ବ୍ୟକ୍ତିତ୍ୱର ଆକର୍ଷଣ

ମୀରା ବେଉରା

 

କେତେ ଘାତ ପ୍ରତିଘାତ ପଥ ଦେଇ ସାଧାରଣ ମଣିଷଟିଏ ଗୋଟିଏ ସଂଘର୍ଷପୂର୍ଣ୍ଣ ଜୀବନ ଜିଇଁବା ପରେ ତା’ର ପରିଚୟ ତିଆରି କରିଥାଏ। ସାଧାରଣତଃ ସମସ୍ତଙ୍କର ଧାରଣା ଯେ ପୋଷାକ ଆମ ସମସ୍ତଙ୍କର ପରିଚୟ। ବେଳେ ବେଳେ ଦେଖାଯାଏ ପୋଷାକ ବା ପଦପଦବୀ ମଣିଷକୁ ତା’ର ପ୍ରକୃତ ପରିଚୟ ଦିଏ ନାହିଁ। କେବଳ ବାହ୍ୟ ପୋଷାକ ପରିଚ୍ଛଦକୁ ବଦଳାଇ କେହି କେବେ ବଡ଼ମଣିଷ ବା ଉଦାର ମଣିଷ ହୋଇଯାଏ ନାହିଁ। ତା’ର ଆନ୍ତରିକ ବ୍ୟବହାର, ଚାଲିଚଳନ ତାକୁ ବଳିଷ୍ଠ ବ୍ୟକ୍ତିତ୍ୱର ପରିଚୟ ଦିଏ। ଯଦି ଦେଖିବା ସମାଜରେ ଏମିତି ଅନେକ ମଣିଷ ଅଛନ୍ତି ଯେଉଁମାନେ ଉପରେ ଯଦିଓ ଶୋଭନୀୟ ଗେରୁଆ ପୋଷାକ ପିନ୍ଧି, ଚନ୍ଦନ ତିଳକ ମଥାରେ ଲଗାଇ ମୁହଁରେ ବେଦମନ୍ତ୍ର ଉଚ୍ଚାରଣ କରନ୍ତି; ଭିତରେ କିନ୍ତୁ ସାଧାରଣ ମଣିଷର ଅସହାୟ ମାନସିକତା ପଣିଆକୁ ଅତି ନିଷ୍ଠୁର ଭାବେ ଲୁଟିବାକୁ ପଛାନ୍ତି ନାହିଁ। ସେହିଥିପାଇଁ କବିସୂର୍ଯ୍ୟ ବଳଦେବ ରଥ ଲେଖିଥିଲେ, ‘ଦେହେ ମନ୍ଦାକିନୀ ରଜ ଲଗାଇ, ଗ୍ରାମ ଶୂକର କି ହୋଇବ ଗାଈ’ । ଖନା ବଚନରେ ମଧ୍ୟ ଉଲ୍ଲେଖ ରହିଛି, ‘ମଧୁର ବଚନ ତିଳକ ସରୁ, ଏସବୁ ଅଟନ୍ତି ଠକଙ୍କ ଗୁରୁ’ ।
ଆମ ଭିତରେ ଏମିତି ଲୋକ ଅଛନ୍ତି ଦେଖିବାକୁ ସୁନ୍ଦର ନ ହେଲେ ବି ନିଜର ଆକର୍ଷଣୀୟ ଗୁଣ ବ୍ୟବହାର ଦ୍ୱାରା ସେମାନେ ସମସ୍ତଙ୍କୁ ଆପଣାର କରି ଇତିହାସରେ ଅମର ହୋଇଛନ୍ତି। ବେଳେ ବେଳେ ଏମିତି ବି ଦେଖାଯାଏ ଅନେକ ସୁନ୍ଦର ମଣିଷ ନିଜର କୁତ୍ସିତ ବ୍ୟବହାର ଦ୍ୱାରା ଅନ୍ୟ ଉପରେ ଅହଂକାରଜନିତ ଅଧିକାର ଜାହିରକରି ଅନ୍ୟକୁ ବାରମ୍ବାର ଅପମାନ ଦେଇ ପଦପଦବୀର ଗର୍ବରେ ନିଜକୁ ଅସୁନ୍ଦର ଓ କୁତ୍ସିତ କରି ଦେଇଥାନ୍ତି। ଇତିହାସ, ପୁରାଣରେ ଆମେ ଦେଖିବାକୁ ପାଇଥାଉ ଯେ ରାବଣ, କଂସ, ଦୁର୍ଯ୍ୟୋଧନ ଯଦିଓ ରାଜା ହୋଇ ହୀରାଲୀଳା ଖଚିତ ରାଜପୋଷାକ ପରିଧାନ କରିଥିଲେ, ତେବେ ଅହଂକାରପୂର୍ଣ୍ଣ ବ୍ୟକ୍ତିତ୍ୱ ହିଁ ତାଙ୍କ ପତନର କାରଣ ହୋଇଥିଲା। କିନ୍ତୁ ପ୍ରଭୁ ରାମଚନ୍ଦ୍ର ବନବାସୀ ହୋଇଥିଲେ ମଧ୍ୟ ତାଙ୍କର ଉଜ୍ଜ୍ୱଳ ବ୍ୟକ୍ତିତ୍ୱ ସେଦିନ ବଣରେ ଋଷିମୁନିମାନଙ୍କୁ ଆକର୍ଷିତ କରିଥିଲା। ଜାତିର ପିତା ମହାତ୍ମା ଗାନ୍ଧୀ, ମଦର ଟେରେସା, ଗୋପବନ୍ଧୁ, ରମାଦେବୀ ନିଜର ଅସାଧାରଣ ବ୍ୟକ୍ତିତ୍ୱ ଦ୍ୱାରା ସମଗ୍ର ବିଶ୍ୱକୁ ଚମକାଇ ଦେଇଥିଲେ। ଥରେ ଗାନ୍ଧିଜୀ ଜଣେ ଇଂରେଜ ଶାସକଙ୍କ ପାଖରୁ ନିମନ୍ତ୍ରଣ ପାଇ ତାଙ୍କ ନିକଟକୁ ଧୋତି ପିନ୍ଧି ଯାଇଥିଲେ। କିନ୍ତୁ ଦ୍ୱାରପାଳ ତାଙ୍କୁ ଭିତରକୁ ପ୍ରବେଶ କରିବାକୁ ଦେଲା ନାହିଁ। ଏହାପରେ ଗାନ୍ଧିଜୀ ନିଜର କୋଟ୍‌, ସୁଟ୍‌ ଓ ଟାଇକୁ ଅତି ସୁନ୍ଦର ଭାବରେ ଭାଙ୍ଗି ସେହି ଲାଟ୍‌ ସାହେବଙ୍କ ନିକଟକୁ ପଠାଇ ଦେଇଥିଲେ। ପରେ ଯେତେବେଳେ ଲାଟ୍‌ ସାହେବ ସବୁ ଜାଣିଲେ, ସେତେବେଳେ ସେ ଖୁବ୍‌ ଲଜ୍ଜିତ ହୋଇ ଗାନ୍ଧିଜୀଙ୍କୁ ସମ୍ମାନର ସହ ପାଛୋଟି ନେଇଥିଲେ। ସେଦିନ ଗାନ୍ଧୀ ପ୍ରମାଣକରି ଦେଇଥିଲେ ଯେ ଶୁଦ୍ଧ ଆଚରଣ, ବ୍ୟବହାର, ଅନ୍ତରର ସୁନ୍ଦରତା, ସତ୍ୟ, ଅହିଂସା, ପ୍ରେମ, ସ୍ନେହ, ସାଧାରଣ ମଣିଷଟିକୁ ମଧ୍ୟ ବିରାଟ ବ୍ୟକ୍ତିତ୍ୱରେ ପରିଣତ କରିଦେଇଥାଏ।
ସେହିଭଳି ଅବର୍ଣ୍ଣନୀୟ ବ୍ୟକ୍ତିତ୍ୱ ଥିଲେ ଗୋରା କଳା ଭେଦଭାବର ଉଚ୍ଛେଦକାରୀ ଆମେରିକାର ରାଷ୍ଟ୍ରପତି ଆବ୍ରାହମ ଲିଙ୍କନ୍‌ ଓ ରୁଜ୍‌ ଭେଲ୍‌ଟ। ଥରେ ଲିଙ୍କନ୍‌ ଜାହାଜରେ ଯାତ୍ରା କରିବାକୁ ଯାଇ ଦେଖିଲେ ଯେ ସମଗ୍ର ଜାହାଜଟି ଯାତ୍ରୀରେ ପରିପୂର୍ଣ୍ଣ। ଶୋଇବାକୁ ଜାଗାଟିଏ ନାହିଁ। ତେଣୁ ସେ ଷ୍ଟୋର ରୁମ୍‌ରେ ଲୁଗାଟିଏ ବିଛାଇ ଓ ତକିଆ କରି ଶୋଇପଡ଼ିଲେ। ଏହା ଦେଖି ବହୁ ଲୋକ ସେଦିନ ଲିଙ୍କନ୍‌ଙ୍କୁ ସାହାଯ୍ୟ କରିବାକୁ ଧାଇଁ ଆସିଥିଲେ। ଏହାର କାରଣ ଥିଲା ଲିଙ୍କନ୍‌ଙ୍କର ଭଲ ପାଇବା ଏବଂ ବଦାନ୍ୟତା। ନିଜ ଉପରେ ଯାହାଙ୍କର ଯେତେ ବେଶି ଆଧିପତ୍ୟ, କର୍ତ୍ତବ୍ୟର ଆହ୍ବାନରେ ସର୍ବାଗ୍ରେ ଯିଏ ବିପଦ ସମ୍ମୁଖରେ ଠିଆହେବାରେ ଅଭ୍ୟସ୍ତ, ଯିଏ ଯେତେ ଉଦାର, ନିଃସ୍ବାର୍ଥ, ସେବା ପରାୟଣ, ନିର୍ଭୀକ; ବାସ୍ତବରେ ସେ ସେତିକି ସୁନ୍ଦର ଭାବରେ ଅନ୍ୟମାନଙ୍କୁ ଅନୁପ୍ରାଣିତ ଓ ଆକର୍ଷିତ କରିବାରେ ସମର୍ଥ ହୋଇପାରିଥାନ୍ତି- ଯାହାକୁ ସେଦିନ ଲିଙ୍କନ୍‌ ପ୍ରମାଣ କରିଦେଇଥିଲେ। ଏଭଳି ବ୍ୟକ୍ତିମାନଙ୍କର ନା ଥାଏ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା; ନା ଥାଏ ଅପର୍ଯ୍ୟାପ୍ତ ଧନସମ୍ପତ୍ତି; ଅଧିକନ୍ତୁ ରହିଥାଏ କେବଳ ଗୋଟିଏ ସୁନ୍ଦର ବ୍ୟକ୍ତିତ୍ୱ। ସେହି ବ୍ୟକ୍ତିତ୍ୱ ବଳରେ ନିଜର ଦକ୍ଷତାନୁଯାୟୀ ସେମାନେ ସବୁବେଳେ ସଫଳତାର ପର୍ବତ ଆରୋହଣ କରିବାକୁ କ୍ଷମ ହୋଇଥାନ୍ତି।
ରଘୁନାଥ ଜୀଉ ମହାବିଦ୍ୟାଳୟ
ଦେଉଳ ସାହି, କଟକ
ମୋ- ୯୮୫୩୩୫୦୩୮୪


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri