ବଲାଙ୍ଗୀର, ୨୧।୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଅଘୋଷିତ ଭାବେ ହେଉଛି ବିଦ୍ୟୁତ କାଟ। ଏହାର ପ୍ରତିବାଦରେ ଗୁରୁବାର ଟାଟା ପାୱାର ଅଫିସ ଘେରାଉ କରାଯିବା ସହ କର୍ମଚାରୀ ମାନଙ୍କୁ ଅଫିସ ଭିତରେ ତାଲା ପକାଇ ଦିଆଯାଇଥିବା ଦେଖିବାକୁ ମିଳିଛି।
ଉପଭୋକ୍ତାଙ୍କ ଅଭିଯୋଗ ଅନୁଯାୟୀ, ଲଳିତନଗର ପଡାରେ ଦୁଇଦିନ ହେଲା ବିଦ୍ୟୁତ କାଟ କରାଯାଉଛି। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କହିବାକୁ ଗଲେ ବଲାଙ୍ଗୀର ସହରରେ ବିଜୁଳି କାଟ୍ ଏକ ସାଧାରଣ କଥା ପାଲଟି ଯାଇଛି। ଗୁରୁବାର ଅପରାହ୍ନ ୨ଟାରୁ ବିଜୁଳି କାଟ ହୋଇଛି। ସନ୍ଧ୍ୟା ସୁଦ୍ଧା ବିଜୁଳି ନ ଆସିବାରୁ ବିଭିନ୍ନ ପଡ଼ାର ଶତାଧିକ ମହିଳା ଓ ପୁରୁଷ ଟାଟା ପାୱାର ଅଫିସକୁ ଆସି ଘେରାଉ କରିଛନ୍ତି।
Dharitri – Odisha’s No.1 Odia Daily