ଶାଗୁଆନ କାଠ ବୋଝେଇ ପିକ୍ଅପ ଭ୍ୟାନ ଜବତ: ମାମଲା ରୁଜୁ କଲା ବନ ବିଭାଗ               

ଦିଗପହଣ୍ଡି/ମୋହନା,୧୧|୯(ଅଶେଷ ନାଥ ମିଶ୍ର/ ମନ୍ମଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ ସ୍ଥିତ ବନ ବିଭାଗ ଚନ୍ଦ୍ରଗିରି ରେଞ୍ଜ କାର୍ଯ୍ୟାଳୟ କର୍ମଚାରୀ ବୃନ୍ଦ ଗଜପତି ଜିଲା ଚନ୍ଦ୍ରଗିରି – ଅନ୍ତର୍ବା ରାସ୍ତା କଡ଼ରୁ ଏକ ଶାଗୁଆନ କାଠ ବୋଝେଇ ପିକଅପ୍ ଭ୍ୟାନ (ନଂ. ଓଡ଼ି୦୭ ଏମ -୧୩୬୨) କୁ ଜବତ କରିଛନ୍ତି।ଫରେଷ୍ଟର ଗଣେଶ ପ୍ରଧାନ ସଦଳବଳେ ରାତ୍ରୀକାଳୀନ ପାଟ୍ରୋଲିଂ କରୁଥିବା ବେଳେ ଦୂରରୁ ବନ କର୍ମଚାରୀ ଙ୍କୁ ଦେଖି ଭ୍ୟାନ ଟିକୁ ରାସ୍ତାକଡ଼ ରେ ଛାଡି ଦେଇ ଚାଳକ ଚମ୍ପଟ ମାରିଥିଲେ। ପରେ ଫରେଷ୍ଟର  କାଠ ବୋଝେଇ ଭ୍ୟାନ କୁ ଜବତ କରିଥିଲେ।ସେଥିରେ ଖାନ ତଲାସି କରାଯାଇ ଜବତ କାଠ କୁ ମାପ ଚୁପ କରାଯିବାରୁ ସମୁଦାୟ ୧୫.୮୮ ଘନଫୁଟ ଶାଗୁଆନ ପଟା ଥିବା ଜଣାପଡିଥିଲା। ଫରେଷ୍ଟର ଙ୍କ ରିପୋର୍ଟ କ୍ରମେ ପୋଡ଼ାମାରି ରେଞ୍ଜର ପ୍ରଶାନ୍ତ ବେହେରା ବନ କାର୍ଯ୍ୟାଳୟ ୟୁ. ଡି ମାମଲା ନଂ.୫/୨୬-୨୭ ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର : ଜାତିଆଣ ମନ୍ତବ୍ୟ…

ଛତ୍ରପୁର, ୧୧/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଆସିକା ବ୍ଲକ ଅନ୍ତର୍ଗତ ହରିପଦପୁର ଗ୍ରାମପଞ୍ଚାୟତର ସମସ୍ୟା ନେଇ ବ୍ଲକରେ ଅନୁଷ୍ଠିତ ସମିତି ବୈଠକରେ ବିଧାୟକଙ୍କ ସମ୍ମୁଖରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଆର୍ଯ୍ୟପଲ୍ଲୀ ଫିସିଂ ହାର୍ବର କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଛତ୍ରପୁର, ୧୧ା୯ (ଦ୍ୱାରକା ପଟ୍ଟନାୟକ/ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଶୁକ୍ରବାର ଦିନିକିଆ ଗଞ୍ଜାମ ଗସ୍ତରେ ଆସି…

ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୩ରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌। ଏହି ସିରିଜ୍‌ ପାଇଁ…

ଚଳିତ ବର୍ଷର ଅଧିକ ପାଣି ବଂଶଧାରାରେ

ଗୁଡ଼ାରି, ୧୧।୯ (ପ୍ରମୋଦ କୁମାର ପତି): ଗୁଡ଼ାରି ବଂଶଧାରା ନଦୀରେ ଶୁକ୍ରବାର ଚଳିତ ବର୍ଷର ସର୍ବାଧିକ ଜଳ ପ୍ରବାହ ଦେଖିବାକୁ ମିଳିଛି। ନଦୀର ଉପରମୁଣ୍ଡରେ ଲଘୁଚାପଜନିତ ବର୍ଷା…

ପୋଡ଼ାମାରି ସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟରେ ୧୪ ତମ  ବନ ସହିଦ୍ ଦିବସ ପାଳିତ: ବଳିଦାନ ଦେଇଥିବା ବନ କର୍ମଚାରୀ ମାନଙ୍କ ଉଦ୍ଦେଶ୍ୟରେ …

ପୋଡ଼ାମାରି ସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟ ରେ ୧୪ ତମ ବନ ସହିଦ୍ ଦିବସ ପାଳିତ ; * ବଳିଦାନ କରିଥିବା ବନ କର୍ମଚାରୀ ମାନଙ୍କ ଉଦ୍ଦେଶ୍ୟରେ କରାଗଲା…

ଖରାରେ ସିଝିଲେ, ବର୍ଷାରେ ଭିଜିଲେ ଭିନ୍ନକ୍ଷମ

ହାଟଡିହୀ/ଛେନାପଦୀ,୧୧।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଅନୁଷ୍ଠିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି।…

ବିରେନ୍ଦ୍ର ସେହ୍ବାଗଙ୍କ ନୂଆ ଇନିଂସ, ଅଶନୀର ଗ୍ରୋଭରଙ୍କୁ ଆଉଟ୍‌ କରି ଚମକାଇଲେ, ଏଣିକି…

ମୁମ୍ବାଇ,୧୧।୯: ପ୍ରାଇମ୍ ଭିଡିଓର ସୁପରହିଟ୍ ରିଆଲିଟି ଶୋ’ ‘ରାଇଜ୍‌ ଆଣ୍ଡ୍‌ ଫଲ୍‌’ (Rise And Fall) ନିଜର ଦ୍ୱିତୀୟ ସିଜନ୍ ସହ ଫେରୁଛି। ଏଥର ଶୋ’କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?