ଟିକା ନେଇଥିବା ଲୋକ ସହଜରେ ହେଉଛନ୍ତି ଓମିକ୍ରନ୍‌ରେ ଆକ୍ରାନ୍ତ…

ଜେନେଭା/ନୂଆଦିଲ୍ଲୀ, ୨୧।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ପୃଥିବୀରେ ସଙ୍କଟ ବଢ଼ିବାରେ ଲାଗିଛି। ତେବେ ବିଶ୍ୱସ୍ବାସ୍ଥ୍ୟ ସଂଗଠନର ବିଶେଷଜ୍ଞଙ୍କ ଅନୁସାରେ ଟିକା ନେଇଥିବା ଲୋକ ସହଜରେ ଓମିକ୍ରନ୍‌ରେ ଆକ୍ରାନ୍ତ ହେଉଛନ୍ତି। ଏହା ସହିତ ଓମିକ୍ରନ୍‌ ପୂର୍ବର ସମସ୍ତ ଭାରିଆଣ୍ଟ୍‌ ତୁଳନାରେ ଶୀଘ୍ର ବ୍ୟାପିବାରେ ଲାଗିଛି। ବିଶ୍ୱସ୍ବାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରେୟେସସ କହିଛନ୍ତି ଯେ ଓମିକ୍ରନ ଶୀଘ୍ର ବ୍ୟାପୁଛି। ଟିକା ନେଇ ସାରିଥିବା ଏବଂ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିବା ଲୋକଙ୍କଠାରେ ଏହାର ସଂକ୍ରମଣ ଶୀଘ୍ର ଏବଂ ସହଜରେ ହେଉଛି।

ଘେବ୍ରେୟେସସଙ୍କ କହିବାନୁସାରେ, ୨୦୨୧ରେ କରୋନା ମହାମାରୀ ଭାଇରସ ଯୋଗୁଁ ୩.୩ ନିୟୁତରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଯାହାକି ଗତ ବର୍ଷ ଏଚ.ଆଇ.ଭି, ମ୍ୟାଲେରିଆ ଏବଂ ଯକ୍ଷ୍ମା ଯୋଗୁ ମୃତ୍ୟୁ ଘଟିଥିବା ଲୋକଙ୍କ ସଂଖ୍ୟା ସହିତ ସମାନ। ଇଟାଲିଆନ୍‌ ମେଡିସିନ ଏଜେନ୍ସି ର ଅଧ୍ୟକ୍ଷ ଜିୟୋର୍ଜିଓ ପାଲୁ ଆକଳନ କରିଛି ଯେ ମୂଳ ଷ୍ଟ୍ରେନ ଅପେକ୍ଷା ଓମିକ୍ରନ ଭାରିଆଣ୍ଟକୁ ପ୍ରତିହତ କରିବା ପାଇଁ ୪୦ ଗୁଣା ଅଧିକ ଶକ୍ତିଶାଳୀ କରୋନା ଭାଇରସ ଆଣ୍ଟିବଡିର ଆବଶ୍ୟକତା ରହିଛି। ତେଣୁ ଟିକା ନେଇଥିବା ଏବଂ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିବା ଲୋକେ ଅଧିକ ସତର୍କ ରହିବା ଜରୁରୀ ବୋଲି ସେ ଚେତାବନୀ ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

୧୮ଦିନ ହେଲା ଘରକୁ ଫେରିନାହାନ୍ତି ଜୟଲାଲ: ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଯାଇଥିଲେ ଛତିଶଗଡ଼

ନୂଆପଡ଼ା,୪ା୯ (ମକାରୁ ବେମାଲ):ଜଣେ ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଛତିଶଗଡ଼ର ଦୁର୍ଗ ଅଞ୍ଚଳକୁ ଯାଇଥିବା ନୂଆପଡା ଜିଲାର ଜଣେ ଯୁବକ ୧୮ଦିନ ହେଲା ଘରକୁ ଫେରିନାହାନ୍ତି। ଏହାକୁ…

ଇସ୍ରୋର ଆଉ ଏକ ବଡ଼ ସଫଳତା, ଲଞ୍ଚ ହେଲା EOS-05 ସାଟେଲାଇଟ୍

ନୂଆଦିଲ୍ଲୀ,୪ା୯: ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ଅନ୍ତରୀକ୍ଷ କ୍ଷେତ୍ରରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରର…

କଳାହାଣ୍ଡି ଜିଲାରେ ଶିକ୍ଷାର ବିକଳ ଚିତ୍ର: ୩୮୨୦ ଡ୍ରପ୍‌ଆଉଟ ଛାତ୍ରୀଛାତ୍ର

ଭବାନୀପାଟଣା, ୪ା୯(ଉତ୍ତମ କୁମାର ଦାଶ):ଶିକ୍ଷାର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାଗଣାରେ ଛାତ୍ରୀଛାତ୍ରଙ୍କୁ ବହି,…

ବର୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ…

ଭୁବନେଶ୍ୱର,୪ା୯ (ସୌମ୍ୟରଞ୍ଜନ ରାଉତ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଦେଇ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଆଡକୁ ଗତି କରୁଛି। ଫଳରେ ରାଜ୍ୟକୁ ଏବେ ଲଘୁଚାପ…

ଜମନକିରା ବ୍ଲକରେ ହାତୀ ଉପଦ୍ରବ: ଏକର ଏକର ଧାନ କ୍ଷେତ ଉଜୁଡ଼ିଲା, ଚିନ୍ତାରେ ଚାଷୀକୂଳ

ଜମନକିରା,୪।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ବ୍ଲକ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଏବେ ଚରମ ସୀମାରେ ପହଞ୍ଚିଛି । ବିଶେଷ କରି ବଡ଼ରମା ବନ୍ୟପ୍ରାଣୀ ରେଞ୍ଜ…

ମିଳୁନି ମୌଳିକ ସୁବିଧା, ଚଟାଣରେ ବସି ପଢ଼ୁଛନ୍ତି ପିଲା: ୪୬ ଛାତ୍ରୀଛାତ୍ରଙ୍କ ପାଇଁ ୨ ଶିକ୍ଷକ

ଗଞ୍ଜାମ, ୪ା୯ (ଅନାଥ ତରାଇ):ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମ ପ୍ରବେଶ ପଥ ନିକଟରେ ଥିବା ପୁଇଁତୋଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୀର୍ଘଦିନ ଧରି ଭିତ୍ତିଭୂମି ଅଭାବ…

ଇରାନ୍‌କୁ ଆର୍ଥିକ ଫାଇଦା ପହଞ୍ଚାଇଲେ ପରିଣାମ ଭୋଗିବ: ଆମେରିକା

ୱାଶିଂଟନ୍‌,୪।୯ (ପି.ଟି.): କିର୍‌ଗିଜସ୍ଥାନର ବିଶ୍‌କେକ୍‌ଠାରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇରାନ୍‌ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ୍‌ଙ୍କ…

୫୬ ଭୋଗ ନ ଥିଲେ ବି ପ୍ରସନ୍ନ ହେବେ କାହ୍ନା! ଜନ୍ମାଷ୍ଟମୀରେ ବାଳଗୋପାଳଙ୍କୁ ଚଢ଼ାନ୍ତୁ ଏହି ୫ଟି ପ୍ରିୟ ଜିନିଷ; ଜାଣନ୍ତୁ ବିଧି

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଭାବେ ସାରା ଦେଶରେ ଉତ୍ସାହର ସହ ପାଳନ କରାଯାଏ। ଏହି ଦିନ ଭକ୍ତମାନେ ବ୍ରତ ରଖି ମଧ୍ୟରାତ୍ରିରେ ବାଳଗୋପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri