ଉପାନ୍ତ ଅଞ୍ଚଳରେ ଟିକା ପହଞ୍ଚାଇବ ଡ୍ରୋନ୍‌

କଟକ ଅଫିସ,୧୯।୬: ଉପାନ୍ତ ଅଞ୍ଚଳରେ ଲୋକଙ୍କୁ ଟିକା ଯୋଗାଇବ ଡେଲଟା ୪୦୦ ଡ୍ରୋନ୍‌। ଏହି ଡ୍ରୋନ୍‌କୁ କଟକ ଖପୁରିଆ ଆଇଟିଆଇର ଛାତ୍ରୀଛାତ୍ର ତିଆରି କରିଛନ୍ତି। ଆଇଜି ଡ୍ରୋନ୍‌ସ ଏବଂ ଖପୁରିଆ ଆଇଟିଆଇ ସହଯୋଗରେ ଏହି ଡ୍ରୋନ ପ୍ରସ୍ତୁତ କରାଯାଇଛି। ଆଇଟିଆଇର ପ୍ରିନି୍ସପାଲ ହୃଷୀକେଶ ମହାନ୍ତି ଦେଇଥିବା ସୂଚନା ଅନୁଯାୟୀ, ଏହି ଡ୍ରୋନ ଘଣ୍ଟା ପ୍ରତି ୩୦ କିଲୋମିଟର ବେଗରେ ଗତି କରିବ । ଏଥିସହ ଥରେ ଚାର୍ଜ କଲେ ଏହା ୩ ଘଣ୍ଟା କାର୍ଯ୍ୟ କରିବ । ଏହି ଡ୍ରୋନ ୫ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ଉଠାଇ ୧୨୦ରୁ ୧୮୦ ଫୁଟ ଉଚ୍ଚତାରେ ଉଡ଼ିିପାରିବ । ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚରେ ୨ମାସ ମଧ୍ୟରେ ଏହାକୁ ପ୍ରସ୍ତୁତ କରାଯାଇଛି। ଏଭଳି ସଫଳତା ଦ୍ୱାରା ଛାତ୍ରୀଛାତ୍ର ଅତ୍ୟାଧୁନିକ ଟେକ୍ନୋଲୋଜି ଓ ଜ୍ଞାନକୌଶଳରେ କାମ କରିବାର ସୁଯୋଗ ପାଇବେ। ସେହିପରି ଆଇଟିଆଇ ଛାତ୍ରୀଛାତ୍ରଙ୍କ ଦକ୍ଷତା ବୃଦ୍ଧି ପାଇବା ସହ ଭଲ ସ୍ଥାନରେ ନିଯୁକ୍ତି ମିଳିପାରିବ ବୋଲି ପ୍ରିନ୍ସିପାଲ କହିଛନ୍ତି। ସେହିପରି କଟକସ୍ଥିତ ଆଇଜି ଡ୍ରୋନସର ଅଧିକାରୀ ସମ୍ବିତ ପରିଡ଼ା କହିଛନ୍ତି, ଏହି ଡ୍ରୋନରେ ଦୁଇ ପ୍ରକାର କ୍ୟାମେରା ବ୍ୟବହାର କରାଯାଇଛି। ପ୍ରଥମଟି ୪୮ ମେଗା ପିକ୍ସେଲ ବିଶିଷ୍ଟ ହାଇ ରିଜୋଲ୍ୟୁଶନ ଆର୍‌ଜିବି କ୍ୟାମେରା। ଏଥିରେ ଦିନ ବେଳା ଫଟୋ ଓ ଭିଡିଓ କରିହେବ। ଦ୍ୱିତୀୟଟି ହେଉଛି ଇନଫ୍ରାରେଡ କ୍ୟାମେରା। ଏହାଦ୍ୱାରା ଡ୍ରୋନ ରାତିରେ ସହଜରେ ଉଡିପାରିବା ସହ ଫଟୋ ଓ ଭିଡିଓ କରିପାରିବ। ତେବେ ପ୍ରଥମେ ଏହା ଖଣି ଅଞ୍ଚଳରେ କାର୍ଯ୍ୟ କରିବ ବୋଲି ଯୋଜନା କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହାକୁ ଉପାନ୍ତ ଅଞ୍ଚଳରେ ଟିକା ଯୋଗାଣ କାର୍ଯ୍ୟରେ ନିୟୋଜିତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri