Posted inଖେଳ

‘ଅଙ୍କଲ ପର୍ସି’ଙ୍କୁ ଆଉ ପଡ଼ିଆରେ ଦେଖିବାକୁ ମିଳିବନି

କଲମ୍ବୋ, ୩୧ା୧୦ ଶ୍ରୀଲଙ୍କା କ୍ରିକେଟ ଦଳର ଜଣେ ଦୃଢ ସମର୍ଥକ ଭାବେ ପରିଚିତ ପର୍ସି ଆବେସେକରାଙ୍କ ପରଲୋକ ଘଟିଛି। ବିଶ୍ୱବ୍ୟାପୀ ଯେଉଁ ଗ୍ରାଉଣ୍ଡରେ ଶ୍ରୀଲଙ୍କା ଖେଳିଥାଏ ତାଙ୍କର ଉପସ୍ଥିତି ଦେଖିବାକୁ ମିଳିଥାଏ। ଦେଶର ଜାତୀୟ ପତାକା ହଲାଇ ସେ ତାଙ୍କ ଖେଳାଳିମାନଙ୍କୁ ଉତ୍ସାହିତ କରିଥାନ୍ତି। ସେ ‘ଅଙ୍କଲ ପର୍ସି’ ନାମରେ ପରିଚିତ ଥିଲେ। ୧୯୭୯ ବିଶ୍ୱକପ୍‌ ପରଠାରୁ ପ୍ରାୟ ସମସ୍ତ ପ୍ରମୁଖ କ୍ରିକେଟ ଇଭେଣ୍ଟଗୁଡ଼ିକରେ ତାଙ୍କୁ ଦେଖିବାକୁ ମିଳିଥାଏ। ସେ ଅସୁସ୍ଥ ଥିବା ହେତୁ ଭାରତରେ ଚାଲିଥିବା ଆଇସିସି ଦିନିକିଆ ବିଶ୍ୱକପ୍‌ ଦେଖିବା ଲାଗି ସେ କେବଳ ଆସି ପାରି ନ ଥିଲେ। ଶ୍ରୀଲଙ୍କାର ଅର୍ଜୁନ ରଣାତୁଙ୍ଗା, ସନଥ ଜୟସୁରିୟା ଓ କୁମାର ସଙ୍ଗକାରାଙ୍କ ଭଳି ବହୁ ଅଗଣୀ କ୍ରିକେଟରଙ୍କ ସହିତ ତାଙ୍କର ବନ୍ଧୁତ୍ୱପୂର୍ଣ୍ଣ ଥିଲା। ଆବେସେକରା ଭାରତୀୟ କ୍ରିକେଟର ଏମ୍‌ଏସ୍‌ ଧୋନୀ, ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭଳି ଖେଳାଳିଙ୍କ ସହ ମଧ୍ୟ ସୁସମ୍ପର୍କ ରଖିଥିଲେ। ନିକଟରେ ଏସିଆ କପ୍‌ ବେଳେ ରୋହିତ କଲମ୍ବୋସ୍ଥିତ ଆବେସେକରାଙ୍କ ଘରକୁ ଯାଇ ତାଙ୍କୁ ଭେଟିଥିଲେ। ୨୦୧୫ରେ ଶ୍ରୀଲଙ୍କାରେ ଆବେସେକରାଙ୍କ ସହ ବାର୍ତ୍ତାଳାପ କରିବା ଲାଗି କୋହଲି ତାଙ୍କୁ ଭାରତୀୟ ଡ୍ରେସିଂ ରୁମ୍‌କୁ ଡକାଇଥିଲେ। ତେବେ ଆବେସେକରା ବର୍ଷେ ହେଲା ଅସୁସ୍ଥ ଥିଲେ। ତାଙ୍କ ଡାକ୍ତରୀ ଖର୍ଚ୍ଚ ପାଇଁ ଶ୍ରୀଲଙ୍କା କ୍ରିକେଟ ନିକଟରେ ୫ ନିୟୁତ ଶ୍ରୀଲଙ୍କା ମୁଦ୍ରା ସହାୟତା ପ୍ରଦାନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri