Categories: ଖେଳ

ପେରେଜଙ୍କୁ ପ୍ରଥମ ଫର୍ମୁଲା ଓ୍ବାନ୍‌ ଟାଇଟଲ

ସାଖୀର (ବାହାରିନ୍‌),୮ା୧୨- ରବିବାର ଅନୁଷ୍ଠିତ ସାଖୀର ଗ୍ରାଁପ୍ରିରେ ରେସିଂ ପଏଣ୍ଟର ସର୍ଗିଓ ପେରେଜ ତାଙ୍କର ପ୍ରଥମ ଫର୍ମୁଲା ଓ୍ବାନ୍‌ ବିଜୟ ହାସଲ କରିଛନ୍ତି। ଫର୍ମୁଲା ଓ୍ବାନ୍‌ରେ ଏହା ଥିଲା ତାଙ୍କର ୧୯୦ତମ ରେସ୍‌। ମର୍ସିଡିଜ୍‌ ଟିମ୍‌ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲା। ଟିମ୍‌ ତରଫରୁ ପ୍ରଥମ ପଦାର୍ପଣରେ ଜର୍ଜ ରସେଲଙ୍କ ପାଇଁ ଟାଇଟଲ ସୁଯୋଗ ରହିଥିଲା। ବିଶ୍ୱ ଚାମ୍ପିୟନ ଲୁଇସ୍‌ ହାମିଲଟନ କରୋନା ସଂକ୍ରମିତ ହେବାରୁ ତାଙ୍କ ସ୍ଥାନରେ ବ୍ରିଟେନର ଏହି ୨୨ବର୍ଷୀୟ ଡ୍ରାଇଭର ମର୍ସିଡିଜରୁ ପ୍ରତିନିଧିତ୍ୱ କରିଥିଲେ। ଲେଟ୍‌ ରେସ୍‌ ସେଫ୍ଟି କାର୍‌ ପାଇଁ ରେସ୍‌ରେ ସେ ୯ମ ସ୍ଥାନରେ ରହିଥିଲେ। ଟିମ୍‌ମେଟ୍‌ ଭାଲଟେରୀ ବୋଟାସ ୮ମ ସ୍ଥାନ ଅଧିକାର କରିଥିଲେ। ରେନଲ୍ଟର ଏଷ୍ଟିବାନ ଓକନ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଏହା ଥିଲା ତାଙ୍କର ପ୍ରଥମ ଫର୍ମୁଲା ଓ୍ବାନ୍‌ ପୋଡିୟମ ଫିନିଶ। ପେରେଜଙ୍କ ରେସିଂ ପଏଣ୍ଟ ଟିମ୍‌ମେଟ ଲାନ୍ସ ଷ୍ଟ୍ରୋଲ୍‌ ତୃତୀୟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଲୋସ ସେଞ୍ଜ୍‌ ଜୁନିୟର (ମ୍ୟାକଲରେନ), ଡାନିଏଲ ରିକାର୍ଡୋ(ରେନଲ୍ଟ), ଆଲେକ୍‌ଜାଣ୍ଡର ଆଲବନ (ରେଡ୍‌ବୁଲ୍‌) ଏବଂ ଡାନିଲ କ୍ୟାତ୍‌ (ଆଲ୍‌ଫା ତାଉରି) ଯଥାକ୍ରମେ ୪ର୍ଥ, ୫ମ, ୬ଷ୍ଠ ଓ ୭ମ ସ୍ଥାନ ଅଧିକାର କରିଥିଲେ। ମ୍ୟାଲରେନର ଲାଣ୍ଡୋସ ନୋରିସ୍‌ ୧୦ମ ସ୍ଥାନରେ ରହିଥିଲେ।

Share