Posted inଜାତୀୟ

ତାରବାଡ଼ରୁ ଛବି ମଳିନ

ନୂଆଦିଲ୍ଲୀ,୪ା୨: କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ଦେଶରେ ନାହିଁ ନ ଥିବା ଅଚଳାବସ୍ଥା ସୃଷ୍ଟି କରିଛି। ଏହି କୃଷକ ବିରୋଧୀ ଆଇନକୁ ପ୍ରତ୍ୟାହାର ସହ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ନିଶ୍ଚିତ କରିବା ଲାଗି ନୂଆ ଆଇନ ପ୍ରଣୟନ କରାଯାଉ ବୋଲି ଦିଲ୍ଲୀର ସିଙ୍ଘୁ, ଟିକ୍ରି ଓ ଗାଜିପୁର ସୀମାରେ ୨ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଆନ୍ଦୋଳନରତ ଚାଷୀଙ୍କୁ ପୋଲିସ ଘେରିଛି। ସେମାନେ ଯେପରି ବାହାରକୁ ଯାଇପାରିବେନି କି ବାହାରୁ କେହି ଆନ୍ଦୋଳନସ୍ଥଳକୁ ଆସିପାରିବେ ନାହିଁ ତାହା ସୁନିଶ୍ଚିତ କରିବା ଲାଗି ଦିଲ୍ଲୀ ସୀମାରେ ବ୍ୟାରିକେଡ୍‌ ନାମରେ ସୃଷ୍ଟି କରାଯାଇଛି ଅଭୂତପୂର୍ବ ପ୍ରତିବନ୍ଧକ। ସିମେଣ୍ଟ କଂକ୍ରିଟ୍‌ ନିର୍ମାଣ ସହ ତାରଜାଲିର ବାଡ଼ ନିୟନ୍ତ୍ରଣରେଖା (ଏଲ୍‌ଓସି)ର ଭ୍ରମ ସୃଷ୍ଟି କରୁଛି। କେନ୍ଦ୍ର ସରକାରଙ୍କ ଏହି କାର୍ଯ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ନିନ୍ଦା କରାଯାଇଛି। ମୋଟାମୋଟି ଭାବେ ଏହି ଚିତ୍ର ବିଶ୍ୱରେ ଭାରତର ଛବିକୁ ମଳିନ କରିଛି। ଏହାକୁ ଦେଖି କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ କୃଷି ଆଇନକୁ ସ୍ଥଗିତ ରଖିବା ନେଇ କହିସାରିଥିବାବେଳେ କେତେକ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ବିକ୍ଷୋଭ ଆଳରେ ନିଜ କାର୍ଯ୍ୟସୂଚୀକୁ କାର୍ଯ୍ୟକାରୀ କରାଇବାକୁ ଉଦ୍ୟମ କରୁଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସମାଲୋଚନା କରାଯାଇଛି।
ଦିଲ୍ଲୀ ସୀମାକୁ ଆବଦ୍ଧ କରାଯିବା ନେଇ ଅନ୍ତର୍ଜାତୀୟ ସମୁଦାୟର ପ୍ରତିକ୍ରିୟା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ରର ଭାଜପା ସରକାର ଦିଲ୍ଲୀ ସୀମାରେ ବ୍ୟାରିକେଡିଂ କରି ବିଶ୍ୱ ଦରବାରରେ ଭାରତର ଭାବମୂର୍ତ୍ତିକୁ ଖରାପ କରିଛନ୍ତି। କେବଳ ଚାଷୀଙ୍କ ପ୍ରତି ବ୍ୟବହାରକୁ ନେଇ ନୁହେଁ, ଅନ୍ୟ ଲୋକ ଓ ଖବରଦାତାମାନଙ୍କ ସହ ଯେପରି ବ୍ୟବହାର କରାଯାଉଛି ତାହା ଆମ ଦେଶକୁ ନିନ୍ଦିତ କରିଛି। ଭାଜପା-ଆର୍‌ଏସ୍‌ଏସ୍‌ ଯୋଗୁ ଏପରି ହୋଇଛି ବୋଲି ଏଆଇସିସି ମୁଖ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର ଖବରଦାତା ସମ୍ମିଳନୀରେ ରାହୁଲ କହିଛନ୍ତି। ପ୍ରଧାନମନ୍ତ୍ରୀ କହୁଛନ୍ତି, ଆଇନକୁ ସ୍ଥଗିତ ରଖିବା ନେଇ ସରକାରଙ୍କ ଆଭିମୁଖ୍ୟ ଏବେ ବି ବଜାୟ ରହିଛି। ଏହାର ତାତ୍ପର୍ଯ୍ୟ ଉକ୍ତ ଆଇନ ଉଚ୍ଛେଦ କରାଯିବା ଉଚିତ ବୋଲି ମୋଦି ବିଶ୍ୱାସ କରୁଛନ୍ତି। ଦେଶବାସୀଙ୍କୁ ଖାଦ୍ୟ ଯୋଗାଉଥିବା ଚାଷୀଙ୍କୁ ଘେରିବାକୁ ଯାଇ ସରକାର ଜାତୀୟ ରାଜଧାନୀକୁ ଦୁର୍ଗରେ ପରିଣତ କରିଛନ୍ତି। ସରକାର ସେମାନଙ୍କ ସହ କାହିଁକି କଥା ହେଉନାହାନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।
ପ୍ରକାଶ ଯେ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ସମେତ ଦେଶର ବିଭିନ୍ନ ଭାଗର ଲକ୍ଷାଧିକ କୃଷକ କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ଏବଂ ଏମ୍‌ଏସ୍‌ପିର ଆଇନଗତ ଗ୍ୟାରେଣ୍ଟି ଦାବିରେ ଦିଲ୍ଲୀ ସୀମାରେ ନଭେମ୍ବର ୨୬ରୁ ଆନ୍ଦୋଳନ ଚଳାଇଛନ୍ତି। କେନ୍ଦ୍ର ସରକାର ଓ କୃଷକ ପ୍ରତିନିଧିମାନଙ୍କ ମଧ୍ୟରେ ୧୧ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଥିଲେ ବି କୌଣସି ସୁଫଳ ମିଳିପାରି ନାହିଁ। ଏହାକୁ ଦୃଷ୍ଟିରେ ରଖି ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରାଯାଇଥିଲା। ସରକାର ଲାଲକିଲ୍ଲା ହିଂସାକୁ ନେଇ ପ୍ରତିଶୋଧ ପରାୟଣ ହୋଇ ଶତାଧିକ ଚାଷୀଙ୍କୁ ଜେଲରେ ରଖିଛନ୍ତି। ଆହୁରି ଅନେକେ ନିଖୋଜ ହୋଇଯାଇଛନ୍ତି। ଗିରଫ ଚାଷୀମାନଙ୍କୁ ମୁକ୍ତ ନ କରିବା ଯାଏ ଆଲୋଚନା ଆଗକୁ ବଢ଼ିପାରିବ ନାହିଁ ବୋଲି କୃଷକ ନେତାମାନେ ସ୍ପଷ୍ଟ କରିଛନ୍ତି। ଏହାସହ ଆନ୍ଦୋଳନସ୍ଥଳରେ ହଇରାଣ କରିବା ଓ ଇଣ୍ଟରନେଟ୍‌ ବନ୍ଦ କରିଦେବା ଆଦିର ପ୍ରତିବାଦରେ ଶନିବାର ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ୩ ଘଣ୍ଟା ପାଇଁ ଦେଶବ୍ୟାପୀ ଜାତୀୟ ଓ ରାଜ୍ୟ ରାଜପଥଗୁଡ଼ିକରେ ଚକାଜାମ କରିବାକୁ କୃଷକ ସଙ୍ଗଠନଗୁଡ଼ିକ ଘୋଷଣା କରିଛନ୍ତି।

ଟୁଇଟରକୁ ଆଇଟି ମନ୍ତ୍ରଣାଳୟର ଚେତାବନୀ
ନୂଆଦିଲ୍ଲୀ, ୩ା୨: ଚାଷୀ ଆନ୍ଦୋଳନ ସମର୍ଥନରେ ବିବାଦୀୟ ହାସ୍‌ଟ୍ୟାଗ୍‌ ଲଗାଇ ଟୁଇଟ କରାଯାଉଥିବା ନେଇ ଇଲେକ୍ଟ୍ରୋନିକ୍ସ ଓ ଇନଫର୍ମେଶନ ଟେକ୍ନୋଲୋଜି (ଆଇଟି) ମନ୍ତ୍ରଣାଳୟ ପକ୍ଷରୁ ଟୁଇଟରକୁ ଚେତାବନୀ ଦିଆଯାଇଛି। ଯଦି ବିବାଦୀୟ ହାସ୍‌ଟ୍ୟାଗ୍‌ କିମ୍ବା ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ଉପରେ ଟୁଇଟର ରୋକ ନ ଲଗାଏ ତେବେ ସରକାରଙ୍କ ପକ୍ଷରୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। କେନ୍ଦ୍ର ସରକାରଙ୍କ ଅଭିଯୋଗ କ୍ରମେ ସୋମବାର ୨୫୦ ଟୁଇଟର ଆକାଉଣ୍ଟକୁ ବ୍ଲକ୍‌ କରାଯାଇଥିଲା। କିନ୍ତୁ ପରେ ସେଥିରୁ ଆନ୍ଦୋଳନକୁ ସମର୍ଥନ କରୁଥିବା କେତେଜଣଙ୍କ ଆକାଉଣ୍ଟକୁ ଅନ୍‌ବ୍ଲକ କରିଦିଆଯାଇଥିବାରୁ ଟୁଇଟରକୁ ନୋଟିସ ପଠାଯାଇଛି। ଆଇଟି ଆକ୍ଟ ଧାରା ୬୯ ଏ ଅନୁଯାୟୀ ୨୫୭ ୟୁଆରଏଲ୍‌ ଓ ଏକ ହାସ୍‌ଟ୍ୟାଗ୍‌କୁ ବ୍ଲକ୍‌ କରାଯିବାକୁ ମନ୍ତ୍ରଣାଳୟ ପକ୍ଷରୁ ଅନ୍ତରୀଣ ନିର୍ଦ୍ଦେଶ ଦିଆଯାଇଛି। ଏହା ଦ୍ୱାରା ଆନ୍ଦୋଳନ ସମ୍ପର୍କରେ ଭୁଲ୍‌ ତଥ୍ୟ ପ୍ରଘଟ କରାଯାଉଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

‘ମୁଁ ଫୋନ୍ କରୁଥିଲି କିନ୍ତୁ…’… ବିରାଟ କୋହଲିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ DCର କୋଚ୍

ନୂଆଦିଲ୍ଲୀ,୨୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ବିରୋଧରେ ପୁଣିଥରେ ଏକ ବଡ଼ ଅଭିଯୋଗ ଆସିଛି। ପୂର୍ବତନ ଭାରତୀୟ ସ୍ପିନର୍…

୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ ୯ ମୋବାଇଲ ଜବତ, ୭ ଜୁଆଡ଼ିଙ୍କୁ ଗିରଫ କରି…

ଗଞ୍ଜାମ,୨୪ା୧୦(ବିଦ୍ୟାଧର ସାହୁ): ରମ୍ଭା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପୋଇରାଶି ପଞ୍ଚାୟତ ବରପଲ୍ଲୀ ଓ ଭୁଆଁଭୂଇଁ ଗ୍ରାମ ନିକଟସ୍ଥ ଠାକୁରାଣୀ ମନ୍ଦିରଠାରେ ଜୁଆଆଡ୍ଡା ଚାଲିଥିବାବେଳେ ରମ୍ଭା…

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ୧ ନଭେମ୍ୱରରୁ ବଦଳିଯିବ ଡ୍ରାଇଭିଂ ଲାଇସେନ୍ସ, ମୋବାଇଲ କଲିଂ ଓ ଗ୍ୟାସ୍‌ ସିଲିଣ୍ଡର ଦର

ନୂଆଦିଲ୍ଲୀ,୨୪।୧୦: ଦେଶ ଏବଂ ଜାତୀୟ ରାଜଧାନୀ କ୍ଷେତ୍ର (NCR)ରେ ଆସନ୍ତା ୧ ନଭେମ୍ୱର ୨୦୨୬ରୁ ସାଧାରଣ ଜନତାଙ୍କ ଜୀବନ ସହିତ ଜଡ଼ିତ ଅନେକ ବଡ଼ ପରିବର୍ତ୍ତନ ଲାଗୁ…

ନା ବ୍ୟାଟ ବୁଲାଇଲେ, ନା ବୋଲିଂ କଲେ; ତଥାପି ତିଲକ ବର୍ମା ରେକର୍ଡ ବୁକରେ ନମ୍ବର ଓ୍ବାନ ସ୍ଥାନ ହାସଲ କଲେ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୪।୧୦: ଭାରତୀୟ ଟି-୨୦ ଦଳର ଉପ-ଅଧିନାୟକ ତିଲକ ବର୍ମା ଶନିବାର ରେକର୍ଡ ବୁକରେ ନିଜର ଏକ ସ୍ଥାନ ସୃଷ୍ଟି କରିଛନ୍ତି। ସେ ଏକ ନିର୍ଦ୍ଦିଷ୍ଟ ବର୍ଗରେ ଏକ…

IND VS NZ: ୪ ୱିକେଟରେ ବାଜି ମାରିଲା ଟିମ୍‌ ଇଣ୍ଡିଆ, ଚର୍ଚ୍ଚାରେ ତିଲକ ବର୍ମା-ନୀତୀଶ ରେଡ୍ଡୀ

ନୂଆଦିଲ୍ଲୀ,୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ, ଭାରତୀୟ କ୍ରିକେଟ ଦଳ ଏକ ଖରାପ ଆରମ୍ଭ ସତ୍ତ୍ୱେ ଚମତ୍କାର ପ୍ରଦର୍ଶନ କରି ୪ ୱିକେଟରେ ବିଜୟ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?