Advertisement

ଧୂଳି ଧୂଆଁରେ ଜନଜୀବନ ଅସ୍ତବ୍ୟସ୍ତ

ଚଣ୍ଡିଖୋଲ,୮ା୧୧(ଡି.ଏନ.ଏ.):ଯାଜପୁର ଜିଲାର ବାଲିଚନ୍ଦ୍ରପୁରଠାରୁ ଦେକୁଡ଼ି ପର୍ଯ୍ୟନ୍ତ ହେଉଥିବା ପୂର୍ତ୍ତବିଭାଗ ରାସ୍ତା କାମ ମନ୍ଥର ଗତିରେ ଚାଲିଛି। କ୍ରସର ଗୁଣ୍ଡ ପଡ଼ିଥିବା ହେତୁ ରାସ୍ତାରେ ଯାତାୟତ ଅସମ୍ଭବ ହୋଇପଡ଼ୁଛି। ଏପରି କି ବାଲିଚନ୍ଦ୍ରପୁର ବଜାର ଲୋକମାନେ ଅଣନିଃଶ୍ୱାସୀ ହେଉଛନ୍ତି। ସେହି ରାସ୍ତାଦେଇ ଯାନବାହାନ ଯାତୟାତ କଲେ ଲୋକମାନେ ଧୂଳିରେ ବୁଡ଼ି ଯାଉଛନ୍ତି ା ଧିରେ ଧିରେ ଚାଲୁଥିବା ଗାଡ଼ି ଧୂଆଁ ବି ଲୋକମାନଙ୍କୁ ଅସ୍ତବ୍ୟସ୍ତ କରୁଛି ା ରାସ୍ତାଟି ବାଲିଚନ୍ଦ୍ରପୁର ମଧ୍ୟଭାଗରୁ ଆରମ୍ଭ ହୋଇ ଦୀର୍ଘ ୧୦କିଲୋମିଟର ଦେକୁଡ଼ି ପର୍ଯ୍ୟନ୍ତ ଲମ୍ବିଛି। ଏହାକୁ ଠିକା ନେଇଥିବା ଠିକା ସଂସ୍ଥା ଚିପ୍‌ସ ଓ କ୍ରସର ଗୁଣ୍ଡ ପକାଇ ଛାଡ଼ିଦେଇ ପଳାଇ ଯାଇଛନ୍ତି। ନିୟମ ମୁତାବକ ରାସ୍ତାରେ ଦୈନିକ ପାଣି ପକାଯିବା କଥା ା ହେଲେ ଠିକା ସଂସ୍ଥା ପାଣି ପକାଉ ନାହିଁ। ଫଳରେ ବାଲିଚନ୍ଦ୍ରପୁର ବଜାରର ବ୍ୟବସାୟୀମାନେ ବି ଅଣନିଃଶ୍ୱାସୀ ହୋଇପଡ଼ିଛନ୍ତି। ତୁରନ୍ତ ଉକ୍ତ ରାସ୍ତାରେ ପ୍ରତିଦିନ ପାଣି ସିଞ୍ଚନ କରିବାକୁ ସ୍ଥାନୀୟ ବ୍ୟବସାୟୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ପୁର୍ତ୍ତବିଭାଗର ସହକାରୀ ଯନ୍ତ୍ରୀ ପ୍ରଫୁଲ୍ଲ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ମୁଁ ଠିକାଦାରଙ୍କୁ ପାଣି ପକାଇବା ପାଇଁ କହିଛି ା ତୁରନ୍ତ ସେ କାମ ଆରମ୍ଭ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରାଖଣ୍ଡରେ ମୟୂରଭଞ୍ଜର ଯୁବକ ନିଖୋଜ

ଖୁଣ୍ଟା,୧୧।୨(ଡି.ଏନ.ଏ.)- ଉତ୍ତରାଖଣ୍ଡରେ ଘଟିଥିବା ହିମସ୍ଖଳନ ଜନିତ ବନ୍ୟାରେ ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ବାଙ୍ଗରା ପଞ୍ଚାୟତ ଅନ୍ତର୍ଗତ ସାତପଉଟିଆ ଗ୍ରାମର ଜଣେ ଯୁବକ ନିଖୋଜ ଥିବା...

୧୯ ଦିନ ବିତିଲା, ମଦମୃତ୍ୟୁ ସଂଖ୍ୟା ଅସ୍ପଷ୍ଟ

ଭଦ୍ରକ ଅଫିସ, ୨୦।୫ – ଭଦ୍ରକ ଜିଲାରେ ମଦମୃତ୍ୟୁ ଘଟଣାକୁ ୧୯ ଦିନ ବିତିଲାଣି। ନିର୍ବାଚନ ସମୟରେ ଭୋଟରଙ୍କୁ ହାତେଇବା ପାଇଁ ଏକ ନିର୍ଦ୍ଦିଷ୍ଟ ଦଳ...

ସୁଅ ମୁହଁରେ ଅଥୟ କଙ୍କଡ଼ାପାଳ

ବାଲିଆପାଳ, ୨୭ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଚଉମୁଖ ପଞ୍ଚାୟତ କଙ୍କଡାପାଳ ଅଞ୍ଚଳରେ ସୁବର୍ଣ୍ଣରେଖା କୂଳ ଖାଇ ଗତିପଥ ବଦଳାଇବା ପରିସ୍ଥିତି ସୃଷ୍ଟି ହୋଇଛି। ଏ ନେଇ...

ଚୋର ଭାବି ୨ ଯୁବକଙ୍କୁ ନିସ୍ତୁକ ମାଡ଼: ପାରିଶ୍ରମିକ ଟଙ୍କା ଧରି ଗାଁକୁ ଫେରୁଥିଲେ

ଜୁନାଗଡ଼,୪।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିଶ୍ରମିକ ଟଙ୍କା ଧରି ଫେରୁଥିବା ବେଳେ ରାସ୍ତାରେ ୨ ଯୁବକଙ୍କୁ ଚୋର...

ସୋସିଆଲ ମିଡ଼ିଆରେ ବନ୍ଧୁତ୍ୱ: ବନ୍ଧୁଙ୍କୁ ଭେଟିବା ଲାଗି କୋରିଆରୁ ସୁନ୍ଦରଗଡ଼

ସୁନ୍ଦରଗଡ଼, ୫।୧(ଡି.ଏନ୍‌.ଏ.) -ସବୁ ସମ୍ପର୍କ ମଧ୍ୟରେ ବନ୍ଧୁତ୍ୱ ଭାବ ନିଆରା । କେତେବେଳେ କାହା ସହିତ ଅନ୍ତରଙ୍ଗ ବନ୍ଧୁତ୍ୱ ସୃଷ୍ଟି ହୁଏ ତାହାର କୌଣସି ନିର୍ଦ୍ଦିଷ୍ଟ...

ଲଣ୍ଡା ଡଙ୍ଗରକୁ ସବୁଜ ଜଙ୍ଗଲରେ ପରିଣତ କଲେ ବୁଟି

ଟିକିରି,୫।୬(ଡି.ଏନ୍‌.ଏ.): ପ୍ରାକୃତିକ ଜଙ୍ଗଲ ନଷ୍ଟ କରି କଂକ୍ରିଟ ଜଙ୍ଗଲ ସୃଷ୍ଟି କରିବାରେ ସମସ୍ତେ ବ୍ୟସ୍ତ। ଏହାଦ୍ୱାରା ତାପମାତ୍ରା ବୃଦ୍ଧି ପାଇବା ସହ ବନ୍ୟଜନ୍ତୁଙ୍କ ଜୀବନ ବିପଦରେ...

ଗଞ୍ଜାମର ୩ ପଞ୍ଚାୟତକୁ ଜାତୀୟ ଆୱାର୍ଡ: ଟୁଇଟକରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର, ୨୫।୪( ଡି.ଏନ୍‌.ଏ.): ଜାତୀୟ ପଞ୍ଚାୟତିରାଜ ଦିବସରେ ଶୁକ୍ରବାର ୩ଟି ବିଭାଗରେ ଗଞ୍ଜାମ ଜ଼ିଲାର ୩ ପଞ୍ଚାୟତକୁ ଜାତୀୟ ପଞ୍ଚାୟତ ଆୱାର୍ଡ ମିଳିଛି। ଏ ନେଇ...

ବଡ଼ସାହିରେ ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ଶୋ

ବଡ଼ସାହି/ବତନଟୀ, ୨୫ା୪(ସ୍ବ.ପ୍ର.)-ବଡ଼ସାହି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାର ପାଇଁ ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ବସ୍‌ ଯୋଗେ ରୋଡ଼ ଶୋରେ ମାରାଥନ ପ୍ରଚାର...

Advertisement
Archives

Model This Week