ଖୁସି ଖବର: ବ୍ରିଟେନରେ ଦେଖାଦେଇଥିବା କରୋନା ନୂଆ ଷ୍ଟ୍ରେନ୍‌ରେ ବି କାମ କରିବ ଫାଇଜର ଟିକା

ଲଣ୍ଡନ,୮ ।୧: କରୋନା ଭ୍ୟାକ୍ସିନ ଓ ବ୍ରିଟେନରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନକୁ ନେଇ ଆଶ୍ୱସ୍ତି ଦେଲାଭଳି ଏକ ଖବର ସାମ୍ନାକୁ ଆସିଛି । କରୋନା ଟିକା ପ୍ରସ୍ତୁତକାରୀ କମ୍ପାନୀ ଫାଇଜର କହିଛି ସେ ପ୍ରସ୍ତୁତ କରିଥିବା ଭ୍ୟାକ୍ସିନ ବ୍ରିଟେନ ଓ ଦକ୍ଷିଣ ଆଫ୍ରିକାରେ ଦେଖା ଦେଇଥିବା କରୋନା ନୂଆ ଷ୍ଟ୍ରେନ୍ ଉପରେ ବି କାମ କରିବ । ଟେକ୍ସାସ ମେଡିକାଲ ବ୍ରାଞ୍ଚର ବୈଜ୍ଞାନିକ କହିଛନ୍ତି ଫାଇଜର କୋଭିଡ-୧୯ ଭ୍ୟାକ୍ସିନ ନୂଆ ଷ୍ଟ୍ରେନ ଉପରେ କାମ କରିବ । ଅତ୍ୟଧିକ ସଂକ୍ରମଣ ହେତୁ ଭାଇରସର ମ୍ୟୁଟେସନ ଦାୟୀ ହେବ । ତେବେ ବିଶେଷଜ୍ଞଙ୍କ ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି କି ଫାଇଜର ଭ୍ୟାକ୍ସିନ କରୋନା ନୂଆ ଷ୍ଟ୍ରେନ୍ ଉପରେ ପ୍ରଭାବ ପକାଇବ । ଭ୍ୟାକ୍ସିନ ନେଇଥିବା ଲୋକଙ୍କ ରକ୍ତ ପରୀକ୍ଷା କରାଯାଇ ଏଭଳି ତଥ୍ୟ ମିଳିଥିବା କୁହାଯାଏ । ଜଣାପଡିଛି ଯେ କରୋନାର ନୂଆ ଷ୍ଟ୍ରେନରେ ୧୭ ପ୍ରକାର ପରିବର୍ତ୍ତନ ହୋଇଛି । ଏହାକୁ ଏଇଥିପାଇଁ ମାରାତ୍ମକ ବୋଲି କୁହାଯାଉଛି କାରଣ ଏହାର ୮ଟି ରୂପ ଜିନରେ ପ୍ରୋଟିନ ବୃଦ୍ଧି କରୁଛି ଯେଉଁଥିରୁ ୨ଟି ସବୁଠାରୁ ମାରାତ୍ମକ । ପ୍ରଥମ ନୂଆ ଷ୍ଟ୍ରେନର N501Y ରୂପ ଯାହା ଶରୀରର ସେଲ୍ ଉପରେ ପ୍ରଭାବ ପକାଉଛି, ଆଉ ଦ୍ୱିତୀୟ H69/V70 ରୂପ ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପକାଇଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା କମିଲା…

ନୂଆଦିଲ୍ଲୀ, ୩୧।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ଲକ୍‌ଡାଉନ: ଡିଜିଟାଲ ଇଣ୍ଡିଆ ପାଇଁ ବଡ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦। ୩: ଡିଜିଟାଲ ଇଣ୍ଡିଆ ଯୋଗୁ ଆପ୍‌ ସେବା ଯୋଗାଣ କରୁଥିବା କମ୍ପାନୀଗୁଡିକ ଏବେ ସମସ୍ୟାରେ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ ସଂକ୍ରମଣକୁ...

ଟିକା ନ ନେଇଥିବା ଲୋକଙ୍କୁ ଲକଡାଉନରେ ବନ୍ଦ ରଖିବ ଅଷ୍ଟ୍ରିୟା, ୟୁରୋପ ପୁଣି ପାଲଟିଲା ମହାମାରୀର କେନ୍ଦ୍ର

ଭିଏନା,୧୩ ।୧୧: ୟୁରୋପରେ କରୋନା ମହାମାରୀ ପୁଣିଥରେ ମୁଣ୍ଡ ଟେକିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ୟୁରୋପ ପୁଣିଥରେ କରୋନା ମହାମାରୀର କେନ୍ଦ୍ର ପାଲଟିଯାଇଛି...

୪ ମେଟ୍ରୋରେ ରାତ୍ରକାଳୀନ କର୍ଫ୍ୟୁ

ଅହମଦାବାଦ,୧୬।୩: ଗୁଜରାଟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅହମଦାବାଦ, ବଡୋଦରା, ସୁରଟ ଏବଂ ରାଜକୋଟ ଆଦି ୪...

ସାନିଟାଇଜର ଅଭାବରୁ ପ୍ରାକୃତିକ ଉପାୟ ଆପଣାଉଛନ୍ତି ଲୋକେ

ଚେନ୍ନାଇ,୩୦।୩: କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ହାତ ଧୋଇବାକୁ ପରାମର୍ଶ ଦିଆଯାଉଥିବା ବେଳେ ସାନିଟାଇଜର ବ୍ୟବହାର କରିବାକୁ ମଧ୍ୟ କୁହାଯାଉଛି। ହେଲେ ଲୋକଙ୍କ ଆବଶ୍ୟକତାକୁ...

ମତୁଆ ସମ୍ପ୍ରଦାୟଙ୍କୁ ହାତେଇବା ରାଜନୀତି: ଦେଶରୁ ଆରମ୍ଭ କରି ବିଦେଶରେ ପହଞ୍ଚିଲା

ଢାକା/କୋଲକାତା,୨୭।୩: ପଶ୍ଚିମବଙ୍ଗର ୨ କୋଟି ମତୁଆ ସମ୍ପ୍ରଦାୟଙ୍କୁ ହାତେଇବା ଲକ୍ଷ୍ୟ ନେଇ ଭାଜପା ପକ୍ଷରୁ ଦେଶରୁ ଆରମ୍ଭ ହୋଇଥିବା ରାଜନୀତି ବିଦେଶରେ ପହଞ୍ଚିଛି। ଏହି ୨...

କରୋନା ନେଲାଣି ୯ ହଜାର ଜୀବନ

ପ୍ୟାରିସ୍‌/ବେଜିଂ, ୨୦।୩: ସାରା ବିଶ୍ୱରେ କରୋନା ଭୂତାଣୁ ୯ ହଜାରରୁ ଊର୍ଦ୍ଧ୍ୱ ମୁଣ୍ଡ ନେଲାଣି। ଏବେ ମୃତ୍ୟୁସଂଖ୍ୟା ୯,୦୨୦ରେ ପହଞ୍ଚିଛି। ୟୁରୋପରେ ୪,୧୩୪ ଜଣଙ୍କ ମୃତ୍ୟୁ...

ବଢ଼ୁଛି ପିଲାଙ୍କ ଚିନ୍ତା: ଆଜି ରାଜ୍ୟରେ ୭୫ ଛୁଆ କରୋନା ସଂକ୍ରମିତ

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ରାଜ୍ୟରେ ଶନିବାର ୪୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୫ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

Advertisement
Archives

Model This Week