୩ ଦିନ ବୃଦ୍ଧଙ୍କ ମୃତଦେହ ଜଗି ରହିଥିଲା ପୋଷାକୁକୁର

ଟେନ୍‌ସା/ଲହୁଣୀପଡ଼ା, ୩।୪(ଡି.ଏନ୍‌.ଏ.): ଜଣେ ଅଚିହ୍ନା ବୃଦ୍ଧଙ୍କ ମୃତଦେହ କାନ୍ଧରେ ବୋହି ସତ୍କାର କରି ମହାନତା ଦେଖାଇଛନ୍ତି ଜଣେ ପୋଲିସ ଅଧିକାରୀ। ଏହି ବୃଦ୍ଧଙ୍କ ମୃତଦେହକୁ ପୋଷାକୁକୁର ୩ ଦିନ ଜଗି ଶେଷରେ ଶ୍ମଶାନ ପର୍ଯ୍ୟନ୍ତ ଯାଇଥିଲା। ଘଟଣାଟି ରବିବାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହା ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ଅଞ୍ଚଳରେ ଗତ ଜାନୁୟାରୀ ୨୫ ତାରିଖରେ ଘଟିଥିଲା। ହେଲେ ସମ୍ପୃକ୍ତ ପୋଲିସ ଅଧିକାରୀ ଓ ଆଖପାଖର ଅଳ୍ପ କେତେଜଣଙ୍କୁ ବାଦ୍‌ ଦେଲେ ଅନ୍ୟମାନେ ଜାଣି ନ ଥିଲେ। ଏହାକୁ ଶନିବାର କେହି ଜଣେ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ରବିବାର ଜିଲାରେ ଚର୍ଚ୍ଚା ଜୋର ଧରିଛି।

ଘଟଣାଟି ହେଉଛି କୋଇଡା ବ୍ଲକ କେ.ବଲାଙ୍ଗ ଥାନା ଅନ୍ତର୍ଗତ ବିମିଳାଗଡ଼ ରେଳବାଇ କଲୋନୀ ଅଞ୍ଚଳର। ଅଚିହ୍ନା ବୃଦ୍ଧ କିଛିଦିନ ଧରି କେ.ବଲାଙ୍ଗ, ବିମଳାଗଡ଼ ତଥା ଆଖପାଖ ଅଞ୍ଚଳରେ ପାଗଳ ପରି ବୁଲିବା ସହ ଭିକ୍ଷାବୃତ୍ତି କରି ପେଟ ପୋଷୁଥିଲେ। ତାଙ୍କ ପୋଷାକୁକୁର ମଧ୍ୟ ସାଙ୍ଗରେ ବୁଲୁଥିଲା। ଜାନୁୟାରୀ ୨୫ରେ ବୃଦ୍ଧଙ୍କ ବିମିଳାଗଡ଼ ରେଳବାଇ କଲୋନୀ ନିକଟ ଏକ ଭଙ୍ଗାଘରେ ମୃତ୍ୟୁ ଘଟିଥିଲା। ମାତ୍ର ପୋଷାକୁକୁର ମୃତଦେହ ନିକଟରେ ଜଗି ରହିଥିଲା। କୁକୁର ଭୁକି ଭୁକି ସୂଚନା ଦେଉଥିଲେ ମଧ୍ୟ ଲୋକେ ଏହାକୁ ଗୁରୁତ୍ୱ ଦେଇ ନ ଥିଲେ। ପାଗଳ ବୋଲି ଭାବି କେହି ବୃଦ୍ଧ ପାଖକୁ ଯାଇ ନ ଥିଲେ। ତିନିଦିନ ପରେ ଦୁର୍ଗନ୍ଧ ଆସିବାରୁ ଲୋକେ ପୋଲିସକୁ ଖବର ଦେଇଥିଲେ। କୁକୁରଟି ମୃତଦେହ ନିକଟରେ ଶୋଇ ରହିଥିଲା। କେ. ବଲାଙ୍ଗ ଥାନା ଅଧିକାରୀ ବିକାଶ ରଞ୍ଜନ ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚତ୍ ବୃଦ୍ଧ ମୃତ୍ୟୁବରଣ କରିଥିବା ଜାଣି ସତ୍କାର ବ୍ୟବସ୍ଥା କରିଥିଲେ। ବୃଦ୍ଧ ଅଚିହ୍ନା ହୋଇଥିବାରୁ କେହି ଆସି ନ ଥିଲେ। ଥାନା ଅଧିକାରୀ ସ୍ବାଇଁ କିଛି ବ୍ୟକ୍ତିଙ୍କୁ ଡାକି କାନ୍ଧରେ ମୃତଦେହ ବୋହି ସତ୍କାର ପାଇଁ ନେଇଥିଲେ। ହେଲେ ପାଖରେ ଶୋଇଥିବା ପୋଷାକୁକୁର ମଧ୍ୟ ସାଙ୍ଗରେ ଯାଇଥିଲା। ବୃଦ୍ଧଙ୍କ ମୃତଦେହ ପୋତି ଫେରିଆସିଥିଲେ ସମସ୍ତେ। ମାତ୍ର କୁକୁର ସମାଧି ପାଖରେ ଶୋଇ ଲୁହ ଗଡ଼ାଇଥିଲା। ଏ ସମ୍ପର୍କରେ ଥାନା ଅଧିକାରୀ ସ୍ବାଇଁଙ୍କୁ ପଚାରିବାରୁ ସେ କହିଲେ, ଘଟଣା ସତ। ସେତେବେଳେ ଘଟଣା ସମ୍ପର୍କରେ ଆମେ କାହାରିକୁ ଜଣାଇ ନ ଥିଲୁ। ନିଜର ବାହାଦୁରି ନେବାକୁ ଚାହୁଁ ନ ଥିଲୁ। ଏବେ କେହିଜଣେ ସେହି ପୁରୁଣା ଘଟଣାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ତେବେ ସେ କୁକୁର କୁଆଡ଼େ ଗଲା ପଚାରିବାରୁ ସେ କହିଥିଲେ, ଆମେ ଯେତେ ଘଉଡ଼ାଇବାକୁ ଚେଷ୍ଟା କଲୁ କୁକୁର ଗଲା ନାହିଁ। ସମାଧି ପାଖରେ ଶୋଇ ରହିଥିଲା। ତା’ ପରେ କୁଆଡ଼େ ଗଲା ଆମେ ଜାଣିନୁ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରୁ ମିଳିଲା ହାତୀ ଶାବକର ମୃତଦେହ

ମୋରଡା,୧୯।୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରୁ ବନବିଭାଗ ଗୁରୁବାର ଏକ ଶାବକ ହାତୀର ଗଳିତ ମୃତଦେହ ଜବତ କରିଛି। ହେଲେ ଶାବକ ମୃତ୍ୟୁର କାରଣ…

ନିଜ ପୁଅକୁ ତାରିକ ରହମାନଙ୍କ ପାଖକୁ ପଠାଇ ଦେଲେ ଏହି ଦେଶର ରାଷ୍ଟ୍ରପତି, କାହିଁକି ବଢିଲା ଭାରତର ଟେନସନ? ଜାଣନ୍ତୁ…

ଢାକା,୧୯।୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷ ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ପରେ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ…

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇଡି କାର୍ଡ ବାଧ୍ୟତାମୂଳକ; ନ ହେଲେ ବାନ୍ଧିବ ପୋଲିସ

ଭୁବନେଶ୍ୱର,୧୯।୨: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନଠାରୁ ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

ଖଜୁରିପଡ଼ା ଗୋଷ୍ଠୀ ଶିକ୍ଷା ବିଭାଗ: ୫ କେନ୍ଦ୍ରରେ ୭୧୧ ବିଦ୍ୟାର୍ଥୀ ପରୀକ୍ଷା ଦେଲେ

ଖଜୁରିପଡ଼ା,୧୯ା୨(ବିଦୁର ବେହେରା): ଚଳିତ ବର୍ଷ ଫେବୃଆରୀ ୧୯ ଗୁରୁବାରଠାରୁ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଶେଷ ହେବ। ଖଜୁରିପଡ଼ା ଗୋଷ୍ଠୀ ଶିକ୍ଷା ବିଭାଗ…

ରାଜନୀତିରେ ଏଣ୍ଟ୍ରି କରିବେ ରୀନା ପାସଓ୍ବାନ? ପ୍ରସ୍ତୁତ ହେଲେଣି ଚିରାଗ, ଭାଜପାର ମୋହରକୁ ଅପେକ୍ଷା!

ନୂଆଦିଲ୍ଲୀ,୧୯।୨: ବିହାରର ପାଞ୍ଚଟି ରାଜ୍ୟ ସଭା ଆସନ ଖାଲି ହେବାକୁ ଯାଉଛି। ୨୦୨୬ ମାର୍ଚ୍ଚ ୧୬ରେ ଭୋଟ ହେବ। ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ବିହାରରେ ରାଜନୈତିକ…

ଭିଜିଲାନ୍ସ ଜାଲରେ ସୋର ତହସିଲଦାର: ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ସୋର,୧୯।୨(ଜନ୍ମେଞ୍ଜୟ ମିଶ୍ର): ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଲେଶ୍ୱର ଜିଲା ସୋର ତହସିଲଦାରଙ୍କୁ ଗିରଫ କରିଛି। ଜବତ ହୋଇଥିବା ପଥର ବୋଝେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri