ଏହି ୪ ରାଶିର ଲୋକ ହୋଇଥାନ୍ତି ଅଦ୍ଭୁତ ଶକ୍ତିର ମାଲିକ; ଜାଣନ୍ତୁ କେତେ ଭାଗ୍ୟଶାଳୀ ଆପଣ

ମନୁଷ୍ୟ ଜୀବନରେ ରାଶିର ମହତ୍ତ୍ୱ ଅଧିକ। ରାଶି ଅନୁଯାୟୀ ବ୍ୟକ୍ତିର ସ୍ବଭାବ ଏବଂ ଆଚରଣ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୧୨ ରାଶିରୁ ୪ ରାଶି ବେଶ ଶକ୍ତିଶାଳୀ ହୋଇଥାନ୍ତି। ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଭରପୂର ରହିଥାଏ। ଆସନ୍ତୁ ଜାଣିବା:

ମେଷ: ସବୁଠାରୁ ଶକ୍ତିଶାଳୀ ରାଶି ଭିତରୁ ମେଷ ଗୋଟିଏ। ଏହି ରାଶିର ଜାତକଧାରୀଙ୍କ ମଧ୍ୟରେ ଉତ୍ସାହ ଭରି ରହିଥାଏ। ଜନ୍ମରୁ ଏମାନେ ନେତା ହୋଇଥାଏ। ସେମାନେ ରାସ୍ତାରେ ଆସୁଥିବା ବାଧାର ପରବାୟ କରନ୍ତି ନାହିଁ। ସ୍ପଷ୍ଟବାଦୀ, ବିଦ୍ରୋହୀ, ମୁହଁରେ କହୁଥିବା ଲୋକ ଏମାନେ। ଏଥିପାଇଁ ଏମାନଙ୍କର ଶତ୍ରୁ ଅଧିକ।

ବିଛା: ବିଛା ରାଶିର ବ୍ୟକ୍ତି ମଜଭୂତ ବ୍ୟକ୍ତିତ୍ୱ ସହ ଜନ୍ମ ନେଇଥାନ୍ତି। ଏମାନଙ୍କ କାର୍ଯ୍ୟ କରିବାର କ୍ଷମତା ଅନ୍ୟଙ୍କଠାରୁ ଅଲଗା। ବିଛା ରାଶିର ଜାତକଧାରୀ ବହୁତ ଗର୍ବି ହୋଇଥାନ୍ତି। ରୋମାଣ୍ଟିକ୍‌ ସମ୍ପର୍କ ଦେଖିଲେ ଏମାନେ ପାର୍ଟନରଙ୍କ ପ୍ରତି ବେଶ ସଚ୍ଚୋଟ ହୋଇଥାନ୍ତି।

କର୍କଟ: କର୍କଟ ରାଶିର ଲୋକ ସାଧାରଣତଃ ସମ୍ବେଦନଶୀଳ ଏବଂ ଭାବନାତ୍ମକ ହୋଇଥାନ୍ତି। ଏମାନଙ୍କୁ ଦୁର୍ବଳ ଭାବିବା ଉଚିତ ନୁହେଁ। ଏହି ରାଶିର ଲୋକ ବେଶ ମଜଭୂତ ହୋଇଥାନ୍ତି। ଏମାନେ ବହୁତ ରାଗି ହୋଇଥାନ୍ତି। ଯେତେଶୀଘ୍ର ସେମାନେ ରାଗିଯାନ୍ତି, ସେତେଶୀଘ୍ର ଶାନ୍ତ ହୋଇଯାଇଥାନ୍ତି।

ସିଂହ: ସିଂହ ରାଶି ଜାତକଧାରୀ ସାହସୀ, ଦୃଢ଼-ନିଶ୍ଚୟ ସ୍ବଭାବଧାରୀ ହୋଇଥାନ୍ତି। ନିଜ ହାବଭାବରୁ ଏମାନେ ଅନ୍ୟଲୋକ ଉପରେ ନିଜର ପ୍ରଭାବ ଛାଡ଼ିଥାନ୍ତି। ଯେତେ ବି କଠିନ ପରିସ୍ଥିତି ଆସୁ ସେମାନେ ଡରି ନ ଥାନ୍ତି, ସମୟ ସହ ଲଢ଼ିବାକୁ କିଛି ନା କିଛି ଯୋଜନା କରିଥାନ୍ତି। ଏହା ତାଙ୍କୁ ଗର୍ବି କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri