ଆଗରେ ଅନେକ ଆହ୍ବାନ

ମାନିଲା,୭ା୫: ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ର ଫିଲିପାଇନ୍ସ ମେ’ ୯ରେ ନୂଆ ରାଷ୍ଟ୍ରପତି ବାଛିବ। ୧୯୩୫ ମସିହାରୁ ଚାଲିଥିବା ସାଧାରଣ ନିର୍ବାଚନରେ ଏଥର ସପ୍ତଦଶ ରାଷ୍ଟ୍ରପତି ଓ ଷୋଡ଼ଶ ଉପରାଷ୍ଟ୍ରପତି ନିର୍ବାଚିତ ହେବେ। ୧୯୮୭ରେ ପ୍ରଣୀତ ଫିଲିପାଇନ୍ସ ସମ୍ବିଧାନ ଅନୁସାରେ ବର୍ତ୍ତମାନର ରାଷ୍ଟ୍ରପତି ରୋର୍ଡିଗୋ ଡୁଟେର୍ଟେ ପୁନଃ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅଯୋଗ୍ୟ। କିନ୍ତୁ ଉପରାଷ୍ଟ୍ରପତି ଲେନି ରୋବ୍ରେଡୋ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ତେଣୁ ସେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭାଗ୍ୟ ପରୀକ୍ଷା କରୁଛନ୍ତି। ଏଥର ଦୁଇଟି ଭିନ୍ନ ରାଜନୈତିକ ଦଳରୁ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚିତ ହୋଇପାରନ୍ତି। ଦେଶରେ ପ୍ରଥମ ଥର ପାଇଁ ଏପରି ରାଷ୍ଟ୍ରପତି ନିର୍ବାଚନ ହେଉଛି, ଯେଉଁଠି ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପ୍ରାର୍ଥୀ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜନ୍ମିତ।
ପ୍ରେସିଡେନ୍ସି ପାଇଁ ଘୋଡ଼ାଦୌଡ଼ ଆରମ୍ଭ ହୋଇଛି। ସୋମବାର ହେବାକୁ ଥିବା ଏହି ଦୌଡ଼ରେ ଆଗରେ ରହିଛନ୍ତି ବର୍ତ୍ତମାନର ଉପରାଷ୍ଟ୍ରପତି ଲେନି ରୋବ୍ରେଡୋ ଏବଂ ଫର୍ଡିନାଣ୍ଡ ମାର୍କୋସ ଜୁନିୟର। ମାର୍କୋସ ହେଉଛନ୍ତି କୁଖ୍ୟାତ୍‌ ଏକଚ୍ଛତ୍ରବାଦୀ ଶାସକ ଫର୍ଡିନାଣ୍ଡ ଇମାନ୍ବେଲ ଇଡ୍ରାଲିନ୍‌ ମାର୍କୋସ୍‌ଙ୍କ ପୁଅ, ଯାହାଙ୍କ ଦୁଇ ଦଶନ୍ଧିର ଶାସନରୁ ୧୯୮୬ ବିଦ୍ରୋହର ସୂତ୍ରପାତ ହୋଇଥିଲା। କୁହାଯାଉଛି ଯେ, ପାଟ୍ରିଡୋ ଫେଡେରାଲ ଫିଲିପିନାସ୍‌ (ପିଏଫ୍‌ପି) ପ୍ରାର୍ଥୀ ମାର୍କୋସ ଜୁନିୟର ଜିତିଲେ ଦେଶକୁ ତାଙ୍କ ବାପାଙ୍କ ଭଳି ଶାସନ କରିବେ ନାହିଁ। କିନ୍ତୁ ବର୍ତ୍ତମାନର ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେଙ୍କ ଭଳି ମାର୍କୋସଙ୍କ ଷ୍ଟ୍ରଙ୍ଗ୍‌ମ୍ୟାନ୍‌ ଷ୍ଟାଇଲକୁ ବି ଦେଶବାସୀ ପସନ୍ଦ କରିବେ। ମାର୍କୋସଙ୍କ ରନିଂ ମେଟ୍‌ ଅର୍ଥାତ୍‌ ଉପରାଷ୍ଟ୍ରପତି ପ୍ରାର୍ଥୀ ହେଉଛନ୍ତି ରାଷ୍ଟ୍ରପତିଙ୍କ ଝିଅ ସାରା ଡୁର୍ଟେର୍ଟେ, ଯିଏକି ଏହି ପଦ ପାଇଁ ମଇଦାନକୁ ଓହ୍ଲାଇଥିବା ଏକମାତ୍ର ମହିଳା ପ୍ରାର୍ଥୀ। ସେ ଲାକାସ୍‌ ସିଏମ୍‌ଡି ଟିକେଟରେ ଲଢ଼ୁଛନ୍ତି। ସେହିପରି ଏକମାତ୍ର ମହିଳା ରାଷ୍ଟ୍ରପତି (ସ୍ବାଧୀନ) ପ୍ରାର୍ଥୀ ଲେନି ରୋବ୍ରେଡୋଙ୍କ ରନିଂ ମେଟ୍‌ ହେଉଛନ୍ତି ଫ୍ରାନ୍ସିସ୍‌ ପାଙ୍ଗିଲିନାନ୍‌। ରୋବ୍ରେଡୋ ବିଜୟୀ ହେଲେ ଫିଲିପାଇନ୍ସରେ କୋହଳ ନୀତି ଆପଣାଇ ତାଲିମ, ସ୍ବାସ୍ଥ୍ୟସେବା, ଦାରିଦ୍ର୍ୟ ଓ ଲିଙ୍ଗଗତ ସମାନତା ଭଳି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବେ ବୋଲି ଆଶା କରାଯାଉଛି। ସେ ସାମାଜିକ କଲ୍ୟାଣକୁ ତ୍ୱରାନ୍ବିତ କରି ବେକାରି ସମସ୍ୟା ଦୂର କରିବେ ବୋଲି ଏକ ସଭାରେ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ରୋବ୍ରେଡୋଙ୍କ ରାଷ୍ଟ୍ରପତିତ୍ୱ ସେତେଟା ସହଜ ହୋଇ ନ ପାରେ। ଉପରାଷ୍ଟ୍ରପତି ଭାବେ ରୋବ୍ରେଡୋ ଘୃଣା ଓ ଅପପ୍ରଚାର ବିରୋଧୀ ଅଭିଯାନର ନେତୃତ୍ୱ ନେଇ ରାଷ୍ଟ୍ରପତି ଡୁଟେର୍ଟେଙ୍କ ପାଇଁ ଅଡ଼ୁଆର କାରଣ ସାଜିଥିଲେ।
କୋଭିଡ୍‌ ମହାମାରୀ ପରେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଫିଲିପାଇନ୍ସର ଅର୍ଥନୀତି ସଜାଡ଼ିବା ପାଇଁ କୌଣସି ପ୍ରାର୍ଥୀ ନିର୍ବାଚନୀ ପ୍ରତିଶ୍ରୁତି ଦେଇନାହାନ୍ତି, ଯଦିଓ ଏଥିରେ ସଂସ୍କାର ଆଣିବା କଥା ସମସ୍ତେ କହୁଛନ୍ତି। ଦେଶର ଆଭ୍ୟନ୍ତରୀଣ ନିରାପତ୍ତା ଓ ସାମରିକ ପରିଚାଳନାକୁ ମଜଭୁତ୍‌ କରିବା ପାଇଁ ଆମେରିକାର ପ୍ରତିରକ୍ଷା ସହଯୋଗ ଜରୁରୀ। ତେଣୁ ଦୁହିଙ୍କ ମଧ୍ୟରୁ ଯିଏ ଜିତିଲେ ବି ଆମେରିକା ସହ ଫିଲିପାଇନ୍ସର ଦୀର୍ଘ ସମ୍ପର୍କ ପୂର୍ବଭଳି ରହିବ। ଚାଇନା ସହିତ ମାର୍କୋସଙ୍କ ସୁସମ୍ପର୍କ ଥିବାରୁ ସେ ରାଷ୍ଟ୍ରପତି ହେଲେ ବେଜିଂ ସହ ଦ୍ୱିପାକ୍ଷିକ ସହଯୋଗିତା ବଢ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri