ପ୍ରଘଟକାରୀ ଜ୍ୟାକ୍‌ ଟେକ୍ସେରା ଗିରଫ

ଓ୍ବାଶିଂଟନ୍‌,୧୫ା୪: ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ‘ପେଣ୍ଟାଗନ୍‌’ର ଗୋପନୀୟ ଦସ୍ତାବିଜ ପ୍ରଘଟ ଖବର ବିଶ୍ୱ ଗଣମାଧ୍ୟମରେ ଛାଇଯାଇଛି। ଏହି ମାମଲାରେ ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ଫେଡେରାଲ ଇନ୍‌ଭେଷ୍ଟିଗେଶନ୍‌ ବ୍ୟୁରୋ (ଏଫ୍‌ବିଆଇ) ୨୧ ବର୍ଷୀୟ ଜ୍ୟାକ୍‌ ଡୋଗ୍‌ଲାସ୍‌ ଟେକ୍ସେରାଙ୍କୁ ମାସାଚ୍ୟୁସେଟ୍ସର ଡିଘଟନ୍‌ରୁ ଗିରଫ କରିଛି। ଜ୍ୟାକ୍‌ ଆମେରିକା ସରକାର ଓ ସେନାର ଗୋଇନ୍ଦା ସମ୍ପର୍କିତ ସମ୍ବେଦନଶୀଳ ତଥ୍ୟ ଲିକ୍‌ କରିଥିବାରୁ ଦେଶର ସୁରକ୍ଷା ବିପନ୍ନ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଓ୍ବାଶିଂଟନ୍‌କୁ ଦେଶବିଦେଶରେ ହଟହଟା ହେବାକୁ ପଡ଼ିଛି। ୨୦୧୩ରେ କମ୍ପ୍ୟୁଟର ଇଣ୍ଟେଲିଜେନ୍ସ କନ୍‌ସଲଟାଣ୍ଟ ଏଡ୍‌ଓ୍ବାର୍ଡ ସ୍ନୋଡେନ୍‌ ନ୍ୟାଶନାଲ ସିକ୍ୟୁରିଟି ଏଜେନ୍ସିର ଗୁପ୍ତ ଦସ୍ତାବିଜ ପ୍ରଘଟ କରିବା ପରଠାରୁ ଏହାକୁ ସବୁଠୁ ବଡ଼ ସରକାରୀ ତଥ୍ୟ ଲିକ୍‌ ବୋଲି କୁହାଯାଉଛି। ଏହା ପୂର୍ବରୁ ୨୦୧୦ରେ ଅଷ୍ଟ୍ରେଲୀୟ ଜୁଲିଆନ୍‌ ଆସେଞ୍ଜଙ୍କ ଓ୍ବିକିଲିକ୍ସରେ ଆମେରିକାର ୭ ଲକ୍ଷ ସରକାରୀ ଦସ୍ତାବିଜ, ଭିଡିଓ ଏବଂ କୂଟନୈତିକ କ୍ୟାବୁଲ୍‌ର ପ୍ରଘଟ ବିଶ୍ୱବ୍ୟାପୀ ହଟଚମଟ ସୃଷ୍ଟି କରିଥିଲା।
ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ଇଣ୍ଟେଲିଜେନ୍ସ ବିଶେଷଜ୍ଞ ଜ୍ୟାକ୍‌ ଟେକ୍ସେରିଆ ସେହି ଅନ୍‌ଲାଇନ୍‌ ଗେମିଂ ଚାଟ୍‌ ଗ୍ରୁପ୍‌ର ନେତୃତ୍ୱ ନେଉଥିଲେ, ଯହିଁରେ ସିକ୍ରେଟ୍‌ ଡକ୍ୟୁମେଣ୍ଟଗୁଡ଼ିକୁ ପୋଷ୍ଟ କରାଯାଇଥିଲା। କେତେଜଣ ରୁଷୀୟ ଓ ୟୁକ୍ରେନୀୟଙ୍କ ସମେତ ୨୪ ୟୁଜର୍ସଙ୍କୁ ନେଇ ଏହି ଗ୍ରୁପ୍‌ ତିଆରି କରାଯାଇଥିଲା। ଜ୍ୟାକ୍‌ ଏଥିରେ ନିଜ ଛଦ୍ମନାମ ରଖିଥିଲେ ‘ଓଜି’। ଟୁଇଟର, ଫେସ୍‌ବୁକ୍‌, ୟୁଟ୍ୟୁବ୍‌ ସମେତ ଅନ୍ୟ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକରେ ଅନେକ ଗୋପନୀୟ ଦସ୍ତାବିଜ ସାମ୍ନାକୁ ଆସିବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ୟୁକ୍ରେନ୍‌ ପଲିସିର ବିଫଳତା ଧରାପଡ଼ିଥିଲା। ବାଇଡେନ୍‌ ଗୁରୁବାର ଆୟର୍ଲାଣ୍ଡ ଗସ୍ତରେ ଥିବାବେଳେ ଏହି ପ୍ରଘଟ ନେଇ ଅବଗତ ଥିବା କହିଥିଲେ। ଏହି ପ୍ରଘଟ ଯୋଗୁ ଆମେରିକାର କେତେ ବଡ଼ କ୍ଷତି ହେବାକୁ ଯାଉଛି ତାହା ଅଧିକାରୀମାନେ ଆକଳନ କରୁଛନ୍ତି।
ମାସାଚ୍ୟୁସେଟ୍ସ ଏୟାର ନ୍ୟାଶନାଲ ଗାର୍ଡର ଜଣେ ମେମ୍ବର। ୨୦୧୯ରେ ସର୍ଭିସରେ ଯୋଗଦେବା ପରେ ସେ ନ୍ୟାଶନାଲ ଗାର୍ଡ ବେସ୍‌ରେ ସାମରିକ ନେଟ୍‌ଓ୍ବର୍କର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିଲେ। ତାଙ୍କ ପରିବାରର ଅନେକ ସଦସ୍ୟ ସେନାରେ କାର୍ଯ୍ୟ କରୁଛନ୍ତି କିମ୍ବା ପୂର୍ବରୁ ସେବା ପ୍ରଦାନ କରିଛନ୍ତି। ଜ୍ୟାକ୍‌ଙ୍କ ପ୍ରଘଟ ପରେ ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପରିପ୍ରେକ୍ଷୀରେ ଆମେରିକା ଏବଂ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ) ପକ୍ଷରୁ କିଭ୍‌କୁ କେତେ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଇଛି, ଆଗକୁ କେତେ ଓ କିପରି ସାମରିକ ସହାୟତା ପ୍ରଦାନ କରାଯିବ ସବୁ କିଛି ପଦାକୁ ଆସିଛି। ୟୁକ୍ରେନ୍‌ ଯୁଦ୍ଧରେ ଉଭୟ ପକ୍ଷ ସୈନ୍ୟଙ୍କ ମୃତ୍ୟୁସଂଖ୍ୟା ସହ କିଭ୍‌ ପାଖରେ ଥିବା ମିଶାଇଲ୍‌ ଓ ଅନ୍ୟ ଯୁଦ୍ଧାସ୍ତ୍ର ଖୁବ୍‌ଶୀଘ୍ର ଶେଷ ହୋଇଯିବ ବୋଲି ଲିକ୍‌ ଦସ୍ତାବିଜରୁ ପ୍ରଘଟ ହୋଇଛି। ଏଫ୍‌ବିଆଇ ଏଜେଣ୍ଟମାନେ ଗୁରୁବାର ଜ୍ୟାକ୍‌ଙ୍କ ଘରେ ଚଢ଼ାଉ କରିବା ସହ ଦଣ୍ଡ କୋହଳ କରାଇବା ପ୍ରତିଶ୍ରୁତି ଦେଇ ତାଙ୍କୁ ଗିରଫ କରିଛନ୍ତି। ଗିରଫଦାରି ବେଳେ ଜ୍ୟାକ୍‌ ଏକ ଟି-ଶାର୍ଟ ଓ ଶଟର୍‌ସ ପିନ୍ଧିଥିଲେ। ଜାତୀୟ ଗୁପ୍ତ ପ୍ରତିରକ୍ଷା ଦସ୍ତାବିଜଗୁଡ଼ିକୁ ବେଆଇନ ଭାବେ ହଟାଇବା ଓ ଅନ୍ୟତ୍ର ପ୍ରେରଣ କରିବା ଅଭିଯୋଗରେ ତାଙ୍କୁ ଗିରଫ ପରେ ବୋଷ୍ଟନ୍‌ ଫେଡେରାଲ କୋର୍ଟରେ ହାଜର କରାଯାଇଛି। ଆଟର୍ନି ଜେନେରାଲ ମେରିକ୍‌ ଗାର୍ଲେଣ୍ଡ ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ପ୍ରତିରକ୍ଷା ସଚିବ ଲୟଡ୍‌ ଅଷ୍ଟିନ୍‌ ମଧ୍ୟ ଏକ ବିବୃତି ଜାରି କରି ଏଫ୍‌ବିଆଇର ତତ୍ପରତାକୁ ପ୍ରଶଂସା କରିଛନ୍ତି। ତେବେ ଏହି ଲୋ-ର଼୍ୟାଙ୍କିଙ୍ଗ୍‌ ସର୍ଭିସ୍‌ ମେମ୍ବର ମୁଖ୍ୟ ଅଭିଯୁକ୍ତ ରୂପେ ଆବିର୍ଭାବ ହେବା ଦଶନ୍ଧିର ସବୁଠୁ ହାଇଏଷ୍ଟ ପ୍ରୋଫାଇଲ ଇଣ୍ଟେଲିଜେନ୍ସ ଲିକ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜଣେ ନିମ୍ନ ପାହ୍ୟାର ପ୍ରତିରକ୍ଷା ବିଭାଗ କର୍ମଚାରୀ ଏଭଳି ସମ୍ବେଦନଶୀଳ ତଥ୍ୟ କିପରି ହାସଲ କଲେ। ସାଇବର ଟ୍ରାନ୍ସପୋର୍ଟ ସିଷ୍ଟମ୍ସ ଜର୍ନିମ୍ୟାନ୍‌ ଭାବେ କାର୍ଯ୍ୟ କରିବା ପାଇଁ ହାଇସ୍କୁଲ ଡିଗ୍ରୀ, ଡ୍ରାଇଭିଂ ଲାଇସେନ୍ସ ଓ ୧୯ ମାସର ତାଲିମ ଆବଶ୍ୟକ ହୋଇଥାଏ। ସେହି ଯୋଗ୍ୟତା ଜ୍ୟାକ୍‌ ହାସଲ କରିଥିଲେ କି ନାହିଁ। ଡକ୍ୟୁମେଣ୍ଟ ଲିକ୍‌ ପ୍ରସଙ୍ଗରେ କିଛିଦିନ ହେଲା ସମାଲୋଚିତ ହୋଇଆସିଥିବା ବାଇଡେନ୍‌ ପ୍ରଶାସନକୁ ଆଗକୁ ଏହାର ଉତ୍ତର ଦେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri