛି ନୋଟିସ

ନୂଆଦିଲ୍ଲୀ,୨।୭: ୟୁଜରନେମ ଫିଚରକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ହ୍ବାଟସଆପ ପରେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏବେ ଟେଲିଗ୍ରାମ ଏବଂ ସିଗନାଲକୁ ମଧ୍ୟ…

ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା, ୨୫ରେ ରଥ ଉପରେ…

ବରଗଡ଼, ୨ା୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ…

ଟ୍ରକ୍ ମିଳିଲା, ଚପଲ ମିଳିଲା…ହେଲେ ୮ ଦିନ ହେଲା ଡ୍ରାଇଭରଙ୍କ ପତ୍ତା ନାହିଁ, ଭୋକ-ଉପାସରେ ଏ ଥାନାରୁ ସେ ଥାନା ବୁଲି ନୟାନ୍ତ…

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଜଣେ ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି।…

ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ ନାହିଁ ପୁଅ ମୋଜତାବା, ଜାଣନ୍ତୁ କାରଣ

ତେହରାନ,୨।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପରଲୋକ ପରେ ସମଗ୍ର ଦେଶରେ ଗଭୀର ଶୋକ ପ୍ରକାଶ ପାଇଛି। ରାଜଧାନୀ ତେହରାନରୁ ଆରମ୍ଭ କରି ମଶାଦ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri