ମୋ ଘର ପ୍ରତି ଲୋକେ ବିମୁଖ

ରସୁଲପୁର,୨୪ା୭(ରଞ୍ଜିତ ରାଉତ): ରାଜ୍ୟ ସରକାରଙ୍କ ମୋ ଘର ଯୋଜନା ପ୍ରତି ଲୋକେ ବିମୁଖ ହେଉଛନ୍ତି। ଜମି ସମସ୍ୟା ଓ ବ୍ୟାଙ୍କ ସହ ହିତାଧିକାରୀଙ୍କ ଚୁକ୍ତିନାମା ଭଳି କେତେକ ବ୍ୟବସ୍ଥା ଯୋଜନା ପ୍ରତି ଅନାଗ୍ରହ ସୃଷ୍ଟି କରୁଛି। ସେହିପରି ଘରବାରି ଜମି ସମସ୍ୟା ଯୋଜନାରେ ବାଧକ ସାଜୁଛି। ଫଳରେ ଏହି ଯୋଜନା ଜନହିତକର ହୋଇପାରିବା ସହ ଗରିବଙ୍କ ମୁଣ୍ଡଉପରକୁ କଂକ୍ରିଟ ଛାତ ଖଣ୍ଡିଏ ଯୋଗାଇ ଦେବା ଲକ୍ଷ୍ୟ ସଫଳ ହେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରସୁଲପୁର ବ୍ଲକ୍‌ ଅଞ୍ଚଳରେ ଉକ୍ତ ଯୋଜନାରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୨ଜଣଙ୍କୁ ପ୍ରଥମ କିସ୍ତି ଋଣ ଯୋଗାଇ ଦିଆଯାଇଛି। ଯୋଜନା ଲାଗୁ ହେବାର ୨ ମାସ ବିତିବାକୁ ବସିଲାଣି। ହେଲେ ଏବେ ସୁଦ୍ଧା ବ୍ଲକ ଅଞ୍ଚଳରେ ଆବେଦନକାରୀଙ୍କ ସଂଖ୍ୟା ୧ ହଜାର ଛୁଇଁ ପାରିନାହିଁ। ଜୁନ୍‌ରେ ପ୍ରତ୍ୟେକ ପଞ୍ଚାୟତରୁ ଅନ୍ୟୁନ ୫୦ଜଣଙ୍କୁ ଚୟନ କରାଯିବାକୁ ନିର୍ଦ୍ଦେଶ ରହିଥିଲା। ମାତ୍ର ନିର୍ଦ୍ଧାରିତ ଟାର୍ଗେଟଠାରୁ ବହୁ କମ୍‌ ସଂଖ୍ୟକ ଲୋକ ଯୋଜନାରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରୁଥିବା ଲକ୍ଷ୍ୟ କରାଯାଉଛି।
ମୋ ଘର ଯୋଜନାରେ ଜଣେ ହିତାଧିକାରୀଙ୍କୁ ୬୦ରୁ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଯୋଗାଇ ଦିଆଯାଉଛି। ଯୋଜନାରେ ଘର ନିର୍ମାଣ କରିବାକୁ ହେଲେ ହିତାଧିକାରୀଙ୍କୁ ବ୍ୟାଙ୍କରୁ ଋଣ ନେବାକୁ ପଡ଼ିବ। ଜଣେ ହିତାଧିକାରୀଙ୍କୁ ବ୍ୟାଙ୍କ ସର୍ବାଧିକ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବ। ଘର ନିର୍ମାଣ ପାଇଁ ଋଣ ଦିଆଯାଉ ଥିବାରୁ ବ୍ୟାଙ୍କର ନିୟମ ମୁତାବକ ଋଣର ଗ୍ୟାରେଣ୍ଟି ଭାବେ ଘରବାରି ପଟ୍ଟାକୁ ଗ୍ରହଣ କରାଯାଉଛି। ଯେଉଁ ହିତାଧିକାରୀ ଯୋଜନାରେ ସାମିଲ ହେବେ ତାଙ୍କ ନିଜ ନାମରେ ଘରବାରି ପଟ୍ଟାଥିବା ଦରକାର। ସମ୍ପତ୍ତି ପୈତୃକ ହୋଇଥିଲେ ଘରବାରି ପଟ୍ଟାରେ ନିଜର ଅଂଶୀଦାରଙ୍କ ସମ୍ପୃକ୍ତି ସ୍ପଷ୍ଟ କରିବା ପାଇଁ ତହସିଲରୁ ଉତ୍ତରାଧିକାରୀ ପ୍ରମାଣପତ୍ର ବାହାର କରିବାକୁ ପଡୁଛି। ଉତ୍ତରାଧିକାରୀ ତାଲିକାରେ ଥିବା ବ୍ୟକ୍ତିମାନେ ବ୍ୟାଙ୍କରେ ଉପସ୍ଥିତ ରହି ଆଇନଜୀବୀଙ୍କ ନିକଟରେ ସତ୍ୟପାଠ କରିବାକୁ ପଡ଼ିବ। ଏଭଳିସ୍ଥିତିରେ ବହୁ ଗରିବ ଲୋକଙ୍କ ନାମରେ ଘରବାରି ପଟ୍ଟାନାହିଁ। ପୈତୃକ ସମ୍ପତ୍ତି ଉପରେ ଘର କରିବାକୁ ହେଲେ ଅନ୍ୟ ଅଂଶୀଦାରମାନେ ସ୍ବୀକୃତି ପ୍ରଦାନ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ବ୍ୟାଙ୍କରେ ଜମି ବନ୍ଧକ ପଡ଼ିଲେ ଭବିଷ୍ୟତରେ ଜମିଜମା ସଂକ୍ରାନ୍ତିୟ ସମସ୍ୟା ଉପୁଜିବା ଭୟରେ ଅଂଶୀଦାର ସହଯୋଗ କରୁନାହାନ୍ତି। ଭୂମିହୀନମାନେ ଯୋଜନାରେ ସାମିଲ ହୋଇପାରିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମୋ ଘର ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିବାଠାରୁ ଆରମ୍ଭ କରି ଋଣ ପ୍ରଦାନ ପର୍ଯ୍ୟନ୍ତ ବିଭିନ୍ନ ଆଳରେ ହିତାଧିକାରୀଙ୍କୁ ୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଏସବୁ ପରେ ଘର ନିର୍ମାଣ ପାଇଁ ହୋଇଥିବା ଋଣର ସମସ୍ତ କିସ୍ତି ପୈଠ ନ ହେବା ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ରିହାତି ଟଙ୍କା ମିଳି ପାରିବନାହିଁ। କିସ୍ତି ବାବଦକୁ ମାସିକ ୩୮୦୦ଟଙ୍କା ଆକାରରେ ପୈଠ କରିବାକୁ ହେବ। ଜଣେ ହିତାଧିକାରୀ ୩ ଲକ୍ଷ ଟଙ୍କା ଋଣ ଗ୍ରହଣ କରି ୧୦ ବର୍ଷରେ କିସ୍ତି ଆକାରେ ବ୍ୟାଙ୍କକୁ ୪.୫୬ଲକ୍ଷ ଟଙ୍କା ପ୍ରଦାନ କରିବ। ୬୦ହଜାର ରିହାତି ନେଇ ବ୍ୟାଙ୍କକୁ ୨ଗୁଣାରୁ ଅଧିକା ଟଙ୍କା ସୁଧ ଆକାରରେ ପୈଠ କରିବା ଘଟଣା ଯୋଜନା ପ୍ରତି ଅନାଗ୍ରହର ଆଉ ଏକ କାରଣ ବୋଲି କୁହାଯାଉଛି।
ଅପରପକ୍ଷରେ ଏହି ଯୋଜନା ଜରିଆରେ ଋଣ ଦେଇ ବ୍ୟାଙ୍କକୁ ବହୁ ଅର୍ଥ ବିନିଯୋଗ କରିବାକୁ ପଡ଼ିବ। ଋଣ ଆଦାୟ ଓ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ବ୍ୟାଙ୍କଗୁଡିକ ସନ୍ଧୀହାନ ହୋଇପଡୁଛନ୍ତି। ଯୋଜନାରେ ଅର୍ଥ ଲଗାଣ କରିବାକୁ ବ୍ୟାଙ୍କଗୁଡ଼ିକ ଅନାଗ୍ରହ ପ୍ରକାଶ କରୁଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ପତ୍ର ଜରିଆରେ ବ୍ୟାଙ୍କଗୁଡ଼ିକୁ ତାଗିଦ୍‌ କରାଯିବା ପରେ କେତେକ ବ୍ୟାଙ୍କ ଋଣ ପ୍ରଦାନ ନେଇ ସମ୍ମତି ପ୍ରକାଶ କରିଥିବାବେଳେ ପ୍ରତିଷ୍ଠିତ ବ୍ୟାଙ୍କଗୁଡ଼ିକ ଆଗ୍ରହ ପ୍ରକାଶ କରୁନଥିବା ଜଣାପଡିଛି। ଏଭଳି ନାନା କାରଣରୁ ଯୋଜନା ଆଗକୁ କେତେ ବଢ଼ି ପାରି ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇ ଦେଇ ପାରିବ ତାହା ସମୟ କ୍ରମେ ସ୍ପଷ୍ଟ ହେବ ବୋଲି କୁହାଯାଉଛି। ଏ ସମ୍ପର୍କରେ ବିଡିଓ ଅବନିକାନ୍ତ ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ଆବେଦନକାରୀଙ୍କ ସମସ୍ତ ଡକ୍ୟୁମେଣ୍ଟ୍‌ ଠିକ୍‌ଥିଲେ ଯୋଜନାରେ ଅଗ୍ରାଧିକାର ଦିଆଯାଉଛି। ବ୍ୟାଙ୍କଗୁଡ଼ିକ ହିତାଧିକାରୀଙ୍କୁ କିଭଳି ସରଳଭାବେ ଋଣ ପ୍ରଦାନ କରିବେ ସେ ଦିଗରେ ପଦକ୍ଷେପ ନିଆଯାଉଛି। ଲୋକଙ୍କୁ ଅଧିକ ସଚେତନ କରାଯାଇ ଯୋଜନାକୁ ସଫଳ କରିବାକୁ ପ୍ରୟାସ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri