ଭଞ୍ଜ ରାଜବଂଶର ମନ୍ଦିର ଏଣିକି ଲୋକେ ବୁଝିବେ, ୧୭ ଜଣିଆ ପରିଚାଳନା କମିଟି ଗଠନ

ଭଞ୍ଜନଗର,୨୪ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର କୁଲାଡ ଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ବୁଧବାର ଏକ ୧୭ ଜଣିଆ ପରିଚାଳନା କମିଟି ଗଠନ ହୋଇଛି। ଏହା ସହିତ ଦୁଇଜଣଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଛି। ନୂତନ କମିଟିର ସଭାପତି ଭାବେ ବ୍ରହ୍ମାନନ୍ଦ ଦାସ, ଉପସଭାପତି ଚିତ୍ତରଞ୍ଜନ ନାୟକ, କୋଷାଧ୍ୟକ୍ଷ ନୀଳମାଧବ ଚୌଧୁରୀ, ସମ୍ପାଦକ ସଞ୍ଜୟ ପ୍ରଧାନ ଓ ସହ-ସମ୍ପାଦକ ଭାବେ ଲକ୍ଷ୍ମୀକାନ୍ତ ସୁବୁଦ୍ଧି ଚୟନିତ ହୋଇଛନ୍ତି। ଉପଦେଷ୍ଟା ଭାବେ ମୁରଲୀଧର ପଣ୍ଡା ଓ ସୁଧୀର ଦାସ ଏବଂ ସଭ୍ୟ ଭାବେ ତାରାପ୍ରସାଦ ପାତ୍ର, ବିଭୁନନ୍ଦନ ଶରାବ, ବିଜୟ ସାହୁ, ଶରତ ଦାସ, ଜଗନ୍ନାଥ ପୃଷ୍ଟି, ଦୁତିକୃଷ୍ଣ ପ୍ରଧାନ, ସୁରେନ୍ଦ୍ରନାଥ ସାହୁ, ବିଭୁପ୍ରସାଦ ମିଶ୍ର, କେଶବଚନ୍ଦ୍ର ମହାନ୍ତି, ପି. ରାମହରି ପାତ୍ର, ଅବନୀକୁମାର ପାଢ଼ୀ ଓ କୃଷ୍ଣଚନ୍ଦ୍ର ମହାରଣା ମନୋନୀତ ହୋଇଛନ୍ତି।

ମନ୍ଦିର ପରିଚାଳନା ଦାୟିତ୍ୱ ଦେବୋତ୍ତର ବିଭାଗ ଅଧୀନରେ ରହିଛି, ଯେଉଁଥିରେ ଭଞ୍ଜନଗର ଉପଜିଲାପାଳ ଚେୟାରମ୍ୟାନ ଓ ତହସିଲଦାର ସ୍ଥାୟୀ ସଭାପତି ଭାବେ କାର୍ଯ୍ୟ କରୁଛନ୍ତି। କମିଟି ଗଠନ ସମୟରେ ତହସିଲଦାର ଅଭିପ୍ସା ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଅବିନାଶ ମହାର ଓ ତାଲିମ ଅଧିକାରୀ କାର୍ତ୍ତିକ ଦୋରା ଉପସ୍ଥିତ ଥିଲେ। ନୂତନ କମିଟି ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ପରାମର୍ଶରେ ମନ୍ଦିର ପରିଚାଳନାରେ ସହାୟକ ହେବ ବୋଲି ଆଶା କରାଯାଉଛି।

କୁଲାଡ ଜଗନ୍ନାଥ ମନ୍ଦିର ୧୬୦୦ ଶତାବ୍ଦୀରେ ଭଞ୍ଜ ରାଜବଂଶ ପକ୍ଷରୁ ଘୁମୁସରର ରାଜଧାନୀ କୁଲାଡ଼ରେ ପ୍ରତିଷ୍ଠିତ ହୋଇ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ପରବର୍ତୀ ସମୟରେ ୧୭୪୪ରୁ ୧୭୫୭ ମଧ୍ୟରେ ମନ୍ଦିର ପ୍ରତିଷ୍ଠା ସହ ରାଜବଂଶ ପକ୍ଷରୁ ହଜାର ହଜାର ଏକର ଜମି, ବିପୁଳ ପରିମାଣର ସୁନା, ରୂପା ଅଳଙ୍କାର ଓ ହୀରା ଦାନ କରାଯାଇଥିଲା। ଦେଶ ସ୍ୱାଧୀନତା ପରେ ମନ୍ଦିର ପରିଚାଳନା ଦେବୋତ୍ତର ବିଭାଗକୁ ହସ୍ତାନ୍ତର ହୋଇଥିଲା, ଏବଂ ବହୁ ବର୍ଷ ମନ୍ଦିର ସୁଚାରୁ ଚାଲିଥିଲା।

କିନ୍ତୁ ୧୯୯୩ ଫେବୃଆରୀ ୧୭ ରାତିରେ ଏକ ବଡ଼ ଚୋରୀ ଘଟଣା ମନ୍ଦିରର ଇତିହାସରେ କଳଙ୍କ ସୃଷ୍ଟି କରିଥିଲା। ଦୁର୍ବୃତ୍ତମାନେ ମନ୍ଦିର କବାଟ ଭାଙ୍ଗି ୧ କେଜି ସୁନା, ୮୦ କେଜି ରୂପା ଅଳଙ୍କାର ଓ ହୀରାର ୩ଟି ଚିତା ସହ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ଚୋରୀ କରି ନେଇଥିଲେ। ପୋଲିସ କିଛି ମାସ ତଦନ୍ତ କରିଥିଲେ ହେଁ ଅଭିଯୁକ୍ତଙ୍କୁ ଠାବ କରିପାରି ନଥିଲା, ଏବଂ ତଦନ୍ତ ଅଟକି ଯାଇଥିଲା। ୩୨ ବର୍ଷ ବିତିଯାଇଥିଲେ ମଧ୍ୟ ଚୋରି ହୋଇଥିବା ଅଳଙ୍କାର ଆଜି ପର୍ଯ୍ୟନ୍ତ ମିଳିନାହିଁ। ଏହା ସହିତ, ମନ୍ଦିରର ମୂଲ୍ୟବାନ ଜମି କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା ଅନୁପଯୁକ୍ତ ଭାବେ ଅଧିକାର କରାଯାଇଥିବା ଅଭିଯୋଗ ରହିଛି, ଯାହା ମନ୍ଦିରର ଆୟରେ ବ୍ୟାଘାତ ସୃଷ୍ଟି କରିଛି।

ଚୋରୀ ପରେ ରଥଯାତ୍ରାରେ ଗ୍ରାମବାସୀଙ୍କ ଅଳଙ୍କାରରେ ଠାକୁରଙ୍କ ସୁନାବେଶ ହେଉଛି, ଯାହା ପରେ ଗ୍ରାମବାସୀ ଫେରାଇ ନେଉଛନ୍ତି। ଜମିରୁ ଖଜଣା ଓ ଅଳଙ୍କାରର ଅଭାବ ମନ୍ଦିର ପରିଚାଳନାରେ ଗୁରୁତର ସମସ୍ୟା ସୃଷ୍ଟି କରିଛି। ଏହା ସହିତ, ପୂଜାରୀମାନଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖାଦେଇଛି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ନୂତନ ପରିଚାଳନା କମିଟି ଗଠନ କରିଛି, ଯାହା ମନ୍ଦିର ସୁଚାରୁ ପରିଚାଳନା ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ର ପ୍ରଦେଶରେ ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ତଥ୍ୟ ସଂଗ୍ରହ କଲେ ଶ୍ରମ ଅଧିକାରୀ

ବଘିଆପଡ଼ା,୩୧।୧(ଶ୍ରୀକାନ୍ତ ସାହୁ): ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ବୌଦ୍ଧ ବ୍ଲକ ଟିକରପଡା ପଞ୍ଚାୟତର ବୁରଗୋରା ଗ୍ରାମର ଅରୁଣ ରଣବିଡାଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଜନ୍ମମାଟିକୁ…

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

ହୁକ ପକାଇ ଅବାଧରେ ବିଦ୍ୟୁତ୍‌ ଚୋରି, ବିଭାଗ ଜାଣି ଅଜଣା

ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍‌ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍‌ ବିଭାଗ। ଗଞ୍ଜାମ ସହର ସାନ…

ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣା: ACF ନିଲମ୍ବିତ

ବାଲିଗୁଡା,୩୧।୧:(ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବନାଞ୍ଚଳରେ ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା…

ସ୍କୁଲରେ ହଣାକଟା: ୯ମ ଶ୍ରେଣୀ ଛାତ୍ରଙ୍କୁ ହାଣିଲେ ୧୦ମ ଛାତ୍ର

ବାଲେଶ୍ୱର,୩୧ା୧(ବାଞ୍ଛାନିଧି ଦେ): ବିଦ୍ୟାଳୟ ପରିସର ଏବେ ଅସୁରକ୍ଷିତ ହୋଇପଡ଼ିଛି। କେଉଁଠି ଛାତ୍ର ବ୍ୟାଗରେ ବନ୍ଧୁକ ଆଣୁଛନ୍ତି ତ ଆଉ କେଉଁଠି ଛାତ୍ରଙ୍କ ହାତରେ ରହୁଛି ମାରଣାସ୍ତ୍ର। ଜଣେ…

ଭେଙ୍କଟପଲମ ମେଗା ପାନୀୟ ଜଳ ପ୍ରକଳ୍ପ: ପରିଦର୍ଶନ କଲେ ବିଧାନ ସଭା ଷ୍ଟାଣ୍ଡିଂ କମିଟି ସଦସ୍ୟ

କାଲିମେଳା,୩୧।୧(ଜୀବନକୃଷ୍ଣ ଦାସ ): ମାଲକାନଗିରି ଜିଲା କାଲିମେଳା ବ୍ଲକ ଭେଙ୍କଟପଲମ ପଞ୍ଚାୟତରେ ଚାଲିଥିବା ମେଗାପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ କରିଛନ୍ତି ବିଧାନସଭା ଷ୍ଟାଣ୍ଡିଂ କମିଟିର ସଦସ୍ୟ।…

ଗର୍ଜିଲେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗର ଲୋକେ, ସ୍ଥାୟୀ ଠିକଣା ଦାବି କରି…

ଦାରିଙ୍ଗବାଡ଼ି,୩୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ଶନିବାର ସର୍ବଭାରତୀୟ ମୂଳ ନିବାସୀ ସଂଘର ବିଭିନ୍ନ ଦାବିରେ ସଭା, ଶୋଭାଯାତ୍ରା ଓ ବିକ୍ଷୋଭ କରାଯାଇଛି। ସଂଘର ବ୍ଲକସ୍ତରୀୟ…

ସ୍କୁଲ ଛାତ୍ର ନିକଟରୁ ମିଳିଲା ବନ୍ଧୁକ: ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ

ବାହାନଗା, ୩୧। ୧(ଅରୂପ କୁମାର ଦାସ ): ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗସ୍ଥିତ ଦାସମହାପାତ୍ର ହାଇସ୍କୁଲର ଜଣେ ଛାତ୍ରଙ୍କ ବ୍ୟାଗରୁ ଏକ ବନ୍ଧୁକ ବାହାରିଥିଲା। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri