ବ୍ୟକ୍ତିତ୍ୱ ରଙ୍ଗବତୀର ଗାୟିକା

ଲୋକଗୀତର ସ୍ବରକୁ ନେଇ ସେ ପ୍ରାୟ ୫୦ ବର୍ଷଧରି ନିଜର ସାଧନା ଜାରି ରଖିଛନ୍ତି। ସଂଗୀତକୁ ନେଇ ତାଙ୍କର ସ୍ବପ୍ନ, ତାଙ୍କର ଜୀବନ। ସେଥିପାଇଁ ସେ ପାଇଛନ୍ତି ଅନେକ ସମ୍ମାନ। ସେ ହେଲେ ଡ. କ୍ରିଷ୍ଣା ପଟେଲ।
ପ୍ରାୟ ୪ଦଶନ୍ଧି ତଳେ, ପଶ୍ଚିମଓଡ଼ିଶାର ଏକ ଲୋକଗୀତକୁ ଗାଇ ଦେଶବିଦେଶରେ ଖୁବ୍‌ ପରିଚିତ ହୋଇପାରିଥିଲେ ଜିତେନ୍ଦ୍ରୀୟ ହରିପାଲ ଓ କ୍ରିଷ୍ଣା ପଟେଲ। ଏହି ଗୀତ କେବଳ ଏକ ଗୀତ ନ ଥିଲା, ଏକ ଟ୍ରେଣ୍ଡ ପାଲଟି ଯାଇଥିଲା। ଓଡ଼ିଶାରେ ଏମିତି କୌଣସି ବାହାଘର ହୁଏତ ନ ଥିବ ଯେଉଁଥିରେ କି ଏମିତି ବାଜି ନ ଥିବ। ଗୀତଟି ଥିଲା ରଙ୍ଗବତୀ ରଙ୍ଗବତୀ କନକଲତା…। ଏହି ଗୀତର ଗାୟିକା ଡ. କ୍ରିଷ୍ଣା ପଟେଲଙ୍କ ଜନ୍ମ ୨୮ା୧୧ା୧୯୫୭ ମସିହାରେ। ପିତା ଜନ୍ମେଜୟ ପଟେଲ, ମା’ ସେହ୍ନଲତା ପଟେଲ। ଘର ସମ୍ବଲପୁର ଜିଲାର କୁଚିଣ୍ଡାରେ। ସେ କୁହନ୍ତି, ପରିବାରରେ ଆମେ ବାପ ମା’ଙ୍କର ଥିଲୁ ସାତ ଝିଅପୁଅ। ବାପା ଜଣେ ପୋଲିସ ଅଫିସର, ମା’ ଥିଲେ ସୁଗୃହିଣୀ ଏବଂ ସେ ସଙ୍ଗୀତରେ ରୁଚିରଖିଥିଲେ। ମୋର ପିଲାଟି ଦିନରୁ ଗୀତ ଗାଇବା ଶୁଣି ସେ ମତେ ଆଗକୁ ବଢିବାରେ ପ୍ରେରଣା ଦେଇଥିଲା। ଏମିତିରେ ପ୍ରାୟ ସାତବର୍ଷ ବେଳୁ ଓଡ଼ିଶୀ, ଛାନ୍ଦ, ଚମ୍ପୂ ଶିକ୍ଷାଲାଭ କରିଥିଲି। ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷାସାରି କୁଚିଣ୍ଡା ବାଳିକା ଉଚ୍ଚବିଦ୍ୟାଳୟରେ ୧୦ମ ଏବଂ ବରଗଡ଼ ପଞ୍ଚାୟତ କଲେଜରେ ପଢିଲି। ବିଏ ପାସ୍‌ କରି ତା’ପରେ କ୍ଲାସିକ ସଙ୍ଗୀତ ଶିକ୍ଷାରେ ବିଶାରଦ, ଆଧୁନିକ ଏବଂ ଶାସ୍ତ୍ରୀୟ ମଧ୍ୟ ହାସଲ କରିଛିି। ମୋର ଗୁରୁ ଫକୀର ମୋହନ ପଟ୍ଟନାୟକ, ପ୍ରଭୁଦତ୍ତ ପ୍ରଧାନ, ଶାସ୍ତ୍ରୀୟରେ ପ୍ରଦୀପ ପାତ୍ର, ଜ୍ଞାନରଞ୍ଜନ ମହାପାତ୍ର, ପ୍ରଫୁଲ ମିତ୍ର, ପ୍ରମୋଦ ମିଶ୍ର, ରତନ ପୂଜାରୀ ଏବଂ ସମ୍ବଲପୁର କଳାପରିଷଦରେ ଗୁରୁ ରଣଜିତ୍‌ ଦାଶ, କୃପାସିନ୍ଧୁ ଗୁରୁ ଓ ଅରୁଣ ସେଠ୍‌ ପ୍ରମୁଖଙ୍କଠାରୁ ସଂଗୀତ ଶିକ୍ଷା ଲାଭ କରିଲି। ଗୁରୁ ପ୍ରମୋଦ ମିଶ୍ରଙ୍କ ରଚିତ କଳାବତୀ ଗୀତକୁ ନେଇ ସ୍ବର ଦେଇଛି। ଆଧୁନିକ, କ୍ଲାସିକ ଓ ଭଜନ ବି ଗାଏ। ସଂଗୀତରେ କଣ୍ଠଦାନ କରିବାରେ ନିଆରାଲାଗେ। ପ୍ରାୟ୧୯୭୭/୭୮ମସିହା ବେଳକୁ ରଙ୍ଗବତୀ ଗୀତକୁ ଆକାଶବାଣୀ ସମ୍ବଲପୁରକେନ୍ଦ୍ରରେ ଗାଇବାପାଇଁ ସୁଯୋଗ ମିଳିଲା। ଏଥିରେ ପ୍ରଦୀପ ସାର୍‌ ସ୍ବର ସଂଯୋଜନା କରିଥିଲେ । ୧୯୮୦ ମସିହା ବେଳକୁ ଦେଶବିଦେଶରେ ରଙ୍ଗବତୀ ଗୀତର ଲୋକପ୍ରିୟତା ହାସଲ କରିଥାଏ।ଏହି ଗୀତ ଏତେ ଶୀଘ୍ର ଚାରିଆଡ଼େ ପ୍ରସିଦ୍ଧି ଲାଭ କରିବ ବୋଲି ଭାବି ନ ଥିଲି। ଏହା ଭଗବାନଙ୍କ ଆଶୀର୍ବାଦ। ଅନ୍ୟପକ୍ଷେ- ରସର କେଲି, ଲରୀ ମଟର, ଆହେ କଳାକାହ୍ନୁ, ରସ ଜାମୁଡାଳିରେ ଆଦି ଶତାଧିକ ଗୀତକୁ ଗାଇଛି। ହଁ ବେଳେବେଳେ କିଛି ଗୀତ ବି ଲେଖେ ଏବଂ ଅସ୍ତରାଗ ଚଳଚ୍ଚିତ୍ରରେ ଗୀତ ପାଇଁ କଣ୍ଠଦାନ କରିଥିବାରୁ ଖୁସୀ ହୋଇଛି। ମୋର କିଛିସ୍ମୃତି କିଛି ଅନୁଭୂତି ରହିଛି- ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଥରେ ମସ୍କୋ ଯାଇଥିଲୁ। ମାତ୍ର ଚା’ ପାନ କରିବାକୁ ସେଠାର ଏକ ହୋଟେଲରେ ପହଞ୍ଚୁ ପହଞ୍ଚୁ ଦେଖିଲୁ ରଙ୍ଗବତୀ ଗୀତର ତାଳେତାଳେ କେତେଜଣ ବିଦେଶୀଲୋକ ନାଚୁଥାନ୍ତି। ସେଠାରେ ଉପସ୍ଥିତଥିବା ପଦ୍ମବିଭୂଷଣ ହରିପ୍ରସାଦ ଚୌରାସିଆ ମତେ ଏହି ଗୀତର ଗାୟିକା ବୋଲି ଅନ୍ୟଅତିଥିମାନଙ୍କ ସହିତ ମୋର ପରିଚୟ କରାଇଥିଲେ। ସେମାନେ ମୋର ପରିଚୟ ପାଇ ଖୁବ ଖୁସୀ ହୋଇଗଲେ। କିନ୍ତୁ ବିଦେଶରେ ଆମ ଆଞ୍ଚଳିକ ଗୀତର ପ୍ରସିଦ୍ଧି ଏବଂ ଲୋକପ୍ରିୟତା ଜାଣି ସେଦିନ ଆଶ୍ଚଯର୍‌ୟ ଲାଗିଥିଲା। କାରଣ ଏହି ରଙ୍ଗବତୀ ଗୀତକୁ ସେମାନେ ବୁଝିପାରୁଥିଲେ କି ନା ତାହା ଜାଣେନା, ମାତ୍ର ଏହି ଗୀତର ତାଳେତାଳେ ସେମାନେ ନାଚୁଥିଲେ। ମତେ ଖୁବ ଖୁସୀ ଲାଗିଥିଲା। ଯାହା ମୋ ଜୀବନରେ ସବୁବେଳେ ସ୍ମରଣୀୟ ହୋଇରହିବ। ମୁଁ ଜଣେ ସାଦାସିଧା ସରଳମଣିଷ, ସାଧାରଣ ଲୋକଙ୍କ ସହିତ ମିଶିବାକୁ ମତେ ଭଲଲାଗେ। ମୋର ରୁଚି ବି ପୂରା ଦେଶୀୟ ଶୈଳୀରେ ପ୍ରସ୍ତୁତ ଖାଦ୍ୟ। ଯାହା ଓଡ଼ିଆ ଘରର ଭାତ, ଡାଲମା, ଖଟା, ଶାଗ, ତରକାରି। କେବଳ ଗାଁ କି ଆମ ରାଜ୍ୟ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ନୁହେଁ ବରଂ ଦେଶର ଦିଲ୍ଲୀ, ରାଇପୁର, ରାୟଗଡ଼, ଆଣ୍ଡାମାନ ସେହିପରି ବିଦେଶରେ ଇଣ୍ଡୋନେସିଆ, ରୁଷିଆ ଆଦି ଅନେକ ଦେଶରେ ଗୀତଗାଇବା କାର୍ଯ୍ୟକ୍ରମରେ ଯାଇଛି। ଦେଶବିଦେଶରୁ ଅନେକ ସମ୍ମାନ ସହ ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ଜଣାଶୁଣା ଏ-ଗ୍ରେଡ୍‌ କଳାକାର ଓ ଲୋକଗୀତ କଣ୍ଠଶିଳ୍ପୀଭାବେ ସ୍ବୀକୃତି ମିଳିଛି। ୨୦୧୩ରେ ଓଡ଼ିଶା ସଙ୍ଗୀତ ନାଟକ ସମ୍ମାନ, ୨୦୧୫ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ମିଳିଛି। ଦୂରଦର୍ଶନରୁ ଉତ୍କଳପ୍ରଜ୍ଞା, ଭାରତମସଲା ତରଫରୁ ସମ୍ମାନିତ ଓ ପୁରସ୍କୃତ ହୋଇଛି। ଏଥିପାଇଁ ଅନେକ ସାଧନା କରିବାକୁ ପଡ଼ିଥାଏ। ମୋର ଲକ୍ଷ୍ୟ କେବଳ ରଙ୍ଗବତୀରେ ସୀମିତ ରହିବାକୁ ଚାହେଁନା। ଆଉ କିଛି ନୂଆନୂଆ ଗୀତର ଲୋକପ୍ରିୟତା ପାଇଁ ପ୍ରୟାସ ରହିଛି। ପୁରୁଣା ସହିତ ନୂଆ ଗୀତର ପ୍ରଚାର ପ୍ରସାର ହେଉ। ସମ୍ବଲପୁରୀ ଗୀତର ଭବିଷ୍ୟତ ଆଲୋକ ଆଡ଼କୁ ଗତିକରୁ। ସାଧାରଣ ଲୋକଙ୍କ ହୃଦୟରେ ସର୍ବଦା ଏହି ଲୋକଗୀତର ସ୍ବର ପ୍ରତିଧ୍ୱନି ସୃଷ୍ଟିକରୁ ଏବଂ ଗୀତ ବଞ୍ଚିରହୁ। କାରଣ ଗୀତ ହେଉଛି ମୋର ଜୀବନ। ସଂଗୀତ କେବେ ବୁଢୀବୁଢା ହୁଏନା। ଏହା ଶୁଣିଲେ ମଣିଷକୁ ସବୁବେଳେ ଯବାନ ପରି ଲାଗେ।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?