କରୋନାର ତୃତୀୟ ଲହରକୁ ଲୋକେ ମୌସୁମୀ ଅପଡେଟ୍ ଭଳି ନେଉଛନ୍ତି: ଲଭ ଅଗ୍ରୱାଲ

ନୂଆଦିଲ୍ଲୀ,୧୩ ।୭: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ ମଙ୍ଗଳବାର କହିଛନ୍ତି ଲୋକେ କରୋନାର ତୃତୀୟ ଲହରୀକୁ ମୌସୁମୀର ଅପଡେଟ୍ ଭଳି ଗ୍ରହଣ କରୁଛନ୍ତି । ଏହାକୁ କେହି ଗମ୍ଭିରତାର ସହ ଗ୍ରହଣ କରୁ ନାହାନ୍ତି । ଏହାପ୍ରତି ଥିବା ଆମର କର୍ତ୍ତବ୍ୟକୁ ଏମାନେ ଭୁଲି ଯାଉଛନ୍ତି । କୋଭିଡ ନିୟମର ଉଲ୍ଲଂଘନ ବହୁ ସ୍ଥାନରେ ଦେଖାଯାଉଛି । ଯାହାର ପରିଣତି ଭୟଙ୍କର ହୋଇପାରେ । ଏହା ବ୍ୟତୀତ ଏପର୍ଯ୍ୟନ୍ତ କରୋନାକୁ ଦୂରେଇବା ପାଇଁ ଯେଉଁସବୁ କାମ କରାଯାଇଛି ଏହାଦ୍ୱାରା ସେସବୁ ବିଫଳ ହେବା ଭଳି ମନେ ହେଉଛି । ସେହିପରି ନୀତି ଆୟୋଗର ସଦସ୍ୟ ଡା. ବିକେ ପଲ କହିଛନ୍ତି ଏବେ ସାରା ବିଶ୍ୱ କରୋନା ତୃତୀୟ ଲହରର ସାମ୍ନା କଲାଣି । ହେଲେ ଭାରତରେ କିପରି ଏହାକୁ ରୋଗାଯାଇ ପାରିବ ସେ ଦିଗରେ ଆମେ ଚିନ୍ତା କରୁଛୁ ଓ କାର୍ଯ୍ୟ କରୁଛୁ । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କରୋନାର ତୃତୀୟ ଲହର କେବେ ଆସିବ ତାହା ଚିନ୍ତା କରିବା ପୂର୍ବରୁ ଏଥିପାଇଁ ଆମେ କେତେ ପ୍ରସ୍ତୁତ ଅଛୁ ତାହା ଦେଖିବା ଆବଶ୍ୟକ । ଆଉ କେମିତି ଏହାକୁ ଦୂରେଇ ଦେଇ ହେବ । ସୂଚନାଯୋଗ୍ୟ, କରୋନାର ଦ୍ୱିତୀୟ ଲହର ଦେଶରେ କମି ଯାଇଥିବା ବେଳେ କିଛି ରାଜ୍ୟରେ କିନ୍ତୁ ଏବେବି ସ୍ଥିତି ଚିନ୍ତାଜନକ ରହିଛି । ତେଣୁ ତୃତୀୟ ଲହର ଭୟଙ୍କର ହେବ ବୋଲି ବିଶେଷଜ୍ଞମାନେ ଅନୁମାନ ଲଗାଇଥିବାରୁ ଏଥିପ୍ରତି ଆମେ ଯଥେଷ୍ଟ ସତର୍କ ରହିବା ଦରକାର ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

Shubman Gill: ଟିମ୍ ଇଣ୍ଡିଆର ବଡ଼ ନିଷ୍ପତ୍ତି, ପ୍ଲେଇଂ ଇଲେଭେନରୁ ବିଦା ହେଲେ ଶୁଭମନ ଗିଲ୍

ନୂଆଦିଲ୍ଲୀ,୧୭ା୧୨: ଭାରତୀୟ କ୍ରିକେଟ୍ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟି-୨୦ ପାଇଁ ଶୁଭମନ ଗିଲଙ୍କୁ ପ୍ଲେଇଂ ଇଲେଭେନରୁ...

ବନ୍ଧୁକ ଦେଖାଇ ସୃଷ୍ଟି କରୁଥିଲେ ଆତଙ୍କ: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଭବାନୀପାଟଣା,୧୭ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜୁନାଗଡ଼ ପୋଲିସ ଏକ ଡକାୟତି ମାମଲାରେ ୩ ଜଣଙ୍କୁ ଗିରଫ କରି ବୁଧବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri