ବ୍ୟକ୍ତିଗତ ଆଇନ

ଗତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ବିଚାର କରି କହିଛନ୍ତି ଯେ, ଏବକାର ସ୍ଥିତିରେ ଭାରତ ସକାଶେ ଏକକ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ୍‌ କୋଡ୍‌ର ଆବଶ୍ୟକତା ରହିଛି। ଉଲ୍ଲେଖଯୋଗ୍ୟ ଯେ, ଦେଶରେ ପ୍ରଚଳିତ ବିଭିନ୍ନ ଧର୍ମର ବ୍ୟକ୍ତିଗତ ଆଇନ (ପର୍ସନାଲ ଲ’) ପରିବର୍ତ୍ତେ ସବୁ ଭାରତୀୟଙ୍କ ପାଇଁ ବିବାହ, ବିଚ୍ଛେଦ, ଉତ୍ତରାଧିକାର ଏବଂ ପୋଷ୍ୟଗ୍ରହଣ କ୍ଷେତ୍ରରେ ସମାନ ନିୟମ ଅଣାଯିବା ଏହାର ପରିସରଭୁକ୍ତ ହେବା ଦରକାର। ସମ୍ବିଧାନର ଧାରା ୪୪ରେ ସବୁ ଧର୍ମ ପାଇଁ ଏକକ ନାଗରିକ ସଂହିତା ଲାଗୁ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ଥାନର ମୀନା ସମ୍ପ୍ରଦାୟର ଏକ ଛାଡ଼ପତ୍ର ମାମଲାର ଶୁଣାଣି କରିବା ଅବସରରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ପ୍ରତିଭା ଏମ୍‌ ସିଂହ ଏଭଳି କହିଥିଲେ। ଶୁଣାଣି ବେଳେ ବିଚାରପତି କହିଥିଲେ ଯେ, ଧାରା ୪୪ର ମୁଖ୍ୟ ଉଦ୍ଦେଶ୍ୟ ବୈଷମ୍ୟ ଦୂର କରିବା ଥିବାରୁ ଏହାକୁ ବାସ୍ତବତାରେ ପରିଣତ କରିବାକୁ ହେବ। ସେହିପରି ସୁପ୍ରିମକୋର୍ଟ ସେପ୍ଟେମ୍ବର ୨୦୧୯ରେ କେନ୍ଦ୍ର ସରକାରଙ୍କୁ କହିଥିଲେ ଯେ ସମ୍ବିଧାନ ପ୍ରଣେତାମାନେ ଏକକ ନାଗରିକ ସଂହିତା ନେଇ ଆଇନ ପ୍ରଣୟନ କରିବା ନିମନ୍ତେ ଆଶା ବ୍ୟକ୍ତ କରିଥିଲେ ମଧ୍ୟ ତାହା ହୋଇପାରିଲା ନାହିଁ। କେବଳ ଗୋଆ ଏହି ଆଇନ ଆଣିବାରେ ସକ୍ଷମ ହୋଇଛି ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ।
ଉପରଲିଖିତ ଘଟଣାକୁ ଦେଖିଲେ ନ୍ୟାୟପାଳିକା ଏକକ ନାଗରିକ ସଂହିତା ସପକ୍ଷରେ ମତ ଦେଉଛନ୍ତି। କିନ୍ତୁ ଭାରତୀୟ ଜନତା ପାର୍ଟି (ଭାଜପା) ତା’ର ନିର୍ବାଚନୀ ଇସ୍ତାହାରରେ ଏହାକୁ ସନ୍ନିବେଶିତ କରିଥିବାରୁ ହିନ୍ଦୁ ବିବାହ ଆଇନକୁ ସମଗ୍ର ଦେଶ ଉପରେ ଲଦି ଦେବାକୁ ଚାହୁଁଛି ବୋଲି କେତେକ ମହିଳା ଗୋଷ୍ଠୀ ଓ ଧର୍ମନିରପେକ୍ଷ ସଙ୍ଗଠନଗୁଡ଼ିକ ଏହାକୁ ବିରୋଧ କରୁଛନ୍ତି। ଏମାନଙ୍କ ଅଭିଯୋଗ ହେଉଛି ଯେ, ଏକକ ନାଗରିକ ସଂହିତା ଲାଗୁ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ଅଦ୍ୟାବଧି ଏହାର ରୂପରେଖ କ’ଣ ହେବ ସେ ସଂକ୍ରାନ୍ତରେ ଚିଠା ପ୍ରସ୍ତୁତ କରିନାହାନ୍ତି କିମ୍ବା ଏ ନେଇ ବ୍ଲୁପ୍ରିଣ୍ଟ ଦେଖିବାକୁ ମିଳିନାହିଁ। ତେଣୁ ଏହାର ସ୍ବରୂପ କ’ଣ ରହିବ ତାହା ଉପରେ ଅନେକେ ସନ୍ଦିହାନ ଅଛନ୍ତି। ଏଭଳି ସ୍ଥିତିରେ କେନ୍ଦ୍ରରେ ଭାଜପା ସରକାର ଚାଲିଥିବାରୁ ସଂଖ୍ୟାଲଘୁଙ୍କ ବ୍ୟକ୍ତିଗତ ଆଇନ ଅଣଦେଖା ହୋଇଯିବାର ଯଥେଷ୍ଟ ଆଶଙ୍କା ରହିଥିବା କୁହାଯାଉଛି। ଏଠାରେ ସମ୍ବିଧାନ ପ୍ରଣୟନ ଦିଗରେ କାର୍ଯ୍ୟ କରିଥିବା ଅନ୍ୟତମ ସଦସ୍ୟ ଡକ୍ଟର ବି.ଆର୍‌. ଆମ୍ବେଡ୍‌କର ସାମ୍ବିଧାନିକ ବିତର୍କରେ ଭାଗ ନେଇ ଦେଇଥିବା ମନ୍ତବ୍ୟକୁ ଉଲ୍ଲେଖ କରାଯାଇପାରେ। ପାଶ୍ଚାତ୍ୟ ଜଗତରେ ଏକକ ନାଗରିକ ସଂହିତା ଲାଗୁ କରାଯାଇଥିବାରୁ ସମାଜରେ ସମାନତା ଓ ଏକତା ଆଣିବା ଦିଗରେ ଏହା ସହାୟକ ହୋଇଥିବା ବିଷୟ ସେ ଦର୍ଶାଇଥିଲେ। ସେହି ଅନୁଯାୟୀ ସେ ଭାରତରେ ଏହାକୁ ଲାଗୁ କରିବା ସପକ୍ଷରେ ଥିଲେ। କିନ୍ତୁ ଏ ଦେଶରେ ବିବିଧ ସଂସ୍କୃତି ଓ ଧର୍ମ ଥିବାରୁ ଏଭଳି ଆଇନ ଅଣାଯିବାକୁ ସାମ୍ବିଧାନିକ ସଭାର ଅନ୍ୟ ସଦସ୍ୟମାନେ ସେତେବେଳେ ବିରୋଧ କରିଥିଲେ। ସେମାନଙ୍କ ଯୁକ୍ତି ଥିଲା ଯେ, ଧାରା ୨୫ ଓ ୨୬ରେ ଧର୍ମୀୟ ସ୍ବାଧୀନତା ଓ ଧର୍ମୀୟ ବ୍ୟାପାର ପରିଚାଳନା ସଂକ୍ରାନ୍ତ ଯେଉଁ ଅଧିକାର ବ୍ୟବସ୍ଥା ରହିଛି, ଏକକ ନାଗରିକ ସଂହିତା ସେଗୁଡ଼ିକୁ ଲଂଘନ କରିବ। ସେଥିପାଇଁ ସରକାର ଏହାକୁ ଭବିଷ୍ୟତରେ କାର୍ଯ୍ୟକାରୀ କରିବାର ଉଦ୍ଦେଶ୍ୟ ରଖି ସମ୍ବିଧାନର ୪ର୍ଥ ଭାଗରେ ରାଜ୍ୟ ନୀତି ନିର୍ଦ୍ଦେଶନାମା ସିଦ୍ଧାନ୍ତ ବା ଡାଇରେକ୍ଟିଭ୍‌ ପ୍ରିନ୍ସିପୁଲ୍ସ ଅଫ୍‌ ଷ୍ଟେଟ୍‌ ପଲିସିରେ ସନ୍ନିବେଶିତ କରାଇଥିଲେ।
ଦିଲ୍ଲୀ ହାଇକୋର୍ଟ ବିଚାରପତିଙ୍କ ମତକୁ ପଢ଼ିଲେ ସ୍ପଷ୍ଟ ବୁଝାପଡ଼ୁଛି ଯେ, ନ୍ୟାୟାଳୟର ସମସ୍ୟା କେଉଁଠି ରହିଛି। ସବୁ ଜାତି ଓ ଧର୍ମର ନାଗରିକ ନ୍ୟାୟର ଆଶ୍ରୟ ନେବାକୁ ଇଚ୍ଛୁକ। କିନ୍ତୁ ସମସ୍ତେ ଭିନ୍ନ ପ୍ରକାରର ନ୍ୟାୟ ଆଶା କରୁଥିବାରୁ ନ୍ୟାୟାଳୟ ସକାଶେ ରାୟ ଦେବା କଷ୍ଟକର ହେଉଛି। ନ୍ୟାୟିକ ଦୃଷ୍ଟିକୋଣରୁ ଦେଖିଲେ ବିଚାରପତିମାନେ ସ୍ବଇଚ୍ଛାରେ ନ୍ୟାୟ ବାଣ୍ଟିପାରିବେ ନାହିଁ। ଆଇନ ପ୍ରଣୟନ କରାଯାଏ ବ୍ୟବସ୍ଥାପକ ବା ଲେଜିସ୍‌ଲେଚର ଦ୍ୱାରା। ଆଧୁନିକ ପୃଥିବୀରେ ଧର୍ମର ଊର୍ଦ୍ଧ୍ୱକୁ ଯାଇ ବ୍ୟକ୍ତିଗତ ଆଇନ ପ୍ରଣୟନ କରାଯିବାର ଗୁରୁତ୍ୱକୁ ଅଣଦେଖା କରାଯାଇପାରିବ ନାହିଁ। ଏଥିସହିତ ଯେଉଁ ଗୋଷ୍ଠୀଗୁଡ଼ିକ ଆଜିର ଭାରତର ରାଜନୈତିକ ନେତୃତ୍ୱର ଆଭିମୁଖ୍ୟ ଉପରେ ସନ୍ଦେହ ପ୍ରକଟ କରୁଛନ୍ତି, ସେମାନଙ୍କୁ ମଧ୍ୟ ଏଡ଼େଇ ଦେଇହେବ ନାହିଁ। ସେଥିପାଇଁ କେବଳ ଧର୍ମ ନୁହେଁ, ଜାତିର ଊର୍ଦ୍ଧ୍ୱକୁ ଉଠିବା ଗୁରୁତ୍ୱପୂର୍ଣ୍ଣ। ଉଦାହରଣ ସ୍ବରୂପ, ଉତ୍ତର ଭାରତରେ ଦେଖାଦେଉଥିବା ତଥାକଥିତ ଲଭ୍‌ ଜିହାଦ ସମସ୍ୟାଠାରୁ କାହିଁ ଅଧିକ ଗୁରୁତ୍ୱ ଧାରଣ କରୁଛି ହିନ୍ଦୁ ଧର୍ମ ଭିତରେ ଥିବା ଦୁଇ ବ୍ୟକ୍ତିଙ୍କ ବିବାହ ଯୋଗୁ ‘ଅନର୍‌ କିଲିଂ’ର ଆକ୍ରୋଶମୂଳକ ଚିନ୍ତାଧାରା।
ଭିନ୍ନ ଏକ ଉଦାହରଣ ଉତ୍ତର ପୂର୍ବାଞ୍ଚଳର ମିଜୋରାମର ଜିଓନା ଚାନାଙ୍କୁ ନିଆଯାଇପାରେ। ଗତମାସରେ ତାଙ୍କର ପରଲୋକ ଘଟିଥିଲା। ସେ ମାତ୍ର ୩୮ ମହିଳାଙ୍କୁ ବିବାହ କରିଥିଲେ ଓ ତାଙ୍କର ୮୯ ପିଲା ଅଛନ୍ତି। ହିନ୍ଦୁ ଆଇନ ଅନୁଯାୟୀ ଏତେ ସଂଖ୍ୟକ ବିବାହ କରିବା ବେଆଇନ। ଜିଓନା ଖ୍ରୀଷ୍ଟିଆନର ଚାନା ପାଓ୍ବଲ ସମ୍ପ୍ରଦାୟର। ଯଦି ତାଙ୍କର କୌଣସି ସ୍ତ୍ରୀ ସମସ୍ୟା ସୃଷ୍ଟି କରିଥାଆନ୍ତେ, ତେବେ ଜିଓନାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯାଇଥାଆନ୍ତା। ତାହା ଯେକୌଣସି ନ୍ୟାୟାଳୟ ପାଇଁ ସମସ୍ୟା ହୋଇଥାଆନ୍ତା। ସେଠାରେ ଭାରତର ଆଇନ ଅଧିକ ଗୁରୁତ୍ୱ ଧାରଣ କରିଥାଆନ୍ତା ନା ତାଙ୍କ ସମ୍ପ୍ରଦାୟର ଆଇନ ପ୍ରାଧାନ୍ୟଲାଭ କରିଥାଆନ୍ତା, ହୋଇଥାଆନ୍ତା ବିଚାରର ମୁଖ୍ୟ ବିଷୟ। ତଥାପି ଏକକ ନାଗରିକ ସଂହିତା ଅଣାଯିବାର ଆବଶ୍ୟକତାକୁ କେହି ଅସ୍ବୀକାର କରିବେ ନାହିଁ। ସମସ୍ୟା ହେଉଛି କେଉଁଭଳି ବ୍ୟକ୍ତିବିଶେଷ ଏହି ନୂତନ ଆଇନ ଲେଖିବାରେ ନିଯୁକ୍ତ ହେବେ। ଆଜିର ରାଜନେତାଙ୍କ ଆନ୍ତରିକତା ଉପରେ କେବଳ ସଂଖ୍ୟାଲଘୁ ନୁହେଁ, ଅନେକ ସଂଖ୍ୟାଗରିଷ୍ଠଙ୍କ ସନ୍ଦେହ ରହିଛି। ଏଭଳି ବାତାବରଣରେ ନୂତନ ଆଇନ ସୃଷ୍ଟି କରିବା ଅତ୍ୟନ୍ତ କଷ୍ଟକର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

ନେହେରୁ ନୁହେଁ, ଭବିଷ୍ୟତକୁ ଦେଖ

‘ବନ୍ଦେ ମାତରମ୍‌’ ଭାରତର ଜାତୀୟ ଗୀତ ଭାବେ ଜଣାଶୁଣା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଏହା ରଚିତ ହୋଇଥିଲା। ୧୮୭୫ ନଭେମ୍ବର ୭ରେ ପ୍ରଥମେ ‘ବଙ୍ଗଦର୍ଶନ’...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri