Posted inଜାତୀୟ

ମୁଣ୍ଡପିଛା ଆୟ ୯ ବର୍ଷରେ ଦୁଇଗୁଣା

ନୂଆଦିଲ୍ଲୀ, ୬ା୩ : ଭାରତରେ ମୁଣ୍ଡପିଛା ଆୟ ୨୦୧୪-୧୫ ବର୍ଷ ତୁଳନାରେ ୨୦୨୨-୨୩ ବର୍ଷରେ ଦୁଇଗୁଣ ବଢ଼ି ୧,୭୨,୦୦୦ରେ ପହଞ୍ଚତ୍ଛି। ତେବେ ଆୟରେ ଅସମାନତା ଏକ ଚ୍ୟାଲେଞ୍ଜ ହୋଇ ରହିଛି। ୨୦୧୪-୧୫ ଆର୍ଥତ୍କ ବର୍ଷରେ ଭାରତୀୟଙ୍କ ବାର୍ଷିକ ମୁଣ୍ଡପିଛା ଆୟ ୮୬,୬୪୭ ଟଙ୍କା ଥିଲା। ୨୦୨୨-୨୩ ବର୍ଷରେ ଏହା ୯୯ ପ୍ରତିଶତ ବୃଦ୍ଧି ପାଇ ୧,୭୨,୦୦୦ ଟଙ୍କାରେ ପହଞ୍ଚତ୍ଥିବା ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ରିପୋର୍ଟରୁ ଜଣାପଡ଼ିଛି।

ତେବେ ରିଅଲ ଟର୍ମସ୍‌ (ବର୍ଦ୍ଧିତ ଆୟରୁ ବର୍ଦ୍ଧିତ ବଜାର ଦରକୁ ବାଦ୍‌ ଦେଲେ)ରେ ଦେଖିଲେ ୯ ବର୍ଷରେ ମୁଣ୍ଡପିଛା ଆୟ ୩୫ ପ୍ରତିଶତ ବଢ଼ିଛି। ସେହି ଅନୁଯାୟୀ ୨୦୧୪-୧୫ରେ ମୁଣ୍ଡପିଛା ଆୟ ୭୨,୮୦୫ ଟଙ୍କା ଥିବାବେଳେ ୨୦୨୨-୨୩ରେ ତାହା ୯୮,୧୧୮ ଟଙ୍କାରେ ପହଞ୍ଚତ୍ଛି। ଖ୍ୟାତନାମା ଅର୍ଥନୀତିଜ୍ଞ ଜୟତି ଘୋଷଙ୍କ ମତରେ ଶୀର୍ଷରେ ଥିବା ଜନସଂଖ୍ୟାର ୧୦ ପ୍ରତିଶତଙ୍କ ଆୟ ଯଥେଷ୍ଟ ବଢ଼ିଛି। ଅନ୍ୟପକ୍ଷରେ ମଧ୍ୟମବର୍ଗଙ୍କ ଆୟ ହ୍ରାସ ପାଇଛି, ଯାହା ରିଅଲ ଟର୍ମରେ ଆହୁରି କମ୍‌ ବୋଲି ଜେଏନ୍‌ୟୁର ପୂର୍ବତନ ପ୍ରଫେସର ଘୋଷ କହିଛନ୍ତି। କୋଭିଡ୍‌ ସମୟରେ ଭାରତୀୟଙ୍କ ମୁଣ୍ଡପିଛା ଆୟ ହ୍ରାସ ପାଇଥିଲା। ୨୦୨୧-୨୨ ଏବଂ ୨୦୨୨-୨୩ରେ ଏହା ପୁଣି ବଢ଼ିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ପାଠ ପଢ଼ାଇଲେ, ଆଡ୍‌ମିଟ୍‌ କାର୍ଡ ଦେଲେନି: ସିବିଏସ୍‌ଇ ୧୦ମ ପରୀକ୍ଷାରୁ ଛାତ୍ର ବଞ୍ଚିତ

ପାରଳାଖେମୁଣ୍ଡି,୧୮ା୨ (ଗିରିଧାରୀ ପରିଚ୍ଛା):ସିବିଏସ୍‌ଇ ମାଟ୍ରିକ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ହେଲେ ଏକ ଘରୋଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଗଜପତି ଜିଲା କାଶୀନଗରରେ ଜଣେ ଛାତ୍ର ପରୀକ୍ଷା…

ବୟସ ୮୦ ଟପିଲାଣି, ବୃଦ୍ଧାଙ୍କୁ ମିଳୁନି ବର୍ଦ୍ଧିତ ଭତ୍ତା

ଦାରିଙ୍ଗବାଡ଼ି,୧୮ା୨(ଅରୁଣ ସାହୁ): ବୟସ ୮୦ ଟପିଲାଣି। ହାତରେ ବଙ୍କୁଲି ବାଡ଼ି ଟିଏ ଧରି ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଥିଲେ। ଆଉ ଅଭିଯୋଗ ମଧ୍ୟ କଲେ ମଧ୍ୟ ଅନୁଭବ…

୧୪ ଥର ସାକ୍ଷାତ, ୬୨ ଇମେଲ୍‌: ଏପ୍‌ଷ୍ଟିନ୍‌-ପୁରୀ ସମ୍ପର୍କର ସ୍ପଷ୍ଟୀକରଣ ମାଗିଲା କଂଗ୍ରେସ

ନୂଆଦିଲ୍ଲୀ,୧୮ା୨(ପି.ଟି.):ଆମେରିକାର ଦୋଷୀସାବ୍ୟସ୍ତ ଯୌନ ଅପରାଧୀ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ କେନ୍ଦ୍ରମନ୍ତ୍ରୀ ହରଦୀପ୍‌ ସିଂ ପୁରୀ ୨୦୧୪ରୁ ୨୦୧୭ ମଧ୍ୟରେ ୧୪ ଥର ଭେଟିଥିଲେ। ଏହି ସମୟ ମଧ୍ୟରେ ଉଭୟଙ୍କ…

୩ ଘଣ୍ଟାରେ ବୈଠକ ଶେଷ, ଫଳ ଶୂନ: ଯୁଦ୍ଧ ଆଶଙ୍କା ମଧ୍ୟରେ…

ଜେନେଭା,୧୮ା୨:ଆମେରିକା-ଇରାନ ଯୁଦ୍ଧ ଆଶଙ୍କା ମଧ୍ୟରେ ଉଭୟ ପକ୍ଷଙ୍କ ଭିତରେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ମଙ୍ଗଳବାର ଜେନେଭାରେ ଶେଷ ହୋଇଛି। ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ଏହି…

କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ: କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮ା୨(ପି.ଟି.):ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌, ୨୦୨୬ର ଉଦ୍‌ଘାଟନ ଦିବସରେ ଯୋଗ ଦେଇଥିବା ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିବାରୁ ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର କ୍ଷମା…

ଦିବ୍ୟାଙ୍ଗଙ୍କୁ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚାଇ ଚର୍ଚ୍ଚାରେ ସୁରକ୍ଷାକର୍ମୀ

ଦାରିଙ୍ଗବାଡ଼ି,୧୮ା୨(ଅରୁଣ ସାହୁ): ଜଣେ ସୁରକ୍ଷାକର୍ମୀ ଅସହାୟ ଓ ଦିବ୍ୟାଙ୍ଗଙ୍କୁ ନେଇ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଞ୍ଚାଇ ଏବେ ସବୁଠି ଚର୍ଚ୍ଚା ଓ ପ୍ରଶଂସା ସାଉଣ୍ଟୁଥିବା ଜଣାପଡ଼ିଛି।…

ଅସୀମାଙ୍କ ଗୀତରେ ମତୁଆଲା ଦର୍ଶକ

ଚଣ୍ଡିଖୋଲ,୧୮।୨(ପ୍ରଦୀପ୍ତ କୁମାର ପୃଷ୍ଟି): ବଡ଼ଚଣା ବ୍ଲକ୍‌ ଅଧୀନ ଚଣ୍ଡିଖୋଲ ମହାବିନାୟକ ପୀଠରେ ୩ ଦିନ ଧରି ଚାଲୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ମଙ୍ଗଳବାର ରାତିରେ ଉଦ୍‌ଯାପିତ ହୋଇଯାଇଛି। ସାଂସ୍କୃତିକ…

ଆଜିଠାରୁ +୨ ପରୀକ୍ଷା: ୨୫ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର,୧୮ା୨(ସୁଚିସ୍ମିତା ସାହୁ): ରାଜ୍ୟରେ ବୁଧବାରଠାରୁ ଯୁକ୍ତ୨ ପରୀକ୍ଷା ଆରମ୍ଭ ହେବ। ଏହା ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ଚାଲିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri