Posted inଜାତୀୟ

ପିଏଫ୍‌ଆଇର ମିଶନ ୨୦୪୭ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌…

ପାଟନା,୧୪।୭ : ବିହାରର ରାଜଧାନୀ ପାଟନାରେ ପିଏଫଆଇ ନାମରେ ଏକ ବଡ ଆତଙ୍କବାଦୀ ତାଲିମ କେନ୍ଦ୍ରର ପଦର୍ଦ୍ଦାଫାଶ ହୋଇଛି। ଚଢ଼ାଉ ସମୟରେ ଦୁଇ ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି।

ଏଥିମଧ୍ୟରେ ମିଶନ ୨୦୪୭ ସମ୍ପର୍କିତ ତଥ୍ୟ ବିଷୟରେ ଜଣାପଡ଼ିଛି। ୨୦୪୭ ସୁଦ୍ଧା ଭାରତକୁ ଏକ ଇସଲାମ ରାଷ୍ଟ୍ର କରିବା ପାଇଁ ପିଏଫ୍‌ଆଇର ଷଡଯନ୍ତ୍ର ସମ୍ପର୍କରେ ଜଣାପଡ଼ିଛି। ସେହିପରି ସଂଗଠନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିବା ଜଣାପଡ଼ିଛି। ଏଥିପାଇଁ ମୁସଲମାନ ଯୁବବର୍ଗମାନଙ୍କୁ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା, ଧାର୍ମିକ ଉତ୍ତେଜନା ବିସ୍ତାର କରିବା ଏବଂ ହିଂସା ସୃଷ୍ଟି କରିବା ପାଇଁ ତାଲିମ ଦିଆଯାଉଥିଲା। ଜୁଲାଇ ୧୧ ରେ ଫୁଲୱାରିଶରିଫ ଅଞ୍ଚଳର ନୟା ଟୋଲା ଠାରେ ଥିବା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) କାର୍ଯ୍ୟାଳୟରେ ଗୁପ୍ତଚର ଏଜେନ୍ସିର ଇନପୁଟକୁ ଆଧାର କରି ଚଢ଼ାଉ କରାଯାଇଥିଲା ବୋଲି ପୋଲିସ କହିଛି।

ଏହି ସମୟରେ ଅନେକ ସନ୍ଦିଗ୍ଧ ଡକ୍ୟୁମେଣ୍ଟ ଏବଂ ଅପରାଧରେ ବ୍ୟବହୃତ ହେଉଥିବା ସାମଗ୍ରୀ ସେଠାରୁ ଉଦ୍ଧାର କରାଯାଇଥିଲା। ଏଥିରେ ପିଏଫ୍‌ଆଇର ମିଶନ -୨୦୪୭ ସହିତ ଜଡିତ ଏକ ଗୋପନୀୟ ଡକ୍ୟୁମେଣ୍ଟ ମଧ୍ୟ ମିଳିଛି।

ଏଥିରେ ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତକୁ ଏକ ଇସଲାମ ରାଷ୍ଟ୍ର କରିବା ପାଇଁ ଏକ ଷଡଯନ୍ତ୍ର ସମ୍ପର୍କରେ ଉଲ୍ଲେଖ କରାଯାଇଛି। ପୋଲିସ ଦୁଇ ଆତଙ୍କବାଦୀଙ୍କୁ ଘଟଣାସ୍ଥଳରୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ମହମ୍ମଦ ଜଲାଲୁଦ୍ଦିନ ଏବଂ ଅନ୍ୟ ଜଣଙ୍କୁ ଅତହର ପରଭେଜ ଭାବେ ଚିହ୍ନଟ କରାଯାଇଛି। ଜଲାଲୁଦ୍ଦିନ ଝାଡଖଣ୍ଡ ପୋଲିସର ଜଣେ ପୋଲିସ କର୍ମଚାରୀ ଏବଂ ନିକଟରେ ଅବସର ନେଇଥିଲେ। ଏଥି ସହିତ ଅତହର ପରଭେଜ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ସିମିର ଜଣେ ସକ୍ରିୟ ସଦସ୍ୟ ରହିଛନ୍ତି। ବୋମା ବିସ୍ଫୋରଣ ମାମଲାରେ ତାଙ୍କ ଭାଇ ଜେଲ ମଧ୍ୟ ଯାଇଛନ୍ତି। ଅତହର ନିଜେ ମଧ୍ୟ ଏକ ମାମଲାରେ ଜାମିନରେ ଅଛନ୍ତି।

ଆତଙ୍କବାଦୀ ସଂଗଠନ ସିମି ନିଷେଧ ହେବା ପରେ ଭାରତୀୟ ମୁଜାହିଦ୍ଦିନ ଗଠନ କରାଯାଇଥିଲା। ଆତଙ୍କବାଦୀ ୟାସିନ ଭଟକଲଙ୍କ ଗିରଫଦାରୀ ସହିତ ୨୦୧୩ରେ ଭାରତୀୟ ମୁଜାହିଦ୍ଦିନର କାର୍ଯ୍ୟ କଳାପରେ ବାଧା ସୃଷ୍ଟି ହୋଇଥିଲା। ସୂଚନାନୁସାରେ, ଭାରତୀୟ ମୁଜାହିଦ୍ଦିନର ପତନ ପରେ ଦେଶର ବିଭିନ୍ନ ରାଜ୍ୟରେ ପିଏଫ୍‌ଆଇ ଏବଂ ଏହାର ସହଯୋଗୀ ସଂଗଠନ ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ ଇଣ୍ଡିଆକୁ ମଜବୁତ କରିବା ପାଇଁ କାର୍ଯ୍ୟ ଚାଲିଛି।

କେରଳର ଦୁଇଟି ଏବଂ କର୍ନାଟକର ଦୁଇଟି ସଂଗଠନକୁ ମିଶ୍ରଣ କରି ପିଏଫ୍‌ଆଇ ଗଠନ କରାଯାଇଥିଲା। ଗତ କିଛି ମାସ ମଧ୍ୟରେ ଘଟିଥିବା ଅନେକ ସାମ୍ପ୍ରଦାୟିକ ହିଂସାରେ ପିଏଫ୍‌ଆଇର ହାତ ଥିବା ଅନୁମାନ କରାଯାଉଛି। ଏହାର ତଦନ୍ତ ଜାରି ରହିଛି। ଦେଶରେ ପିଏଫ୍‌ଆଇକୁ ଏପର୍ଯ୍ୟନ୍ତ ନିଷେଧ ଘୋଷଣା କରାଯାଇନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri