ଧାନରେ ରୋଗପୋକ, କାମ କରୁନି କୀଟନାଶକ

ବରଗଡ଼,୫।୩(ପ୍ରେମାନନ୍ଦ ଖମାରୀ):କୃଷିପ୍ରଧାନ ବରଗଡ଼ ଜିଲାର ଚାଷୀଙ୍କୁ ଅଧିକାଂଶ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସାମ୍‌ନା କରିବାକୁ ପଡ଼ୁଛି। କେତେବେଳେ ଜଳାଭାବରୁ ମରୁଡ଼ି ପରିସ୍ଥିତି ତ ଆଉକେବେ ରୋଗପୋକ ଉପଦ୍ରବ ଯୋଗୁ ଚାଷୀଙ୍କ ଫସଲ ଉଜୁଡ଼ି ଯାଉଛି। ବର୍ତ୍ତମାନ ଜିଲାରେ ରବି ଧାନ ଫସଲ ଆରମ୍ଭରୁ ଅନୁରୂପ ସ୍ଥିତି ଉପୁଜିଛି। ଜିଲାର ବିଭିନ୍ନ ଅଞ୍ଚଳର ଧାନ ଫସଲରେ କାଣ୍ଟବିନ୍ଧା(ଗଣ୍ଠିପୋକ) ବ୍ୟାପିବାରେ ଲାଗିଛନ୍ତି। ଫଳରେ ସମ୍ପୃକ୍ତ ଅଞ୍ଚଳର ଫସଲ କ୍ଷତିଗ୍ରସ୍ତ ହେବାରେ ଲାଗିଛି। ଅନ୍ୟପଟେ ଚାଷୀମାନେ ଫସଲରେ ବାରମ୍ବାର କୀଟନାଶକ କରୁଛନ୍ତି। କିନ୍ତୁ ତାହା ମଧ୍ୟ କାମକୁ ଆସୁ ନ ଥିବା ଅଭିଯୋଗ ହୋଇଛି। ଫସଲ ଆରମ୍ଭରୁ ଏଭଳି ସ୍ଥିତିକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ି ଯାଇଛି।
ଜିଲାର ହୀରାକୁଦ ଜଳସେଚିତ ଅଞ୍ଚଳରେ ମୁଖ୍ୟତଃ ରବି ଧାନ ଫସଲ ହୋଇଥାଏ। କେନାଲ ପାଣି ଛାଡ଼ିବା ପରେ ଚାଷୀମାନେ ଚାଷକାର୍ଯ୍ୟ ଆରମ୍ଭ କରିଥାନ୍ତି। ଏହି କ୍ରମରେ ଗତ ଜାନୁୟାରୀ ମାସରୁ କେନାଲ ପାଣି ଛଡ଼ାଯିବା ପରେ ହୀରାକୁଦ ଜଳସେଚିତ ଅଞ୍ଚଳରେ ଚାଷୀମାନେ ଧାନ ତଳିପକାଠାରୁ ଆରମ୍ଭ କରି ରୁଆ, ବିହୁଡ଼ା କରିଥିଲେ। ଧାନ ଫସଲ ମଧ୍ୟ ଭଲ ଭାବେ ବଢ଼ି ଚାଲିଛି। ଜିଲାର ଅଣଜଳସେଚିତ ଅଞ୍ଚଳର କେତେକ ଚାଷୀ ଗଭୀର ନଳକୂପ, ଚେକ୍‌ଡ୍ୟାମ, ଜଳାଶୟ ପାଣି ବ୍ୟବହାର କରି ରବି ଫସଲ କରିଛନ୍ତି। କିନ୍ତୁ ବର୍ତ୍ତମାନ ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସୀମା ସମେତ ବିଭିନ୍ନ ଅଞ୍ଚଳରେ ଧାନ ଫସଲରେ ରୋଗପୋକ ବ୍ୟାପିବା ଆରମ୍ଭ ହୋଇଛି। ଫସଲ ଠିକ୍‌ଭାବେ ବଢ଼ି ଚାଲିଥିବାବେଳେ କାଣ୍ଡବିନ୍ଧା ପୋକଙ୍କ ପ୍ରାଦୁର୍ଭାବ ଦେଖାଯାଇଛି। ତାକୁ ପ୍ରତିହତ କରିବା ପାଇଁ ଚାଷୀମାନେ ବିଭିନ୍ନ କୀଟନାଶକ ପ୍ରୟୋଗ କରୁଛନ୍ତି। ହେଲେ କିଛି ସୁଫଳ ମିଳୁନାହିଁ। ଅନ୍ୟପଟେ ରୋଗପୋକ ବ୍ୟାପିବାରେ ଲାଗିଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।
ଗାଈସୀମା ଗ୍ରାମର ଚାଷୀ କାର୍ତ୍ତିକ ସାହୁ କହିଛନ୍ତି, ତାଙ୍କର ପ୍ରାୟ ୩ଏକର ଜମିରେ କାଣ୍ଡବିନ୍ଧା ପୋକଙ୍କ ପ୍ରାଦୁର୍ଭାବ ଦେଖାଯାଇଛି। ଗତ ଫେବୃୟାରୀ ୩ତାରିଖରେ ଧାନ ପହ୍ଲା ରୋଇଥିଲେ। ଫସଲ ବି ଠିକ୍‌ ଭାବେ ବଢ଼ି ଚାଲିଥିଲା। କିନ୍ତୁ ଗତ କିଛିଦିନ ହେଲା କାଣ୍ଡବିନ୍ଧା ପୋକ ବ୍ୟାପୀବାରୁ ତାହା ଉଜୁଡ଼ିବାରେ ଲାଗିଛି। ୨ଦିନ ତଳେ କୀଟନାଶକ ପ୍ରୟୋଗ କରିଛନ୍ତି। ମାତ୍ର ତାହା ଏପର୍ଯ୍ୟନ୍ତ ସେତେ ପ୍ରଭାବ ପକାଇପାରିନାହିଁ। ରୋଗପୋକକୁ ସେହି କୀଟନାଶକ କିଭଳି ଦମନ କରିବ ଆଗକୁ ଜଣାପଡ଼ିବ ବୋଲି ସେ କହିଥିଲେ। ସେହିପରି ଚାଷୀନେତା ସୁରେଶ ନେକାଣ୍ଟି କହିଛନ୍ତି, ପାଗ ପରିବର୍ତ୍ତନ ଯୋଗୁ ମୁଖ୍ୟତଃ ଧାନ ଫସଲରେ କାଣ୍ଡବିନ୍ଧା ପୋକ ବ୍ୟାପିବାରେ ଲାଗିଛି। ଚାଷୀମାନେ କୀଟନାଶକ ଫସଲରେ ପ୍ରୟୋଗ କରୁଛନ୍ତି। ଏହାସତ୍ତ୍ୱେ ତାହା ଦମନ ହେଉନାହିଁ। ଏଭଳି ସ୍ଥିତିରେ କୃଷି ବିଭାଗର ଅଧିକାରୀମାନେ ସମ୍ପୃକ୍ତ କୀଟନାଶକ ଯାଞ୍ଚ କରିବା ସହିତ ଚାଷୀଙ୍କୁ ଉପଯୁକ୍ତ ପରାମର୍ଶ ଦେବା ଦରକାର। ଏ ସମ୍ପର୍କରେ ମୁଖ୍ୟ ଜିଲା କୃଷି ଅଧିକାରୀ (ସିଡ଼ିଏଓ) ପ୍ରସନ୍ନ କୁମାର ମିଶ୍ରଙ୍କୁ ପଚାରିବାରୁ ସେ କହିଥିଲେ, ପ୍ରଭାବିତ ଫସଲ ପରିଦର୍ଶନ ପାଇଁ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯିବ । ବୁଧବାର ସମ୍ପୃକ୍ତ ବିଭାଗୀୟ କର୍ମଚାରୀ କ୍ଷେତ୍ର ପରିଦର୍ଶନ କରିବା ସହିତ ଚାଷୀଙ୍କୁ ପରାମର୍ଶ ଦେବେ ଏବଂ ତାଙ୍କଠାରୁ ରିପୋର୍ଟ ପାଇବା ପରେ ଅନ୍ୟ କିଛି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri