ଆପଣଙ୍କ ଖୁସିକୁ ବରବାଦ କରୁଛି କି ଏହି ୪ ଅଭ୍ୟାସ! ଯେତେ ଶୀଘ୍ର ପାରୁଛନ୍ତି ଛାଡ଼ନ୍ତୁ…

ଜୀବନରେ ଖୁସିରେ ରହିବାକୁ ହେଲେ ନିଜକୁ ସକାରାତ୍ମକ ରଖିବା ଜରୁରୀ। ଅନେକ ଥର ଚାହୁଁ ନ ଥିଲେ ବି ନକାରାତ୍ମକ ଚିନ୍ତାଧାରା ଘେରି ବସେ। ମନରେ ନକାରାତ୍ମକ ଚିନ୍ତାଧାର ଆସିଲେ ଖୁସି ଗାଏବ ହୋଇଯାଏ। ଅନେକ ଥର ଏଭଳି ଚିନ୍ତା ପଛରେ ଅନ୍ୟ ଲୋକ ଦାୟୀ ରହିଥାନ୍ତି, ହେଲେ ଅଧିକାଂଶ ସମୟରେ ଜାଣତରେ ହେଉ ଅବା ଅଜଣାତରେ ଆମେ ଏଭଳି ଅଭ୍ୟାସରେ ପଡ଼ିଯାଉ, ଯାହା ଆମକୁ ନକାରାତ୍ମକ ଚିନ୍ତା ଆଡ଼କୁ ନେଇ ଯାଏ। ଆସନ୍ତୁ ଜାଣିବା କେଉଁ ଅଭ୍ୟାସ ଆପଣଙ୍କ ଖୁସି କମ୍‌ କରୁଛି:-

କୁସଙ୍ଗ ଛାଡ଼ନ୍ତୁ: ଜୀବନରେ ପ୍ରତିଟି ଜିନିଷର ପ୍ରଭାବ ପନିଥାଏ। ସେଥିରୁ ଗୋଟିଏ ହେଲା ଆପଣ କାହାସହ ବସାଉଠା କରୁଛନ୍ତି। ନିଜକୁ ନକାରାତ୍ମକ ଚିନ୍ତାଠାରୁ ଦୂରରେ ରଖିବା ଲାଗି ନିଜେ କୁସଙ୍ଗରୁ ଦୂରେଇ ରୁହନ୍ତୁ। ଅନ୍ୟର ଚୁଗୁଲି ନଚେତ କଥା କଥାରେ ଭୁଲ ଖୋଜୁଥିବା ଲୋକଙ୍କ ସହ ସମୟ ବିତାନ୍ତୁ ନାହିଁ।

କଥା କଥାରେ ଅଭିଯୋଗ କରିବା ବନ୍ଦ କରନ୍ତୁ:- ଯଦି ଆପଣଙ୍କୁ ପ୍ରତି ଛୋଟ-ଛୋଟ ଜିନିଷରେ ଅଭାବ ନଜର ଆସୁଛି,ଆପଣ କଥା କଥାରେ ଅଭିଯୋଗ କରୁଛନ୍ତି ତେବେ ଆପଣ ଖୁସିଠାରୁ ଦୂରେଇ ଯାଇପାରନ୍ତି। ଏଣୁ ଏଭଳି ଅଭ୍ୟାସ ପରିବର୍ତ୍ତନ କରନ୍ତୁ। ଅଭିଯୋଗ କରିବା ବଦଳରେ ସମସ୍ୟାର ସମାଧାନ ଖୋଜନ୍ତୁ। ଫଳରେ ଆପଣ ଚିନ୍ତା ମୁକ୍ତ ହୋଇ ଖୁସି ଅନୁଭବ କରିବେ।

ଅନ୍ୟ ସହ କରନ୍ତୁ ନାହିଁ ନିଜର ତୁଳନା:- ଅନ୍ୟ ସହ ନିଜର ତୁଳନା କରିବା ଠିକ୍‌ ନୁହେଁ। ସବୁବେଳେ ଆପଣ ଏଭଳି ଅଭ୍ୟାସ ରଖିଥିଲେ ଜୀବନରେ କେବେହେଲେ ଖୁସିରେ ରହିପାରିବେ ନାହିଁ। ଏହା ଅଧିକ ଚିନ୍ତା ବଢ଼ାଇବା ସହ ଆପଣଙ୍କ ମୁହଁରୁ ହସ ଛଡ଼ାଇ ନେଇପାରେ।

ଅତୀତରେ ରହି ନିଜକୁ ବ୍ୟତିବ୍ୟସ୍ତ ନ କରନ୍ତୁ: ଅତୀତର କଥାକୁ ମନେ ପକାଇ ବର୍ତ୍ତମାନକୁ ଖରାପ କରିବା ଠିକ୍‌ ନୁହେଁ। ଖୁସିରେ ରହିବାକୁ ହେଲେ ନିଜକୁ ବର୍ତ୍ତମାନରେ ଖୁସିରେ ରଖନ୍ତୁ। ଅତୀତ କିମ୍ବା ଭବିଷ୍ୟତର ଚିନ୍ତାକୁ ନେଇ ବର୍ତ୍ତମାନକୁ ଖରାପ ନ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ବର୍ଷାଦିନିଆ ପେଡିକିଓର୍‌

ବର୍ଷାଦିନେ ମାଟି କାଦୁଅ, ଅପରିଷ୍କାର ପାଣିରେ ପାଦ ଭିଜିବା ଯୋଗୁ ଜୀବାଣୁ ସଂକ୍ରମଣର ଆଶଙ୍କା ବେଶି। ତା’ ଛଡ଼ା ଓଦା ଚପଲ, ଜୋତା ଆଦି ଅଧିକ...

ତୁଳସୀ ସମସ୍ତଙ୍କ ପାଇଁ ନୁହେଁ ଶୁଭ, ପୂଜା କରୁଥିଲେ ଏସବୁ ପ୍ରତି ଦିଅନ୍ତୁ ଧ୍ୟାନ..

ଅଧିକାଂଶ ହିନ୍ଦୁ ଧର୍ମାବଲମ୍ବୀଙ୍କ ଘରେ ତୁଳସୀ ରହିଥାଏ। ତୁଳସୀକୁ ଭଗବାନ କୃଷ୍ଣ ଅଧିକ ପସନ୍ଦ କରନ୍ତି। କିଛି ଲୋକ ସନ୍ଧ୍ୟାରେ ତୁଳସୀ ମୂଳରେ ଦୀପ ଜଳାନ୍ତି।...

ମନୁଷ୍ୟକୁ ବରବାଦ କରିପାରେ ଏହି ଛୋଟଛୋଟ ଭୁଲ: ଜାଣନ୍ତୁ କାହିଁକି ଏପରି କହିଛନ୍ତି ଚାଣକ୍ୟ

ଆଜି ବି ବେଶ୍‌ ଲୋକପ୍ରିୟ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ର। ଏହାକୁ ଭଲ ଭାବେ ବୁଝି ଜୀବନରେ ପ୍ରୟୋଗ କଲେ ଅନେକ ସମସ୍ୟାର ସମାଧାନ ସହଜରେ ହୋଇଯାଇଥାଏ।...

ମଧୁମେହ ସହ ଅନେକ ରୋଗରୁ ମୁକ୍ତିଦିଏ ବ୍ରୋକଲି

ବଜାରରେ ଅନ୍ୟ ଏକ କୋବି ମିଳିଥାଏ। ଯାହା ଫୁଲକୋବି ପରି ଦେଖାଯାଏ। ଏହା ସବୁଜ ରଙ୍ଗର ହୋଇଥାଏ। ଏହାକୁ ବ୍ରୋକୋଲି କୁହାଯାଏ। ବୈଜ୍ଞାନିକଙ୍କ ଅନୁଯାୟୀ ବ୍ରୋକୋଲି...

ମଧୁମେହ ରୋଗୀଙ୍କ ଲାଗି ସ୍ବତନ୍ତ୍ର ଅଟାର ରୁଟି: ଖାଇଲେ ନିୟନ୍ତ୍ରଣରେ ରହିବ ସୁଗାର

ଭାରତର ପ୍ରାୟ ଅଧିକାଂଶ ଲୋକ ମଧୁମେହ ସମସ୍ୟାରେ ଆକ୍ରାନ୍ତ ହେଉଛନ୍ତି। ଏହି ରୋଗୀଙ୍କ ସଂଖ୍ୟା ଦିନକୁଦିନ ବଢ଼ିବାରେ ଲାଗିଛି। ଉକ୍ତ କାରଣରୁ ମଧୁମେହ ରୋଗୀଙ୍କଠାରେ ହୃଦ୍‌ରୋଗ,...

ପିଲାକୁ ଡାଇପର ପିନ୍ଧାଉଥିଲେ…

ଛୋଟ ପିଲା ଝାଡା, ପରିଶ୍ରା କରି ବାରମ୍ବାର ଓଦା ନ ହେବା ଲାଗି ବର୍ତ୍ତମାନ ଡାଇପର ଖୁବ୍‌ କାମରେ ଆସୁଛି। ହେଲେ ପିଲାକୁ ଡାଇପର ପିନ୍ଧାଉଥିଲେ...

ଚିମୁଟାଏ ଲୁଣ ବଦଳାଇ ଦେବ ଭାଗ୍ୟ, ଘରେ ରହିବନି ଟଙ୍କାର ଅଭାବ

ଲୁଣ ସହିତ ପ୍ରାୟ ସମସ୍ତେ ପରିଚିତ। ମାତ୍ର ଆପଣ କ’ଣ ଏହା ଜାଣନ୍ତି ଲୁଣ ଘରେ ନକାରାତ୍ମକ ଶକ୍ତି ଦୂର କରିଥାଏ। ବାସ୍ତୁ ଅନୁଯାୟୀ ଲୁଣ...

ଏହି ୬ ରାଶିର ବ୍ୟକ୍ତି ଭାରି ଜିଦିଆ, କାହା କଥା ଶୁଣନ୍ତି ନାହିଁ…

ଜ୍ୟୋତିଷଶାସ୍ତ୍ରରେ ମୋଟ ୧୨ ରାଶି ଥାଏ। ପ୍ରତ୍ୟେକଟି ରାଶିର ସ୍ବଭାବ ଅଲଗା। ଏଥିଯୋଗୁ ଭିନ୍ନ ରାଶି ଥିବା ବ୍ୟକ୍ତିର ବ୍ୟକ୍ତିତ୍ୱ ଭିନ୍ନ। ତେବେ କିଛି ରାଶି...

Advertisement
Archives

Model This Week