ବହୁତ ଖରାପ ନଜରରେ ଏହି ଅଭିନେତ୍ରୀଙ୍କୁ ସ୍ପର୍ଶ କରୁଥିଲେ ଲୋକେ, କ୍ୟାରିୟର ଆରମ୍ଭରୁ ବିରୋଧ କରିବା ନ ଥିଲା ସହଜ…

ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଇଣ୍ଡଷ୍ଟ୍ରିରେ କରିଥିବା ସଂଘର୍ଷ ବିଷୟରେ ସମସ୍ତେ ଅବଗତ। ଭାରତୀ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ଅନେକ କଥା ଉପରୁ ପରଦା ଉଠାଇଛନ୍ତି। କ୍ୟାରିୟର ଆରମ୍ଭରେ ସେ କିପରି ନିଜ ମା’ଙ୍କ ସହ ଶେଟ୍‌କୁ ଯାଉଥିଲେ ତାହା କହିଛନ୍ତି। ଏହା ପଛରେ ଏକ ବିଶେଷ କାରଣ ଥିଲା । ଜାଣନ୍ତୁ ସେ ସମ୍ପର୍କରେ…

ନିକଟରେ ମନିଶ ପାଲ୍‌ଙ୍କ ପୋଡ୍‌କାଷ୍ଟ ଚାଟ୍‌ ଶୋ’ରେ ଭାରତୀ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ ଅନେକ କଥା କହିଥିଲେ। ଭାରତୀ କହିଛନ୍ତି, ଶୋ‘କୁ ସେ ତାଙ୍କ ମା’ଙ୍କୁ ସାଙ୍ଗରେ ନେଇ ଆସୁଥିଲେ। କାରଣ ଅନେକ ଥର ଲୋକମାନଙ୍କ ଦ୍ୱାରା କରାଯାଉଥିବା କାର୍ଯ୍ୟକୁ ସେ ବୁଝିପାରୁ ନ ଥିଲେ। ଏ ନେଇ ସେ ପ୍ରାୟ ପ୍ରତ୍ୟେକ ଶୋ’ରେ ତାଙ୍କ ମା’ଙ୍କୁ ସାଙ୍ଗରେ ନେଇ ଆସୁଥିଲେ ।
ଆଧୁନିକ ଜିନିଷ ବିଷୟରେ ମୁଁ ବହୁତ କମ ଜାଣିଥିଲି। କେହି କେହି ମୋ ଅଣ୍ଟା ଛୁଇଁଲେ, ମୁଁ ଜାଣି ନଥିଲି ଯେ ଏହା ଖରାପ ବୋଲି। ସେହି ସଂଯୋଜକମାନେ ଯେଉଁମାନେ ଟଙ୍କା ଦିଅନ୍ତି, ଅଣ୍ଟାରେ ହାତ ମାରନ୍ତି। ମୁଁ ଜାଣେ ଏହା ଏକ ଭଲ ଅନୁଭବ ନୁହେଁ, କିନ୍ତୁ ସେମାନେ ବୟସରେ ବଡ଼ ଖରାପ କିପରି ହୋଇପାରିବେ ଭାବି ଚୁପ ରୁହେ। ମୁଁ ଭାବେ ମୁଁ ଭୁଲ ସେ ଠିକ କହିଛନ୍ତି। ମୁଁ ସେତେବେଳେ ଜାଣି ନଥିଲି ଯେ ଏହି ଜିନିଷଗୁଡ଼ିକ ଖରାପ ।

ଭାରତୀ ଆହୁରି ମଧ୍ୟ କହିଛନ୍ତି, ଭଗବାନ ପ୍ରତ୍ୟେକ ମହିଳାଙ୍କୁ ଏକ ଶକ୍ତି ଦେଇଛନ୍ତି, ଯେଉଁଥିରେ ସେ ବୁଝିପାରିବେ ଯେ, ସାମ୍ନାରେ ଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟ କ’ଣ? ଯେତେବେଳେ କାହାର ଉଦ୍ଦେଶ୍ୟ ଠିକ ମନେ ହୁଏ ନାହିଁ, ମହିଳା ଜଣକ ଜାଣିପାରନ୍ତି । ମୁଁ ବର୍ତ୍ତମାନ ଅନୁଭବ କରୁଛି ଯେ ମୁଁ ଜଣେ ମୂର୍ଖ, ଯିଏ ଏସବୁକୁ ପ୍ରଥମେ ବୁଝୁ ନ ଥିଲେ। ପରେ କ୍ୟାରିୟର ଆରମ୍ଭରେ ବି କାହାକୁ ବିରୋଧ କରିବାର ସାହାସ ନ ଥିଲା। ହେଲେ ମୁଁ ବର୍ତ୍ତମାନ ନିଜକୁ କିପରି ସୁରକ୍ଷା ଦେବି ଜାଣିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri