ସରୁନି ପିଏଫ୍‌ ଆଞ୍ଚଳିକ କାର୍ଯ୍ୟାଳୟ କାମ

କେନ୍ଦୁଝର,୨୮ା୩ (ସ୍ବ.ପ୍ର.): ଦୀର୍ଘ ବର୍ଷ ହେଲା କେନ୍ଦୁଝର କର୍ମଚାରୀ ଭବିଷ୍ୟନିଧି ସଂଗଠନ କ୍ଷେତ୍ରୀୟ କାର୍ଯ୍ୟାଳୟ ଭଡ଼ା ଘରେ ଚାଲି ଆସୁଛି। ଏହାର ନିଜସ୍ବ ନୂତନ ବିଲ୍ଡିଂ ଘୁଟୁରୁଠାରେ ନିର୍ମାଣ ହୋଇଥିଲେ ହେଁ ଅଫିସ ସ୍ଥାନାନ୍ତରଣ ହେଉ ନ ଥିବାରୁ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ନିର୍ମିତ କୋଠା କାମରେ ଲାଗିପାରୁନାହିଁ। ଫଳରେ ଇତିମଧ୍ୟରେ ଭଡ଼ା ବାବଦକୁ ଭାରତ ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରାଳୟର ମାସକୁ ୧ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି। ନିର୍ମାଣ କାର୍ଯ୍ୟ ସରୁ ନ ଥିବାରୁ ସ୍ଥାନାନ୍ତର ହୋଇପାରୁ ନ ଥିବା ବିଭାଗ ପକ୍ଷରୁ କୁହାଯାଉଛି।
ସୂଚନାଯୋଗ୍ୟ, କେନ୍ଦୁଝର ଜିଲା ଏବଂ ମୟୂରଭଞ୍ଜ ଜିଲାକୁ ନେଇ କେନ୍ଦୁଝରଠାରେ ଆଞ୍ଚଳିକ ଭବିଷ୍ୟନିଧି କାର୍ଯ୍ୟାଳୟ ୨୦୦୬ ଅକ୍ଟୋବର ୧୭ରୁ ପ୍ରତିଷ୍ଠା ହୋଇଥିଲା। ଏହା କେନ୍ଦୁଝର ପବିତ୍ରଡ଼ିହା ମୌଜାର କରଞ୍ଜିଆ ବସ୍‌ଷ୍ଟାଣ୍ଡ ନିକଟରେ ମାସିକ ୧ଲକ୍ଷ ଟଙ୍କା ଦେୟ ଭଡ଼ା ଘରେ ଚାଲିଆସୁଛି। ତେବେ ଭଡ଼ା ବାବଦକୁ ଖର୍ଚ୍ଚ ରୋକିବା ପାଇଁ ଘୁଟୁରୁଠାରେ କ୍ଷେତ୍ରୀୟ କାର୍ଯ୍ୟାଳୟର ନିଜସ୍ବ ଗୃହ ନିର୍ମାଣ କାମ ଚାଲିଛି। ତେବେ ବିଭିନ୍ନ ଆଳରେ କାମ ସରି ନ ଥିବା ଦର୍ଶାଇ ସ୍ଥାନାନ୍ତରଣ କରାଯାଉ ନ ଥିବାରୁ ଭଡ଼ା ବାବଦକୁ ଅଯଥାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। କେଉଁ କାରଣରୁ ସ୍ଥାନାନ୍ତରଣ ହୋଇପାରୁନାହିଁ। ସରକାରୀ ରାଜସ୍ବହାନୀ ପଛରେ କିଏ ଦାୟୀ, ତାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରମିକ ନେତା ମହେଶ୍ୱର ରାଉତ ଦାବି କରିଛନ୍ତି। ଅସ୍ଥାୟୀ ଭାବେ ଭଡ଼ା ଘରେ କାମ କରିବା ପାଇଁ ସଠିକ୍‌ ପରିବେଶ ନଥିବାବେଳେ ଆସୁଥିବା ପିଏଫ୍‌ ଉପଭୋକ୍ତମାନଙ୍କ ପାଇଁ ଯଥେଷ୍ଟ ସ୍ଥାନ କିମ୍ବା ସୁବିଧା ନଥିବା, ପାର୍କିଂ ସ୍ଥାନ ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୋଠାର ନିର୍ମାଣ ଆରମ୍ଭ, ଶେଷ ଏବଂ ବ୍ୟୟ ଅଟକଳ ଏବଂ କାର୍ଯ୍ୟ କରୁଥିବା ସଂସ୍ଥା ନାମର ସୂଚନା ଫଳକ ନ ଥିବାରୁ ଲୋକମାନେ ଅନ୍ଧାରରେ ରହିଛନ୍ତି।
ତେବେ ନିର୍ମାଣ ଅବଧି ସରିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ନୂତନ କୋଠାରେ ସମସ୍ତ ସୁବିଧା ରହିଥିବାବେଳେ କାହିଁକି ସ୍ଥାନାନ୍ତରଣ କରାଯାଉନାହିଁ ତାହା ସନ୍ଦେହ ଘେରରେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri