Posted inଫୁରସତ

ଲଗାତାର ବଧୂଙ୍କ ଫଟୋ ଉଠାଉଥିଲେ କ୍ୟାମେରାମ୍ୟାନ୍‌, ରାଗରେ ବର ମାରିଲେ ଚାପୁଡ଼ା; ପରେ ଯାହା ଘଟିଲା…

ନୂଆଦିଲ୍ଲୀ: ବିବାହ ଭୋଜିରେ ଫଟୋଗ୍ରାଫର ବରବଧୂଙ୍କ ସହ ଅତିଥିଙ୍କ ଭଳିକି ଭଳି ପୋଜ୍‌ରେ ଫଟୋ ନେଇଥାନ୍ତି। ହେଲେ ସେଭଳି କରିବା ଜଣେ କ୍ୟାମେରାମ୍ୟାନ୍‌ଙ୍କୁ ମହଙ୍ଗା ପଡ଼ିଛି। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ନ ହସି ରହିପାରିବେ ନାହିଁ।

ଭିଡିଓଟିରେ ଷ୍ଟେଜ୍‌ ଉପରେ ଛିଡ଼ା ହୋଇଥିବା ବର ଏବଂ ବଧୂଙ୍କୁ ଦେଖିବାକୁ ମିଳୁଛି। ଏହି ସମୟରେ ଜଣେ ଫଟୋଗ୍ରାଫର ଲଗାତାର ଭାବେ ବଧୂଙ୍କ ଫଟୋ ଉଠାଇ ଚାଲୁଛି। ଏହା ଦେଖି ବରଜଣଙ୍କ ଏକ କଣକୁ ଚାଲିଯାଉଛନ୍ତି। ଏପରି କିଛି ସମୟ ଶାନ୍ତ ରହିବା ପରେ ହଠାତ୍‌ ସେ ଫଟୋଗ୍ରାଫରଙ୍କୁ ଚାପୁଡ଼ା ମାରୁଛନ୍ତି। ଏହାପରେ ଯାହା ହେଲା ତାହା ସେଠାରେ ଉପସ୍ଥିତ ଅତିଥିମାନଙ୍କୁ ଚକିତ କରିଦେଇଥିଲା। କାରଣ ଫଟୋଗ୍ରାଫର ଚାପୁଡ଼ା ଖାଇ ହସିବା ପରେ ବଧୂଜଣଙ୍କ ହସି ହସି ତଳେ ଗଡ଼ିଥିଲେ।

ଏହାର ଭିଡିଓକୁ କେହି ସୋସିଆଲ ମିଡିଆରେ ଶେୟାର କରାଯିବା ପରେ ଏହା ବେଶ ଭାଇରାଲ ହେଉଛି। ଏଯାବତ ୩ ଲକ୍ଷରୁ ଅଧିକ ଲୋକ ଏହାକୁ ପସନ୍ଦ କରିଥିବା ବେଳେ ୧୦ ହଜାରରୁ ଅଧିକ କମେଣ୍ଟ ମିଳିଛି। ଅନେକ ବଧୂଙ୍କୁ ପସନ୍ଦ କରୁଛନ୍ତି। ରାଗର ମାହୋଲରୁ ସେ ହସର ଖୋରାକ ଯୋଗାଇ ଦେଇଥିବା କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୁଗୁଲି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ୬୭ ବର୍ଷୀୟା ମହିଳା: କରିସାରିଲେଣି ୨ ଘର, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ପଡ଼ୋଶୀଙ୍କ ଘରର ଖବର ରଖିବା କିମ୍ବା ଗାଁ-ସାହିରେ ଚୁଗୁଲି କରିବାକୁ ସାଧାରଣତଃ ସମୟ ନଷ୍ଟ ବୋଲି କୁହାଯାଏ। କିନ୍ତୁ କଲମ୍ବିଆର ଜଣେ ୬୭ ବର୍ଷୀୟ ବୃଦ୍ଧା ଏହି…

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri