ଚୂଡ଼ାନ୍ତ ପରୀକ୍ଷାରେ ଫାଇଜର ଟିକା ୯୫% ଫଳପ୍ରଦ

ନୂଆଦିଲ୍ଲୀ, ୧୯।୧୧: ଆମେରିକୀୟ ଫାର୍ମା କମ୍ପାନୀ ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ କୋଭିଡ୍‌-୧୯ ଟିକା ୯୫ ପ୍ରତିଶତ ଫଳପ୍ରଦ। ଚୂଡ଼ାନ୍ତ ପରୀକ୍ଷାରୁ ଏହା ଜଣାପଡ଼ିଥିବା ଫାଇଜର ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ଏହା ପୂର୍ବରୁ ହୋଇଥିବା ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ ଫାଇଜର ଟିକା ୯୦% ଫଳପ୍ରଦ ବୋଲି ଗତ ୯ ତାରିଖରେ କମ୍ପାନୀ ପକ୍ଷରୁ କୁହାଯାଇଥିଲା। ଏହାପରେ ଅନ୍ୟତମ ଆମେରିକୀୟ ଫାର୍ମା କମ୍ପାନୀ ମଡର୍ନା ଦ୍ୱାରା ପ୍ରସ୍ତୁତ ଟିକା ୯୪.୫ ପ୍ରତିଶତ ଫଳପ୍ରଦ ବୋଲି ଗତ ୧୬ ତାରିଖରେ ସୂଚନା ଦିଆଯାଇଥିଲା। ଏବେ ୯୫% ସଫଳ ବୋଲି କୁହାଯାଇଥିବା ଫାଇଜର ଟିକାକୁ ବିଯୁକ୍ତ(-) ୭୦ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ରଖିବା ଆବଶ୍ୟକ। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ବେଳେ ମଧ୍ୟ ଏହି ଟିକାକୁ -୭୦ ଡିଗ୍ରୀ ତାପମାତ୍ରାରେ ରଖାଯିବା ଜରୁରୀ। ଅନ୍ୟପକ୍ଷରେ ମଡର୍ନା ଭାକ୍ସିନ୍‌କୁ ବିଯୁକ୍ତ ୨୦ ଡିଗ୍ରୀ ସେଲ୍‌ସିୟସ୍‌ରେ ରଖାଯାଇପାରିବ ବୋଲି ବିଶେଷଜ୍ଞମାନଙ୍କଠାରୁ ଜଣାପଡ଼ିଛି। ଏନେଇ ନୀତି ଆୟୋଗ ସଦସ୍ୟ ତଥା ଭାରତର କୋଭିଡ୍‌-୧୯ ଜାତୀୟ ଟାସ୍କଫୋର୍ସ ମୁଖ୍ୟ ଡ. ଭି.କେ. ପଲ୍‌ କହିଛନ୍ତି, ଫାଇଜର ଟିକାକୁ ସଂରକ୍ଷିତ କରି ରଖିବା ଲାଗି -୭୦ ଡିଗ୍ରୀ ତାପମାତ୍ରା ଆବଶ୍ୟକ ହେଉଥିବାରୁ ତାହା ଏକ ବଡ଼ ଚ୍ୟାଲେଞ୍ଜ। ଏଭଳି ତାପମାତ୍ରାର ବ୍ୟବସ୍ଥା କରିବା କୌଣସି ଦେଶ ପକ୍ଷେ ସହଜ ନୁହେଁ ବୋଲି ପଲ୍‌ କହିଛନ୍ତି।
ଫାଇଜର ପକ୍ଷରୁ କୁହାଯାଇଛି ଯେ, ୧୭୦ କରୋନା ରୋଗୀଙ୍କୁ ବିଏନ୍‌ଟି୧୬୨ବି୨ ଟିକାର ପ୍ରଥମ ଡୋଜ୍‌ ଦିଆଯିବାର ୨୮ ଦିନ ପରେ ଏହାର ପ୍ରଭାବ ଅନୁଧ୍ୟାନ କରାଯାଇଥିଲା। ଉକ୍ତ ପରୀକ୍ଷାରୁ ଟିକା ୯୫ ପ୍ରତିଶତ ଫଳପ୍ରଦ ହୋଇଥିବା ସ୍ପଷ୍ଟ ହୋଇଛି। ଜରୁରୀ ବ୍ୟବହାର ସ୍ବୀକୃତି (ଇୟୁଏ) ଲାଗି ଆମେରିକା ଏଫ୍‌ଡିଏ ଆବଶ୍ୟକ କରୁଥିବା ସୁରକ୍ଷା ମାଇଲଖୁଣ୍ଟକୁ ଏହା ହାସଲ କରିପାରିଥିବା ଫାଇଜର କହିଛି। ଇୟୁଏ ପାଇଁ କମ୍ପାନୀ ଏଫ୍‌ଡିଏ ନିକଟରେ ଖୁବ୍‌ଶୀଘ୍ର ଆବେଦନ କରିବାକୁ ଯୋଜନା ରଖିଛି। କରୋନା ମହାମାରୀର ଅନ୍ତ ଘଟାଇବାରେ ଏହି ଟିକା ସହାୟକ ହେବ ବୋଲି ଫାଇଜର ସିଇଓ ଆଲବର୍ଟ ବୌର୍ଲା କହିଛନ୍ତି। ପୂର୍ବରୁ କମ୍ପାନୀ ପକ୍ଷରୁ ଟିକାର ପ୍ରାରମ୍ଭିକ ଫଳାଫଳରେ ୯୦ ପ୍ରତିଶତ ସଫଳତା ମିଳିଥିବା ଘୋଷଣା କରାଯାଇଥିଲା।
କରୋନା ଟିକାକୁ ସାରା ବିଶ୍ୱ ଅପେକ୍ଷା କରିଥିବାବେଳେ ଏହାର ସଫଳତାକୁ ନେଇ ବିଭିନ୍ନ କମ୍ପାନୀ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ମଡର୍ନା ପ୍ରସ୍ତୁତ ଟିକା ୯୪.୫ ପ୍ରତିଶତ ସଫଳ ବୋଲି ମାସାଚୁସେଟ୍ସର ବାୟୋଟେକ୍‌ କମ୍ପାନୀ ପକ୍ଷରୁ ଗତ ସୋମବାର ଘୋଷଣା କରାଯାଇଥିଲା। ୩୦ ହଜାର ଲୋକଙ୍କ ଉପରେ ପରୀକ୍ଷା କରାଯିବା ପରେ ଫଳାଫଳ ସାମ୍‌ନାକୁ ଆସିଥିବା କମ୍ପାନୀ କହିଥିଲା। ସେପଟେ ରୁଷିଆ ପ୍ରସ୍ତୁତ ସ୍ପୁଟ୍‌ନିକ୍‌-ଭି ଟିକା ତୃତୀୟ ପର୍ଯ୍ୟାୟ ପରୀକ୍ଷାର ପ୍ରାରମ୍ଭିକ ଫଳାଫଳ ଅନୁଯାୟୀ ଏହା ୯୨ ପ୍ରତିଶତ ସଫଳ ବୋଲି ମସ୍କୋ ପକ୍ଷରୁ କୁହାଯାଇଥିଲା। ଚାଇନା ମଧ୍ୟ ଏହାର ଟିକା ଫଳପ୍ରଦ ବୋଲି ବୁଧବାର ଦାବି କରିଛି। ଏହାର କରୋନାଭାକ୍‌ ପ୍ରାରମ୍ଭିକ ପରୀକ୍ଷାରେ ନିରାପଦ ସାବ୍ୟସ୍ତ ହୋଇଛି। ପରୀକ୍ଷାରେ ସାମିଲ ହୋଇଥିବା ୧୮ରୁ ୫୯ ବର୍ଷ ବୟସର ସ୍ବେଚ୍ଛାସେବୀଙ୍କଠାରେ ଏହା ଆଣ୍ଟିବଡି ପ୍ରସ୍ତୁତ କରିବାରେ ସଫଳ ହୋଇଥିବା ବିଶେଷଜ୍ଞମାନେ କହିଛନ୍ତି। ୧୪ ଦିନ ବ୍ୟବଧାନରେ ଟିକାର ଦୁଇଟି ଡୋଜ୍‌ ଦିଆଯାଇଥିଲା ଓ ୨୮ ଦିନରେ ଫଳାଫଳ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri